ସୁନ୍ଦରଗଡ଼ ଜିଲ୍ଲାରେ ଚା ପିଉଥିବା ବେଳେ ହାଇୱା ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଚା’ ଦୋକାନ ଭିତରକୁ ପଶିଯାଇଛ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଘଟଣାଗ୍ରସ୍ତ ହାଇୱାକୁ ଜବତ କରିଛି। ମୃତ ତିନି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଣାଇ ହସ୍ପିଟାଲକୁ ପଠାଇଛି।

ଛତୁଆ ଖାଇ ଦୁଇ ଶିଶୁକନ୍ୟା ମୃତ

ବିଷାକ୍ତ ଛତୁଆ ଖାଇ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଦୁଇଜଣ କୁନି ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ରାମଗିରି ନିକଟ ତୁଳସୀନଗରରେ ଘଟିଛି।
ମୃତ ଶିଶୁକନ୍ୟାମାନଙ୍କର ବୟସ ୫ ଓ ୩ ବର୍ଷ। ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେମାନଙ୍କର ପରିଚୟ ମିଳିପାରି ନାହିଁ।
ଅଭିଯୋଗ ଅନୁସାରେ ଆର୍ ଉଦୟଗିରି ବ୍ଳକ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇଥିଲେ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଝିଅକୁ ଗଜପତି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ଅନ୍ୟ ଶିଶୁକନ୍ୟାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ପରିବାରର ବାପା ଓ ବଡ ଝିଅ ଗୁରୁତର ଅସୁସ୍ଥ ଅଛନ୍ତି। ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଶିଶୁକନ୍ୟାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣାରେ ନିଶ୍ଚିତ କଲେ ସୁପ୍ରିମ କୋର୍ଟ

ଆମେରିକାର ଭର୍ଜିନିଆରେ ଡିପାର୍ଟମେଣ୍ଟ ଷ୍ଟୋର ବାହାରେ ମଦ ପାଇଁ ସାରା ରାତି ଅପେକ୍ଷା କରିଥିଲେ। ସକାଳେ ଷ୍ଟୋରକୁ ବାପା ଝିଅ ଆସିବା କ୍ଷଣି ଗୁଳି କରି ହତ୍ୟା କରିଛନ୍ତି ଆମେରିକାରେ ବସବାସ କରୁଥିବା ଜଣେ ଆଫ୍ରିକୀୟ ଯୁବକ। ମୃତକ ଦୁଇଜଣ ଭାରତର ବୋଲି ଜଣା ପଡ଼ିଛି।

ମୃତ ବାପା ହେଲେ ଗୁଜରାଟର ୫୬ ବର୍ଷୀୟ ପ୍ରଦୀପ ଭାଇ ପଟେଲ ଓ ତାଙ୍କ ୨୬ ବର୍ଷୀୟା ଝିଅ। ଗୁଜରାଟରେ ଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି ଯେ ମଦ କିଣିବା ପାଇଁ ଦୋକାନ ନିକଟରେ ରାତିସାରା ଅପେକ୍ଷା କରି ହତାଶ ହୋଇଥିବା ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି।

ଶୁକ୍ରବାର, ସକାଳ ୫:୩୦ (ସ୍ଥାନୀୟ ସମୟ)ରେ ଯେତେବେଳେ ସେମାନେ ସେମାନଙ୍କ ଦୋକାନ ଖୋଲିଥିଲେ, ଜଣେ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଗୁଳି ଚଳାଇବାରୁ ବର୍ଷୀୟ ପ୍ରଦୀପଭାଇ ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ଝିଅ ଉର୍ମିକୁ ଭେଣ୍ଟିଲେଟରରେ ରଖାଯାଇଥିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଗୁଜରାଟରେ ତାଙ୍କ ପରିବାର ଲୋକେ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥ୍ୟ ରାଜ୍ୟସଭା ସାଂସଦ କପିଲ ସିବଲ୍।

ଏମିତି କି ଭାରତର ଏକ ସିଂହଭାଗ ଜନତା ଏବେ ଏହା ଉପରେ ବିଶ୍ୱାସ କରୁନାହାନ୍ତି ବୋଲି କହିଛନ୍ତି। ନିର୍ବାଚନ କମିସନଙ୍କ ପ୍ରତି ଅନାସ୍ଥା ପ୍ରସଙ୍ଗ ଯେତେ ଶୀଘ୍ର ସମାଧାନ ହେବ, ଗଣତନ୍ତ୍ର ବଞ୍ଚି ରହିବାର ସମ୍ଭାବନା ସେତେ ଅଧିକ ହେବ। ତେଣୁ ସେସବୁ ଉପରେ କମିଶନ ଗୁରୁତ୍ଵ ଦେବା ଉଚିତ୍ ବୋଲି ସିବଲ୍ କହିଛନ୍ତି।

କପିଲ ସିବଲ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ମେଣ୍ଟ ଇଣ୍ଡିଆରେ ସାମିଲ ଦଳଗୁଡ଼ିକର ଭବିଷ୍ୟତ ପାଇଁ ଏକ ମିଳିତ ନୀତି, ଆଦର୍ଶଗତ ଢାଞ୍ଚା ଏବଂ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ବିଷୟରେ ପଚରାଯିବାରୁ ସେ ଗଣମାଧ୍ୟମକୁ କହିଥିଲେ। ସମ୍ବିଧାନ ଅନୁଯାୟୀ ନିର୍ବାଚନ କମିସନଙ୍କଠାରୁ ଆଶା କରାଯାଉଥିବା ଦାୟିତ୍ୱ ଅନୁଯାୟୀ ନିର୍ବାଚନ କମିସନ ତାଙ୍କର କର୍ତ୍ତବ୍ୟ ପାଳନ କରିନାହାନ୍ତି।

ସେ କହିଛନ୍ତି, ବିରୋଧୀ ଦଳକୁ ବାର୍ତ୍ତା ହେଉଛି ଯେ, ଇଭିଏମ୍ ବ୍ୟତୀତ, କିଛି ଗମ୍ଭୀର ସମସ୍ୟା ଅଛି ଯାହା ପ୍ରକୃତରେ ନିର୍ବାଚନ ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ସୂଚିତ କରୁଛି। ସିବଲ ଦାବି କରିଛନ୍ତି, ଯେଉଁ ଫଳାଫଳ ଆସିଛି ତାହା ଅନେକ ସ୍ତରରେ ହେରଫେରର ଫଳାଫଳ ହୋଇପାରେ।

ପୂର୍ବତନ କଂଗ୍ରେସ ନେତା ଶ୍ରୀ ସିବାଲ କହିଥିଲେ, ଆମକୁ ଏହି ସମସ୍ୟାର ସମାଧାନ ଏକାଠି କରିବାକୁ ପଡିବ। କଂଗ୍ରେସ ଏବଂ ‘ଇଣ୍ଡିଆ’ (ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ) ମେଣ୍ଟର ଅନ୍ୟାନ୍ୟ ଦଳଗୁଡ଼ିକ ଭୋଟ୍ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଆସୁଛନ୍ତି। ଯାହା ସର୍ବସାଧାରଣଙ୍କ ପାଇଁ ସ୍ପଷ୍ଟ ହେବା ଆବଶ୍ୟକ।

ଥରୁରଙ୍କ ପାଇଁ ଅଥୟ ରାଜନୀତି

ମାର୍ଚ୍ଚ ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିବା ସମୟରେ ଟଙ୍କା ମିଳିଥିବାର ପ୍ରଥମ ଆନୁଷ୍ଠାନିକ ନିଶ୍ଚିତ କରିଛନ୍ତି। ସୁପ୍ରିମକୋର୍ଟ ଶନିବାର ହାଇକୋର୍ଟର ଏକ ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି।

ସଂଶୋଧିତ ରିପୋର୍ଟରେ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ, ମାର୍ଚ୍ଚ ୨୧ ତାରିଖରେ ଏକ ଚିଠିରେ, ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ସରକାରୀ ବଙ୍ଗଳାରେ ଥିବା କୋଠରୀରେ ଟଙ୍କା ଉପଲବ୍ଧି ପାଇଁ ହିସାବ ଦେବାକୁ କହିଥିଲେ।

ସୁପ୍ରିମକୋର୍ଟ ମଧ୍ୟ ଭିଡିଓ ଏବଂ ଫଟୋଗ୍ରାଫ୍ ଅପଲୋଡ କରିଥିଲେ ଯାହାକୁ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ମୁଖ୍ୟ ବିଚାରପତି ଉପାଧ୍ୟାୟଙ୍କ ସହ ସେୟାର କରିଥିବା କଥା କୁହାଯାଉଛି।
ଫଟୋ ଏବଂ ଭିଡିଓରେ ଜଣେ ଅଗ୍ନିଶମ କର୍ମଚାରୀ ପ୍ଲାଷ୍ଟିକ୍ ବ୍ୟାଗରେ ଅଧା ପୋଡ଼ି ଟଙ୍କା ବାହାର କରୁଥିବାର ଦେଖାଯାଉଛି। ଭିଡ଼ିଓରେ ଜଣେ ବ୍ୟକ୍ତି କହୁଛନ୍ତି ମହାତ୍ମା ଗାନ୍ଧୀ ମେଁ ଆଗ ଲଗ୍ ଗୟି (ମହାତ୍ମା ଗାନ୍ଧୀ ନିଆଁରେ ଜଳୁଛନ୍ତି)। ଭିଡିଓରେ ଜଣେ ବ୍ୟକ୍ତି କହୁଥିବା ଶୁଣାଯାଉଛି, ଯିଏ ନିଆଁ ଲାଗିଯାଇଥିବା ନୋଟରେ ଥିବା ଗାନ୍ଧୀଙ୍କ ପ୍ରତିଛବିକୁ ଇଙ୍ଗିତ କରୁଛନ୍ତି।
ହାଇକୋର୍ଟ ରିପୋର୍ଟକୁ ସାର୍ବଜନୀନ କରିବା ପୂର୍ବରୁ, ସିଜେଆଇ ସୁପ୍ରିମକୋର୍ଟ କଲେଜିୟମର ଜଣେ ବରିଷ୍ଠ ସଦସ୍ୟଙ୍କୁ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିବା ଜଣାପଡିଛି।

୧୦ ମାସରେ ୪୨୪୫ କୋଟି ନେଇଗଲେ ସାଇବର ଠକ

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ରାଜନୀତିକ ସ୍ଥିତିକୁ ନେଇ ଚର୍ଚ୍ଚା କ୍ରମେ ଜୋର୍ ଧରୁଛି। ଥରୁର ଗତ କିଛିଦିନ ତଳେ ମୋଦୀଙ୍କ ବୈଦେଶିକ ନୀତିକୁ ନେଇ ପ୍ରଶଂସା କରିବା ଦ୍ୱାରା ଅଧିକ ଚର୍ଚ୍ଚିତ ହୋଇଥିଲେ।

ଏବେ ବିଜେପି ସାଂସଦ ତଥା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଥରୁରଙ୍କୁ ପ୍ରଶଂସା କରିବା ଘଟଣା ଏହି କଳ୍ପନାଜଳ୍ପନାକୁ ଆହୁରି ଇନ୍ଧନ ଯୋଗାଇଛି। ଜୟଶଙ୍କର ଶନିବାର କହିଛନ୍ତି ଯେ, ମୁଁ ସର୍ବଦା ଥରୁର ଏବଂ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରେ। ବିଶେଷକରି ସରକାର ସହ ଜଡିତ ପ୍ରସଙ୍ଗରେ ଥରୁରଙ୍କ ନିଷ୍ପତ୍ତି ବେଶ୍ ଉଲ୍ଲେଖନୀୟ। ବିଜନେସ୍ ଟୁଡେ ମାଇଣ୍ଡ୍ରଶ୍ ୨୦୨୫କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତରରେ ଏସ୍ ଜୟଶଙ୍କର ଏହି ବିବୃତି ଦେଇଛନ୍ତି। ଯେଉଁଥିରେ ଥରୁରଙ୍କୁ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସରକାରଙ୍କ ନୀତିକୁ ପ୍ରଶଂସା କରିବା ବିଷୟରେ ଉଲ୍ଲେଖ କରାଯାଇଥିଲା।
ଶଶି ଥରୁର ସମ୍ପ୍ରତି ରାଇସିନା ଡାଏଲଗରେ ସ୍ୱୀକାର କରିଥିଲେ ଯେ, ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ନୀତିକୁ ବିରୋଧ କରି ସେ ଭୁଲ କରିଥିଲେ। ସେ କହିଥିଲେ, ତିନି ବର୍ଷ ପରେ, ମୁଁ ଅନୁଭବ କରୁଛି ଯେ, ମୁଁ ନିରାଶ ହୋଇଛି, କାରଣ ଏହା ସ୍ପଷ୍ଟ ଯେ, ଭାରତର ନୀତି ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରଖିଛି। ଆମର ପ୍ରଧାନମନ୍ତ୍ରୀ ଉଭୟ ଦେଶର ରାଷ୍ଟ୍ରପତି – ୟୁକ୍ରେନ ଏବଂ ରୁଷିଆକୁ ବିଭିନ୍ନ ସମୟରେ ଆଲିଙ୍ଗନ କରିପାରିବେ ଏବଂ ଉଭୟ ସ୍ଥାନରେ ତାଙ୍କୁ ଗ୍ରହଣ କରାଯାଇ ପାରେ।

ଭାରତ ସରକାରଙ୍କ ନୀତି ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ, ଯୁଦ୍ଧ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଦେଖାଯାଇଥିଲା। ସେହିଭଳି ସାଂସଦ ତଥା ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଫ୍ଲାଇଟରେ ଏକାଠି ଆସିବା ସମୟରେ ଉଭୟଙ୍କ ଏକ ଫଟୋ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହୋଇଥିଲା, ଯାହା ଭିନ୍ନକିଛି ସୁଚଉଥିଲ।

ଯାହା ବି ହେଉ ଉଭୟଙ୍କ ପ୍ରଶଂସାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ଚାଲିଛି। ଥରୁର ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷେ ଥରୁର ଦୀର୍ଘଦିନ ଧରି କଂଗ୍ରେସ ପ୍ରତି ସନ୍ତୁଷ୍ଟ ନ ଥିବା ତାଙ୍କ ବିଭିନ୍ନ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।

୧୦ ମାସରେ ୪୨୪୫ କୋଟି ନେଇଗଲେ ସାଇବର ଠକ

ସମୟ ଓ ସୁବିଧା ଦୃଷ୍ଟିରୁ ଆମେ ଅନଲାଇନ ବ୍ୟାଙ୍କ କାରବାରକୁ ଆପଣେଇ ନେଇଛେ। ସେହି ଅନୁଯାୟୀ ଠକମାନେ ମଧ୍ୟ ସାଇବର ଠକେଇର ଜାଲ ବିଛାଇ ନିମିଷକ ମଧ୍ୟରେ କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି। ଭାରତରେ ପ୍ରତିଦିନ ଅନେକ ବ୍ୟକ୍ତି ସ୍କାମରଙ୍କ ଜାଲରେ ଫସି ଲୁଟ୍‌ର ଶିକାର ହେଉଛନ୍ତି ଲୋକେ।

୨୦୨୪-୨୫ର ପ୍ରଥମ ୧୦ ମାସରେ ‘ଡିଜିଟାଲ ଫାଇନାନ୍‌ସିଆଲ ଫ୍ରଡ୍‌’ ଯୋଗୁ ଲୋକେ ୪୨୪୫ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ୨୦୨୨-୨୩ରେ ଏଭଳି ଠକେଇର ପ୍ରାୟ ୨୦ ଲକ୍ଷ ମାମଲା ସାମ୍‌ନାକୁ ଆସିଥିଲା। ଏଥିରେ ସ୍କାମର୍ ୨୫୩୭ କୋଟି ଟଙ୍କା ଲୁଟି ନେଇଥିଲେ | ୨୦୨୩-୨୪ରେ ମଧ୍ୟରେ ୨୮ ଲକ୍ଷ ଠକେଇ ମାମଲା ରୁଜୁ ହୋଇଥିଲା। ଏହା ମାଧ୍ୟମରେ ଲୋକେ ୪୪୦୩ କୋଟି ଟଙ୍କା ହରାଇ ଥିଲେ।
ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଠକେଇ ସମ୍ବନ୍ଧିତ ମାମଲା ପାଇଁ ଆର୍‌ବିଆଇ ‘ପ୍ରଡ ରିପୋର୍ଟି ସିଷ୍ଟମ’ ପ୍ରସ୍ତୁତ କରିଛି। ବ୍ୟାଙ୍କ, ନନ୍-ବ୍ୟାଙ୍କ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରମେଣ୍ଟ ଇସୁଅର୍ସ ଏବଂ ନନ୍-ବ୍ୟାଙ୍କି କ୍ରେଡିଟ୍ କାର୍ଡ ଇସୁଅର୍ସ ମାଧ୍ୟମରେ ଲୋକେ ଠକେଇ ଘଟଣାର ରିପୋର୍ଟ ଦେଇପାରିବେ। ଆର୍ଥିକ ଠକେଇର ତତ୍କାଳ ରିପୋର୍ଟ ଏବଂ ଏହାକୁ ବନ୍ଦ କରିବା ପାଇଁ ‘ସିଟିଜେନ ଫାଇନାନ୍‌ସିଆଲ ସାଇବରଫ୍ରଡ୍‌ ରିପୋର୍ଟି ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ’ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୧.୩ ନିୟୁତ ଅଭିଯୋଗକୁ ଆଧାର କରି ସିଷ୍ଟମ ମାଧ୍ୟମରେ ୪୩୮୬ କୋଟି ଟଙ୍କା ଫେରାଇ ଅଣାଯାଇଛି।

ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଜିଟାଲ ଠକେଇକୁ ରୋକିବା ପାଇଁ ଆରବିଆଇ, ସରକାର ଏବଂ ଏନପିସିଆଇ ଅନେକ ପଦକ୍ଷେପ ନେଇଛି।

୩୦ ଲକ୍ଷରେ ନିଲାମ ହେଲା ନୀଳ ପକ୍ଷୀ

ମାଲକାନଗିରି ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ନକ୍ସଲ ଦମନ ପାଇଁ ବିଏସଏଫ, ସିଆରପିଏଫ, ଆଇଟିବିପି, ଡିଆରଜି, ଏସଟିଏଫ, ଗ୍ରେହାଉଣ୍ଡ, ଏସଓଜି, ଡିଭିଏଫ ଭଳି ବହୁ ବାଟାଲିୟନକୁ ମୁତୟନ କରାଯାଇଛି।
ଦୁର୍ଗମ ଅଞ୍ଚଳରେ ମାଓ କ୍ୟାମ୍ପଗୁଡିକରେ କିଛି ବୁଲା କୁକୁର ଆଶ୍ରୟ ନେଇଥାନ୍ତି। ସେଠାରେ ହିଁ ଖାଇବା ପିଇବା ସହ ଯବାନ ସର୍ଚ୍ଚ ଅପରେସନରେ ବାହାରିଲେ ସେମାନଙ୍କ ସହ ଜଂଗଲକୁ ଯିବା ଏବଂ ସେମାନେ ଫେରିଲେ ସେମାନଙ୍କ ସହ ଫେରିଥାନ୍ତି।

ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ମୁତଭେଣ୍ଡି ଠାରେ ଏକ ନୂତନ କ୍ୟାମ୍ପ ଗତ ୨୦୨୧ ମସିହାରେ ସ୍ଥାପିତ ହୋଇଥିଲା। ଏହି କ୍ୟାମ୍ପ ଆସିବା ପରେ ଏଠାରେ ମଧ୍ୟ କିଛି ବୁଲା କୁକୁର କ୍ୟାମ୍ପରେ ରହିବା ଏବଂ ଖାଇବା ସହ ଯବାନଙ୍କ ସହ ସାଙ୍ଗ ହୋଇଯାଇଥିଲେ। ସେଠାରେ ସେଭଳି ଏକ ବୁଲା କୁକୁର ଥିଲା ଯାହାର ନାଁ ଦିଆଯାଇଥିଲା କିଆ।

ଗତ ଡିସେମ୍ବର ମାସର ୨୪ ତାରିଖରେ ସ୍ଥାନୀୟ ଜଂଗଲରେ ସର୍ଚ୍ଚ ଅପରେସନ ଯବାନ ବାହାରିଥିବା ବେଳେ ଅନ୍ୟ କୁକୁରଙ୍କ ସହ କିଆ ମଧ୍ୟ ସାଙ୍ଗରେ ଥିଲା। ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଆ ଯବାନଙ୍କ ଆଗରେ ଚାଲିଥିଲା। ତେବେ ଜଂଗଲର ମଧ୍ୟ ଭାଗରେ ହଠାତ୍ ଏକ ବିସ୍ଫୋରଣ ଶୁଭିଲା, ଯାହା ପ୍ରଚଣ୍ଡ ଶଦ୍ଦରେ ଜଂଗଲ କମ୍ପି ଉଠିଥିଲା।

ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଆ ମୃତ୍ୟୁବରଣ କରିଥିଲା। ଏକ ବଡ ଧରଣର ଅଘଟଣରୁ ଯବାନମାନେ ବର୍ତ୍ତି ଯାଇଥିଲେ। କିଆ ସହିଦ ହୋଇଥିଲେ ମଧ୍ୟ ବହୁ ଯବାନଙ୍କ ଜୀବନ ବଞ୍ଚାଇଥିବାରୁ କ୍ୟାମ୍ପ ନିକଟରେ କିଆର ଏକ ସ୍ମାରଜୀ ତିଆରି କରି ଯବାନ ପ୍ରତିଦିନ ସେଠାରେ ସାଲୁଟ ମାରିଥନ୍ତି। ଯବାନ ଆଜି ବି କିଆକୁ ଭୁଲିପାରିନାହାନ୍ତି।

ଆଜି ବି କିଆକୁ ଝୁରୁଛନ୍ତି ଯବାନ। ମନେପଡିଲେ ଯବାନଙ୍କ ଆଖି ଛଳ ଛଳ ହୋଇଯାଏ। କିଆର ବଳିଦାନକୁ ଯବାନ ସବୁଦିନ ପାଇଁ ମନେ ରଖିବେ ବୋଲି କହନ୍ତି। କିଆର ସ୍ମାରକି ତିଆରି କରି ତାର ବଳିଦାନକୁ ସବୁବେଳେ ମନେ ପକାଇବା ପାଇଁ ଏକ ପ୍ରୟାସ କରାଯାଉଛି।

ଓଡ଼ିଶାରେ ୩୭୩୮ ବାଂଲା ଅନୁପ୍ରବେଶକାରୀ

କୋଲକାତାର ଇଡେନ ଗାଡେନ୍ସଠାରେ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୫ର ଉଦ୍ଘାଟନୀ ମ୍ୟାଚ୍‌ରେ କୋଲକାତା ନାଇଟରାଇଡର୍ସ (କେକେଆର)କୁ ୭ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। କୋଲକାତା ନାଇଟରାଇଡର୍ସ ଦଳର ୧୭୫ ରନ୍‌ ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା।
ଆର୍‌ସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ। ରଜତ ପଟିଦାର ୩୪ ଓ ଦେବଦତ୍ତ ପଡିକଲ୍ଲ ୧୦ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଆରସିବି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍‌ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୫ ରନ୍‌। କେକେଆର ପକ୍ଷରୁ କ୍ୱିଣ୍ଟନ୍‌ ଡି କକ୍‌ ୪ ରନ୍‌ କରିଥିବାବେଳେ ସୁନିଲ ନାରିନ୍‌ ୪୪ ରନ୍‌ କରିଥିଲେ।
ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍‌, ଅଙ୍ଗକ୍ରିସ୍‌ ରଘୁବଂଶୀ ୩୦ ରନ୍‌, ରିଙ୍କୁ ସିଂ ୧୨ ରନ୍‌ କରିଥିଲେ। ସେହିପରି ଆରସିବି ପକ୍ଷରୁ ଜୋସ୍‌ ହେଲଜ୍‌ଉଡ୍‌ ୨ୱିକେଟ୍‌? ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ୱିକେଟ୍‌ ନେଇଥିଲେ। ୟଶ୍‌ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଟ୍ୱିଟରର ଲୋଗୋ ବଦଳିଛି। ହେଲେ ଏବେ ବି ଅନେକଙ୍କ ମନରେ ଟ୍ୱିଟର କଥା ଆସିଲେ ନୀଳ ଚଢେ଼ଇର ଲୋକ ମନକୁ ଚାଲି ଆସୁଛି। ଏସବୁ ପରେ ଏବେ ନୀଳ ପକ୍ଷୀକୁ ନିଲାମ କରାଯାଇଛି। ଯାହାର ନିଲମ ଦର ରହିଛି ୩୦ ଲକ୍ଷ ଟଙ୍କା।

ପୂର୍ବରୁ ଟ୍ୱିଟର ଲୋକ ଭାବେ ନୀଳ ଚଢେ଼ଇକୁ ବ୍ୟବହାର କରାଯାଇଥାଏ। କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଲନ ମସ୍କ ନିଜ ମାଲିକାନାକୁ ନେବା ପରେ ସେ ଏହାର ନାମ ପରିବର୍ତ୍ତନ କରିବା ସହ ଲୋକ ବି ପରିବର୍ତ୍ତନ କରିଛନ୍ତି। ଟ୍ୱିଟର ନାମ ପରିବର୍ତ୍ତନ କରି ତାଙ୍କ ପୁଅ ନୀଲ୍‌ ଏକ୍ସ ନାଁରେ ଏକ୍ସ ନାମିତ କରିଛନ୍ତି। ଏବେ ଆମେରିକାର ସାନ ଫ୍ରାନସିସକୋ ସ୍ଥିତ ଟ୍ୱିଟର ବା ଏକ୍ସ ମୁଖ୍ୟାଳୟରେ ଲାଗିଥିବା ନୀଳ ପକ୍ଷୀର ଲୋକପ୍ରିୟ ଲୋଗୋଟି ମଧ୍ୟ ନିଲାମ ହୋଇଯାଇଛି । ଏହା ସହିତ ଟ୍ୱିଟରର ଅନ୍ୟନାମ ପାଲଟିଥିବା ଏହି ନୀଳ ପକ୍ଷୀର ଅସ୍ତିତ୍ୱ ଲୋପ ପାଇଛି।

ନୀଳ ପକ୍ଷୀଟି ୩୪ ହଜାର ୩୭୫ ଡଲାର (ପ୍ରାୟ ୩୦ ଲକ୍ଷ ଟଙ୍କା) ରେ ନିଲାମ ହୋଇଥିବା ଜଣାପଡ଼ିଛି। ଏହି ନୀଳ ପକ୍ଷୀର ଓଜନ ପ୍ରାୟ ୨୫୪ କିଲୋଗ୍ରାମ। ଏହା ଏକ ୧୨ ଫୁଟ ଲମ୍ବା ଏବଂ ୯ ଫୁଟ ଚଉଡା ମୂର୍ତ୍ତି। ବର୍ତ୍ତମାନ ଏହି ପକ୍ଷୀର କ୍‌ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।
କେବଳ ନୀଳ ପକ୍ଷୀ ନୁହେଁ, ଏକ ଆପଲ୍‌-୧ କମ୍ପ୍ୟୁଟର ପ୍ରାୟ ୩.୨୨ କୋଟି ଟଙ୍କା (୩.୭୫ ଲକ୍ଷ ଡଲାର) ରେ ନିଲାମ ହୋଇଥିଲା ଏବଂ ଷ୍ଟିଲ୍‌ ଜବସ୍‌ ଦ୍ୱାରା ସ୍ୱାକ୍ଷରିତ ଏକ ଆପଲ୍‌ ଚେକ୍‌ ପ୍ରାୟ ୯୬.୩ ଲକ୍ଷ ଟଙ୍କା (୧,୧୨,୦୫୪ ଡଲାର) ରେ ନିଲାମ ହୋଇଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ