ଦୀର୍ଘବର୍ଷ ପରେ ଆଇପିଏଲ୍‌ରେ ଆରସିବି ଚାମ୍ପିଅନ ହୋଇଛି ଟ୍ରଫି ହାତେଇଛି। ଏହାକୁ ନେଇ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସମଗ୍ର ଦଳକୁ ସମ୍ମାନିତ କରାଯାଉଥିବା ବେଳେ ବାହାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ସବରେ ସାମିଲ ହେବାକୁ ଆସିଥିବା ଖେଳପ୍ରେମୀମାନଙ୍କ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି।
ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍‌ ବିଜୟ ଖୁସି ଉତ୍ସବ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବାହାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳାଚକଟାରେ ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି।
ପ୍ରକାଶ ଥାଉ କି ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବିର ବିଜୟ ଶୋଭାଯାତ୍ରାରେ ସାମିଲ ଥିବା ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା ଏବଂ ଏହା ପରେ ଦଳାଚକଟା ହୋଇଥିଲା।
ବିଜୟ ଶୋଭାଯାତ୍ରା ସନ୍ଧ୍ୟା ୫ଟାରେ ଆରମ୍ଭ ହେବାର ଥିଲା କିନ୍ତୁ ତାହା ହୋଇପାରିଲା ନାହିଁ। ଖେଳାଳିମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିବା ପାଇଁ ବିଧାନସଭାରେ ପହଞ୍ଚିଛନ୍ତି ଏବଂ ଏହା ପରେ ଖେଳାଳିଙ୍କ ଟିମ୍‌ ବସ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଯିବ। ଏଠାରେ ବଡ଼ କଥା ହେଉଛି ସମଗ୍ର ରୁଟରେ ହଜାର ହଜାର ଲୋକ ଅଛନ୍ତି, ଯାହା ଫଳରେ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଇପିଏଲ ୨୦୨୫ର ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନ୍‌ରେ ପରାସ୍ତ କରିଥିଲା। ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା। ଏହି ବିଜୟ ପରେ କର୍ଣ୍ଣାଟକ ସମେତ ଅନେକ ସହରରେ ବିଜୟ ଉତ୍ସବ ପାଳନ କରାଯାଇଥିଲା, କିନ୍ତୁ ଏବେ ଏହି ଦଳର ବିଜୟ ଶୋଭାଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣା ଏହି ବିଜୟକୁ ଫିକା କରିଦେଇଛି।
ବିସିସିଆଇ ବଲରେ ଲାଳ ମାରିବା ଉପରେ ଲଗାଇଥିବା ବ୍ୟାନକୁ ନିକଟରେ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛି। ଏହାର ଅର୍ଥ ଆଇପିଏଲ ସମୟରେ ଖେଳାଳିମାନେ କରୋନା ପୂର୍ବରୁ ଯେଉଁଭଳି ବଲକୁ ସାଇନ କରିବା ପାଇଁ ଲାଳର ବ୍ୟବହାର କରୁଥିଲେ ଏବେ ସେମିତି କରିପାରିବେ ବୋଲି କହିଛି
ମହାମାରୀ କୋଭିଡ ସମୟରେ ବଲ୍‌ରେ ଲାଳ ଲଗାଇବା ଉପରେ କଟକଣା ଲଗାଇଥିଲା ବିସିସିଆଇ। କିନ୍ତୁ ଏବେ ଖେଳାଳିମାନେ ଚାହିଁଲେ ଏଣିକି ବଲରେ ଲାଳ ଲଗାଇପାରିବେ। ପ୍ରଥମଥର ପାଇଁ କ୍ରିକେଟର କୌଣସି ଗୋଟିଏ ବଡ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ବଲରେ ଲାଳ ମାରିବାକୁ ଅନୁମତି ଦେଇଛି ବିସିସିଆଇ। ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଏହି ଘୋଷଣା କରାଯାଇଛି। ଏହାପୂର୍ବରୁ ମୁମ୍ବାଇରେ କ୍ୟାପ୍‌ଟେନ୍ସ ମିଟିଂ ବସିଥିଲା। ଏହି ବୈଠକରେ ବଲରେ କୋଭିଡ ପୂର୍ବରୁ ଯେମିତି ଲାଳ ମରା ଯାଉଥିଲା, ସେମିତି କରିବାକୁ ନିଷ୍ପତ୍ତି ହୋଇଛି।
ବିସିସିଆଇ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ ଅଧିକାଂଶ କ୍ୟାପ୍‌ଟେନ ସପକ୍ଷରେ ମତ ରଖିଛନ୍ତି। କିଛି କ୍ୟାପ୍‌ଟେନ ସାଲାଇବା ବ୍ୟବହାରକୁ ପୁଣି କାର୍ଯ୍ୟକାରୀ କରିବା ଉପରେ କୌଣସି ପ୍ରକାରର ମତ ରଖି ନ ଥିଲେ। ସେମାନେ ନୀରବ ରହିଥିବା ବେଳେ ଅଧିକାଂଶ କ୍ୟାପ୍‌ଟେନ ଲାଳ ମାରିବା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏଭଳି ପରିସ୍ଥିତିରେ ବିସିସିଆଇ କଟକଣାକୁ ହଟାଇ ଦେଇଛି।
ଆଇସିସି ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ଶାମି ବଲରେ ଲାଳର ବ୍ୟବହାର ସପକ୍ଷରେ ମତ ରଖିଥିଲେ। ଭେଟରାନ କ୍ରିକେଟର ଭେରନନ ଫିଲାଣ୍ଡର ଓ ଟିମ ସାଉଦି ମଧ୍ୟ ଶାମିଙ୍କ କଥାରେ ଏକମତ ହୋଇଥିଲେ।
କୋଲକାତାର ଇଡେନ ଗାଡେନ୍ସଠାରେ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୫ର ଉଦ୍ଘାଟନୀ ମ୍ୟାଚ୍‌ରେ କୋଲକାତା ନାଇଟରାଇଡର୍ସ (କେକେଆର)କୁ ୭ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। କୋଲକାତା ନାଇଟରାଇଡର୍ସ ଦଳର ୧୭୫ ରନ୍‌ ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା।
ଆର୍‌ସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ। ରଜତ ପଟିଦାର ୩୪ ଓ ଦେବଦତ୍ତ ପଡିକଲ୍ଲ ୧୦ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଆରସିବି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍‌ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୫ ରନ୍‌। କେକେଆର ପକ୍ଷରୁ କ୍ୱିଣ୍ଟନ୍‌ ଡି କକ୍‌ ୪ ରନ୍‌ କରିଥିବାବେଳେ ସୁନିଲ ନାରିନ୍‌ ୪୪ ରନ୍‌ କରିଥିଲେ।
ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍‌, ଅଙ୍ଗକ୍ରିସ୍‌ ରଘୁବଂଶୀ ୩୦ ରନ୍‌, ରିଙ୍କୁ ସିଂ ୧୨ ରନ୍‌ କରିଥିଲେ। ସେହିପରି ଆରସିବି ପକ୍ଷରୁ ଜୋସ୍‌ ହେଲଜ୍‌ଉଡ୍‌ ୨ୱିକେଟ୍‌? ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ୱିକେଟ୍‌ ନେଇଥିଲେ। ୟଶ୍‌ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଇପିଏଲ (ଭାରତୀୟ ପ୍ରିମିୟର ଲିଗ୍)। ଆସନ୍ତା ମେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି

ଭାଗ ନେବାକୁ ଥିବା ଟିମଗୁଡ଼ିକ ହେଲା ଚେନ୍ନାଇ ସୁପର୍ କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲସ୍, ଗୁଜୁରାଟ ଟାଇଟଲ୍ସ, ଲକ୍ଷ୍ନୌ ସୁପର୍ ଜାଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ ରାଇଜ ହାଇଦ୍ରାବାଦ।
ଏ ଗୃପାରେ ଥିବା ଚେନ୍ନାଇର କ୍ୟାପଟେନ ଋତୁରାଜ ଗାଏକ୍ୱାଟସ ଥିବା ବେଳେ କୋଲକାତାର କ୍ୟାପଟେନ ଅଛନ୍ତି ଆଜିକ୍ୟ ରାହାଣେ, ପଞ୍ଜାବର କ୍ୟାପଟେନ ଅଛନ୍ତି ଶ୍ରେୟସ୍ ଆୟର। ସେହିଭଳି ରାଜସ୍ଥାନର ଅଛନ୍ତି ସାଞ୍ଜୁ ସାମସନ୍ ଓ ବେଙ୍ଗାଲୁରୁର ଅଛନ୍ତି ରଜତ ପଟିଦାର।
ସେହିଭଳି ବି ଗ୍ରୁପରେ ଭାଗ ନେବାକୁ ଥିବା ଦିଲ୍ଲୀର କ୍ୟାପଟେନ ଅକ୍ଷର ପଟେଲ, ଗୁଜରାଟର ଶୁବମନ୍ ଗିଲ, ଲକ୍ଷ୍ନୌର ରୁସଭ ପନ୍ତ, ମୁମ୍ବାଇର ହାର୍ଦ୍ଦିକ ପାଣ୍ଡିଆ ଓ ହାଇଦ୍ରାବାଦର ପ୍ୟାଟ କମିକ୍ସ କ୍ୟାପଟେନ ରହୁଛନ୍ତି। ଆଜି କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର୍ କିଙ୍ଗସ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ କୋଲକାତାଠାରେ ସନ୍ଧ୍ୟା ସାଢ଼େ ୭ ଟାରେ ଅନୁଷ୍ଠିତ ହେବାକୁ ଯାଉଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ୫ମ ଟି-୨୦ରେ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ହରାଇଛି ଭାରତ। ଏହା ସହିତ ସିରିଜକୁ ୪-୧ରେ ଦାଖଲ କରିଛି ଭାରତ

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଖେଳାଳିମାନେ ମୋଟ ୨୪୮ ରନ ହାସଲ କରିଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିଲେ ବି ସଂଜୁ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା ଓ ସେ ମାତ୍ର ୩୭ ବଲରେ ଶତକ ଅର୍ଜନ କରିଥିଲେ । ସେ ମୋଟ ୧୩୫ ରନ କରିଥିଲେ । ସେହିପରି ଶିବମ ଦୁବେ ୩୦ ରନ କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନ ଥିଲେ ।

ପ୍ରତିଜବାବରେ ଇଂଲଣ୍ଡର ସମସ୍ତ ଖେଳାଳି ୧୦.୩ ଓଭରରେ ମାତ୍ର ୯୭ ରନରେ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଅଳ୍ପ ରନ କରି ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସମି ୩ ଟି ଓ୍ବିକେଟ ନେଇଥିବାବେଳେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି
ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ।