ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ୱର୍ ଜାତୀୟ ରାଜପଥର ବରମୁଣ୍ଡା ଫ୍ଲାଏଓଭର ଉପରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରେ ଖଣ୍ଡଗିରି ଥାନାର ହୋମଗାର୍ଡ ଡ୍ରାଇଭର ମନୋଜ ମେହେର, ଚିତ୍ତରଞ୍ଜନ ପଟ୍ଟନାୟକ ରହିଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏକ କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବରମୁଣ୍ଡା ନିକଟରେ ଓଲଟି ପଡିଥିଲା। ଏଥିରେ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପଟୁ ଦୁଇଟି ପୁଲିସ ଭ୍ୟାନ ରଖି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ ଏକ ଟ୍ରଲର ଦ୍ରୁତ ଗତିରେ ଆସି ପୁଲିସ ଭ୍ୟାନ ଦୁଇଟିକୁ ପିଟି ଦେଇଥିଲା। ଫଳରେ ପୁଲିସ ଭ୍ୟାନ ଦୁଇଟି ମଧ୍ୟ ଚୁରମାର ହୋଇଯାଇଥିଲା। ଗାଡ଼ିରେ ବସିଥିବା ପୁଲିସ ହୋମଗାର୍ଡ ଚିତ୍ତରଞ୍ଜନ ଓ ମନୋଜ ଗୁରୁତର ଆହତ ହୋଇଥିଲେ।

ପରେ ପୁଲିସ ଆହତଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନା ପଠାଇଥିବା ବେଳେ ମୃତଦେହକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ପୁଲିସ ଜବତ କରିଛି।

୯ ସାଇବର ଠକଙ୍କ ଦେଢ଼ କୋଟିର ଆକାଉଣ୍ଟ ଫ୍ରୀଜ୍

 ଆପଣ ପ୍ରେମ ପାଇଁ ପ୍ରେମିକାଙ୍କୁ ଅପହରଣ କଥା ଶୁଣିଥିବେ। ହେଲେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପ୍ରେମିକକୁ ଅପହରଣ କରିଛି ପ୍ରେମିକା। କେବଳ ଅପହରଣ କରି ନାହିଁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ଆସିଛି। ଘଟଣା ଘଟିଛି ରାଜଧାନୀ ସହର ଭୁବନେଶ୍ୱରରେ।
ଖବର ନେବାରୁ ଜଣାପଡ଼ିଛି ଯେ, ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଝାଡପଡ଼ା ଅଞ୍ଚଳର ଯୁବକ ସୋମନାଥ ସ୍ୱାଇଁଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଲିଭ୍‌ ଇନ୍‌ ସମ୍ପର୍କରେ ରହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକଙ୍କ ଚରତ୍ର ପ୍ରତି ସନ୍ଦେହ କରିଥିଲେ ଯୁବତୀ। ଏଥିପାଇଁ ଯୁବକଙ୍କଠାରୁ ସମ୍ପର୍କ କାଟିବାକୁ ଚାହିଁଥିଲେ।
କିନ୍ତୁ ସମ୍ପର୍କ କାଟିବା ପୂର୍ବରୁ କିଛି ଟଙ୍କା ଝଡ଼ାଇବାକୁ ଚାହିଁଥିଲେ ପ୍ରେମିକା। ଏଥିପାଇଁ ସେ ନିଜର ବଡ଼ ଭଉଣୀର ପ୍ରେମିକକୁ କାମରେ ଲଗାଇ ଦେଇଥିଲେ। ବଡ଼ଭଉଣୀର ପ୍ରେମିକ ଅନ୍ୟ ୩ ଜଣ ଯୁବକଙ୍କ ସହଯୋଗରେ ଉଠାଇ ନେଇଥିଲେ ଝାଡ଼ପଡ଼ା ଅଞ୍ଚଳର ସୋମନାଥଙ୍କୁ ଉଠାଇ ନେଇଥିଲେ। ସୋମନାଥଙ୍କୁ ଏକ ଭଡ଼ା ଘରେ ରଖି ନିର୍ଯାତନା ଦେବା ସହ ୧୦ ଲକ୍ଷ ଟଙ୍କାରେ ତାଙ୍କର ମୁଣ୍ଡ ଜାମିନ ରଖ୍‌ôଥିଲେ।
ସୋମନାଥଙ୍କ ପରିବାର ଲୋକେ କମିାନରେଟ୍‌ ପୁଲିସର ସହଯୋଗ ନେଥିଲେ। ପୁଲିସ ତେବେ ୧୨ ଘଣ୍ଟାର ଅପରେସନ ପରେ ଅପହରଣର ମାଷ୍ଟର ମାଇଣ୍ଡ ପ୍ରେମିକା ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଯୁବତୀ ଜଣକ ଝାଡଖଣ୍ଡର ବୋଲି ଜଣାପଡିଛି।
ଏ ନେଇ ପୁଲିସ କମିସନର୍‌ ସୁରେଶ ଦେବଦତ୍ତଙ୍କ ସୂଚନ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଝାରପଡା ଅଞ୍ଚଳର ସୋମନାଥଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ଆସିଥିଲା। ପୁଲିସ ମାମଲା ରୁଜୁ କରି ସୋମନାଥଙ୍କୁ ଉଦ୍ଧାର କରିବାକୁ ଯୋଜନା କରିଥିଲା।
ଏଥିପାଇଁ ୩ଟି ଟିମ୍‌ ଗଠନ କରାଯାଇଥିଲା। ମୋବାଇଲ ଡାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ସାରା ରାତି ଲାଗିପାଗି ଅପହରଣକାରୀଙ୍କୁ ପ୍ରଥମେ ଠାବ କରିଥିଲା। ପରେ ସେମାନଙ୍କୁ ଗିରଫ କରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା ପୁଲିସ।

କିଛିଦିନ ଧରି ରାଜଧାନୀରେ ବଢୁଥିବା ଏଟିଏମ୍ ଲୁଟରେ ନିୟନ୍ତ୍ରଣ ଆଣିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏନ କାଉଣ୍ଟରରେ ବିହାରୀ ଲୁଟେରା ଆହତ ହୋଇଛି। ତାକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି

ଏନକାଉଣ୍ଟରରେ ଆହତ ଯୁବକ ହେଲା ଦୀପକ କୁମାର। ଦୀପକ ଜଣେ ଆନ୍ତଃରାଜ୍ୟ ଲୁଟେରା। ତା ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ସ୍ପେଶାଲ ସ୍କ୍ୱାଡ ମୁଖ୍ୟ ହିମାଂଶୁ ସ୍ବାଇଁଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର କରାଯାଇ ଥିବା ଜଣାପଡ଼ିଛି। ଦୀପକ କୁମାର ବିହାରରେ। କିନ୍ତୁ ସେ ଓଡିଶାର ବିଭିନ୍ନ ଏଟିଏମ୍ କୌନ୍ତରକୁ ଟାର୍ଗେଟ କରି ଲୁଟପାଟ କରୁଥିଲା। ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୁଲିସ ସହ ମୁହଁ ମୁହିଁ ହୋଇଥିଲା।ସେ ପ୍ରଥମେ ପୁଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୁଲିସର ପାଲଟା ଗୁଳି ମାଡ଼ରେ ସେ ଆହତ ହୋଇଛି। ଆକ୍ରମଣରେ ପୁଲିସ ଗୁଳି ଦୀପକର ଗୋଡ଼ରେ ବାଜିଛି। ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଡଗଡ଼ ଅଞ୍ଚଳରେ ଏଟିଏମରେ ଅଠା ମାରି ଟଙ୍କା ଲୁଟି ନେଉଥିଲା ଅଭିଯୁକ୍ତ। ଯାହାର ସିସିଟିଭି ସ୍ପେଶାଲ ସ୍କ୍ବାଡ ହାତରେ ଲାଗିଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ହାତରେ ପଡ଼ିଥିଲା। କାର୍ଯ୍ୟରେ ଯୋଗଦେବାର ମାତ୍ର ଦୁଇ ଦିନ ମଧ୍ୟରେ ଏଭଳି ଏନକାଉଣ୍ଟର ଅପରାଧୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।

IITM aids Bhubaneswar traffic.

ଜୟଦେବ ବିହାର ରାସ୍ତାରେ ଭିଡ କମାଇବା ପାଇଁ ମାଡ୍ରାସ ଆଇଆଇଟିର ସହଯୋଗରେ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର
ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ବିଭିନ୍ନ ସମସ୍ୟା ଯୋଗୁଁ ହେଉଥିବା ଭିଡ଼କୁ ସମାଧାନ କରିବା ପାଇଁ କମିଶନରେଟ୍ ପୋଲିସର ଏକ ପ୍ରସ୍ତାବ ପରେ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସଡ଼କ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ଆଇଆଇଟି ମାଡ୍ରାସ ଜୟଦେବ ବିହାର ଛକ ଏବଂ ଏହାର ସଂଲଗ୍ନ ଫ୍ଲାଏଓଭର ଅଞ୍ଚଳରେ ଏକ ପାଇଲଟ୍ ବିଶ୍ଳେଷଣ କରିବ। ଏହି ଅଧ୍ୟୟନରେ ଅପେକ୍ଷା ସମୟ ହ୍ରାସ କରିବା ସହିତ ଦକ୍ଷତା ଉନ୍ନତି ପ୍ରସ୍ତାବ ଦେବା ପାଇଁ ପିକ୍-ଆୱାରରେ ଭିଡ, ପଦଯାତ୍ରୀଙ୍କ ଗତିବିଧି ଏବଂ ଯାନବାହାନ ଢାଞ୍ଚାର ମୂଲ୍ୟାଙ୍କନ କରାଯିବ। ଜୟଦେବ ବିହାର – ନନ୍ଦନକାନନ କ୍ରମରେ ଏକ ଉଚ୍ଚ କରିଡର ପାଇଁ ରାଜ୍ୟ ସମ୍ପ୍ରତି ସବୁଜ ସଙ୍କେତ ଦେବା ପରେ ଟ୍ରାଫିକର ଏକ ବିସ୍ତୃତ ଅଧ୍ୟୟନ ପାଇଁ ଯୋଜନା କରାଯାଇଛି।
ପ୍ରକାଶ ଥାଉ କି ଫେବୃଆରୀ ୧୧ ତାରିଖରେ, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ସହିତ ଏକ ଆଲୋଚନାରେ କହିଥିଲେ ଯେ ‘କରିଡରର ବଡ଼ ପାର୍ଟିଶନ ୨୦୨୭-୨୮ ସୁଦ୍ଧା ସମାପ୍ତ ହେବାର ଯୋଜନା ରହିଛି’ । ଏହା ସହିତ, ୪-ଲେନ୍ ଫ୍ଲାଏଓଭରରେ ସେବା ରାସ୍ତା ଏବଂ ଓଭରହେଡ୍ ଲେନ୍ ମଧ୍ୟରେ ସୁଗମ ପରିବର୍ତ୍ତନ ପାଇଁ ରଣନୈତିକ ପ୍ରସ୍ଥାନ ସ୍ଥାନ ରହିବ।

CLICK HERE TO VISIT IIT MADRAS WEBSITE

ଆମର ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ |

IITM aids Bhubaneswar traffic.

ରାଜଧାନୀ ରାସ୍ତା କଡ଼ରେ ଆପଣ ଗାଡ଼ି ରଖି କେଉଁଠି ଯାଇଛନ୍ତି କି ? ତାହେଲେ ହଇରାଣ ହେବା ଟା ଥାଏ। ଏମିତି କି ନାକରେ କାନ୍ଦିବାକୁ ପଡିପାରେ
ରବିବାର ଭୁବନେଶ୍ୱର ସିଆରପି ଛକରେ ଛୋଟ ପିଲା ସହ ଗୋଟିଏ ପରିବାର ଫାଷ୍ଟ ଫୁଡ୍ ଖାଉଥିବା ବେଳେ ତାଙ୍କ ଗାଡ଼ିକୁ ଟୋ’ କରିଥିଲା ଟ୍ରାଫିକ ପୁଲିସ। ଗାଡ଼ି ଟାଣିନେବା ବେଳକୁ ଛୋଟ ପିଲାକୁ ଧରି ଅଧା ଖାଇବାରୁ ଉଠି ଆସିଥିଲେ ପରିବାର। କିନ୍ତୁ ସେତେବେଳକୁ ଗାଡ଼ି ଟାଣି ନେଇଥିଲା ପୁଲିସ। ରାତି ପ୍ରାୟ ୯ ଟା ବେଳକୁ ବଡ ସମସ୍ୟାରେ ପଡ଼ି ଯାଇଥିଲେ ପରିବାର ଲୋକେ। ଏମିତିକି ଗାଡ଼ିରେ ତାଙ୍କ ମୋବାଇଲ୍ ରହି ଯାଇଥିବାରୁ କାହାକୁ ଯୋଗାଯୋଗ ବି କରିପାରି ନ ଥିଲେ। ଦୀର୍ଘ ସମୟ ହଇରାଣ ହେବା ପରେ ଅନ୍ୟଏକ ଅଟୋ କରି ଘରକୁ ଫେରିଥିଲେ।
ଜଣାପଡିଲା ତାହା ଅତ୍ୟନ୍ତ ସାଙ୍ଘାତିକ କଥା। ଟୋଇ ଦାୟିତ୍ବ ନେଇଥିବା ସଂସ୍ଥା ନିଜସ୍ଵ ଏଜେନ୍ସି ଲଗାଇ ଟ୍ରାଫିକ ପୁଲିସକୁ ଖବର ଦେଇଥିଲା। କେବଳ ଗୋଟିଏ ନୁହେଁ ଟୋଇ ଦାୟିତ୍ୱରେ ଥିବା ସଂସ୍ଥା ଦଲାଲକୁ ନିଯୁକ୍ତି ଦେଇ ଏଭଳି କରୁଥିବା କୁହା ଯାଉଛି। ଗୋଟିଏ ପକ୍ଷରେ ରାସ୍ତା କଡ଼ରେ ଫାଷ୍ଟଫୁଡ ଦୋକାନ ଖୋଲିବା ପାଇଁ ବିଏମସି ଅନୁମତି ଦେଉଥିବା ବେଳେ ଟ୍ରାଫିକ ପୁଲିସ ଓ ଟୋଇ ସଂସ୍ଥା ସେଠାରେ ଯନ୍ତା ପକାଇ ଜରିମାନା ଆଦାୟ କରୁଥିବା ଅଭିଯୋଗ ହେଉଛି।

ସକାଳୁ ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଠେଲାପିଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇଜଣ ମହିଳା ଭକ୍ତ ଆହତ ହୋଇଛନ୍ତି

ଖବର ନେବାରୁ ଜଣା ପଡ଼ିଛି ଯେ ମନ୍ଦିରରେ ଭୋରରୁ ସାହାମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭକ୍ତଙ୍କ ଭିଡ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନ ଥିଲା। ଆରମ୍ଭ ହୋଇଥିଲା। ଭକ୍ତମାନେ ମନ୍ଦିର ଗର୍ଭଗୃହ ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ପୁଲିସ ନିୟନ୍ତ୍ରଣ କରିବାକୁ ଯାଉ ଭକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ମନ୍ଦିର ଦକ୍ଷିଣ ଘର ନିକଟରେ ଭକ୍ତ ପରସ୍ପରକୁ ଠେଲାପେଲା କରିଥିଲା। ଦଳାଚକଟାରେ ଦୁଇଜଣ ମହିଳା ଆହତ ହୋଇଥିଲେ। ପରିସ୍ଥିତି ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷେ ପୁଲିସ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଚାନକ ଶ୍ରଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାର ଭକ୍ତ ଲିଙ୍ଗରାଜ ଦର୍ଶନ କଲେଣି ବୋଲି କହିଛନ୍ତି ଡିସିପି। ରାତିରେ ବଡ ଭିଡ଼କୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରିଛି ଯୁବକ। ମୃତ ଯୁବତୀ ହେଲେ ଜ୍ୟୋତିର୍ମୟୀ ରଣା। ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା ସୋର ପୌର ପରିଷଦର ଲିଙ୍ଗପଡ଼ା ଗ୍ରାମରେ
ଖବର ନେବାରୁ ଜଣାପଡ଼ିଛି ଯେ, ଜ୍ୟୋତିର୍ମୟୀ ଓ ଅଭିଯୁକ୍ତ ଯୁବକ ଭୁବନେଶ୍ବର ରହୁଥିଲେ ଏବଂ ଗୋଟିଏ ସଂସ୍ଥାରେ କାମ କରୁଥିଲେ। ଯୁବକ ଜଣଙ୍କ ଜ୍ୟୋତିର୍ମୟୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ ଯୁବକ। ଯୁବତୀ ନିଜ ଘରକୁ ଯାଇଥିବା ବେଳେ ଯୁବକ ତାଙ୍କ ଘରେ ପହଞ୍ଚି ପୁଣି ପ୍ରେମ ନିବେଦନ କରିଥିଲେ। ଜ୍ୟୋତିର୍ମୟୀ ପ୍ରତ୍ୟାଖାନ କରିବାରୁ ଯୁବକ ଜଣଙ୍କ ତାଙ୍କ ଗଳା କାଟି ହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଯୁବକ ଜଣକ ଏବେ ଫେରାର ଅଛି ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି।

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିନ୍ଦା କରିବା ସହ କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି।

ସେ କହିଛନ୍ତି ଛାତ୍ରୀ ଦୁଇ ସାଇଡ କରିବା ଘଟଣାରେ ଛାତ୍ରଛାତ୍ରୀ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଛି ଓ ସାଇନ୍ ଏ ଡାଏ ଘୋଷଣା କରାଯାଇଥିଲା। କିନ୍ତୁ କେବଳ ନେପାଳୀ ଛାତ୍ର ଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ କାହିଁକି ଘୋଷଣା କରା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେଥିପାଇଁ କିଟ୍ ପ୍ରତିଷ୍ଠାତାଙ୍କ ଗିରଫ ଦାବି କରିଛନ୍ତି ଏବଂ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ଦେଲେ ସେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ସେହିଭଳି କିଟରେ କେତେକ ଆଇଏଏସ୍ ଓ ଆଇପିଏସଙ୍କ ପତ୍ନୀ ଚାକିରି କରିଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି।
ଅପରପକ୍ଷେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ବିଧାନସଭାରେ ଉତ୍ତର ରଖି କହିଛନ୍ତି ଯେ କିଟ୍ ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ସେପଟେ କିଟ୍ କାଣ୍ଡ ନେଇ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟିର ଶୁଣାଣି ଆରମ୍ଭ ହୋଇଛି।

କିଟ୍‌ର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅପ୍ରିତିକର ପରିସ୍ଥିତି କ୍ରମରେ ନେବାର ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ନୋଟିସ କରିଥିଲେ କିଟ୍‌ କର୍ତ୍ତୃପକ୍ଷ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଏବେ ପୁଣି ଥରେ ଫେରି ଆସିବାକୁ ଅପିଲ୍‌ କରିଛନ୍ତି କର୍ତ୍ତୃପକ୍ଷ

ଖବର ନେବାରୁ ଜଣାପଡ଼ିଛି ଯେ, କିଟ୍‌ରେ ପଡଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କୁ ମୃତଦେହ ମିଳିବା ପରେ କ୍ୟାମ୍ପସ୍‌ ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌ ଭିତରେ ଭଙ୍ଗାରୁଜା କରିବା ସହ ହୋ-ହଲ୍ଲା କରିଥିଲେ। ଏପରିସ୍ଥଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ପ୍ରେମରେ ପ୍ରତାରଣା ପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି।
ସେପଟେ ବିଶ୍ୱବିଦ୍ୟାଳୟରେ ପରିସ୍ଥିତିକୁ ଦେଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଥିଲା। ନେପାଳର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ନୋଟିସ୍‌ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବସ୍‌ରେ କଟକ ରେଳ ଷ୍ଟେସନ୍‌ରେ ଛାଡ଼ି ଦିଆଯାଇଥିଲା। ସେଠାରୁ ରିଜର୍ଭେସନ ଟିକଟ ନ ମିଳିବାରୁ ସେମାନେ ଜେନେରାଲ୍‌ ବଗିରେ ପୁରୀ-ପାଟଣା ଏକ୍ସପ୍ରେସ୍‌ରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନେପାଳର ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କାହିଁକି କ୍ୟାମ୍ପସ୍‌ରୁ ଫେରାଇ ଦିଆଗଲା ସେ ନେଇ ପଚାରି ବୁଝିଛନ୍ତି। ଖୁବ୍‌ ଶିଘ୍ର ଦୁଇଜଣ ଅଧିକାରୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି। ଏହା ପରେ ଏବେ ପୁଣିଥରେ ନଇଁଛି କିଟ୍‌ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଫେରି ଆସିବା ପାଇଁ ଅପିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି।

ଗତ ଶୁକ୍ରବାର ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେବେ ଗୁରୁତର ହୋଇ ରାଜକୁମାରୀ ପ୍ରଧାନଙ୍କର ସୋମବାର ମୃତ୍ୟୁ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଝିଅ ନନ୍ଦିନୀ ପ୍ରଧାନ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଥିଲେପ୍ରତିବାଦରେ ଆଜି ପରିବାର ଲୋକେ ଏମ୍ସ ଆଗରେ ଧାରଣାରେ ବସିଛନ୍ତି
ଖବର ନେବାରୁ ଜଣାପଡ଼ିଛି ଯେ, ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ବିହାରରେ ରହୁଥିବା ନନ୍ଦିନୀ ପ୍ରଧାନ ଭାଇଙ୍କ ସହ ମାଆଙ୍କୁ ଛାଡ଼ିବା ପାଇଁ ବସଷ୍ଟାଣ୍ଡକୁ ଆସିଥିଲେ। କିନ୍ତୁ ମୋ ବସ୍ ଧକ୍କା ଦେବାରୁ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥରେରେ ତାଙ୍କ ମାଆ ଓ ଭାଇ ବିଦ୍ୟାସାଗରଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
ମୋ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ବାହାରିବା ଦେଖି ଲୋକେ ଗୋଡ଼ାଇଥିଲେ। ବସ୍ ଚାଳକ ପ୍ରଶାନ୍ତ ଛୋଟରାୟ ଜୀବନ ବିକଳରେ ଗାଡ଼ିର ବେଗ ବଢ଼ାଇ ଖୋର୍ଦ୍ଧା ଦିଗରେ ପଳାଇଥିଲା। ପାଖାପାଖି ୨୦ ବାଇକରେ ଲୋକେ ତାକୁ ଗୋଡ଼ାଇ ଥିଲେ। ତଳଖେତା ଛକରୁ ବସ୍ଟି ମୋଡ଼ ବଦଳାଇ ତମାଣ୍ଡୋ ଦିଗରେ ଆସିଥିଲା ଏବଂ ତମାଣ୍ଡୋ ଥାନା ନିକଟରେ ଅଟକି ଥିଲା। ପିଛା କରୁଥିବା ଲୋକେ ତାକୁ ଥାନା ଆଗରେ ମଧ୍ୟ ମାଡ ମାରିଥିଲେ। ପୁଲିସ ବହୁ କଷ୍ଟରେ ବସ୍ ଚାଳକ ପ୍ରଶାନ୍ତକୁ ଉଦ୍ଧାର କରିଥିଲା।