ବାଣିଜ୍ୟ ଏବଂ ପରିବହନ ବିଭାଗର ଏକ ସର୍ଭେ ଅନୁଯାୟୀ, ରାଜ୍ୟରେ ଚଳାଚଳ କରୁଥିବା ପ୍ରାୟ ୫୯ ପ୍ରତିଶତ ଯାନ ବୀମା ବିନାରେ ଚାଲୁଛି। ଯାହା ଫଳରେ ଅନେକ ଗାଡ଼ିର ମାଲିକ ଆର୍ଥିକ ବିପଦ ଏବଂ ଆଇନଗତ ପରିଣାମର ସମ୍ମୁଖୀନ ହେଉଛନ୍ତି।

ଶୁକ୍ରବାର ଖାରବେଳ ଭବନରେ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୧.୦୩ କୋଟି ପଞ୍ଜିକୃତ ଯାନ ମଧ୍ୟରୁ ୬୧.୫୭ ଲକ୍ଷରୁ ଅଧିକ ଯାନବାହନ ବୀମା କଭରେଜ୍ ପାଇନାହାଁନ୍ତି। ଏହି ବୈଠକ ରେ ଦେଇଥିଲେ, ଯାହା ବିଦ୍ୟମାନ ପ୍ରକ୍ରିୟାଗୁଡ଼ିକୁ ଉନ୍ନତ କରିବା ସହ ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ହିତାଧିକାରୀମାନଙ୍କୁ ତ୍ୱରିତ ଏବଂ ଅସୁବିଧାମୁକ୍ତ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବିଭାଗ ଯାନ ବୀମା ଦାବି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରମୁଖ ସଂସ୍କାର ଆଣିଛି।

ଏହାର ସୁବିଧା ଗାଡ଼ି ମାଲିକ ମାନେ ପାଇ ପାରିବେ ବୋଲି ଆଲୋଚନା ହୋଇଥିଲା।

ଆନ୍ଧ୍ର ପରେ ଏବେ ଓଡ଼ିଶା ଜମି ଉପରେ ନଜର ପାଇଛି ପଶ୍ଚିମବଙ୍ଗ। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ଉପରେ ପଶ୍ଚିମ ବଙ୍ଗ ଜମି ଦଖଲ ପାଇଁ ଖୁଣ୍ଟ ପୋତିଛି।
ଶନିବାର ପଶ୍ଚିମବଙ୍ଗ ରାଜସ୍ବ ବିଭାଗ ଓ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ସାହାବାଜପୁର ଅଞ୍ଚଳରେ ଖୁଣ୍ଟ ପୋଟିଛି। ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସି ନ ଥିଲେ। ଅପରପକ୍ଷେ ଲୋକଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ପ୍ରଶାସନିକ କର୍ମଚାରୀମାନେ ବାଧ୍ୟ ହୋଇ ଖୁଣ୍ଟ ଉପାଡ଼ି ଚାଲି ଯାଇଥିଲେ।
ପ୍ରକାଶ ଥାଉ କି ଓଡ଼ିଶାର କୋଟିଆ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ର ପ୍ରଦେଶ ଦଖଲକୁ ନେବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ସେହିଭଳି ମହାନଦୀ ଉପରମୁଣ୍ଡରେ ତେଲେଙ୍ଗାନା ପୋଲାଭରମ ପ୍ରକଳ୍ପ କରିବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି।

ଭୁବନେଶ୍ୱର, କଟକ ଡିସିପିଙ୍କ ସମେତ ଆଇପିଏସ ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାର ଏସ୍‌ ଏମ୍‌ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ଵ ଦିଆଯାଇଛି।
ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସିରେ ଏଡିଜି, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଜି, (ଅପରେସନ୍‌) ଭାବେ ବଦଳି କରାଯାଇଛି। ସେହିପରି ଆଇଜି (ଅ‌ପରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି। ଗତ କିଛି ମାସ ବ୍ୟବଧାନରେ ଏବଂ ସରକାରୀ ଦଳ ବିଜେପିର ସଭାପତି ପରିବର୍ତ୍ତନ ପୂର୍ବରୁ ସରକାରଙ୍କ ଏଭଳି ବଦଳି ପଛରେ କ’ଣ ରହିଛି କାରଣ ତାହା ଜଣା ପଡିନାହିଁ।