ଗତକାଲି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ବିଧାନସଭାରେ ୭ ଦିନ ପାଇଁ ନିଲମ୍ବନ କରାଯିବା ପରେ ଆଜି ଅନ୍ୟ ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ବାହାରେ କଂଗ୍ରେସର ଅନ୍ୟ ବିଧାୟକଙ୍କ ସମେତ ଦଳୀୟ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ପୁଲିସ ସହ କଂଗ୍ରେସ କର୍ମୀମାନେ ଧସ୍ତାଧସ୍ତି ହୋଇଥିଲେ।
ଓଡ଼ିଶା ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ଗତକାଲି ଠାରୁ ପରିସ୍ଥିତି ଜଟିଳ ରହିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭାରେ ଭିତରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଥିଲେ। ମାଷ୍ଟର କ୍ୟାଣ୍ଟିନ ରାସ୍ତାରେ ସାରାରାତି କଂଗ୍ରେସ ବିଧାୟକମାନେ ଧାରଣାରେ ବସି ପ୍ରତିବାଦ କରିଥିଲେ।

ଏମିତିକି ବିଧାନସଭାକୁ ପ୍ରବେଶ ପାଇଁ ଯାଉଥିବା ବିଧାୟକଙ୍କୁ ଜୋର୍ ଜବରଦସ୍ତ ସୁରକ୍ଷା କର୍ମୀଙ୍କ ଦ୍ବାରା ତଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ତାରା ପ୍ରସାଦ ବାହିନୀପତି ସାରା ରାତି ଧାରଣାସ୍ଥଳରେ ବସି ଅସୁସ୍ଥ ହୋଇପଡ଼ିଥିବାରୁ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ।
ମଧ୍ୟାହ୍ନ ବେଳକୁ ଶତାଧିକ କଂଗ୍ରେସ କର୍ମୀ ବିଧାନ ସଭା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।ଅପରପକ୍ଷେ ବିଧାୟକ ଶ୍ରୀ ବାହିନୀପତିଙ୍କ ଅଭିଯୋଗ ଅନୁଯାୟୀ ସୁରକ୍ଷା କର୍ମୀ ମାନେ ତାଙ୍କ ବେକରୁ ସୁନା ଚେନ ଛିଡାଇ ନେଇଛନ୍ତି।

ଏଭଳି ସ୍ଥିତିରେ ବିରୋଧୀ ବିଧାୟକମାନେ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଥିବା ବେଳେ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନିଆଯାଉଛି ବୋଲି କହିଛନ୍ତି। ଏ ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏଵଂ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିଲମ୍ବନ ଆଦେଶକୁ ନିନ୍ଦା କରିଛନ୍ତି।

ଆପଣ ଭଲ କରନ୍ତୁ, ଅବା ଖରାପ, ଯାହା କଲେ ବି ଲୋକ କହିବେ। ଯଦି ଅନ୍ୟମାନଙ୍କ କଥାକୁ ଶୁଣିବେ ତାହେଲେ କିଛି କରିପାରିବେ ନାହିଁ କି ଆଗକୁ ବଢ଼ିପରିବେ ନାହିଁ ।

ଜଣେ ବ୍ୟକ୍ତିଙ୍କର ଏକ ଗଧଟିଏ ଥିଲା। ଦିନ ଆସିଲା ଗଧଟି କୌଣସି କାମରେ ଲାଗିଲା ନାହିଁ। ତେଣୁ ବୃଦ୍ଧ ଜଣଙ୍କ ଗଧକୁ ଧରି ବିକ୍ରି କରିବା ପାଇଁ ବାହାରିଲେ। ସାଙ୍ଗରେ ପୁଅକୁ ନେଇ ହାଟକୁ ବାହାରିଲେ। ଦୁହେଁ ପ୍ରଥମେ ଗଧ ଉପରେ ବସି ଯାଇଥାନ୍ତି। ବାଟରେ ଜଣେ ବ୍ୟକ୍ତି ଦେଖିଲେ ଓ ବାପା ପୁଅଙ୍କୁ ଗାଳି ଦେଲେ। କହିଲେ କେଡେ ନିଷ୍ଠୁର ଦୁଇଜଣ। ଦୁଇ ଜଣ ଯାକ ଗୋଟେ ନିରୀହ ଗଧ ଉପରେ ବସି ଯାଉଛ। ତାପରେ ବାପା ଓହ୍ଲାଇ ପଡିଲେ। ପୁଅ ଗଧ ଉପରେ ବସିଥାଏ।

କିଛି ବାଟ ଗଲା ପରେ ଆଉଜଣେ ବାଟୋଇ ଦେଖା ହେଲେ। ସେ ବି ତାତ୍ସଲ୍ୟ କରି କହିଲେ, ବୁଢ଼ା ବାପା ଚାଲି ଚାଲି ଯାଉଛି। ହେଲେ ପୁଅ ଗଧ ଉପରେ ବସି ଯାଉଛି। ଧିକ ତମର ପୁଅ ପଣିଆ। ଏକଥା ଶୁଣି ପୁଅ ଗଧ ଉପରୁ ଓହ୍ଲାଇ ପଡ଼ିଲା। କିଛି ବାଟ ଯିବା ପରେ ଆଉଜଣେ ବାଟୋଇ ଦେଖା ହେଲା। ସେ ବି ତାତ୍ସଲ୍ୟ କରିବା ଆରମ୍ଭ କଲା। କହିଲା, କେଡେ ବୋକା ବାପ ପୁଅ ଦୁଇଜଣ। ଗଧକୁ ଚଲେଇ ଚାଲେ ବାପ ପୁଅ ଚାଲି ଚାଲି ଯାଉଛ !

ତାପରେ ବାପ ଗଧ ଉପରେ ବସିଲା ପୁଅ ଚାଲି ଚାଲି ଗଲା। କିଛି ବାଟ ପରେ ଆଉ ଜଣେ ବାଟୋଇ ଦେଖା ହେଲା। ସେ କହିଲା, କେମିତି ବାପ ଇଏ। ପୁଅକୁ ଚଲେଇ ଚଲେଇ, ନିଜେ ଗଧ ଉପରେ ଆରାମରେ ଯାଉଛି।

ଏସବୁ ଶୁଣିଲା ପରେ ବାପ ପୁଅ ଦ୍ୱନ୍ଦ୍ୱରେ ପଡିଗଲେ। ସେମାନେ ଆଉ କାହା କଥା ଶୁଣିବେନି। ଆପଣ ଯାହା କଲେ ବି ଲୋକ କହିବେ। ଅନ୍ୟମାନଙ୍କ କଥା ଶୁଣିଲେ ଆପଣ କିଛି କରିପାରିବେ ନାହିଁ। ଯାହା ଭାବୁଛନ୍ତି ଦୃଢ଼ ଭାବେ ନିଷ୍ପତ୍ତି ନିଅନ୍ତୁ ଓ ତାହା ନିଶ୍ଚୟ କରନ୍ତୁ।

ବୁଲା କୁକୁରରୁ ସହିଦ କିଆ

ମୁସଲମାନଙ୍କ ପର୍ବ ଇଦ ଅବସରରେ ୩୨ ଲକ୍ଷ ମୁସଲମାନ ପରିବାରକୁ ଗିଫ୍ଟ ବାଣ୍ଟିବ ବିଜେପି। ଗରିବ ମୁସଲମାନ ଲୋକଙ୍କୁ ବିଜେପି ଏହି ଉପହାର ବାଣ୍ଟିବ।

ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଉପହାର ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍‌ରୁ ଆରମ୍ଭ ହେବ। ଅଭିଯାନର ପର୍ଯ୍ୟବେକ୍ଷଣ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର କହିବା ଅନୁସାରେ, ଏହାଦ୍ବାରା ଗରିବ ମୁସଲମାନ ଲୋକେ ମଧ୍ୟ ଖୁସିର ସହ ଇଦ୍‌ ପାଳନ କରିପାରିବେ। ଏଥିପାଇଁ ତାଙ୍କୁ ଏକ କିଟ୍‌ ଗିଫ୍ଟ କରାଯିବ।

ଏଥିରେ ବିଜେପିର ୩୨ ହଜାର କର୍ମୀ ନିୟୋଜିତ ହେବେ। ବିଜେପି କର୍ମୀମାନେ ଦେଶରେ ୩୩୨ ହଜାର ମସଜିଦ୍‌ରେ ରହି ଏହି ଗିଫ୍ଟ ବନ୍ତିବେ। ଏ ନେଇ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଜମାଲ ସିଦ୍ଧକି କହିଛନ୍ତି, ଇଦ୍, ଭାରତୀୟ ନବ ବର୍ଷ, ଇଷ୍ଟର, ଗୁଡ୍ ଫ୍ରାଇଡେକୁ ଦେଖି ବିଜେପି ଏହି ଅଭିଯାନ ଆରମ୍ଭ କରିଛି।
ବିଜେପି କହିଛ, ଏଭଳି ଅନେକ ସଂଖ୍ୟାଲଘୁ ରହିଛନ୍ତି, ଯେଉଁମାନେ ନିଜର ପର୍ବ ଠିକ୍ ଭାବରେ ପାଳନ କରିପାରୁନାହାନ୍ତି ଏଭଳି ସ୍ଥିତିରେ ବିଜେପି ‘ସୌଗାତ-ଇ-ମୋଦି’ ଆରମ୍ଭ କରିବ। ଏହାଛଡା ଜିଲ୍ଲାସ୍ତରରେ ଇଦ୍ ମିଳନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

ପବିତ୍ର ରମଜାନ୍‌ ମାସରେ ଇଦ୍ ପୂର୍ବରୁ ବିଜେପିର ଏହି ଅଭିଯାନ ଖୁବ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। କିଟ୍‌ରେ କପଡା, ଖଜୁରୀ, ଡ୍ରାଏ ଫ୍ରୁଟସ୍, ସେଭେଇ ଓ ଚିନି ରହିବ। ଏହାଛଡା ମହିଳାଙ୍କୁ ଦିଆଯାଉଥିବା କିଟ୍‌ରେ ସୁଟ୍‌ କପଡା ରହିବ ଓ ପୁରୁଷଙ୍କ କିଟ୍‌ରେ କୁର୍ତ୍ତା ପାଇଜାମା କପଡା ରହିବ। ରିପୋର୍ଟ ଅନୁସାରେ, ଏହି କିଟ୍‌ର ମୂଲ୍ୟ ୫୦୦ ରୁ ୬୦୦ ଟଙ୍କା ରହିବ।

ଝିଅ ବାହାଘର ପାଇଁ ରଖିଥିଲେ ଗହଣା, ଟଙ୍କା; ନେଇଗଲେ ଡକାୟତ

ବିଶୃଙ୍ଖଳା ଆଚରଣ ଅଭିଯୋଗରେ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନିଲମ୍ବିତ ବିଧାୟକ ମାନେ ହେଲେ ନୀଳମାଧବ ହିକକା, ରାମଚନ୍ଦ୍ର କାଡ଼ାମ, ମଙ୍ଗୁ ଖିଲ, କାଡ୍ରାକା ଅପୋଲୋସ୍ୱାମୀ, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ,ପବିତ୍ର ସାଉନ୍ତା, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ଅଶୋକ ଦାସ, ସୋଫିଆ ଫିର୍ଦୋସ, ରାଜନ୍ ଏକକା ନିଲମ୍ବିତ।

ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ପ୍ରସ୍ତାବ ଉପରେ ବିଧାୟକମାନଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ବିଧାୟକମାନଙ୍କୁ ନିଲମ୍ବନ କରାଯାଉଥିବା ନେଇ ଗୃହରେ ସୂଚନା ଦିଆଯାଇଛି। ବିଧାୟକ ରମେଶ ଜେନା ଓ ତାରା ପ୍ରସାଦ ବାହିୀପତିଙ୍କୁ ଛାଡ଼ିଲେ କଂଗ୍ରେସର ସବୁ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ବିଧାୟକମାନେ ଗୃହରୁ ନ ବାହାରିବାରୁ ସେମାନଙ୍କୁ ବାହାର କରିବା ପାଇଁ ମାର୍ଶାଲଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ପରେ ଗୃହକୁ ୨୦ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପ୍ରକାଶ ଥାଉ କି ଗତ ସପ୍ତାହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନପତିଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଥିଲା।

 

ଆଉ ମାତ୍ର ଦିନ କେତୋଟି ପରେ ଝିଅ ବାହାଘର ହୋଇଥାନ୍ତା। ଘର, ଦ୍ଵାର ଫାଟି ପଡୁଥାନ୍ତ। କିନ୍ତୁ ବାହାଘର ପୂର୍ବରୁ ସବୁ ଛାରଖାର କରିଦେଲେ ଲୁଟେରା।
ଏକ ଡକାୟତ ଗ୍ୟାଙ୍ଗର ୪ ଜଣିଆ ସଦସ୍ୟ ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ସମେତ ନଗଦ ୩୦ ଲକ୍ଷ ଟଙ୍କା। ଏଭଳି ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଜାହାଙ୍ଗୀରବାଦ ଅଞ୍ଚଳରେ।
ଖବର ନେବାରୁ ଜଣା ପଢ଼ିଛି ଯେ ଜାହାଙ୍ଗୀରବାଦ ଗ୍ରାମର ବିଜୟ ମହାନ୍ତି ଝିଅ ବାହାଘର ପାଇଁ ସୁନାଗହଣା ଏଵଂ ଟଙ୍କା ରଖିଥିଲେ। ଧାର କରଜ କରି ଏସବୁ ଝିଅ ବାହାଘର ପାଇଁ ସଂଚିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ବନ୍ଧୁକଧାରୀ ଡକାୟତ ଘରେ ପଶି ସବୁ ଗହଣା ଓ ଟଙ୍କା ଲୁଟି ନେଇଥିଲେ। ଏ ନେଇ ବିଜୟ ସାଲେପୁର ଥାନାରେ ଅଭିଯୋଗ କରିବା ପାରେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏ ପର୍ଯ୍ୟନ୍ତ ଡ଼କାୟତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ପୁଲିସ ନକଲି; ଠକେଇ ଅସଲି

 

ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)। ଚର୍ଚ୍ଚା, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶେଷରେ କୌଣସି ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବନାହିଁ ବୋଲି ଓଇଆର୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୋମବାର ରାଜ୍ୟର ବିଦ୍ୟୁତ୍‌ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି।
ଓଇଆର୍‌ସିର ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍‌ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ମାସିକ ମିଟର ଭଡ଼ା ବାବାଦରେ ଦେଉଥିବା ୬୦ ଟଙ୍କା ଲେଖାଏଁ ଦେବାରୁ ମୁକ୍ତ ହେବେ।
କିନ୍ତୁ ଯେଉଁମାନେ ୨ କିଲୋୱାଟ୍‌ରୁ ଅଧିକ ବିଦ୍ୟୁତ ବ୍ୟବହାର କରିବେ ସେମାନଙ୍କ ପାଇଁ ଏହି ଦେୟ ଲାଗୁ କରାଯିବ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍‌ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହା ସହିତ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ, ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଇଥିବା ବିଦ୍ୟୁତ ବିଲ୍‌ ଉପରେ ୪% ରିହାତି ମିଳି।
ଏହି ପଦକ୍ଷେପର ଲକ୍ଷ୍ୟ ନଗଦହୀନ କାରବାରକୁ ଉତ୍ସାହିତ କରିବା ଏବଂ ଗ୍ରାହକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବା। ସୂଚନାଯୋଗ୍ୟ, ୨୦୨୧-୨୨ ପରଠାରୁ ବିଦ୍ୟୁତ ଶୁଳ୍କରେ କୌଣସି ବୃଦ୍ଧି ହୋଇନାହିଁ।

ପୁଲିସ ନକଲି; ଠକେଇ ଅସଲି

ଦେଖିବାକୁ ପୂରା ଅସଲି ପୁଲିସ ଭଳି। କିନ୍ତୁ କାରବାର ପୂରା ନକଲି। ନିଜକୁ ପୁଲିସ ପରିଚୟ ଦେଇ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଠକେଇ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ହେଲେ ମାନସ ରଞ୍ଜନ ସେନାପତି। ମାନସଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। ସେ ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିଲେ। ମାନସ ନିଜକୁ ପୁଲିସ ସବ୍‌ ଇନ୍ସିପେକ୍ଟରର ପରିଚୟ ଦେଇ ଠକି ଆସୁଥିଲେ। ମାନସ ନକଲି ପୁଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲେ। ତାଙ୍କ ନିକଟରୁ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୁଲିସ ଆଇ-କାର୍ଡ, କାର୍‌, ମୋବାଇଲ ଫୋନ ଆଦି ଜବତ କରିଛନ୍ତି ସହିଦ ନଗର ଥାନା ପୁଲିସ। ନିଜକୁ ପୁଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି।
ରବିବାର  ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ମାନସକୁ ଧରିଛି ପୁଲିସ। ଏବେ ନକଲି ପୁଲିସ ମାନସ ସହିଦ ନଗର ଥାନା ପୁଲିସ ହେପାଜତରେ ରହିଛି। କେତେଜଣଙ୍କୁ ମାନସ ଠକିଛନ୍ତି ଓ କେତେ ଟଙ୍କା ଠକିଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ଏବେ ସମଗ୍ର ଦେଶରେ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିରେଦରଣକୁ ନେଇ ଚର୍ଚ୍ଚା। ତେବେ ଜନସଂଖ୍ୟା ଦୃଷ୍ଟିରୁ ଯଦି ବିଚାର କରାଯାଏ ଯେଉଁ ରାଜ୍ୟ ନିଷ୍ଠାପର ଭାବେ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି ସେମାନେ ହିଁ ଏଥିପାଇଁ ଦଣ୍ଡିତ ହେବେ।

ଇଣ୍ଡିଆ ଟୁଡେର ଆକଳନ ଅନୁଯାୟୀ ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ପଞ୍ଜାବ ଓ ଓଡ଼ିଶାକୁ ଏହାର କ୍ଷତି ସହିବାକୁ ପଡ଼ିବ। ରିପୋର୍ଟ୍ ମୁତାବକ ଜନସଂଖ୍ୟା ଦୃଷ୍ଟିରୁ ୩ ଟି ଲୋକସଭା ଆସନ ହରାଇବ ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ରୁ ୧୮ କୁ ଖସି ଆସିବ।
ପ୍ରସ୍ତାବିତ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ରାଜ୍ୟଗୁଡିକର ନେତାମାନେ ଚେନ୍ନାଇରେ ଅନୁଷ୍ଠିତ ବୈଠକରେ ଏ ନେଇ ମତ ରଖିଛନ୍ତି।
ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେବଳ ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବା ଉଚିତ୍ ନୁହେଁ। ଅନ୍ୟ ଦିଗପ୍ରତି ଧ୍ୟାନ ଦିଆଯିବା ଉଚିତ୍। ସେହିଭଳି କଂଗ୍ରେସ ନେତା ତଥା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଠିକ୍ ଭବେ ପାଳନ କରିଛନ୍ତି ସେମାନେ ଏହାର ଦଣ୍ଡ ଭୋଗିବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କହିଛନ୍ତି ଭକ୍ତ।
ଯଦି ଜନସଂଖ୍ୟାକୁ ଆଧାର କରି ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ହୁଏ ତେବେ ଓଡ଼ିଶା ୩ ଆସନ ହାରାଇବ ଓ କେନ୍ଦ୍ରରେ ଓଡ଼ିଶାର ଦବଦବା ହ୍ରାସ ପାଇବ।

ଶିବସେନା ନେତା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ କଥିତ ମଜା ଯୋଗୁଁ ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରା ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଦଳୀୟ ନେତାମାନେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି। ଏମିତିକି ଶୋ ଚାଲିଥିବା ହୋଟେଲରେ ଭଙ୍ଗାରୁଜା କରିଛନ୍ତି।
ମୁମ୍ବାଇର ଖାରର ହୋଟେଲ ୟୁନିକଣ୍ଟିନେଣ୍ଟାଲରେ ସୁଟିଂ ହୋଇଥିବା କୁନାଲ କାମରାଙ୍କ ଶୋ’ରେ ଏକନାଥ ସିନ୍ଦେଙ୍କ ଉପରେ ଗଦ୍ଦର (ଦେଶଦ୍ରୋହୀ) ଆକ୍ଷେପ କରାଯାଇଥିଲା। କୌଣସି ନାମ ନ ନେଇ, ସେ ‘ଦିଲ୍ ତୋ ପାଗଲ୍ ହେ’ ଚଳଚ୍ଚିତ୍ରର ଏକ ଗୀତକୁ ପରିବର୍ତ୍ତନ କରି ଉପମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରିଥିବା ପରି ମନେ ହେଉଥିଲା।
ଶିବସେନା (UBT) ନେତା ସଞ୍ଜୟ ରାଉତ ଏକ୍ସ୍ ରେ କୁନାଲ କାମରାଙ୍କ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଏକ କ୍ୟାପସନ ଥିଲା, କୁନାଲ କା କମଲ।

କୁନାଲ କାମରାଙ୍କ ଏହି ମଜାକ ସେନା ନେତାମାନଙ୍କୁ ପସନ୍ଦ ଆସି ନ ଥିଲା, ଯେଉଁମାନେ କମେଡିଆନଙ୍କ ମନ୍ତବ୍ୟରେ ଆପତ୍ତି ଉଠାଇ ତାଙ୍କୁ ଚେତାବନୀ ଦେଇଥିଲେ। ଦଳୀୟ କର୍ମୀମାନେ ଶୋ’ର ସୁଟିଂ ହେଉଥିବା ଖାର ହୋଟେଲରେ ମଧ୍ୟ ଭଙ୍ଗାରୁଜା କରିଥିଲେ।

କେନ୍ଦ୍ରୀୟ ନେତାଙ୍କ ଚାପରେ ଓଡ଼ିଆ ଅସ୍ମିତା ଚେପା

ଓଡ଼ିଆ ଅସ୍ମିତାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳ ଚର୍ଚ୍ଚା ଆଲୋଚନା କରୁଛନ୍ତି। ତେବେ ଅତୀତକୁ ଅନୁଧ୍ୟାନ କଲେ ବିଭିନ୍ନ ରାଜନୈତିକ ଦଳ କିଭଳି ଓଡ଼ିଶାରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ପଠାଇ ଓଡ଼ିଆ ଅସ୍ମିତାକୁ ବିଦାରି ଦେଇଥିଲେ ତାହା ଆସନ୍ତୁ ଜାଣିବା।
ନିଜକୁ ଆଦର୍ଶର ଦଳ କହୁଥିବା ଭାରତୀୟ ଜନତା ପାର୍ଟି ୨୦୦୪ ମସିହାରେ ଛାତ୍ରପାଳ ସିଂ ଲୋଧା ଓ ୨୦୦୮ ମସିହାରେ ବଲବିର ପୁଞ୍ଜଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା।
ପରବର୍ତ୍ତୀ ସମୟରେ ଛାତ୍ରପାଳ ସିଂ ଲୋଧା ଲଜ୍ଜାଜନକ ଭାବେ ନିଜର ସଭ୍ୟପଦ ହରାଇବା ପରେ ଲଜ୍ଜାଜନକ ଭାବେ ଓଡ଼ିଶା ଭାଜପାର ମୁଣ୍ଡ ତଳକୁ ନାଇଁ ଯାଇଥିଲା।
ପରବର୍ତ୍ତୀ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ କରି ଏହାର ଭରଣା କରାଯିବାକୁ ଚେଷ୍ଟା କରା ଯାଇଥିଲା।
କେବଳ ଭାଜପା ନୁହେଁ ୧୯୯୨ ମସିହାରେ ଜନତା ଦଳ ପକ୍ଷରୁ ଏସଆର୍ ବୋମାଇଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ୨୯୮୪ ମସିହାରେ କଂଗ୍ରେସ କେରଳର କେ ବାସୁଦେବ ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରେରଣ କରି ରାଜନୀତିରେ ଓଡ଼ିଶା ରାଜନୀତି ଅସ୍ମିତାରେ ଦାଗ ଲଗାଇ ଯାଇଛନ୍ତି।

ତେବେ ଏବେ କ୍ଷମତାସୀନ ବିଜେପି ସରକାର ବିଜେଡି ସହଯୋଗରେ ରାଜସ୍ଥାନର ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଯଦିବା ଏହା ପଛରେ ଓଡ଼ିଶାର ସ୍ବାର୍ଥ ନିହିତ ଥିବା ବିଜେଡି ବିଭିନ୍ନ ସମୟରେ ସଫେଇ ଦେଇଛି ତେବେ ଏହା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ କି? ବାସ୍ତବିକ୍ ଏହା ଅସ୍ମିତାକୁ ନେଇ ରାଜନୀତି କରିବାର ଅଧିକାର ଦଳଗୁଡ଼ିକଠାରୁ ଛଡ଼ାଇ ନେଇଛି ବୋଲି କୁହାଯାଇ ପାରେ। (ଅବସିଷ୍ଟାଂଶ ଆର ଥରକୁ…)

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ