TT Ads

ଲକ୍ଷ ଲକ୍ଷ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିବ ଆମେରିକା। ଫଳରେ ପ୍ରାୟ ଏକ ମାସ ମଧ୍ୟରେ ସେମାନଙ୍କୁ ସମ୍ଭାବ୍ୟ ନିର୍ବାସନ ପାଇଁ ପ୍ରସ୍ତୁତ କରାଯିବ ବୋଲି ଆମେରିକା ଗୃହ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି

ଏହି ନିର୍ଦ୍ଦେଶ ଅକ୍ଟୋବର ୨୦୨୨ ପରଠାରୁ ଆମେରିକା ଆସିଥିବା ଚାରୋଟି ଦେଶର ପ୍ରାୟ ୫ ଲକ୍ଷ ୩୨ ହଜାର ଲୋକ ଏହା ଦ୍ବାରା ଦେଶାନ୍ତର ହେବେ ବୋଲି ଜଣା ପଡ଼ୁଛି। ସେମାନେ ଆର୍ଥିକ ପ୍ରାୟୋଜକଙ୍କ ସହିତ ଆସିଥିଲେ ଏବଂ ସେମାନଙ୍କୁ ଆମେରିକାରେ ରହିବା ଏବଂ କାମ କରିବା ପାଇଁ ଦୁଇ ବର୍ଷର ଅନୁମତି ଦିଆଯାଇଥିଲା। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ କହିଛନ୍ତି ଯେ ସେମାନେ ଏପ୍ରିଲ ୨୪ ତାରିଖରେ କିମ୍ବା ଫେଡେରାଲ ରେଜିଷ୍ଟରରେ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ପରେ ସେମାନଙ୍କର ଆଇନଗତ ସ୍ଥିତି ହରାଇବେ।
ଏହି ନୂତନ ନୀତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ ଯେଉଁମାନେ ପୂର୍ବରୁ ଆମେରିକାରେ ଅଛନ୍ତି ଏବଂ ଯେଉଁମାନେ ମାନବିକ ପାରୋଲ୍ କାର୍ଯ୍ୟକ୍ରମ ଅଧୀନରେ ଆସିଥିଲେ। ସେମାନେ ମାନବିକ ପାରୋଲ୍‌ର ବ୍ୟାପକ ଅପବ୍ୟବହାର କରିଥିବା କୁହାଯାଉଛି। ଏଭଳି ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପକାଇବା ପାଇଁ ଟ୍ରମ୍ପ ପ୍ରଶାସନର ପୂର୍ବ ନିଷ୍ପତ୍ତିକୁ ଅନୁସରଣ କରୁଛି। ଯାହା ଏକ ଦୀର୍ଘକାଳୀନ ଆଇନଗତ କାର୍ଯ୍ୟଧାରା। ଯାହାକୁ ରାଷ୍ଟ୍ରପତିମାନେ ଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ଥିବା ଦେଶରୁ ଲୋକଙ୍କୁ ଆମେରିକାରେ ପ୍ରବେଶ ଏବଂ ଅସ୍ଥାୟୀ ଭାବରେ ରହିବାକୁ ଅନୁମତି ଦେବା ପାଇଁ ବ୍ୟବହାର କରିଆସୁଛନ୍ତି।

କର୍ଣ୍ଣାଟକର ୪୮ ବିଧାୟକ ହନି ଟ୍ରାପ୍, ମୋତେ ମଧ୍ୟ ଟ୍ରାପ୍ ଉଦ୍ୟମ କରାଯାଇଛି: ସମବାୟ ମନ୍ତ୍ରୀ ରାଜନ୍ନା

TT Ads

Leave a Reply

Your email address will not be published. Required fields are marked *