ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ୱର୍ ଜାତୀୟ ରାଜପଥର ବରମୁଣ୍ଡା ଫ୍ଲାଏଓଭର ଉପରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରେ ଖଣ୍ଡଗିରି ଥାନାର ହୋମଗାର୍ଡ ଡ୍ରାଇଭର ମନୋଜ ମେହେର, ଚିତ୍ତରଞ୍ଜନ ପଟ୍ଟନାୟକ ରହିଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏକ କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବରମୁଣ୍ଡା ନିକଟରେ ଓଲଟି ପଡିଥିଲା। ଏଥିରେ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପଟୁ ଦୁଇଟି ପୁଲିସ ଭ୍ୟାନ ରଖି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ ଏକ ଟ୍ରଲର ଦ୍ରୁତ ଗତିରେ ଆସି ପୁଲିସ ଭ୍ୟାନ ଦୁଇଟିକୁ ପିଟି ଦେଇଥିଲା। ଫଳରେ ପୁଲିସ ଭ୍ୟାନ ଦୁଇଟି ମଧ୍ୟ ଚୁରମାର ହୋଇଯାଇଥିଲା। ଗାଡ଼ିରେ ବସିଥିବା ପୁଲିସ ହୋମଗାର୍ଡ ଚିତ୍ତରଞ୍ଜନ ଓ ମନୋଜ ଗୁରୁତର ଆହତ ହୋଇଥିଲେ।

ପରେ ପୁଲିସ ଆହତଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନା ପଠାଇଥିବା ବେଳେ ମୃତଦେହକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ପୁଲିସ ଜବତ କରିଛି।

୯ ସାଇବର ଠକଙ୍କ ଦେଢ଼ କୋଟିର ଆକାଉଣ୍ଟ ଫ୍ରୀଜ୍

 ଆପଣ ପ୍ରେମ ପାଇଁ ପ୍ରେମିକାଙ୍କୁ ଅପହରଣ କଥା ଶୁଣିଥିବେ। ହେଲେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପ୍ରେମିକକୁ ଅପହରଣ କରିଛି ପ୍ରେମିକା। କେବଳ ଅପହରଣ କରି ନାହିଁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ଆସିଛି। ଘଟଣା ଘଟିଛି ରାଜଧାନୀ ସହର ଭୁବନେଶ୍ୱରରେ।
ଖବର ନେବାରୁ ଜଣାପଡ଼ିଛି ଯେ, ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଝାଡପଡ଼ା ଅଞ୍ଚଳର ଯୁବକ ସୋମନାଥ ସ୍ୱାଇଁଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଲିଭ୍‌ ଇନ୍‌ ସମ୍ପର୍କରେ ରହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକଙ୍କ ଚରତ୍ର ପ୍ରତି ସନ୍ଦେହ କରିଥିଲେ ଯୁବତୀ। ଏଥିପାଇଁ ଯୁବକଙ୍କଠାରୁ ସମ୍ପର୍କ କାଟିବାକୁ ଚାହିଁଥିଲେ।
କିନ୍ତୁ ସମ୍ପର୍କ କାଟିବା ପୂର୍ବରୁ କିଛି ଟଙ୍କା ଝଡ଼ାଇବାକୁ ଚାହିଁଥିଲେ ପ୍ରେମିକା। ଏଥିପାଇଁ ସେ ନିଜର ବଡ଼ ଭଉଣୀର ପ୍ରେମିକକୁ କାମରେ ଲଗାଇ ଦେଇଥିଲେ। ବଡ଼ଭଉଣୀର ପ୍ରେମିକ ଅନ୍ୟ ୩ ଜଣ ଯୁବକଙ୍କ ସହଯୋଗରେ ଉଠାଇ ନେଇଥିଲେ ଝାଡ଼ପଡ଼ା ଅଞ୍ଚଳର ସୋମନାଥଙ୍କୁ ଉଠାଇ ନେଇଥିଲେ। ସୋମନାଥଙ୍କୁ ଏକ ଭଡ଼ା ଘରେ ରଖି ନିର୍ଯାତନା ଦେବା ସହ ୧୦ ଲକ୍ଷ ଟଙ୍କାରେ ତାଙ୍କର ମୁଣ୍ଡ ଜାମିନ ରଖ୍‌ôଥିଲେ।
ସୋମନାଥଙ୍କ ପରିବାର ଲୋକେ କମିାନରେଟ୍‌ ପୁଲିସର ସହଯୋଗ ନେଥିଲେ। ପୁଲିସ ତେବେ ୧୨ ଘଣ୍ଟାର ଅପରେସନ ପରେ ଅପହରଣର ମାଷ୍ଟର ମାଇଣ୍ଡ ପ୍ରେମିକା ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଯୁବତୀ ଜଣକ ଝାଡଖଣ୍ଡର ବୋଲି ଜଣାପଡିଛି।
ଏ ନେଇ ପୁଲିସ କମିସନର୍‌ ସୁରେଶ ଦେବଦତ୍ତଙ୍କ ସୂଚନ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଝାରପଡା ଅଞ୍ଚଳର ସୋମନାଥଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ଆସିଥିଲା। ପୁଲିସ ମାମଲା ରୁଜୁ କରି ସୋମନାଥଙ୍କୁ ଉଦ୍ଧାର କରିବାକୁ ଯୋଜନା କରିଥିଲା।
ଏଥିପାଇଁ ୩ଟି ଟିମ୍‌ ଗଠନ କରାଯାଇଥିଲା। ମୋବାଇଲ ଡାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ସାରା ରାତି ଲାଗିପାଗି ଅପହରଣକାରୀଙ୍କୁ ପ୍ରଥମେ ଠାବ କରିଥିଲା। ପରେ ସେମାନଙ୍କୁ ଗିରଫ କରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା ପୁଲିସ।

ସକାଳୁ ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଠେଲାପିଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇଜଣ ମହିଳା ଭକ୍ତ ଆହତ ହୋଇଛନ୍ତି

ଖବର ନେବାରୁ ଜଣା ପଡ଼ିଛି ଯେ ମନ୍ଦିରରେ ଭୋରରୁ ସାହାମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭକ୍ତଙ୍କ ଭିଡ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନ ଥିଲା। ଆରମ୍ଭ ହୋଇଥିଲା। ଭକ୍ତମାନେ ମନ୍ଦିର ଗର୍ଭଗୃହ ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ପୁଲିସ ନିୟନ୍ତ୍ରଣ କରିବାକୁ ଯାଉ ଭକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ମନ୍ଦିର ଦକ୍ଷିଣ ଘର ନିକଟରେ ଭକ୍ତ ପରସ୍ପରକୁ ଠେଲାପେଲା କରିଥିଲା। ଦଳାଚକଟାରେ ଦୁଇଜଣ ମହିଳା ଆହତ ହୋଇଥିଲେ। ପରିସ୍ଥିତି ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷେ ପୁଲିସ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଚାନକ ଶ୍ରଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାର ଭକ୍ତ ଲିଙ୍ଗରାଜ ଦର୍ଶନ କଲେଣି ବୋଲି କହିଛନ୍ତି ଡିସିପି। ରାତିରେ ବଡ ଭିଡ଼କୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିନ୍ଦା କରିବା ସହ କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି।

ସେ କହିଛନ୍ତି ଛାତ୍ରୀ ଦୁଇ ସାଇଡ କରିବା ଘଟଣାରେ ଛାତ୍ରଛାତ୍ରୀ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଛି ଓ ସାଇନ୍ ଏ ଡାଏ ଘୋଷଣା କରାଯାଇଥିଲା। କିନ୍ତୁ କେବଳ ନେପାଳୀ ଛାତ୍ର ଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ କାହିଁକି ଘୋଷଣା କରା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେଥିପାଇଁ କିଟ୍ ପ୍ରତିଷ୍ଠାତାଙ୍କ ଗିରଫ ଦାବି କରିଛନ୍ତି ଏବଂ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ଦେଲେ ସେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ସେହିଭଳି କିଟରେ କେତେକ ଆଇଏଏସ୍ ଓ ଆଇପିଏସଙ୍କ ପତ୍ନୀ ଚାକିରି କରିଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି।
ଅପରପକ୍ଷେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ବିଧାନସଭାରେ ଉତ୍ତର ରଖି କହିଛନ୍ତି ଯେ କିଟ୍ ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ସେପଟେ କିଟ୍ କାଣ୍ଡ ନେଇ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟିର ଶୁଣାଣି ଆରମ୍ଭ ହୋଇଛି।

କିଟ୍‌ର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅପ୍ରିତିକର ପରିସ୍ଥିତି କ୍ରମରେ ନେବାର ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ନୋଟିସ କରିଥିଲେ କିଟ୍‌ କର୍ତ୍ତୃପକ୍ଷ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଏବେ ପୁଣି ଥରେ ଫେରି ଆସିବାକୁ ଅପିଲ୍‌ କରିଛନ୍ତି କର୍ତ୍ତୃପକ୍ଷ

ଖବର ନେବାରୁ ଜଣାପଡ଼ିଛି ଯେ, କିଟ୍‌ରେ ପଡଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କୁ ମୃତଦେହ ମିଳିବା ପରେ କ୍ୟାମ୍ପସ୍‌ ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌ ଭିତରେ ଭଙ୍ଗାରୁଜା କରିବା ସହ ହୋ-ହଲ୍ଲା କରିଥିଲେ। ଏପରିସ୍ଥଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ପ୍ରେମରେ ପ୍ରତାରଣା ପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି।
ସେପଟେ ବିଶ୍ୱବିଦ୍ୟାଳୟରେ ପରିସ୍ଥିତିକୁ ଦେଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଥିଲା। ନେପାଳର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ନୋଟିସ୍‌ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବସ୍‌ରେ କଟକ ରେଳ ଷ୍ଟେସନ୍‌ରେ ଛାଡ଼ି ଦିଆଯାଇଥିଲା। ସେଠାରୁ ରିଜର୍ଭେସନ ଟିକଟ ନ ମିଳିବାରୁ ସେମାନେ ଜେନେରାଲ୍‌ ବଗିରେ ପୁରୀ-ପାଟଣା ଏକ୍ସପ୍ରେସ୍‌ରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନେପାଳର ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କାହିଁକି କ୍ୟାମ୍ପସ୍‌ରୁ ଫେରାଇ ଦିଆଗଲା ସେ ନେଇ ପଚାରି ବୁଝିଛନ୍ତି। ଖୁବ୍‌ ଶିଘ୍ର ଦୁଇଜଣ ଅଧିକାରୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି। ଏହା ପରେ ଏବେ ପୁଣିଥରେ ନଇଁଛି କିଟ୍‌ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଫେରି ଆସିବା ପାଇଁ ଅପିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆସିଛି ଗୁରୁଡିଝାଟିଆ ଥାନା ଗୋବାରା ପଞ୍ଚାୟତ ଓରାଙ୍ଗବାଡ଼ି ଗ୍ରାମରୁ।
ଖବର ନେବାରୁ ଜଣାପଡ଼ିଛି ଯେ, ଜମିବାଡ଼ିକୁ କେନ୍ଦ୍ରକରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଏପରି ହୋଇଥିଲା ଯେ, ଗ୍ରାମ ୩୮ ବର୍ଷୀୟ ବିକ୍ରମ ଓ ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଠେଙ୍ଗାରେ ପିଟିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ଦେଖୁଥିଲେ ମଧ୍ୟ କିଛି କରି ପାରି ନ ଥିଲେ। ଓଲଟା ବିକ୍ରମଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ ଆକ୍ରମଣକାରୀ। ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ କଟକ SCB ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଗୁରୁଡ଼ିଝାଟିଆ ଥାନା ପୁଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ପରିସ୍ଥିତିର ଅନୁଧ୍ୟାନ କରୁଛି। ଗ୍ରାମର କିଛି ଲୋକଙ୍କୁ ପୁଲିସ ଅଟକ ରଖିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ଗତ ଶୁକ୍ରବାର ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେବେ ଗୁରୁତର ହୋଇ ରାଜକୁମାରୀ ପ୍ରଧାନଙ୍କର ସୋମବାର ମୃତ୍ୟୁ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଝିଅ ନନ୍ଦିନୀ ପ୍ରଧାନ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଥିଲେପ୍ରତିବାଦରେ ଆଜି ପରିବାର ଲୋକେ ଏମ୍ସ ଆଗରେ ଧାରଣାରେ ବସିଛନ୍ତି
ଖବର ନେବାରୁ ଜଣାପଡ଼ିଛି ଯେ, ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ବିହାରରେ ରହୁଥିବା ନନ୍ଦିନୀ ପ୍ରଧାନ ଭାଇଙ୍କ ସହ ମାଆଙ୍କୁ ଛାଡ଼ିବା ପାଇଁ ବସଷ୍ଟାଣ୍ଡକୁ ଆସିଥିଲେ। କିନ୍ତୁ ମୋ ବସ୍ ଧକ୍କା ଦେବାରୁ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥରେରେ ତାଙ୍କ ମାଆ ଓ ଭାଇ ବିଦ୍ୟାସାଗରଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
ମୋ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ବାହାରିବା ଦେଖି ଲୋକେ ଗୋଡ଼ାଇଥିଲେ। ବସ୍ ଚାଳକ ପ୍ରଶାନ୍ତ ଛୋଟରାୟ ଜୀବନ ବିକଳରେ ଗାଡ଼ିର ବେଗ ବଢ଼ାଇ ଖୋର୍ଦ୍ଧା ଦିଗରେ ପଳାଇଥିଲା। ପାଖାପାଖି ୨୦ ବାଇକରେ ଲୋକେ ତାକୁ ଗୋଡ଼ାଇ ଥିଲେ। ତଳଖେତା ଛକରୁ ବସ୍ଟି ମୋଡ଼ ବଦଳାଇ ତମାଣ୍ଡୋ ଦିଗରେ ଆସିଥିଲା ଏବଂ ତମାଣ୍ଡୋ ଥାନା ନିକଟରେ ଅଟକି ଥିଲା। ପିଛା କରୁଥିବା ଲୋକେ ତାକୁ ଥାନା ଆଗରେ ମଧ୍ୟ ମାଡ ମାରିଥିଲେ। ପୁଲିସ ବହୁ କଷ୍ଟରେ ବସ୍ ଚାଳକ ପ୍ରଶାନ୍ତକୁ ଉଦ୍ଧାର କରିଥିଲା।

କିଟରେ ଛାତ୍ରୀ ଆତ୍ମହତ୍ୟା ପରେ ଉତ୍ତେଜନା
ପ୍ରେମ ସମ୍ପର୍କକୁ ନେଇ ତିକ୍ତତା ଏବଂ ଏହାକୁ କେନ୍ଦ୍ରକରି ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ଭଳି ଘଟଣା ଏବେ ଲୋକଲୋଚନକୁ ଆସିଛି। ଯାହାକୁ କେନ୍ଦ୍ରକରି ବିଶ୍ଵବିଦ୍ୟାଳୟରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

କେତେକ ଛାତ୍ର ବିଶ୍ଵବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ ନିୟୋଜିତ କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ ସୋମବାର ସକାଳେ ଭୁବନେଶ୍ଵର ପଟିଆସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାକୁ କେନ୍ଦ୍ରକରି ବିଶ୍ଵବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତାହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। କେଉଁ କାରଣରୁ ଏ ନେଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଝଗଡ଼ା ଯୋଗୁଁ ଏଭଳି ଘଟିଥିବା କୁହା ଯାଉଛି। ଏହି ଘଟଣାରେ ସଂପୃକ୍ତ ଛାତ୍ରକୁ ପୁଲିସ ଗିରଫ କରିଥିବା ବେଳେ କ୍ୟାମ୍ପସ ଛାଡ଼ିବା ପାଇଁ ସମସ୍ତ ଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିଟ୍ କୁଳପତି।

ଗତ କିଛିଦିନ ଧରି ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରାଙ୍କ ଉତ୍ପାତରେ ଅତିଷ୍ଠ ହୋଇ ପଡ଼ିଥିଲେ ଲୋକେ। ଏପରିସ୍ଥଳେ ପାହାଳ ଥାନା ଅଞ୍ଚଳରେ ଥିବା ଏକ apartment ନିକଟରେ ଜଣେ ଆପାର୍ଟମେଣ୍ଟ ଲୁଟେରାକୁ ପୁଲିସ ଏନକାଉଣ୍ଟର କରିଛି। ଏଥିରେ ଅର୍ଜୁନ ଥାନାରୁ ନାମକ ଜଣେ ଲୁଟେରା ଗୁରୁତର ଆହତ ହୋଇଛି

ଅର୍ଜୁନକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଅନ୍ୟ ୪ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ତେବେ ଅର୍ଜୁନର ବ୍ୟାଗରୁ ସୁନା ଅଳଙ୍କାର, ମୋବାଇଲ୍ ସମେତ ଟଙ୍କା ଜବତ କରିଛି ପୁଲିସ୍।
ଖବର ନେବାରୁ ଜଣା ପଡ଼ିଛି ଯେ ପାହାଳ ଥାନା ଅନ୍ତର୍ଗତ ଏକ ଅପାର୍ଟମେଣ୍ଟ ଞ୍ଚଳରେ ରବିବାର ବିଳମ୍ୱିତ ରାତିରେ ପୁଲିସ ପାଟ୍ରୋଲିଂ କରିବା ବେଳେ ଅର୍ଜୁନ ଖସିଯିବା ପାଇଁ ଚେଷ୍ଟା କରୁଥିଲା। ପୁଲିସ ଅଟକାଇବାକୁ ଚେଷ୍ଟା କରିବା ବେଳେ ଅର୍ଜୁନ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇ। ଏଥିରେ ଜଣେ ପୁଲିସ ଘାଇଲା ହୋଇ ପଡିଥିବା ବେଳେ ଟିମରେ ଥିବା ଅନ୍ୟ ୫ ଜଣ ଅର୍ଜୁନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇ ଥିଲା। ପୁଲିସ ଗୁଳି ଅର୍ଜୁନର ବାମ ଗୋଡ଼ରେ ବାଜିବାରୁ ସେ ଆହତ ହୋଇପଡ଼ିଛି। ତାକୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିଛି। କେନାଲ ରୋଡ ଅଞ୍ଚଳରେ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରକୁ ସେ ପ୍ରଥମେ ଗୁଳି କରିଥିଲା। ପୁଲିସ ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା। ପୁଲିସ ଏନ କାଉଣ୍ଟରରେ ଅର୍ଜୁନ ଆହତ ହୋଇଛି। ପୁ ଅର୍ଜୁନର ବାମ ଗୋଡ଼ରେ ବାଜିଛି। ଅର୍ଜୁନଙ୍କୁ ପୁଲିସ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଏମ୍ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଏମିତି ଏକ ଲୁଟେରା ଯାହା ନାଁରେ ଦେଶର ବିଭିନ୍ନ ଥାନାରେ ୭୦ଟି ମାମଲା ରହିଛି। ସେ କେବଳ ଓଡ଼ିଶା କି ଛତିଶଗଡ଼ ନୁହେଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଲୁଟ୍‌ପାଟ କରୁଥିଲା। ସେଭଳି ଜଣେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ
କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ଅନୁସନ୍ଧାନ କରିବାକୁ ଯାଇ ପୁଲିସ ସତୀଶ ରେଡ୍ଡୀ ଓରଫ୍‌ ସ୍ପାଇଡର୍‌ ସତୀଶକୁ ଗିରଫ କରିଛି ପୁଲିସ। ତା’ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ସହ ମୂଲ୍ୟବାନ ହୀରା ଅଳଙ୍କାର ମଧ୍ୟ ଜବତ କରିଛି ପୁଲିସ।
ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ କହିବାନୁଯାୟୀ ସେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିଲା। ପ୍ରଥମେ ଇଣ୍ଟରନେଟ୍‌ରେ ଧନୀ ଲୋକଙ୍କ ନାଁ ବାହାର କରୁଥିଲା। ସେମାନଙ୍କୁ ଟାର୍ଗେଟ୍‌ କରି ଏକ ତାଲିକା ପ୍ରସ୍ତୁତ କରୁଥିଲା। ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରି ଲୁଟ୍‌ କରୁଥିଲା। ଗତ ୨୬ ଜାନୁୟାରୀ ପୂର୍ବଦିନ ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଟାର୍ଗେଟ୍‌ କରିଥିଲା ସତୀଶ। ସେ ଏକୁଟିଆ ହିଁ ଲୁଟ୍‌ପାଟ୍‌ କରିଥିଲା। ସେ ଯେଉଁଠାରୁ ଲୁଟ୍‌ପାଟ୍‌ କରୁଥିଲା ସେହି ଅଞ୍ଚଳ ଛାଡ଼ି ଚାଲି ଯାଉଥିଲା। ପରେ ଅନ୍ୟ ରାଜ୍ୟରେ ରହି ପୁଣି ଆଉଜଣେ ଧନୀ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲା ଓ ଲୁଟ୍‌ ପାଇଁ ଯେଜନା କରୁଥିଲା।
ଏଭଳି ଲୁଟ୍‌ ଘଟଣା କମିଶନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିଲା ୪ ଶହ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ସତୀଶକୁ ଚିହ୍ନଟ କରିଥିଲା ପୁଲିସ। ପରେ ସେହି ରାତିରେ ବ୍ୟବହାର ହୋଇଥିଶ ୧୦ ହଜାର ମୋବାଇଲ୍‌ ନମ୍ବରକୁ ଯାଞ୍ଚ ପରେ ସତୀଶକୁ ଠାବ କରାଯାଇଥିଲା। ଭିନ୍ନ ଭିନ୍ନ ଟିମ୍‌ କୌଶଳକ୍ରମେ ସତୀଶକୁ ଠାବ କରି ବିଜୟୱାଡ଼ାରୁ ଗିରଫ କରିବାରେ ସଫଳ ହୋଇଛନ୍ତି ବୋଲି ପୁଲିସ କମିଶନର କହିଛନ୍ତି।