ଆମେ ଅନେକ ସମୟର କାମ କରି ସଫଳତାକୁ ଚାହିଁ ବସିଥାଉ। ସଫଳତା ପାଇଁ ବାରମ୍ବାର ବ୍ୟସ୍ତ ହୋଇପଡୁ। ଆସନ୍ତୁ ଶୁଣିବା ଛୋଟିଆ କଥାଟିଏ

ସବୁଆଡ଼େ ପ୍ରଚାର ହୋଇଗଲା ଜଣେ ପାଗଳ ନାଚିଲେ କୁଆଡେ ବର୍ଷା ହେଉଛି। ଏହାକୁ ଅନେକ ଲୋକ ସକାରାତ୍ମକ ଭାବେ ଗ୍ରହଣ କଲେ। ଆଉ କିଛି ଲୋକ ଥଟ୍ଟା ପରିହାସ କଲେ। କିଛି କଲେଜ ପଛୁଆ ଯୁବକ ଏହାକୁ ଥଟ୍ଟା କରି ସେଇ ଗାଁରେ ପହଞ୍ଚିଲେ।

ଯେଉଁ ଗାଁରେ ପାଗଳ ଥିଲା। ସେମାନେ ପାଗଳକୁ ନାଚିବାକୁ କହିଲେ। ପାଗଳ ନାଚିବା ଆରମ୍ଭ କଲା। ପାଗଳ ସହ ଯୁବକମାନେ ବି ନାଚିଲେ। କିନ୍ତୁ ବର୍ଷା ହେଲାଣି। ଘଣ୍ଟାଏ ଗଲା ବର୍ଷା ହେଲାନି। ଦୁଇଘଣ୍ଟା ଗଲା ବର୍ଷା ହେଲାନି। ଯୁବକମାନେ ଥକି ପଡ଼ିଲେ। ପାଗଳ କିନ୍ତୁ ସେମିତି ନାଚୁଥିଲେ। ଓଳିଏ ଗଲା ବର୍ଷା ହେଲାନି।

ସାରା ଦିନ ଯାଇ ସଞ୍ଜ ହେଲା ବର୍ଷା ବି ହେଲାନି। ଯୁବକ ମାନେ ବାରମ୍ବାର ଥଟ୍ଟା କରିବା ଆରମ୍ଭ କଲେ। ହେଲେ ପାଗଳ ସେମିତି ନଚୁଥାଏ। ଶେଷରେ ନାଚିନାଚି ଥକି ପଡ଼ିଥିବା ଯୁବକମାନେ ସେହି ଗାଁରେ ଶୋଇ ପଡିଲେ। ପାଗଳ ନାଚୁଥାଏ। ବିଳମ୍ୱିତ ରାତିରେ ବର୍ଷା ହେଲା।

ଯୁବକମାନେ ନିଦରୁ ଉଠି ଦେଖିଲେ ବର୍ଷା ହେଉଛି। ଆଶ୍ଚର୍ଯ୍ୟ ହୋଇଗଲେ। ପାଗଳକୁ ଡାକି ନିଜ ଗବେଷଣା ଆରମ୍ଭ କଲେ। ଶେଷରେ ଯାହା ନିଷ୍କର୍ଷ ବାହାରିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପାଗଳ ନାଚିଲେ ବର୍ଷା ହୁଏ କି ନାହିଁ ତାକୁ ଜଣା ନ ଥିଲା, କିନ୍ତୁ ବର୍ଷା ନ ହେବା ପର୍ଯ୍ୟନ୍ତ ସେ ନାଚୁଥିଲା।

ବନ୍ଧୁଗଣ ଆମ ପ୍ରତ୍ୟେକଙ୍କ ଜୀବନରେ ନିଷ୍ଠାର ସହ କାମ କରିବାକୁ ହେବ ଯେ ପର୍ଯ୍ୟନ୍ତ ଆମକୁ ସଫଳତା ନ ମିଳିଛି। କାମ କଲେ ସଫଳତା ମିଳେ କି ନାହିଁ ଆମକୁ ଭୁଲି ଯିବାକୁ ହେବ। ସେ ପର୍ଯ୍ୟନ୍ତ କାମ କରିବାକୁ ହେବ ଯେ ପର୍ଯ୍ୟନ୍ତ ସଫଳନ ନ ମିଳିଛି। ସେ ପର୍ଯ୍ୟନ୍ତ ଆଗେଇ ଯିବାକୁ ହେବ ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଛେ।

ମହାକାଶରେ ବିରଳ; ରାଜଧାନୀରେ ପ୍ରବଳ

ଆପଣ ଭଲ କରନ୍ତୁ, ଅବା ଖରାପ, ଯାହା କଲେ ବି ଲୋକ କହିବେ। ଯଦି ଅନ୍ୟମାନଙ୍କ କଥାକୁ ଶୁଣିବେ ତାହେଲେ କିଛି କରିପାରିବେ ନାହିଁ କି ଆଗକୁ ବଢ଼ିପରିବେ ନାହିଁ

ଜଣେ ବ୍ୟକ୍ତିଙ୍କର ଏକ ଗଧଟିଏ ଥିଲା। ଦିନ ଆସିଲା ଗଧଟି କୌଣସି କାମରେ ଲାଗିଲା ନାହିଁ। ତେଣୁ ବୃଦ୍ଧ ଜଣଙ୍କ ଗଧକୁ ଧରି ବିକ୍ରି କରିବା ପାଇଁ ବାହାରିଲେ। ସାଙ୍ଗରେ ପୁଅକୁ ନେଇ ହାଟକୁ ବାହାରିଲେ। ଦୁହେଁ ପ୍ରଥମେ ଗଧ ଉପରେ ବସି ଯାଇଥାନ୍ତି। ବାଟରେ ଜଣେ ବ୍ୟକ୍ତି ଦେଖିଲେ ଓ ବାପା ପୁଅଙ୍କୁ ଗାଳି ଦେଲେ। କହିଲେ କେଡେ ନିଷ୍ଠୁର ଦୁଇଜଣ। ଦୁଇ ଜଣ ଯାକ ଗୋଟେ ନିରୀହ ଗଧ ଉପରେ ବସି ଯାଉଛ। ତାପରେ ବାପା ଓହ୍ଲାଇ ପଡିଲେ। ପୁଅ ଗଧ ଉପରେ ବସିଥାଏ।

କିଛି ବାଟ ଗଲା ପରେ ଆଉଜଣେ ବାଟୋଇ ଦେଖା ହେଲେ। ସେ ବି ତାତ୍ସଲ୍ୟ କରି କହିଲେ, ବୁଢ଼ା ବାପା ଚାଲି ଚାଲି ଯାଉଛି। ହେଲେ ପୁଅ ଗଧ ଉପରେ ବସି ଯାଉଛି। ଧିକ ତମର ପୁଅ ପଣିଆ। ଏକଥା ଶୁଣି ପୁଅ ଗଧ ଉପରୁ ଓହ୍ଲାଇ ପଡ଼ିଲା। କିଛି ବାଟ ଯିବା ପରେ ଆଉଜଣେ ବାଟୋଇ ଦେଖା ହେଲା। ସେ ବି ତାତ୍ସଲ୍ୟ କରିବା ଆରମ୍ଭ କଲା। କହିଲା, କେଡେ ବୋକା ବାପ ପୁଅ ଦୁଇଜଣ। ଗଧକୁ ଚଲେଇ ଚାଲେ ବାପ ପୁଅ ଚାଲି ଚାଲି ଯାଉଛ !

ତାପରେ ବାପ ଗଧ ଉପରେ ବସିଲା ପୁଅ ଚାଲି ଚାଲି ଗଲା। କିଛି ବାଟ ପରେ ଆଉ ଜଣେ ବାଟୋଇ ଦେଖା ହେଲା। ସେ କହିଲା, କେମିତି ବାପ ଇଏ। ପୁଅକୁ ଚଲେଇ ଚଲେଇ, ନିଜେ ଗଧ ଉପରେ ଆରାମରେ ଯାଉଛି।

ଏସବୁ ଶୁଣିଲା ପରେ ବାପ ପୁଅ ଦ୍ୱନ୍ଦ୍ୱରେ ପଡିଗଲେ। ସେମାନେ ଆଉ କାହା କଥା ଶୁଣିବେନି। ଆପଣ ଯାହା କଲେ ବି ଲୋକ କହିବେ। ଅନ୍ୟମାନଙ୍କ କଥା ଶୁଣିଲେ ଆପଣ କିଛି କରିପାରିବେ ନାହିଁ। ଯାହା ଭାବୁଛନ୍ତି ଦୃଢ଼ ଭାବେ ନିଷ୍ପତ୍ତି ନିଅନ୍ତୁ ଓ ତାହା ନିଶ୍ଚୟ କରନ୍ତୁ।

ବୁଲା କୁକୁରରୁ ସହିଦ କିଆ

ଚତୁର ଶତ୍ରୁ ପ୍ରଥମେ ଶାରିରୀକ ଆକ୍ରମଣ ଅପେକ୍ଷା ମାନସିକ ଆକ୍ରମଣ କରିଥାନ୍ତି। ତେଣୁ ଶତ୍ରୁକୁ ପ୍ରତିହତ କରିବା ପୂର୍ବରୁ ପ୍ରଥମେ ନିଜକୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବା ଉଚିତ୍
ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବା ପରେ କିଛି ମନୋବିଜ୍ଞାନୀ ତାଙ୍କ ଉପରେ ଏକ ଗବେଷଣା କରିବାକୁ ଚାହିଁଲେ। ଦୋଷୀ ସାବ୍ୟସ୍ତ ଯୁବକଙ୍କ ପାଖରେ ପହଞ୍ଚି ତାଙ୍କୁ ମୃତ୍ୟୁର ବିକଳ୍ପ ବ୍ୟବସ୍ଥା ବିଷୟରେ କହିଲେ। ଫାଶୀ ଦିଆଯିବାର ୨୦ ସେକେଣ୍ଡ ପରେ ଜଣଙ୍କର ମୃତ୍ୟୁ ହୋଇଥାଏ। କିନ୍ତୁ ବିଷାକ୍ତ ସାପ କାମୁଡ଼ିବାର ଦୁଇରୁ ତିନି ସେକେଣ୍ଡରେ ମୃତ୍ୟୁ ହୋଇଯାଇ ପରେ। ତେଣୁ ସେ ଚାହିଁଲେ ଫାଶୀ ବଦଳରେ ସାପ କମୁଡ଼ା ଦ୍ଵାରା ମୃତ୍ୟୁ ଦଣ୍ଡ ଦିଆଯାଇ ପାରେ। ମନୋବିଜ୍ଞାନୀଙ୍କ କଥାରେ ଯୁବକ ରାଜି ହେଲେ।
ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଗୋଟିଏ କୋଠରୀରେ ଏକ ବିଷାକ୍ତ ସାପ ସହ ମନୋବିଜ୍ଞାନୀମାନେ ରହିଲେ। ତାଙ୍କ ଆଖିରେ ଏକ ପଟି ବାନ୍ଧି ଦିଆଗଲା। ତା ପରେ ସାପକୁ ହଟାଇ ଦିଆଯାଇ ଛୁଞ୍ଚିରେ ହାତକୁ ପୋଡ଼ି ଦିଆଗଲା। ଛୁଞ୍ଚି ଫୋଡ଼ିବାର ମାତ୍ର କ୍ଷଣକ ମଧ୍ୟରେ ଯୁବକଙ୍କ ମୃତ୍ୟୁ ଘଟିଲା।
ମନୋବିଜ୍ଞାନମାନେ ନିଶ୍ଚିତ ହେଲେ ଯେ, ସାପ ଠାରୁ ବିଷାକ୍ତ ଏ ଭୟର ମାନସିକତା। ଯେଉଁଥିପାଇଁ ସାପ ନ କାମୁଡ଼ିଲେ ମଧ୍ୟ ଭୟରେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ ମାନସିକ ସ୍ତରରେ ଯଦି ଦୁର୍ବଳ ହୋଇଯିବା ତେବେ ଶତ୍ରୁମାନେ ସହଜରେ ଆକ୍ରମଣ କରି ପାରିବେ।

ପଖାଳ ସ୍ବାସ୍ଥ୍ୟ ପାଇଁ ହିତକର ନା ଅହିତକର

ଅନେକ ସମୟରେ ଆମେ ଠିକ୍ ଥିଲେ ମଧ୍ୟ ଆମ ଭିତରେ ବୁଝାମଣା ଅଭାବ ପାଇଁ ମନମାଳିନ ଦେଖା ଦେଇଥାଏ। ଛୋଟ ଛୋଟ ବୁଝାମଣା ରହିଲେ ଆମ ଭିତରେ ସମ୍ପର୍କ ଭଲ ରହିପାରିବ।

ଗୁରୁଜୀ ପାଠ ପଢ଼ାଇବା ବେଳେ ପିଲାଟିକୁ ପଚାରିଲେ, ପପୁ ମୁଁ ତୁମକୁ ପାଞ୍ଚଟି ଚକୋଲେଟ୍ ଦେଲି। ତୁମେ ତୁମ ଭଉଣୀକୁ ଦୁଇଟି ଚକୋଲେଟ୍ ଦେଇଦେଲ। ତାହେଲେ ପାଖରେ ତୁମର କେତୋଟି ଚକୋଲେଟ୍ ରହିଲା ?
ପପୁ କିଛି ସମୟ ଭାବି ହିସାବ କରି କହିଲା ଚାରୋଟି ଚକୋଲେଟ୍। ପୁଣିଥରେ ଗୁରୁଜୀ ବୁଝେଇବାକୁ ଯାଇ ପିଲାଟିକୁ ପୁଣି ସମାନ ପ୍ରଶ୍ନ ପଚାରିଲେ। ପପୁ ବି ସମାନ ଉତ୍ତର ଦେଲା। କହିଲା ଆପଣ ମୋତେ ପାଞ୍ଚଟି ଚକୋଲେଟ୍ ଦେଲେ। ମୁଁ ଭଉଣୀକୁ ଦୁଇଟି ଚକୋଲେଟ୍ ଦେଲି। ମୋ ପାଖରେ ଚାରୋଟି ଚକୋଲେଟ୍ ରହିଲା।
ଉତ୍ତର ଶୁଣି ଗୁରୁଜୀ ରାଗିଗଲେ। କହିଲେ କେମିତି ଚାରୋଟି ହେଲା ବୁଝେଇ କୁହ। ପିଲାଟି କହିଲା ସାର୍ ଆପଣ ମୋତେ ପାଞ୍ଚଟି ଚକୋଲେଟ୍ ଦେଲେ। ହେଲେ ମୋ ପାଖରେ ଗୋଟିଏ ଚକୋଲେଟ୍ ଆଗରୁ ଅଛି। ତେଣୁ ମୁଁ ମୋ ଭଉଣୀକୁ ଦୁଇଟି ଚକୋଲେଟ୍ ଦେବା ପରେ ପାଖରେ ଚାରୋଟି ଚକୋଲେଟ୍ ରହିଲା।
ଶେଷରେ ଜଣାପଡିଲା ଯେ, ଗୁରୁଜୀ ଯାହା କହୁଛନ୍ତି ଠିକ୍, ପିଲାଟି ଯାହା କହୁଛି ଠିକ୍। କିନ୍ତୁ ଉଭୟଙ୍କ ମଧ୍ୟରେ ବୁଝାମଣା ଅଭାବ ରହିଥିଲା। ତେଣୁ ସମ୍ପର୍କରେ ବୁଝାମଣା ହେଉଛି ବଡ଼ କଥା।

ସ୍ବପ୍ନ ଦେଖିବାର ବି ଗୋଟେ ସୀମା ଅଛି

ଅନେକ ସମୟରେ ଆମେ ଯେତିକି ଭାବିବା କଥା ତା ଠାରୁ ଅଧିକ ଚିନ୍ତା କରି ବସୁ। ସେଥିପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ପଡେ। ସ୍ବପ୍ନ ତ ଭାଙ୍ଗି ଯାଏ। ସ୍ବପ୍ନ ସାଙ୍ଗରେ ବାସ୍ତବତା ବି ଚୂରମାର୍ ହୋଇଯାଏ।
ଜଣେ ଯୁବ ଅଣ୍ଡା ବ୍ୟବସାୟୀ ଝୁଡ଼ିରେ କିଛି ଅଣ୍ଡା ନେଇ ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ଯାଇଥାନ୍ତି। ଯୁବକ ହିସାବରେ ଅନେକ ସ୍ବପ୍ନ ତାଙ୍କ ମନକୁ ଆସୁଥାଏ। ଭାବିଲେ ମୋ ଝୁଡ଼ିରେ ଯେତିକି ଅଣ୍ଡା ଅଛି ତାକୁ ବିକିଲେ ଦୁଇଗୁଣ ପଇସା ହେବ। ସେଥିରେ ପୁଣି ଅଣ୍ଡା କିଣିବି ଆଉ ବିକିବି। ମୋର ଟଙ୍କା ବଢ଼ି ବଢି ଯିବ। ଏତେ ହୋଇଯିବ ଯେ, ସେଥିରେ କୁକୁଡ଼ା କିଣି ନିଜେ ଅଣ୍ଡା ଉତ୍ପାଦନ କରିବି।

ଅଧିକ ପଇସା ହେଲେ ଘରଟିଏ କରିବି। ତା ପରେ ଭଲ ଝିଅ ଦେଖି ବାହା ହୋଇଯିବି। ମୋର ବି ଅନ୍ୟମାନଙ୍କ ଭଳି ପୁଅ, ଝିଅ ସନ୍ତାନ ଜନ୍ମ ନେବେ। ସେମାନେ ବଡ଼ ହେବେ। ମୁଁ ଯେତେବେଳେ ରାଗିଯିବି ଋଷି ଖାଇବିନି। ମୋ ପିଲାମାନେ ମୋତେ ଡାକି ବୁଝେଇବେ। ମୁଁ କହିବି ‘ନେହିଁ ଖାଉଙ୍ଗା’
ଏତିକି କହିଲା ବେଳକୁ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଜୋରରେ ହଲେଇ ଦେଲେ। ମୁଣ୍ଡରୁ ଅଣ୍ଡା ଖୁଡି ତଳେ ପଡ଼ିଗଲା। ସବୁ ଅଣ୍ଡା ଭାଙ୍ଗିଗଲା। ସେତିକିରେ ଯୁବକଙ୍କ ସବୁ ସ୍ବପ୍ନ ଚୂରମାର୍ ହୋଇଗଲା।

ଯୁବ ଅଣ୍ଡା ବ୍ୟବସାୟୀଙ୍କ ଭଳି ଆମେ ଅଧିକ ଆଗକୁ ଚିନ୍ତା ନ କରି ଯେତିକି ଆବଶ୍ୟକ ବାସ୍ ସେତିକି ଚିନ୍ତା କରିବା କଥା। ତାହେଲେ ଆମ ସଫଳ ହୋଇପାରିବ।

କେଉଁ ବେଦ ନିହାତି ପଢ଼ିବା ଦରକାର

ଆପଣ ଯେତେବେଳେ କିଛି ନୂଆ କାମ କରିବେ ବା ଉପରକୁ ଉଠିବେ ଅନେକ ଲୋକ ନିରୁତ୍ସାହିତ କରିବେ। କିନ୍ତୁ ସେ ସବୁକୁ ଖାତିର ନ କରି, କାହାରି କଥା ନ ଶୁଣି ଉପରକୁ ଉଠିବାକୁ ଚେଷ୍ଟା କରନ୍ତୁ
ପଡିଆ ମଝିରେ ଖମ୍ବଟିଏ ଥିଲା। ତଳେ ହଜାର ହଜାର ମୂଷା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅପେକ୍ଷା କରିଥିଲେ। ଗୋଟିଏ ପରେ ଗୋଟିଏ ମୂଷା ଖମ୍ବ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କିଛି ବାଟ ଛାଡ଼ିବା ପରେ ତଳେ ଥିବା ମୂଷାମାନେ ପଡ଼ିଯିବୁ, ପଡିଯିବୁ ବୋଲି କହି ଚିତ୍କାର କରି ଉଠୁଥିଲେ। ବିଚରା ଗୋଟିଏ ପରେ ଗୋଟିଏ ମୂଷା ଅଧାରୁ ଓହ୍ଲାଇ ଆସୁଥିଲେ।

ଶେଷରେ ଦେଖାଦେଲା ଗୋଟିଏ ମୂଷା ଖବର ଶୀର୍ଷ ଆଡ଼କୁ ଯାଉଛି। ତଳେ ଥିବା ମୂଷା ଦଳ ପୂର୍ବବତ୍ ପଡିଯିବୁ ପଡିଯିବୁ ବୋଲି କହି ପାଟି କରିଥାନ୍ତି। କିନ୍ତୁ ମୂଷାଟି ବିଚଳିତ ହୋଇ ଖମ୍ବ ଉପରକୁ ଚଢ଼ୁଥାଏ। ସେ ଯେତେ ଉପରକୁ ଚଢ଼ୁଥାଏ। ତଳୁ ଚିତ୍କାର ସେତେ ଜୋରରେ ଶୁଭୁଥାଏ। ହେଲେ ମୂଷାଟି ଶେଷରେ ଖମ୍ବ ଉପରକୁ ଚଢ଼ିଗଲା।

ମୂଷାଟି କିଭଳି ଚଢ଼ି ପାରିଲା ତାହା ଉପରେ ଗବେଷଣା ଆରମ୍ଭ ହେଲା। ଶେଷରେ ଯେଉଁ ନିର୍ଯାସ ବାହାରିଲା ତାହା ଯେତିକି ବିସ୍ମୟକର ଥିଲା ସେତିକି ପ୍ରେରଣାଦାୟକ ଥିଲା। ଚଢ଼ିଥିବା ମୂଷକୁ ଶୁଣା ଯାଉ ନ ଥିଲା। ଅର୍ଥାତ୍ ସେ କାଲା ଥିଲା। ସେ ଯଦି ଅନ୍ୟମାନଙ୍କ କଥା ଶୁନିପାରୁଥାନ୍ତା ତାହେଲେ ସେ ମଧ୍ୟ ଉପରକୁ ଚଢ଼ି ପାରି ନ ଥାନ୍ତା।
ଆଘାତ ଆମକୁ ମଜଭୁତ କରିଥାଏ କି

ଯାହାକୁ ଆପଣ ବୋକା ବୋଲି ଭାବୁଛନ୍ତି, ବାସ୍ତବିକ୍ ସେମାନେ ଚତୁର। ନିଜକୁ ବୋକା ଭଳି ଦେଖାଇ ସୁବିଧା ହାସଲ କରିଥାନ୍ତି। ସେମାନଙ୍କୁ ଚିହ୍ନି ରଖନ୍ତୁ। ନଚେତ୍ ଆପଣ ବୋକାମୀର ଶିକାର ହୋଇଥାନ୍ତି
ରାଜଧାନୀର ଏକ ରେଷ୍ଟୁରାଣ୍ଟରେ ଦୁଇଜଣ ଯୁବକ ଖାଇବାକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହୋଟେଲରେ କାମ କରୁଥିବା ପିଲାକୁ ଡାକି ଗୋଟିଏ ୫୦ ଟଙ୍କିଆ ନୋଟ୍ ଦେଖାଇଲେ। ପଚାରିଲେ କହିଲୁ ଦେଖି ଏହା କେତେ ଟଙ୍କା ? ପିଲାଟି କହିଲା ପାଞ୍ଚ ଶହ ଟଙ୍କା। ଦୁଇଜଣ ବନ୍ଧୁ ଜୋରରେ ହସିବାକୁ ଲାଗିଲେ। ପିଲାଟିକୁ ୫୦ ଟଙ୍କା ଦେଇ ନିଜେ ଖାଇବାରେ ଲାଗିଲି। ଏସବୁକୁ ଦୂରରେ ବସିଥିବା ଅନ୍ୟ ଜଣେ ଯୁବକ ଦେଖୁଥିଲେ।

ଦୁଇ ଯୁବ ବନ୍ଧୁ ଖାଇସାରି ରେଷ୍ଟୁରାଣ୍ଟ ଛାଡ଼ି ଚାଲିଯିବା ପରେ ଭଦ୍ରବ୍ୟକ୍ତି ଜଣକ ପିଲାଟିକୁ ପାଖକୁ ଡାକିଲେ ଓ ପଚାରିଲେ ତୁ ଏତେ ବଡ଼ ହେଲୁଣି ଅଥଚ ପଚାଶ ଟଙ୍କିଆ ନୋଟ୍ ଚିହ୍ନି ପାରୁନୁ। ପିଲାଟି କହିଲା, ମୁଁ ଚିହ୍ନିଛି ହେଲେ ଜାଣିଲି ଏଭଳି କହେ। ପ୍ରତିଦିନ ସେହି ଯୁବକ ଜଣକ ଆସି ମୋତେ ପଚାଶ ଟଙ୍କିଆ ନୋଟ୍ ଦେଖନ୍ତି ମୁଁ ଭୁଲ କହିଲେ ସେମାନେ ନୋଟ୍ ଦେଇ ଖୁବ୍ ମଜା ନିଅନ୍ତି। ମୁଁ ଜାଣିଛି ଯେଉଁଦିନ ଠିକ୍ କହିବି ସେମାନେ ଆଉ ଆସିବେ ନାହିଁ କି ଟଙ୍କା ଦେବେ ନାହିଁ। ପିଲାଟିର କଥା ଶୁଣି ଭଦ୍ରବ୍ୟକ୍ତି ଜଣକ ନିଜକୁ ହିଁ ବୋକା ବୋଲି ଭାବିଲେ।
ବାସ୍ତବ କଥା ହେଉଛି ଅନେକ ଲୋକ ଅଛନ୍ତି ଅତି ଚତୁର ହେଲେ ମଧ୍ୟ ନିଜକୁ ବୋକା ଭଳି ଦେଖେଇ ହୁଅନ୍ତି। ସେଥିରୁ ଫାଇଦା ମଧ୍ୟ ନିଅନ୍ତି। ଆଉ ଆମେ ଚତୁର ଦେଖେଇ ହେଉଥିବା ଲୋକ ପ୍ରକୃତ ବୋକା ବୋଲି ଜାଣିବାକୁ ସମୟ ନେଇଥାଏ।

ପର ପାଇଁ ବେଶୀ ଭାବିବା କାହିଁକି

ଆମେ ଛେଳି ଭଳି ଅନେକ ସମୟରେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ବେଶି ଭାବିଥାଉ। ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ବିପଦ ସୃଷ୍ଟି କରିଥାଏ।

ଗୋଟିଏ ମୁନିବର ଘୋଡ଼ା ଆଉ ଛେଳି ଦୁଇଟି ପାଳିତ ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ଘନିଷ୍ଠ ଥିଲେ। ଏକଦା ଘୋଡ଼ା ଦୂରାରୋଗରେ ପୀଡ଼ିତ ହେଲେ। ଅନେକ ମୌଷଧି ଦେଲା ପରେ ବି ରୋଗ ଭଲ ହେଲା ନାହିଁ। ଶେଷରେ ଜଣେ ବୈଦ ଆସି କିଛି ଚେରମୂଳି ଦେଇ ମାଲିକକୁ ଏକାନ୍ତରେ କହିଗଲେ, ଏହା ମୋର ଅନ୍ତିମ ପ୍ରଚେଷ୍ଟା। ଏଥର ଭଲ ନ ହେଲେ ଘୋଡ଼ାକୁ ମାରିଦେବାକୁ ପଡ଼ିବ। ଏଥିପାଇଁ ସପ୍ତାହେ କଣ୍ଟ ଦେଇଗଲେ। କିନ୍ତୁ ଛଅ ଦିନ ବିତିଗଲା ଘୋଡ଼ାର ସ୍ବାସ୍ଥ୍ୟରେ ଉନ୍ନତି ହେଲା ନାହିଁ। ଘୋଡ଼ାର ସ୍ୱାସ୍ଥ୍ୟର ଅବନତି ଓ ମୃତ୍ୟୁ ବିଷୟରେ ଛେଳି ସବୁ ଶୁଣିଥିଲା। ସେ ବନ୍ଧୁ ଘୋଡାକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥାଏ। ଉଠି ଦୌଡିବା ପାଇଁ ବାରମ୍ବାର ଘୋଡାକୁ ପ୍ରବର୍ତ୍ତାଉ ଥାଏ।

ଶେଷ ଦିନ ଛେଳି ବ୍ୟତିବ୍ୟସ୍ତ ହୋଇ ଘୋଡାକୁ ବୈଦ କହିଥିବା ସମସ୍ତ କଥା କହିବା ପରେ ଘୋଡ଼ା କଷ୍ଟେ ମାଷ୍ଟେ ଉଠି ଦୌଡିବା ଆରମ୍ଭ କଲା। ଘୋଡ଼ାର ଆରୋଗ୍ୟ ହେବାର ଦେଖି ଛେଳି ଖୁସି ହୋଇଗଲା। ମାଲିକ ଆନନ୍ଦରେ ଫାଟି ପଡ଼ିଲା। ଦୀର୍ଘଦିନ ଅସୁସ୍ଥ ହୋଇ ପଡିଥିବା ଘୋଡ଼ାର ସୁସ୍ଥତା ପାଇଁ ସାହିରେ ଏକ ଭୋଜିର ଆୟୋଜନ କଲା। ଭୋଜି ପାଇଁ ଛେଳିକୁ ହିଁ ମାରି ତାର ମାଂସ ପରଷି ଦେଲା ମାଲିକ।
ବିଚରା ଆମେ ଛେଳି ଭଳି ଅନେକ ସମୟରେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ବେଶି ଭାବିଥାଉ। ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ବିପଦ ସୃଷ୍ଟି କରିଥାଏ।

ପାଖରେ ଥାଇ ବି ଗଧ ଆଖୁର ସ୍ଵାଦ ଜାଣିପାରୁ ନ ଥିଲା

ଆମେ ଅନେକ ସମୟରେ ଅନ୍ୟ ପାଇଁ କାମ କରି ଚାଲିଥାଉ। କିନ୍ତୁ କାହାପାଇଁ କାମ କରିଥାଉ ଜାଣି ନ ଥାଉ। ମାଲିକ ବା ଉପରିସ୍ଥ ଅଧିକାରୀଙ୍କ ବାଃ ବାଃ ରେ ଉତ୍ସାହିତ ହୋଇଥାଉ
ଆରବ ଦେଶର ଜଣେ ବହୁତ ବଡ଼ ଧନୀ ବ୍ୟବସାୟୀ ଥିଲେ । ତାଙ୍କର ଚିନି ବ୍ୟବସାୟ ଥିଲା । ସେଥିଲାଗି ସେ ଏକର ଏକର ବ୍ୟାପୀ ଆଖୁଚାଷ କରୁଥିଲେ । ଆଖୁ ନେବା ଆଣିବା କରିବା ପାଇଁ ସେ ଏକାଧିକ ଗଧ ପାଳନ କରିଥିଲେ । ଗଧ ପିଠିରେ ସେ ଆଖୁ ନେବା ଆଣିବା କରୁଥିଲେ । ସେଥିଲାଗି, ଆରବ ବ୍ୟବସାୟୀ ଜଣକ ଗଧମାନଙ୍କର ଖୁବ୍ ଯତ୍ନ ନେଉଥିଲେ । ଆଉ ଏହି କାରଣରୁ ଗଧମାନେ ମଧ୍ୟ ନିଜକୁ ଭାରି ଭାଗ୍ୟବାନ ମଣୁଥିଲେ । କେବଳ ଭାଗ୍ୟବାନ ମଣୁ ନଥିଲେ; ଅଧିକନ୍ତୁ ଆରବ ବ୍ୟବସାୟୀଙ୍କ ଘରେ ଥିବା ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ବି ବେଖାତିର କରୁଥିଲେ । ବ୍ୟବସାୟୀଙ୍କ ଘରେ ମଧ୍ୟ ଏକ ଚତୁର ଠେକୁଆ ଥିଲା । ଗଧମାନଙ୍କର ଅହଂକାରୀପଣ ତାକୁ ଭଲ ଲାଗୁ ନଥିଲା । ସେ କେମିତି ଗଧମାନଙ୍କର ମୁହଁ ବନ୍ଦ କରିବ ସେହି ଉପାୟ ଚିନ୍ତା କରୁଥିଲା ।

ଦିନେ ଠେକୁଆ ଗୋଟିଏ ଗଧକୁ ଡାକି ପଚାରିଲା, ତୁମେ ତ ଆଖୁ ନେବା ଆଣିବା କରୁଛ । ଆଖୁର ସ୍ୱାଦ କେମିତି କହିଲ? ଗଧ ବାପୁଡ଼ାର ଅକଲ ଗୁଡୁମ୍ । ସେ ସିନା ବୋହୁଛି । ହେଲେ ସେ କ’ଣ ଦିନେ ଆଖୁ ଚାଖିଛି ଯେ, କହିବ ତାହା ମିଠା କି ଖଟା କି ପିତା । ସେଇଦିନଠୁୂ ଗଧ ଚୁପ୍ ।

-ରାଜେନ୍ଦ୍ର

ସମସ୍ୟାର କେତେ ଉପରକୁ ଗଲେ ସଫଳତା ମିଳେ

ପ୍ରତ୍ୟେକଙ୍କ ଜୀବନରେ ସମସ୍ୟା ଆସେ। ସେହି ସମସ୍ୟାକୁ ସମ୍ମୁଖୀନ ହେବା ଏକ ଦକ୍ଷତା ବା କଳା। ତେବେ ଅନେକ ସମୟରେ ସମସ୍ୟା ଠାରୁ ଉପରକୁ ଉଠିଯିବା ବା ସମସ୍ୟାର ଊର୍ଦ୍ଧ୍ୱକୁ ଚାଲିଯିବା ସବୁଠାରୁ ଦକ୍ଷ ଓ ଜ୍ଞାନୀ ବ୍ୟକ୍ତିର କାମ
ଜଣେ ବ୍ୟକ୍ତି ଜି. କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଞ୍ଚିଲେ। ସେ ଖୁବ୍ ବିମର୍ଶ ଦିଶୁଥିଲେ । ଜି. କୃଷ୍ଣମୂର୍ତ୍ତିଙ୍କ ସହ ବାର୍ତ୍ତାଳାପ ଆରମ୍ଭ କଲେ। ଦୀର୍ଘ ବାର୍ତ୍ତାଳାପ ସମୟରେ ବ୍ୟକ୍ତି ଜଣକ ବେଶ ବିବ୍ରତ କଣ୍ଠରେ କହିଲେ ଯେ, ସେ ନିଜ ଆଖପାଖର ସମସ୍ୟା ସବୁକୁ ନେଇ ଚିନ୍ତିତ ହୋଇ ପଡୁଛନ୍ତି। ଏହା ତାଙ୍କର ମାନସିକ ଶାନ୍ତିକୁ କ୍ଷୁଣ୍ଣ କରୁଛି। ଏହାର ଲାଘବ ନିମନ୍ତେ ସେ ତାଙ୍କ ନିକଟକୁ ଆସିଛନ୍ତି । ଜି. କୃଷ୍ଣମୂର୍ତ୍ତି କିଛି ସମୟ ନିରବ ରହିଲେ। ସେତିକିବେଳେ ଗଛ ଉପରେ ଆସି ଚଢ଼େଇଟିଏ ବସିଲା।

ଜି.କୃଷ୍ଣମୂର୍ତ୍ତି ବ୍ୟକ୍ତିଜଣଙ୍କୁ ପଚାରିଲେ- ଆଚ୍ଛା କୁହ ତ, ଯେତେବେଳେ ବର୍ଷାହୁଏ ସେତେବେଳେ ଏ ଚଢ଼େଇଟିର ଅବସ୍ଥା କ’ଣ ହୁଏ? ବ୍ୟକ୍ତିଜଣକ କହିଲେ, ଗଛରେ ରହେ ଓ ଭିଜିଯାଏ। ଜି.କୃଷ୍ଣମୂର୍ତ୍ତି ପଚାରିଲେ, ଇଗଲ ବୋଲି ଗୋଟେ ଚଢ଼େଇ ଅଛି, ତମେ ଜାଣ? ସେ କେବେ ବର୍ଷାରେ ଭିଜିବା ଦେଖିଛ? ବ୍ୟକ୍ତିଜଣକ ମୁଣ୍ଡ ହଲାଇଲେ। ଜି.କୃଷ୍ଣମୂର୍ତ୍ତି କହିଲେ, ଯେତେବେଳେ ଅନ୍ୟ ଚଢ଼େଇ ବର୍ଷାରେ ଭିଜୁଥାନ୍ତି, ସେତେବେଳେ ଇଗଲ ମେଘକୁ ଅତିକ୍ରମ କରି ବହୁ ଉପରକୁ ଉଡ଼ିଯାଏ। ଫଳରେ ବର୍ଷା ତାକୁ ଭିଜେଇ ପାରେନା। ଅତଏବ ଇଗଲ ପରି ହୁଅ। ମେଘଠୁ ଉପରକୁ ଉଠିଯାଅ।

‘ବର୍ଣ୍ଣବୋଧ’ ରୁ ବିଲେଇ ଗଲା, ହରିଣ ଆସିଲା-ରାଜେନ୍ଦ୍ର