ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବାର ମାତ୍ର କିଛି ସମୟ ମଧ୍ୟରେ ପାକିସ୍ତାନ ସୀମାରେ ପୁଣି ଦେଖାଗଲା ଡ୍ରୋନ୍‌। ସାମ୍ବାରେ ପାକିସ୍ତାନ ପଟୁ ଡ୍ରୋନ୍‌ ଉଡ଼ିଥିବା ସୂଚନା ମିଳିଛି।
ଡ୍ରୋନ ଉଡ଼ିବା ନେଇ ଏଏନଆଇରେ ସୂଚନା। ତେବେ ସବୁ ଡ୍ରୋନକୁ ନଷ୍ଟ କଲା ଭାରତୀୟ ଏୟାର ଡିଫେନ୍ସ। ପ୍ରଥମ ପର୍ଯ୍ୟାୟ ଡ୍ରୋନ ପରେ ଆଉ ଆସି ନ ଥିବା ସୂଚନା।
ତେବେ କିଛି ସମୟ ତଳେ ସାମ୍ବାରେ ବିସ୍ଫୋରଣର ଶବ୍ଦ ଶୁଭିଥିବାର ଖବର ଆସିଥିଲା। ଡ୍ରୋନ୍‌ ଦେଖାଯିବା ପରେ ସାମ୍ବାକୁ ବ୍ଲାକ ଆଉଟ୍‌ କରାଗଲା। ଯଦିବା ସାମ୍ବା ସେକ୍ଟରରେ ବହୁତ କମ୍‌ ସଂଖ୍ୟକ ଡ୍ରୋନ ଆସିଛି ଏବଂ ପରେ ଆଉ ଆସିନି। ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ସେନା ସୂତ୍ରରୁ କୁହାଯାଇଛି।
ସେପଟେ ସଂଧ୍ୟା ୫ଟାରେ ୫ଟାରେ ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଥିଲା। ଏଥିରେ ସୀମାରେ ଗୋଟିଏ ବି ଗୁଳି ଫୁଟିବନି କି ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି ବୋଲି ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ହୋଇଛି। ତେବେ ଅସ୍ତ୍ରବିରତି ପରେ ସାମ୍ବାରେ ଡ୍ରୋନ୍‌ ଦେଖା ଦେବା ପାକିସ୍ତାନର ଦୋମୁହାଁ ନୀତିକୁ ଦର୍ଶାଉଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ପାକିସ୍ତାନର ଆତଙ୍କବାଦୀ ସପକ୍ଷବାଦ ମନବୃତ୍ତିକୁ ନିନ୍ଦା କରିଛନ୍ତି। ଏମିତି କି ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ଭାରତୀୟ ସେନା ଆକ୍ରମଣ କରିଥିଲେ ବୋଲି କହିଥିଲେ। ବିଭିନ୍ନ ସମୟରେ ପରମାଣ ଶକ୍ତିକୁ ନେଇ ବ୍ଲାକ୍‌ ମେଲିଂ କରିଛି। ଆଗାମୀ ଦିନରେ ଏଭଳି କଲେ କଡ଼ା ଜବାବ୍‌ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତ ପାକିସ୍ତାନ ମଧ୍ୟରେ ପାରମ୍ପରିକ ବିବାଦ ଏବେ ଯୁଦ୍ଧର ରୂପ ନେଇଛି। ଗୁରୁବାର ସନ୍ଧ୍ୟା ହେଉ ହେଉ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଛି ପାକିସ୍ତାନ। ଭାରତ ମଧ୍ୟ ଏହାର କଠୋର ପ୍ରତି ଜବାବ୍ ଦେଇଛି

ଅନ୍ଧାର ହେବା ମାତ୍ରେ ଜମ୍ମୁ ବିମାନବନ୍ଦର ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍‌ କରିଦିଆଯାଇଛି। ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା। କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍‌ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି।

ପଠାନକୋଟକୁ ବି ବ୍ଲାକ ଆଉଟ କରାଯାଇଛି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ରକେଟ୍‌ ପଡିଥିବା ସୂଚନା ମିଳିଛି। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଅପରେସନ ସିନ୍ଦୂର ପରେ ପାକିସ୍ତାନ ଜମ୍ମୁ ଏୟାରପୋର୍ଟରେ ରକେଟ୍‌ ଆକ୍ରମଣ  କରିଛି। ଆକାଶ ମାର୍ଗରୁ ବିଭିନ୍ନ ସ୍ଥାନରେ ରକେଟ୍‌ ଖସାଇଛି ଭାରତୀୟ ସେନା। ଏସ-୪୦୦ ଜରିଆରେ ରକେଟ୍‌ ଖସାଇଲା। ଜମ୍ମୁ ଏୟାରପୋର୍ଟର କୌଣସି କ୍ଷତି ହୋଇ ନ ଥିବା ସୂଚନା।
ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ପରେ ଜୋରରେ ବାଜିଲା ସାଇରନ। ହମଲା ପରେ ଜମ୍ମୁକୁ କରାଗଲା ପୂରା ବ୍ଲାକ୍‌ ଆଉଟ୍‌ । ଅନ୍ଧାରରେ ଅଛି ଜମ୍ମୁ କାଶ୍ମୀର। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି।
ପାକିସ୍ତାନ ଭାରତର ପ୍ରତିରକ୍ଷା ଓ ବେସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି। ତେବେ ଏହାର ଦୃଢ଼ ଜବାବ ଦେଇଛି ଭାରତ। ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି । କାରଣ ଆମେରିକା ନିଜର ଏଫ-୧୬କୁ ବେଶ ଶକ୍ତିଶାଳୀ ବୋଲି ପ୍ରଚାର କରିଥାଏ । କେବଳ ଆମେରିକାର ଏଫ-୧୬ ନୁହେଁ, ପାକିସ୍ତାନର ଦୁଇଟି ଚୀନ ନିର୍ମିତ ବିମାନକୁ ମଧ୍ୟ ଏସ-୪୦୦ ଖସାଇ ଦେଇଛି । ଏହା ପୂର୍ବରୁ ୨୦୧୯ରେ ବି ଭାରତ ପାକିସ୍ତାନର ଏକ ଏଫ-୧୬କୁ ଖସାଇ ଦେଇଥିଲା।

ଆଗାମୀ ଜନଗଣନା କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟକଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସିଥିବା ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ଦେଶରେ ଜାତିଗତ ଜନଗଣନା କରାଯିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀ ବୈଷ୍ଣବ

ଏହି ଅବସରରେ ସେ କହିଛନ୍ତି ଜେ, ଜାତିଗତ ଜନଗଣନା ହେଉଛି ଆମ ସରକାର ଆମ ସମାଜ ଏବଂ ଦେଶର ମୂଲ୍ୟବୋଧ ଏବଂ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧ। ପୂର୍ବରୁ ମଧ୍ୟ ଯେତେବେଳେ ବିଜେପି ନେତୃତ୍ଵାଧୀନ ସରକାର ଥିଲା ସମାଜର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଚଳନ କରିଥିଲା।

ସେ ଜାତି ଜନଗଣନାକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ କଂଗ୍ରେସ ଏବଂ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ଦଳଗୁଡ଼ିକୁ ଉଦ୍ୟମ କରୁଥିଲା ବୋଲି ସେ ସମାଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ସରକାରଗୁଡ଼ିକ ସର୍ବଦା ଜାତି ଜନଗଣନାକୁ ବିରୋଧ କରିଆସିଛନ୍ତି। ସ୍ୱାଧୀନତା ପରଠାରୁ ହୋଇଥିବା ସମସ୍ତ ଜନଗଣନା କାର୍ଯ୍ୟରେ ଜାତିକୁ ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ୨୦୧୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହ ଜୀ ଲୋକସଭାକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଜାତି ଜନଗଣନା ବିଷୟକୁ କ୍ୟାବିନେଟରେ ବିଚାର କରାଯିବା ଉଚିତ।

ଏହି ବିଷୟ ଉପରେ ବିଚାର କରିବା ପାଇଁ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧିକାଂଶ ରାଜନୈତିକ ଦଳ ଜାତି ଜନଗଣନା ସୁପାରିଶ କରିଥିଲେ। ଏହା ସତ୍ତ୍ୱେ, କଂଗ୍ରେସ ସରକାର ଜାତି ଜନଗଣନା ବଦଳରେ କେବଳ ଜାତିର ଏକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସର୍ଭେକୁ SECC ଭାବରେ କୁହାଯାଉଥିଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଏହା ଭଲ ଭାବରେ ବୁଝାଯାଉଛି ଯେ କଂଗ୍ରେସ ଏବଂ ଏହାର ଇଣ୍ଡିଆ ମେଣ୍ଟ ଅଂଶୀଦାରମାନେ କେବଳ ଏକ ରାଜନୈତିକ ଉପକରଣ ଭାବରେ ଜାତି ଜନଗଣନାକୁ ବ୍ୟବହାର କରିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୪୬ ଅନୁଯାୟୀ, ସପ୍ତମ ଅନୁସୂଚୀରେ ଜନଗଣନା ବିଷୟ ସଂଘ ତାଲିକାରେ ୬୯ରେ ତାଲିକାଭୁକ୍ତ। ଭାରତୀୟ ସମ୍ବିଧାନ ଅନୁସାରେ, ଜନଗଣନା ଏକ ସଂଘୀୟ ବିଷୟ।

କିଛି ରାଜ୍ୟ ଜାତି ଗଣନା ପାଇଁ ସର୍ଭେ କରିଛନ୍ତି, କିଛି ରାଜ୍ୟ ଏହା କରିଛନ୍ତି ଯେତେବେଳେ ଅନ୍ୟ କିଛି ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ଦୃଷ୍ଟିକୋଣରୁ ଅଣ-ସ୍ୱଚ୍ଛ ଉପାୟରେ ଏପରି ସର୍ଭେ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ପାକିସ୍ତାନ ଗଲେ କେତେ, ଭାରତ ଆସିଲେ କେତେ

ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାସରି ଏବଂ ବନିହାଲ ମଧ୍ୟରେ ପ୍ରାୟ ୧୨ଟି ସ୍ଥାନରେ ଭୂସ୍ଖଳନ ହୋଇଛି ଏବଂ କାଦୁଅ ଧସିଛି

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ହେବା ପରେ ଉପତ୍ୟକାର ଜୀବନରେଖା କୁହାଯାଉଥିବା ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି ରାମବନ। ଏହି ସବୁ ଅଞ୍ଚଲରେ ଅନେକ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ବିଦ୍ୟୁତ୍ କାଟ ମଧ୍ୟ ହୋଇଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ଗୁରୁବାର ହଠାତ୍ ପ୍ରବଳ ପବନ ଏବଂ ବର୍ଷା ଫଳରେ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଧମପୁରର ସାଟେନି ପଞ୍ଚାୟତ ଅଞ୍ଚଳରେ ଯାତାୟାତ ଏବଂ ବିଦ୍ୟୁତ୍ ପ୍ରଭାବିତ ହୋଇଛି। ୪-୫ ବର୍ଷ ପରେ, ଏପରି ପ୍ରବଳ ପବନ ଏହି ଅଞ୍ଚଳକୁ ପ୍ରଭାବିତ କରିଛି।
ପାଣିପାଗ ବିଭାଗ କହିଛି ଯେ ଏକ ସକ୍ରିୟ ପଶ୍ଚିମୀ ବିଶୃଙ୍ଖଳା ପ୍ରବଳ ବର୍ଷା ଏବଂ ଝଡ଼ ସୃଷ୍ଟି କରିଛି।

ରାମବନର ଧରମ କୁଣ୍ଡ ଗାଁରେ ପ୍ରାୟ ୪୦ଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଫସି ରହିଥିବା ୧୦୦ ରୁ ଅଧିକ ଗ୍ରାମବାସୀଙ୍କୁ ପୁଲିସ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନାସରି ଏବଂ ବନିହାଲ ମଧ୍ୟରେ ପ୍ରାୟ ଏକ ଡଜନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ କାଦୁଅ ଖସି ପଡ଼ିଛି, ଯାହା ଫଳରେ ଯାତାୟାତ ବନ୍ଦ ରହିଛି ବୋଲି ଅଧିକାରୀମାନେ କହିଛନ୍ତି।

ଟ୍ରାଫିକ୍ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ଭୂସ୍ଖଳନ, କାଦୁଅ ଏବଂ ପଥର ମାଡ଼ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ସେ କହିଛନ୍ତି ଯେ ପାଗ ସୁଧୁରିବା ଏବଂ ରାସ୍ତା ସଫା ନହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ପ୍ରମୁଖ ରାଜପଥରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।

କାହିଁକି ଫସିବେ ବିଡ଼ିଏ ଅଧିକାରୀ

ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦି ଥରଟିଏ ମଧ୍ୟ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ କେବେ ଯାଇ ନ ଥିଲେ। ତେବେ ଗତକାଲି ଆରାଏସଏସ କାର୍ଯ୍ୟାଳୟ ଯିବା ପଛରେ ତାଙ୍କର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ନେଇ ଘୋଷଣା କରିଥାଇ ପାରନ୍ତି ବୋଲି କହିଛନ୍ତି।
ଶିବସେନା (ୟୁବିଟି)ର ଫାୟାରବ୍ରାଣ୍ଡ ନେତା ସଞ୍ଜୟ ରାଉତ। ଏ ନେଇ ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ରର ନାଗପୁରସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ନିଜର ଅବସର ଘୋଷଣା କରିବାକୁ ଯାଇଥିଲେ।
ମୁମ୍ବାଇରେ ଅନ୍ୟଏକ ସାମ୍ବାଦିକ ସମ୍ମିଳନୀରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ନେତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅବସର ଘୋଷଣା କରିବା ପାଇଁ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ। ମୋ ଜ୍ଞାନ ଅନୁଯାୟୀ, ସେ ୧୦-୧୧ ବର୍ଷ ମଧ୍ୟରେ କେବେ ଆରଏସଏସ ମୁଖ୍ୟାଳୟ ଯାଇନାହାଁନ୍ତି। ଆରଏସଏସ ନେତୃତ୍ୱ ପରିବର୍ତ୍ତନ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦୀ ଏବେ ଯାଉଛନ୍ତି।
ପ୍ରକାଶ ଥାଉ କି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ୭୫ ବର୍ଷ ପୂରଣ ହେବ। ତେବେ ୭୫ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ ନା ଦଳ ଆଉ କାହାକୁ ବଦଳାଇବ ସେ ନେଇ ରାଜନୈତିକ ମହଲରେ ବିଚାର ବିମର୍ଷ ଚାଲିଛି। ତେବେ ନରେନ୍ଦ୍ର ମୋଦୀଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ପଦରେ ବସିବ ସେ ନେଇ ମଧ୍ୟ ଆରଏସଏସ ମୁଖ୍ୟଙ୍କ ପରାମର୍ଶ କ୍ରମେ ଦଳ ନିର୍ଦ୍ଧାରଣ କରିବ।

କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ଆମେରିକାକୁ ଇରାନର ଜବାବ୍

ଆମେରିକାର କାଲିଫର୍ଣ୍ଣିଆ ଏକ ହିନ୍ଦୁ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ଭାରତ ନିନ୍ଦା କରିଛି। ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ କରିଛି ଭାରତ। ଏପରି କାର୍ଯ୍ୟକୁ ଘୃଣ୍ୟ ବୋଲି ଅଭିହିତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ଉଚିତ

ଲସ୍ ଆଞ୍ଜେଲସର ଚିନୋ ହିଲ୍ସରେ ମନ୍ଦିରର ଅବମାନନା ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସୱାଲ କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ସମ୍ପର୍କରେ ରିପୋର୍ଟ ସମ୍ପର୍କରେ କହିଛନ୍ତି। ଏପରି ଘୃଣ୍ୟ କାର୍ଯ୍ୟକୁ କଡ଼ା ଶବ୍ଦରେ ସେ ନିନ୍ଦା କରିଛନ୍ତି। ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରେ ଥିବା ମନ୍ଦିରକୁ ଅପବିତ୍ର କରାଯିବାର କିଛି ମାସ ପରେ ଏହା ଆସିଛି। ସେପ୍ଟେମ୍ବରରେ, ମନ୍ଦିର ପରିସରରେ ଅପମାନଜନକ ଶବ୍ଦ ସହିତ ଗ୍ରାଫିଟି ଦେଖାଯାଇଥିଲା। ସାକ୍ରାମେଣ୍ଟୋ ଘଟଣାର କିଛି ସମୟ ପୂର୍ବରୁ, ନ୍ୟୁୟର୍କର ମେଲଭିଲରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ବିକୃତ କରାଯାଇଥିଲା।

ଆମେରିକାର ଟ୍ରମ୍ପ ସରକାର ଏପ୍ରିଲ ଖୁବଶୀଘ୍ର ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ବୃଦ୍ଧି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କିନ୍ତୁ ଜାରି ଆଲୋଚନା ମାଧ୍ୟମରେ ଭାରତ ପାଇ ଏଥିରେ କିଛି ପରିବର୍ତ୍ତନ ହୋଇପାରେ
ବ୍ରାଜିଲ, ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକରୁ ଉଚ୍ଚ ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାରସ୍ପରିକ ଶୁଳ୍କ ବୃଦ୍ଧି ଆସନ୍ତା ଏପ୍ରିଲ ୨ ତାରିଖରୁ କାର୍ଯ୍ୟକାରୀ କରିବେ। କିନ୍ତୁ ଏ ନେଇ ଭାରତୀୟ ଅଧିକାରୀମାନେ ନୂଆଦିଲ୍ଲୀ ଏବଂ ୱାଶିଂଟନରେ ବର୍ତ୍ତମାନ ବାଣିଜ୍ୟ ଆଲୋଚନା କରୁଛନ୍ତି। ତେଣୁ ଆଶା କରାଯାଉଛି ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ପ୍ରକାଶ ଥାଉ କି, ମଙ୍ଗଳବାର ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ସମୟରେ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ଯାହା ବାଣିଜ୍ୟ ଯୁଦ୍ଧ ନେଇ ଚିନ୍ତାକୁ ତୀବ୍ର କରିଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବାଣିଜ୍ୟ ଆଲୋଚନା ପାଇଁ ପ୍ରାୟ ସପ୍ତାହ ବ୍ୟାପୀ ଆମେରିକା ଗସ୍ତରେ ଅଛନ୍ତି।
ଚାଲିଥିବା ଆଲୋଚନା ସହିତ ପରିଚିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଭାରତ ପାଇଁ ଆମେରିକାର ଶୁଳ୍କ ବୃଦ୍ଧି ସଂପର୍କରେ ଗଠନମୂଳକ ଆଲୋଚନା ଚାଲିଛି। ଏହି ଶୁଳ୍କରେ କୋହଳ ହୋଇପାରେ କିମ୍ବା ଶୁଳ୍କ ଲାଗୁର ତାରିଖ ବଦଳି ପାରେ।

Pmo india

ଦେଶରେ ମେଦ ବହୁଳତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପ୍ରତି ୮ ଜଣରେ ଜଣେ ମେଦ ବହୁଳତା ଶିକାର ହୋଇଛନ୍ତି। ସେହିଭଳି ଶିଶୁଙ୍କ କ୍ଷେତ୍ରରେ ଏହା ୪ ଗୁଣା ବୃଦ୍ଧି ପାଇଛି। ଏପରିକ୍ଷେତ୍ରରେ ୧୦ ପ୍ରତିଶତ କମ୍ ତେଲ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୧୯ ତମ ମନ୍ କୀ ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେଦ ବହୁଳତାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛି।
ସେ ଏହି କ୍ରମରେ ନାରୀଶକ୍ତିକୁ ଗୁରୁତ୍ଵ ଦେବା ସହ ତାହା ଦେଶ ପାଇଁ ଏକ ବଡ଼ ସମ୍ପଦ ବୋଲି କହିଛନ୍ତି। ସେହିଭଳି ଶହେ ତମ ରାକେଟ ଉତକ୍ଷେପଣରେ ଇସ୍ରୋର ସଫଳତାକୁ ଦୋହରାଇ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଗତ ୧୦ ବର୍ଷରେ ଭାରତ ୪ ଶହରୁ ଅଧିକ ସ୍ୟାଟେଲାଇଟ ଲାଞ୍ଚ କରିଛି। ଏଆଇ କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗରେ ରହିଥିବା ବେଳେ ବୈଷୟିକ ଜ୍ଞାନ କୌଶଳରେ ଭାରତ ପଛଘୁଞ୍ଚା ଦେଉନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସକାରାତ୍ମକ ଚିନ୍ତା ନେଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

ଦିଲ୍ଲୀରେ ନୂଆ ସରକାର। ରେଖା ଗୁପ୍ତାଙ୍କ ନେତୃତ୍ବରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପିର ୬ ବିଧାୟକ। ସେମାନଙ୍କ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି, ପରବେଶ ବର୍ମା, ଆଶିଷ ସୁଦ୍, ରବୀନ୍ଦ୍ର ଇନ୍ଦ୍ରାଜ୍ ସିଂ କପିଲ ମିଶ୍ର, ମଜିନ୍ଦର୍ ସିଂ ସିର୍ଶା, ପଙ୍କଜ କୁମାର ସିଂ। ପରବେଶ ଓ ଆଶିଷ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇଛନ୍ତି ରେଖା।
ଗୁରୁବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ଉପ ରାଜ୍ୟପାଳ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଶପଥ ଗ୍ରହଣ ଅବସରରେ ମହିଳା ସମୃଦ୍ଧି ଯୋଜନାରେ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ଅଢେଇ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଘୋଷଣା କରିଛନ୍ତି।
ଅପରପକ୍ଷେ ନିର୍ବାଚନ ପରେ ଦିଲ୍ଲୀରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି।

ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱାଶିଂଟନ ଡିସି ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ

କୁହାଯାଉଛି ଯେ ଉଭୟ ଦେଶର ନେତା ଶୁଳ୍କ, ପ୍ରବାସୀ ସମସ୍ୟା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବହୁ ପ୍ରତୀକ୍ଷିତ ବୈଠକ ପୂର୍ବରୁ ଟ୍ରମ୍ପ ଏକ ବିବୃତ୍ତି ଦେଇ କହିଛନ୍ତି, ଯେଉଁ ଦେଶ ଆମେରିକା ଉପରେ ଶୁଳ୍କ ଲଗାନ୍ତି, ଆମେ ସେମାନଙ୍କଠାରୁ ଶୁଳ୍କ ଆଦାୟ କରୁ।
ଏଲନ୍ ମସ୍କଙ୍କ ଫକ୍ସ ନ୍ୟୁଜ୍ ସହିତ ସାକ୍ଷାତକାରରେ , ଟ୍ରମ୍ପ ଭାରତର ଟାରିଫ୍ ନୀତି ବିଷୟରେ କହିଛନ୍ତି ଯେ, ବିଶ୍ୱର ପ୍ରତ୍ୟେକ ଦେଶ ଆମଠାରୁ ଫାଇଦା ଉଠାନ୍ତି ଏବଂ ସେମାନେ ଟାରିଫ୍ ସହିତ ଏହା କରନ୍ତି। ଉଦାହରଣ ସ୍ୱରୂପ, ସେମାନେ ଆମ ପାଇଁ ଭାରତରେ ଏକ କାର ବିକ୍ରୟ କରିବା ପ୍ରାୟ ଅସମ୍ଭବ କରିଦିଅନ୍ତି। ଯଦିବା ସେ ନିଶ୍ଚିତ ନୁହଁନ୍ତି, କିନ୍ତୁ ସତ୍ୟ ବୋଲି ବିଶ୍ୱାସ କରୁଥିବା ଟ୍ରମ୍ପ ଗଣ ମାଧ୍ୟମ ଆଗରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଦ୍ୱାରା ଲାଗୁ କରାଯାଇଥିବା ଉଚ୍ଚ ଶୁଳ୍କ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହା ଫଳରେ ଆମେରିକୀୟ କମ୍ପାନୀଗୁଡ଼ିକ ସେଠାରେ ଉତ୍ପାଦ ବିକ୍ରୟ କରିବା କଷ୍ଟକର ହୋଇପଡ଼ିଛି।