ବାଂଲାଦେଶ ଓ ପାକିସ୍ତାନ ବିଭାଜନ ପରେ ଭାରତରୁ ବାଂଲାଦେଶୀମାନେ ଶରଣାର୍ଥିଙ୍କୁ ସ୍ଥାନ ଦିଆଯାଇଥିଲା। କିନ୍ତୁ ବେଳକୁ ବେଳ ରାଜ୍ୟରେ ବାଂଲାଦେଶୀଙ୍କ ସଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଏବେ ଓଡ଼ିଶାରେ ମୋଟ ୩୭୩୮ ଜଣ ବଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ସରକାରୀ ଭାବେ ଜଣାପଡ଼ିଛି।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ। ଏହି ଜିଲ୍ଲାରେ ମୋଟ ମୋଟ ୧୬୪୯ବଂଲାଦେଶୀ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୧୧୧୨ ବଂଲାଦେଶୀ ଓ ତା ପରକୁ ରହିଛି ମାଲକାନଗିରି। ମାଲକାନାଗିରି ଜିଲ୍ଲାରେ ମୋଟ ୬୫୫ ଜଣ ବାଂଲାଦେଶୀ ରହିଥିବା ଗଣନା କରାଯାଇଛି ଏବଂ ଭଦ୍ରକ ଜିଲ୍ଲାରେ ୧୯୯ ଜଣ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ନବରଙ୍ଗପୁର ଜିଲ୍ଲାରେ ୧୦୬ ବଂଲାଦେଶୀ ରହିଥିବା ବେଳେ ଭୁବନେଶ୍ୱର ୧୭ ଜଣ ବାଂଲଶଦେଶୀଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ ଜଣାପଡ଼ିଛି।

ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ୍ ଏବଂ ପୁଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି। ଚିହ୍ନଟ ବାଂଲା ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବାଂଲା ଅନୁପ୍ରବେଶକାରୀମାନେ ରାଜ୍ୟର ବିଭିନ୍ନ ଅପରାଧରେ ଜଡ଼ିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ତେଣୁ ସେମାନଙ୍କ ପ୍ରତି ଦୃ୍ଷ୍ଟି ଦିଆଯାଇଛି। ବିଧାୟକ ମାନସ ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଇଥିବା ଉତ୍ତରରେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ବାଲେଶ୍ୱର ଜିଲ୍ଲାରେ ୫ ଜଣ ବଙ୍ଗଳାଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ସେ ନେଇ ଏବେ ବିଭିନ୍ନ ଅଦାଲତରେ ମାମଲା ବିଚାରାଧୀନ ରହିଛି।


