TT Ads

ସୁନ୍ଦରଗଡ଼ ଜିଲ୍ଲାରେ ଚା ପିଉଥିବା ବେଳେ ହାଇୱା ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଚା’ ଦୋକାନ ଭିତରକୁ ପଶିଯାଇଛ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଘଟଣାଗ୍ରସ୍ତ ହାଇୱାକୁ ଜବତ କରିଛି। ମୃତ ତିନି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଣାଇ ହସ୍ପିଟାଲକୁ ପଠାଇଛି।

ଛତୁଆ ଖାଇ ଦୁଇ ଶିଶୁକନ୍ୟା ମୃତ

TT Ads

Leave a Reply

Your email address will not be published. Required fields are marked *