ଅସହ୍ୟ ଗରମରେ ଛଟପଟ ହେଉଛନ୍ତି କି ? ଆପଣଙ୍କ ପାଇଁ ଆଶ୍ୱସ୍ତି ହେବାର ଖବର ହେଉଛି କାଲିଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ପୂର୍ବାପେକ୍ଷା ଗରମ ଓ ଗୁଳୁଗୁଳି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ। ଫଳରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜିଲ୍ଲାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବହିବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଘନ୍ତପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।

ଆସନ୍ତା ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ଏବଂ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ୱାକଫ ଆଇନର ୩ ଦିଗ ପ୍ରତି ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

କିଛିଦିନର ବିରତି ପରେ ସାରା ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଗୁରୁବାର ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି

ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ୪୧.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରୀରେ ପହଞ୍ଚିଛି। ଆଜିଠାରୁ ୩ ଦିନ ଧରି ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆହୁରି କୁହାଯାଇଛି ‌ଯେ ୨୮ ତାରିଖରେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀରେ ପହଞ୍ଚିବାର ଆଶଙ୍କା ରହିଛି। କଟକ ଓ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ପାରଦ ୪୦ ଡିଗ୍ରୀ ପାଖାପାଖି ରହିବ। ୨୯ ଓ ୩୦ ତାରିଖରେ ତାତି ଆହୁରି ବଢ଼ିବ। ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ରାଉରକେଲା, ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରୀ ଟପିବାକୁ ଥିବା ବେଳେ ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼ ଓ ଭାବାନୀପାଟଣାରେ ୪୨ ଡିଗ୍ରୀ ଛୁଇଁବାର୍ ସମ୍ଭାବନା ରହିଛି।

ଓପିଏଲ୍ ମ୍ୟାଚରେ ୨.୧ ରେ କଂଗ୍ରେସ ଆଗୁଆ

କୁଆଡେ କିଛି ନ ଥିଲା। ହଠାତ୍ ମାଡ଼ି ଆସିଲା କାଳ ବୈଶାଖୀ। ବର୍ଷା, ପବନ ସାଙ୍ଗକୁ କୁଆ ପଥର ମାଡରେ ଅସ୍ତବ୍ୟସ୍ତ ହୋଇପଡିଲେ ଲୋକେ। ଉପରୁ ପଡ଼ିଲା କୁଆ ପଥର । ବଡ଼ ବଡ଼ କୁଆ ପାଥର ମାଡ଼ରେ ଶତାଧିକ ଲୋକ ଆହତ ହେଲେ। ପ୍ରାୟ ୫୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ। ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆ ପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଉଡ଼ିଯାଉଛି।
କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଛି। ପ୍ରାୟ ଅଧ ଘଣ୍ଟାଧରି କାଳ ବୈଶାଖୀ ତାଣ୍ଡବ ସାଙ୍ଗକୁ ତିନି ଘଣ୍ଟାର ବର୍ଷରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚାଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି।

ଏପରିକି ରାଇରଙ୍ଗପୁର ସହରରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ପରି ନ ଥିବା ସୂଚନା ମିଳିଛି। ସନ୍ଧ୍ୟା ସମୟ ହୋଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ବିଭିନ୍ନ ସ୍ଥାନରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରୁଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୧୯ ରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ।

ୟୁଟ୍ୟୁବ୍‌ ଦେଖି ନିଜର ଅପରେସନ କଲେ ଯୁବକ

ଆସନ୍ତା ଏପ୍ରିଲ ଦୁଇ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି
ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ଯଦି ଉତାପ ତାତି ବୃଦ୍ଧି ପାଏ ଅଙ୍ଗନବାଡି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଛୁଟି କରି ଦିଆଯିବ। ତେବେ ପିଲାଙ୍କ ପାଇଁ ଥିବା ଅଙ୍ଗନବାଡ଼ି ଖାଦ୍ୟ ତାଙ୍କ ଘରେ ନେଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ। ସେହିଭଳି ଦିନ ୧୧ଟାରୁ ଅପରାହ୍ଣ ୩ଟା ଭିତରେ ଶ୍ରମିକଙ୍କୁ ବାହାର କାମ କରିବା ପାଇଁ ବାରଣ କରାଯାଇଛି। ଯଦି ଶ୍ରମିକମାନଙ୍କୁ କିଏ ଏହି ସମୟ ମଧ୍ୟରେ କାମ କରାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିଭଳି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିରୋ କାଜୁଆଲିକୁ ଗୁରୁତ୍ୱ ଦିଆଯାଇଛି।
ଶ୍ରୀ ପୂଜାରୀ କହିଛନ୍ତି ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ। ଜଳଛତ୍ର ଖୋଲାଯିବ। ନଳକୂପ ଖନନ ପାଇଁ ଜିଲାଗୁଡିକୁ ୩୦୦ କୋଟି ବ୍ୟୟ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷେ ରାଜ୍ୟରେ ଅଘୋଷିତ ବିଜୁଳି କାଟ ହେବ ନାହିଁ କିମ୍ବା ଦିନ ୧୧ଟାରୁ ଅପରାହ୍ଣ ୩ଟା ଓ ରାତିରେ ବିଦ୍ୟୁତ୍‌ କାଟ ହେବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ଶନିବାର ହୋଲି ପାଇଁ ପୂରା ରାଜ୍ୟବାସୀ ବ୍ୟସ୍ତ ଥିବା ବେଳେ ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ ରହିଥିଲା। ରାଜ୍ୟର ୧୩ ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା

ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାର ତାପମାତ୍ରା ଅଧିକ ରେକର୍ଡ କରାଯାଇଥିଲା। ଜଳୁଛି । ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି।
୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଶୁକ୍ରବାର ଦିନ ସାଢ଼େ ୨ ଟା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ଶନିବାର ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ, ଅନୁଗୁଳରେ ୪୨.୭, ରେକର୍ଡ ହୋଇଛି ଓ ରାଉରକେଲାରେ ୪୦.୫ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରି, ଭୁବନେଶ୍ବରରେ ୩୮.୪ ଡିଗ୍ରୀ, ବଲାଙ୍ଗୀର ୪୨.୫, କେନ୍ଦୁଝରରେ ୩୮ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଶନିବାର ପାଇଁ ଯେଉଁସ୍ଥାନରେ ତାପମାତ୍ରା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା, ସେଠାରେ ଏବେ ରେଡ୍ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବ ଏଵଂ ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

 

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ସମେତ ରାଜ୍ୟର ୨୨ ଜିଲ୍ଲା ପାଇଁ ବର୍ଷା ସହ ଅଧିକ ବଜ୍ରପାତ ହେବ ବୋଲି ସତର୍କ କରିଛି ପାଣିପାଗ ବିଭାଗ
ବିଶେଷକରି ବିଜୁଳି ଘଡ଼ଘଡି ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାକୁ ସତର୍କ କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପହିବା ସହ କେତେକ ସ୍ଥାନରେ ପ୍ରବଳ କୁଆପଥର ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ।
ଅପରପକ୍ଷରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ଅପରାହ୍ନରେ ମାଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ ବୋଲି ସତର୍କ କରାଯାଇଛି। ନିମ୍ନଚାପ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ହେବା ସହ ବର୍ଷା ହେବାରୁ ଏହି ସମୟ ଭିତରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ଆସନ୍ତା କାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରିଣ ଓଡିଶାର କେତେକ ଜିଲ୍ଲାରେ ପାଗ କୋହଲା ରହିବା ସହ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର ୯ ଟି ଜିଲ୍ଲାରେ  ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ପତ୍ତନ ନିମ୍ନଚାପ ସୃଷ୍ଟି ହୋଇଥିବାରୁ ୩ ଜିଲ୍ଲାକୁ ଝଡ଼ବର୍ଷା ପାଇଁ ସତର୍କ କରାଯାଇଛି। କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ବର୍ଷା ହେବ। ସେହିଭଳି ଏହି ୩ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ ଆଦି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ତେବେ ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ ଆଦି ଜିଲ୍ଲାରେ ସାମାନ୍ୟରୁ ହାଲୁକା ବର୍ଷା ହେବାନେଇ ସୂଚନା ମିଳିଛି। ଏହି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡର୍ଡ ଅପରେସନ ପ୍ରୋସିଜିୟର ବା ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ଏସଓପି ସମ୍ପର୍କରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଉଲ୍ଲେଖ ରହିଛି। ବିଶେଷକରି ପାଠପଢ଼ା ଓ ପରୀକ୍ଷାକୁ ସକାଳୁଆ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ପାନୀୟ ଜଳ ଓ ଓଆରଏସ୍ ରଖିବା ପାଇଁ କୁହାଯାଇଛି। ସେହିଭଳି ଅପରାହ୍ନରେ କୋନସି ବାହ୍ୟ କାର୍ଯ୍ୟକ୍ରମ ନ କରିବା ପାଇଁ ଏସଓପି ଉଲ୍ଲେଖ କରାଯାଇଛି। ଶିକ୍ଷାନୁଷ୍ଠାନରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ଏବଂ ଶିକ୍ଷାନୁଷ୍ଠନ ପରିସରରେ ଥିବା ନଳକୂଅ ଏବଂ ପମ୍ପଗୁଡିକ ମରାମତି କରିବା ପାଇଁ ଉଲ୍ଲେଖ ରହିଛି। ଏସବୁକୁ ଅନୁଧ୍ୟାନ କରିବା ପାଇଁ ଏନଫୋର୍ସ ମେଣ୍ଟ ଟିମ୍ ଗଠନ କରାଯାଇଛି।

ପ୍ରକାଶ ଥାଉ କି ଗତ କିଛିଦିନ ହେଲା ରାଜ୍ୟରେ ଅହେତୁକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରମୁକ୍ କିଛି ସହର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ଵର ତାପମାତ୍ରା ୩୫ ଡିଗ୍ରୀ ଟପିଛି।

ଶୀତ ଯିବାର କିଛିଦିନ ପରେ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ହ୍ରାସ ପାଇଛି। ଗୁରୁବାର ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରୀ ରହିଥିଲା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ବରାତିରେ ଅର୍ଥାତ୍ ବୁଧବାର ରାତିରେ ଭୁବନେଶ୍ୱର ତାପମାତ୍ରା ରହିଥିଲା ୨୧.୬ ଡିଗ୍ରୀ ସେଲସିୟସ। ଯାହା ପୂର୍ବ ରାତି ତୁଳନାରେ ୩.୫ ଡିଗ୍ରୀ କାମ। ସେହିଭଳି ରାଉରକେଲା ତାପମାତ୍ରା ୧୩ ଡ଼ିଗ୍ରୀରୁ ଖସି ୯.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାର ତାପମାତ୍ରା ୧୩.୨ ରୁ ୧୦.୨ ଡିଗ୍ରୀକୁ ହ୍ରାସ ପାଇଛି।

ସୁନ୍ଦରଗଡ଼ର ରାତ୍ରୀକାଳୀନ ସର୍ବନିମ୍ନ ତାପମାତ୍ରା ୧୫.୩ ରୁ ୧୨.୬ କୁ ଖସି ଆସିଛି। ପ୍ରକାଶ ଥାଉ କି ଗୁରୁବାର ଭୁବନେଶ୍ଵରର ଦିନବେଳା ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଥିଲା। ଯାହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ପ୍ରକାଶ ଥାଉ କି ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ହ୍ରାସ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଶୀତ ଯିବା ପରଠାରୁ କୁହୁଡ଼ିର ଭୟ କିନ୍ତୁ ଛାଡ଼ିନି। ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆଉ ତିନିଦିନ ପାଇଁ ଘନ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ।
ଆସନ୍ତା କାଲି ପାଇଁ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଆଜି ଜିଲ୍ଲାରେ ରବିବାର ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ନେଇ ସତର୍କ କରିଛି ଭୁବନେଶ୍ୱର ପାଣିପାଗ ସୂଚନା କେନ୍ଦ୍ର। ଏହି ସମୟ ଭିତରେ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିବା ସହ କୁହୁଡ଼ି ଅନୁଭୂତ ହେବ। ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ୮ ତାରିଖରେ ରାଜ୍ୟରେ ୮ ଜିଲ୍ଲାକୁ ଘନ କୁହୁଡ଼ି ସତର୍କକତା ଜାରି କରାଯାଇଥିବା ବେଳେ ୯ ତାରିଖରେ ୬ ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।