କଂଗ୍ରେସ ସମାବେଶ ସମୟରେ ଗାନ୍ଧୀମାର୍ଗରେ ଘଟିଥିବା ଅପ୍ରୀତିକର ପରିସ୍ଥିତି କ୍ରମରେ କଂଗ୍ରେସ କର୍ମୀଙ୍କ ସମେତ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପରିସ୍ଥଳେ ଯେଉଁମାନେ ପୁଲିସକୁ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ୱାଇ ବି ଖୁରାନିଆ।
ସେ ଆହୁରି କହିଛନ୍ତି ଯେ, କ୍ୟାପିଟାଲ୍ ହସ୍ପିଟାଲ୍କୁ ମୁଁ ଆହତଙ୍କୁ ଭେଟିବାକୁ ଆସିନାହିଁ ବରଂ ଅସାମାଜିକ ବ୍ୟକ୍ତିମାନେ କିଭଳି କାଣ୍ଡ ଭିଆଇଛନ୍ତି ତାହା ଦେଖିବାକୁ ଆସିଛି। ପୁଲିସ ବର୍ଦ୍ଦିରେ କେହି ହାତ ଲଗାଇ ପାରିବେ ନାହିଁ। ଯେଉଁମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ବାଛିବାଛି ଜେଲ୍ରେ ପୂରାଇବୁ ବୋଲି କହିଛନ୍ତି ଡିଜିପି।
ସେହିଭଳି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲକୁ ଯାଇ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଛନ୍ତି। ପ୍ରକାଶ ଥାଉ କି ଏଥିରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ କଂଗ୍ରେସର ବହୁ କର୍ମୀ ଆହତ ହୋଇ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ଅପରପକ୍ଷେ ଏ ନେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ଆମେ ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଆସିଥିଲୁ। କି୍ତୁ କେତେକ ଅସାମାଜିକ ବ୍ୟକ୍ତି ଆମ ଭିତରେ ପଶି ଏଭଳି ଭିଆଇଛନ୍ତି। ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସେମାନେ ଆମ ଦଳର ନୁହନ୍ତି ବୋଲି କହିଛନ୍ତି ଶ୍ରୀ ଦାସ।
ପ୍ରକାଶ ଥାଉ କି ମେଡିକାଲ ପରିସରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯାଇ ଆହତଙ୍କୁ ଭେଟିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ପୁଲିସ ଲାଠି ଚାର୍ଜ କରିବା ବେଳେ ଆନ୍ଦୋଳନ କାରୀଙ୍କ ଗୋଡ଼କୁ ଲାଠି ଚାର୍ଜ କରିବା କଥା। କିନ୍ତୁ ଅନେକଙ୍କ ମୁଣ୍ଡ ଫାଟିଛି। ଅର୍ଥାତ୍ ପୁଲିସ ମୁଣ୍ଡକୁ ଲାଠି ଚାର୍ଜ କରିବା କଥା ନୁହେଁ।