ଚତୁର ଶତ୍ରୁ ପ୍ରଥମେ ଶାରିରୀକ ଆକ୍ରମଣ ଅପେକ୍ଷା ମାନସିକ ଆକ୍ରମଣ କରିଥାନ୍ତି। ତେଣୁ ଶତ୍ରୁକୁ ପ୍ରତିହତ କରିବା ପୂର୍ବରୁ ପ୍ରଥମେ ନିଜକୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବା ଉଚିତ୍।
ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବା ପରେ କିଛି ମନୋବିଜ୍ଞାନୀ ତାଙ୍କ ଉପରେ ଏକ ଗବେଷଣା କରିବାକୁ ଚାହିଁଲେ। ଦୋଷୀ ସାବ୍ୟସ୍ତ ଯୁବକଙ୍କ ପାଖରେ ପହଞ୍ଚି ତାଙ୍କୁ ମୃତ୍ୟୁର ବିକଳ୍ପ ବ୍ୟବସ୍ଥା ବିଷୟରେ କହିଲେ। ଫାଶୀ ଦିଆଯିବାର ୨୦ ସେକେଣ୍ଡ ପରେ ଜଣଙ୍କର ମୃତ୍ୟୁ ହୋଇଥାଏ। କିନ୍ତୁ ବିଷାକ୍ତ ସାପ କାମୁଡ଼ିବାର ଦୁଇରୁ ତିନି ସେକେଣ୍ଡରେ ମୃତ୍ୟୁ ହୋଇଯାଇ ପରେ। ତେଣୁ ସେ ଚାହିଁଲେ ଫାଶୀ ବଦଳରେ ସାପ କମୁଡ଼ା ଦ୍ଵାରା ମୃତ୍ୟୁ ଦଣ୍ଡ ଦିଆଯାଇ ପାରେ। ମନୋବିଜ୍ଞାନୀଙ୍କ କଥାରେ ଯୁବକ ରାଜି ହେଲେ।
ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଗୋଟିଏ କୋଠରୀରେ ଏକ ବିଷାକ୍ତ ସାପ ସହ ମନୋବିଜ୍ଞାନୀମାନେ ରହିଲେ। ତାଙ୍କ ଆଖିରେ ଏକ ପଟି ବାନ୍ଧି ଦିଆଗଲା। ତା ପରେ ସାପକୁ ହଟାଇ ଦିଆଯାଇ ଛୁଞ୍ଚିରେ ହାତକୁ ପୋଡ଼ି ଦିଆଗଲା। ଛୁଞ୍ଚି ଫୋଡ଼ିବାର ମାତ୍ର କ୍ଷଣକ ମଧ୍ୟରେ ଯୁବକଙ୍କ ମୃତ୍ୟୁ ଘଟିଲା।
ମନୋବିଜ୍ଞାନମାନେ ନିଶ୍ଚିତ ହେଲେ ଯେ, ସାପ ଠାରୁ ବିଷାକ୍ତ ଏ ଭୟର ମାନସିକତା। ଯେଉଁଥିପାଇଁ ସାପ ନ କାମୁଡ଼ିଲେ ମଧ୍ୟ ଭୟରେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ ମାନସିକ ସ୍ତରରେ ଯଦି ଦୁର୍ବଳ ହୋଇଯିବା ତେବେ ଶତ୍ରୁମାନେ ସହଜରେ ଆକ୍ରମଣ କରି ପାରିବେ।

ପଖାଳ ସ୍ବାସ୍ଥ୍ୟ ପାଇଁ ହିତକର ନା ଅହିତକର

କୁଆଡେ କିଛି ନ ଥିଲା। ହଠାତ୍ ମାଡ଼ି ଆସିଲା କାଳ ବୈଶାଖୀ। ବର୍ଷା, ପବନ ସାଙ୍ଗକୁ କୁଆ ପଥର ମାଡରେ ଅସ୍ତବ୍ୟସ୍ତ ହୋଇପଡିଲେ ଲୋକେ। ଉପରୁ ପଡ଼ିଲା କୁଆ ପଥର । ବଡ଼ ବଡ଼ କୁଆ ପାଥର ମାଡ଼ରେ ଶତାଧିକ ଲୋକ ଆହତ ହେଲେ। ପ୍ରାୟ ୫୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ। ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆ ପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଉଡ଼ିଯାଉଛି।
କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଛି। ପ୍ରାୟ ଅଧ ଘଣ୍ଟାଧରି କାଳ ବୈଶାଖୀ ତାଣ୍ଡବ ସାଙ୍ଗକୁ ତିନି ଘଣ୍ଟାର ବର୍ଷରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚାଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି।

ଏପରିକି ରାଇରଙ୍ଗପୁର ସହରରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ପରି ନ ଥିବା ସୂଚନା ମିଳିଛି। ସନ୍ଧ୍ୟା ସମୟ ହୋଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ବିଭିନ୍ନ ସ୍ଥାନରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରୁଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୧୯ ରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ।

ୟୁଟ୍ୟୁବ୍‌ ଦେଖି ନିଜର ଅପରେସନ କଲେ ଯୁବକ

ସହିପାରିଲେନି ତଳିପେଟର ଯନ୍ତ୍ରଣା। ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ରୋଗ ଭଲ ହେଲା ନାହିଁ। ଶେଷର ଚରମ ନିଷ୍ପତ୍ତି ସ୍ୱରୂପ ନିଜେ ବାହାରିଲେ ନିଜ ପେଟର ଅପରେସନ ପାଇଁ। ଏଥିପାଇଁ ୟୁଟ୍ୟୁବ୍‌ରୁ କିଛି ଅପରେସନର ଭିଡ଼ିଓ ଦେଖି ଆରମ୍ଭ କରିଥିଲେ ଉଦ୍ଭଟ ଅଭିଯାନ।
ପ୍ରଥମେ ସେ କିଛି ସର୍ଜିକାଲ ବ୍ଲେଡ ସମେତ ବଜାରରୁ ଅପରେସନ ପାଇଁ ଆବଶ୍ୟକ ସରଞ୍ଜାମ କିଣି ଆଣିଥିଲେ। ଏମିତି କି ଆବ୍ୟକ ଔଷଧ ଏବଂ ଆନାସ୍ଥେସିଆ କିଣି ଆଣିଥିଲେ ଓ ଆରମ୍ଭ କରିଥିଲେ ଅପରେସନ୍‌। ଘର ଭିତରେ ନିଜେ ଆନାସ୍ଥେସିଆ ନେଇ ଅପରେସନ କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ଆନାସ୍ଥେସିଆର ପ୍ରଭାବ କମିଯିବା ପରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପେଟରେ ରକ୍ତ ବାହାରୁଥିବା ବେଳେ ଜୋର୍‌ରେ ପାଟିକରି ଘର ଭିତରକୁ ବାହାରକୁ ଆସିଥିଲେ। ତାଙ୍କୁ ଏଭଳୀ ଅପସ୍ଥାରେ ଦେଖି ପରିବାର ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନାକୁ ନେବା ପରେ ଆରମ୍ଭ ହୋଇଥିଲା ଚିକିତ୍ସା। ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ୩୨ ବର୍ଷୀୟ ବ୍ୟକ୍ତି ଜଣକୁ ହେଲେ ଉତ୍ତର ପ୍ରଦେଶର ମଥୁରାର ରାଜା ବାବୁ। ଏବେ ବି ରାଜାବାବୁଙ୍କ ଅବସ୍ଥା ଭଲ ନାହିଁ। ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ବଞ୍ଚାଇ ରଖିବା ପାଇଁ ଡାକ୍‌ତର ଉଦ୍ୟମ ଜାରି ରଖିଛନ୍ତି।
ତାଙ୍କ ଭଣଜା ରାହୁଲ କହିଛନ୍ତି ତାଙ୍କ ମାମୁ ୟୁଟ୍ୟୁବ ଦେଖି ନିଜର ସର୍ଜରୀ କରିବାକୁ ଆଗେଇ ଆସିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଆଗ୍ରାସ୍ଥିତ ଏସଏନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଥାଉ କି ୧୮ ବର୍ଷ ତଳେ ରାଜା ବାବୁଙ୍କର ଆପେଣ୍ଡିକ୍ସ ସର୍ଜରୀ ହୋଇଥିଲା। ଏଥିପାଇଁ ବେଶ କିଛି ଦିନ ହେଲା ତାଙ୍କ ତଳି ପେଟରେ ଯନ୍ତ୍ରଣା ହେଉଥିଲା। ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ କରି ନିରାଶ ହେବାରୁ ନିଜର ଚିକିତ୍ସା ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ।
ନିକଟରେ ବିହାର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭରତୀୟ ଜନତା ପାର୍ଟି (ବିଜେପି) ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେଉଛି ବିହାର। ଗତକାଲି ବିହାରର ବରିଷ୍ଠ କର୍ମକର୍ତ୍ତାଙ୍କୁ ଗୁରୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ନୂତନ ଦାୟିତ୍ୱ ପାଇଁ ହଠାତ୍‌ ୪ ଜଣ ଜିଲ୍ଲାସ୍ତରୀୟ ନେତା ଆଜି ଇସ୍ତଫା ଦେବା ଘଟଣା ଅନ୍ୟମାନଙ୍କୁ ବିସ୍ମିତ କରିଛି।
ଦଳରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ ଗୌରବ ଶାଣ୍ଡିଲ, ନନ୍ଦକିଶୋର ଚୌରାସିଆ, ପ୍ରମୋଦ ଚନ୍ଦ୍ରବଂଶୀ ଏବଂ ଅନ୍ନପୂର୍ଣ୍ଣା କପୁର। ପ୍ରକାଶିତ ତାଲିକା ଅନୁଯାୟୀ ଗୌରବ ଶାଣ୍ଡିଲଙ୍କୁ ଜିଲ୍ଲା ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ନନ୍ଦକିଶୋର ଚୌରାସିଆଙ୍କୁ ମିଡିଆ ପ୍ରଭାରୀ କରାଯାଇଥିଲା ବେଳେ ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ଜିଲ୍ଲା ଉପାଧ୍ୟକ୍ଷ କରାଯାଇଥିଲା। ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା କପୁରଙ୍କୁ ମନ୍ତ୍ରୀ ପଦ ଦିଆଯାଇଥିଲେ ମଧ୍ୟ ସେମାନେ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।
ଯାହା ଦଳର ଅନ୍ୟ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଇସ୍ତଫା ପଛରେ ବିଜେପିର ପଦାଧିକାରୀ ତାଲିକା ପ୍ରକାଶରେ ଅସନ୍ତୋଷ ବୋଲି କୁହାଯାଉଛି। ତେବେ ଏହା ନିହାତି ପକ୍ଷେ ବିହାର ବିଜେପି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଇସ୍ତଫା ଦେଇଥିବା ଗୌରବ ଶାଣ୍ଡିଲ କହିଛନ୍ତି, ସେ ରାଜୌଲି ବ୍ଲକ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ପ୍ରକାଶିତ ତାଲିକାରେ ତାଙ୍କୁ ବାଦ୍‌ ଦିଆଯାଇଛି। ସେଥିପାଇଁ ସେ ତାଙ୍କ ପଦବୀରୁ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି, ସେ ରାଜ୍ୟ ସଭାପତିଙ୍କୁ ଭେଟିବେ ଏବଂ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ। ସେ ଏହା ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟାରେ ତାଙ୍କର ସମସ୍ତ ସମର୍ଥକମାନେ ମଧ୍ୟ ଏକାଠି ଇସ୍ତଫା ଦେବେ।
ପଖାଳ ଦିବସକୁ ନେଇ ରାଜ୍ୟ ସମେତ ରାଜ୍ୟ ବାହାରେ ଓଡ଼ିଆମାନେ ବେଶ ଉତ୍ସାହିତ। ବିଭିନ୍ନ ଉପାୟରେ ପଖାଳ ଖାଇ ଓଡ଼ିଆ ନିଜର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଖାଳରେ ରହିଛି ଭର୍‌ପୂର ରୋଗ ପ୍ରତିରୋଧକ ଶକ୍ତି ଯାହା ଆପଣଙ୍କ ଅନେକ ଭୟଙ୍କର ରୋଗରୁ ରକ୍ଷା କରିଥାଏ।
ଯଦିବା ପଖାଳକୁ ଆମେ ଦୀର୍ଘବର୍ଷ ଧରି ପରମ୍ପରିକ ଭାବେ ଖାଇ ଆସୁଛେ ଏବଂ ଓଡ଼ିଆ ଘରେ ସକାଳେ ପଖାଳକୁ ଜଳଖିଆ ଭାବେ ଗ୍ରହଣ କରାଯାଏ ତେବେ ପଖାଳରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ବିଶେଷକରି ବାସି ପଖାଳରେ ଥିବା ସର୍ଟ ଚେନ୍‌ ଫ୍ୟାଟି ଏସିଡର ପ୍ରଦାହରୋଧୀ ବା ଆଣ୍ଟି-ଇନ୍ଫ୍‌ଲେମାଟୋରୀ ଗୁଣ ରହିଛି। ସେହିଭଳି ତୋରାଣିରେ ଥିବା ଲୋବାସିଲସ୍‌ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍‌ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍‌ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ। ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍‌ ଉପକାରୀ। ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି।
୨୦୨୦ ମସିହାରେ ଏମ୍ସ ପକ୍ଷରୁ କରାଯାଇ ଏକ ସ୍ୱାସ୍ଥ୍ୟ ଗବେଷଣାରୁ ଏଭଳି ତଥ୍ୟ ଆସିଥିଲା। ସେହି ଗବେଷଣାରୁ ଜଣାପଡ଼ିଲା ଯେ, ଯେଉଁମାନେ ନିୟମିତ ପଖାଳ ଖାଉଥିଲେ ସେମାନଙ୍କୁ କାରୋନା ସହଜରେ ଆକ୍ରାନ୍ତ କରି ନ ଥିଲା। ଯେଉଁ କାରଣରୁ ରାଜ୍ୟର ଆଦିବାସୀ ଅଞ୍ଚଳ ଲୋକେ କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ବୋଲି ଏହି ଗବେଷଣାରୁ ଜଣାପଡ଼ିଥିଲା।

ହମାସ ସମ୍ପର୍କ ଅଭିଯୋଗରେ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ସ୍କଲାରଙ୍କୁ ଅଟକ ରଖିଛି ଆମେରିକା ପ୍ରଶାସନ। ଅଟକ ସ୍କଲାର୍ ବଦର ଖାନ ସୁରିଙ୍କୁ ଆମେରିକାର ବୈଦେଶିକ ନୀତି ଅନୁଯାୟୀ ଦେଶାନ୍ତର କରିବାକୁ ଚାହୁଁଛି ଟ୍ରମ୍ପ ପ୍ରଶାସନ।

ସୁରି ହେଉଛନ୍ତି ଜର୍ଜଟାଉନ୍ ସ୍କୁଲ୍ ଅଫ୍ ଫରେନ୍ ସର୍ଭିସ୍‌ର ଅଲୱାଲିଦ୍ ବିନ୍ ତଲାଲ୍ ସେଣ୍ଟର୍ ଫର୍ ମୁସଲିମ୍-ଖ୍ରିସିଆନ୍ ଅଣ୍ଡରଷ୍ଟାଣ୍ଡିଂରେ ପୋଷ୍ଟଡକ୍ଟରାଲ୍ ସ୍କଲାର୍ । ସୁରିଙ୍କୁ ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ସୋସିଆଲ ମିଡିଆରେ ହମାସ୍-ସମର୍ଥକ ପ୍ରଚାର ଏବଂ ଇହୁଦୀ ବିରୋଧୀତା ପ୍ରସାର କରିବାର ଅଭିଯୋଗ କରିଛି।
ଡିଏଚଏସ ଦ୍ୱାରା ଫକ୍ସ ନ୍ୟୁଜକୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ , ଏଜେନ୍ସି ଦାବି କରିଛି ଯେ ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯାଇଥିବା ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ସହିତ ସୁରିଙ୍କର ସମ୍ପର୍କ ରହିଛି। ତଥାପି, ଏହି ଦାବିଗୁଡ଼ିକୁ ସମର୍ଥନ କରୁଥିବା କୌଣସି ସିଧାସଳଖ ପ୍ରମାଣ ଥିବା କୁହାଯାଇ ନାହିଁ। ହ୍ୱାଇଟ୍ ହାଉସର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲରଙ୍କ ଦ୍ୱାରା ପୁନଃ ପୋଷ୍ଟ କରାଯାଇଥିବା ଡିଏଚଏସ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟ ସଚିବ ମାର୍କୋ ରୁବିଓ ସ୍ଥିର କରିଛନ୍ତି ଯେ ସୁରିଙ୍କ କାର୍ଯ୍ୟ ତାଙ୍କୁ ନିର୍ବାସନଯୋଗ୍ୟ କରିଛି।
ଛାତ୍ର ଭିସାଧାରୀ ଏବଂ ଜଣେ ଆମେରିକୀୟ ନାଗରିକଙ୍କୁ ବିବାହ କରିଥିବା ସୁରିଙ୍କୁ ଏହି ସପ୍ତାହର ଆରମ୍ଭରେ ଭର୍ଜିନିଆର ରସଲିନ୍‌ସ୍ଥିତ ତାଙ୍କ ବାସଭବନ ବାହାରେ ଫେଡେରାଲ୍ ଏଜେଣ୍ଟମାନେ ଗିରଫ କରିଥିଲେ। ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ତାଙ୍କ ଓକିଲଙ୍କ ସହ କଥା ହୋଇଥିବା ସୂଚନା ଅନୁଯାୟୀ, ତାଙ୍କୁ ବର୍ତ୍ତମାନ ଲୁଇସିଆନାର ଆଲେକଜାଣ୍ଡ୍ରିଆରେ ରଖାଯାଇଛି ଏବଂ ସେ ଇମିଗ୍ରେସନ୍ କୋର୍ଟରେ ହାଜର ହେବା ପାଇଁ ଅପେକ୍ଷା କରିଛନ୍ତି।

 

ଆଜିକାଲି ଘରେ ଘରେ ଛୋଟ ଛୋଟ ବିବାଦ ହେଲେ ଲୋକେ ଥାନାକୁ ଯାଉଛନ୍ତି। କିନ୍ତୁ ଏଭଳି ଗାଁ ଅଛି ଯେଉଁଠି ଆଜିଯାଏଁ ଗୋଟିଏ ବି ମାମଲା ଥାନାକୁ ଯାଇନାହିଁ। ଲୋକେ ମିଳିମିଶି ନିଜ ନିଜ ଭିତରେ ମାମଲା ସମାଧାନ କରିଛନ୍ତି। ସେମିତି ଏକ ଗାଁ ପୁଣି ଭାରତ ବର୍ଷର ବିହାର ରାଜ୍ୟରେ ରହିଛି।
ଲୋକେ ବିହାରକୁ ଅନେକ ସମୟରେ ଅପରାଧର ରାଜ୍ୟ କହୁଥିବା ବେଳେ ସେଠାରେ ଏଭଳି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି। ଗାଁ ର ନାଁ ହେଉଛି ଧୌତାଲବିଘା। ଯାହା ଜହାନବାଦ ଜିଲ୍ଲାରେ ଅବସ୍ଥିତ।
ଏହି ଗାଁର ଲୋକେ ଅତ୍ୟନ୍ତ ଶାନ୍ତ ଓ ସରଳ। ପ୍ରତ୍ୟେକ କଥାକୁ ଗାଁ ଲୋକେ ନିଜନିଜ ଭିତରେ ବୁଝାମଣା ଭିତ୍ତିରେ ସମାଧାନ କରନ୍ତି। ଗାଁରେ କୌଣସି ବାଦବିବାଦ ଉପୁଜିଲେ ଲୋକେ ବରିଷ୍ଠ ଲୋକଙ୍କ ମତ ଭିତ୍ତିରେ ସମାଧାନ କରନ୍ତି।
ଏକଦା ଗାଁର ଅଧିକାଂଶ ଲୋକେ ଛେଳି ପାଳନ କରୁଥିଲେ। କିନ୍ତୁ ୫୩ ବର୍ଷ ତଳେ ଗାଁରେ ଛେଳିକୁ ନେଇ ବିବାଦ ଉପୂଜିବାରୁ ଲୋକେ ଛେଳି ପାଳନ ଛାଡ଼ି ଦେଇଥିଲେ।
ଏ ନେଇ ଜିଲ୍ଲାପାଳ ଧନଞ୍ଜୟ କୁମାର କୁହନ୍ତି ଏଭଳି ଏକ ବିରଳ ଥାନାକୁ ନେଇ ପୁରା ଜିଲ୍ଲା ଗର୍ବ କରୁଛି। ଅନ୍ୟମାନେ ମଧ୍ୟ ଏହି ଥାନାରୁ ଶିକ୍ଷା ଲାଭ କରିବା ଉଚିତ୍ ବୋଲି ସେ କହିଛନ୍ତି।

ବିବାହ ପାଇଁ ବିଦେଶରୁ ଯୁବତୀ କିଣୁଛି ଚୀନ

ଅନେକ ସମୟରେ ଆମେ ଠିକ୍ ଥିଲେ ମଧ୍ୟ ଆମ ଭିତରେ ବୁଝାମଣା ଅଭାବ ପାଇଁ ମନମାଳିନ ଦେଖା ଦେଇଥାଏ। ଛୋଟ ଛୋଟ ବୁଝାମଣା ରହିଲେ ଆମ ଭିତରେ ସମ୍ପର୍କ ଭଲ ରହିପାରିବ।

ଗୁରୁଜୀ ପାଠ ପଢ଼ାଇବା ବେଳେ ପିଲାଟିକୁ ପଚାରିଲେ, ପପୁ ମୁଁ ତୁମକୁ ପାଞ୍ଚଟି ଚକୋଲେଟ୍ ଦେଲି। ତୁମେ ତୁମ ଭଉଣୀକୁ ଦୁଇଟି ଚକୋଲେଟ୍ ଦେଇଦେଲ। ତାହେଲେ ପାଖରେ ତୁମର କେତୋଟି ଚକୋଲେଟ୍ ରହିଲା ?
ପପୁ କିଛି ସମୟ ଭାବି ହିସାବ କରି କହିଲା ଚାରୋଟି ଚକୋଲେଟ୍। ପୁଣିଥରେ ଗୁରୁଜୀ ବୁଝେଇବାକୁ ଯାଇ ପିଲାଟିକୁ ପୁଣି ସମାନ ପ୍ରଶ୍ନ ପଚାରିଲେ। ପପୁ ବି ସମାନ ଉତ୍ତର ଦେଲା। କହିଲା ଆପଣ ମୋତେ ପାଞ୍ଚଟି ଚକୋଲେଟ୍ ଦେଲେ। ମୁଁ ଭଉଣୀକୁ ଦୁଇଟି ଚକୋଲେଟ୍ ଦେଲି। ମୋ ପାଖରେ ଚାରୋଟି ଚକୋଲେଟ୍ ରହିଲା।
ଉତ୍ତର ଶୁଣି ଗୁରୁଜୀ ରାଗିଗଲେ। କହିଲେ କେମିତି ଚାରୋଟି ହେଲା ବୁଝେଇ କୁହ। ପିଲାଟି କହିଲା ସାର୍ ଆପଣ ମୋତେ ପାଞ୍ଚଟି ଚକୋଲେଟ୍ ଦେଲେ। ହେଲେ ମୋ ପାଖରେ ଗୋଟିଏ ଚକୋଲେଟ୍ ଆଗରୁ ଅଛି। ତେଣୁ ମୁଁ ମୋ ଭଉଣୀକୁ ଦୁଇଟି ଚକୋଲେଟ୍ ଦେବା ପରେ ପାଖରେ ଚାରୋଟି ଚକୋଲେଟ୍ ରହିଲା।
ଶେଷରେ ଜଣାପଡିଲା ଯେ, ଗୁରୁଜୀ ଯାହା କହୁଛନ୍ତି ଠିକ୍, ପିଲାଟି ଯାହା କହୁଛି ଠିକ୍। କିନ୍ତୁ ଉଭୟଙ୍କ ମଧ୍ୟରେ ବୁଝାମଣା ଅଭାବ ରହିଥିଲା। ତେଣୁ ସମ୍ପର୍କରେ ବୁଝାମଣା ହେଉଛି ବଡ଼ କଥା।

ସ୍ବପ୍ନ ଦେଖିବାର ବି ଗୋଟେ ସୀମା ଅଛି

ସେମାନଙ୍କ ପାଇଁ ଖୁସିଖବର, ଯେଉଁମାନେ ଭିମ-ୟୁପିଆଇ କାରବାର(ପି୨ଏମ୍‌) ବ୍ୟବହାର କରୁଛନ୍ତି। ବିଶେଷକରି ଯେଉଁ ଛୋଟ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ଏହାଦ୍ୱାରା ଫାଇଦା ନେଇପାରିବେ।
କେନ୍ଦ୍ର ସରକାର ଏବେ କମ୍‌ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ କମ କାରବାର ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ବ୍ୟବସାୟୀମାନଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପି୨ଏମ) କାରବାର ପାଇଁ ପ୍ରତି କାରବାର ପାଇଁ ୦.୧୫% ପ୍ରୋତ୍ସାହନ ପ୍ରଦାନ କରାଯିବ। ସରକାରଙ୍କ ଅନୁଯାୟୀ, ଏହି ଯୋଜନାରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ ସ୍ୱଦେଶୀ ଭିମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ, ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ଭିମ-ୟୁପିଆଇରୁ ମୋଟ ୨୦୦୦୦ କୋଟି ଟଙ୍କାର କାରବାରର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଦେଶରେ ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।

ଚୀନ୍‌ରେ ବିବାହ ପାଇଁ ମିଳୁନାହାନ୍ତି ଝିଅ। ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ବିବାହ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ଚୀନ୍‌ ପୁରୁଷ ଏବେ ଅନ୍ୟଦେଶରୁ ଯୁବତୀ କ୍ରୟ କରୁଛନ୍ତି। ବିଶେଷକରି ମିଆଁମାର, ଭିଏତନାମ ଏବଂ ଦକ୍ଷିଣ-ପୂର୍ବ ଏସିଆରୁ ଯୁବତୀଙ୍କୁ କ୍ରୟ କରାଯାଉଥିବା ଜଣାପଡ଼ିଛି।

ସେଠାକାର ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୦୦ ଦଶକରେ ଚୀନ୍‌ରେ ପ୍ରତି ୧୦୦ ଝିଅଙ୍କ ପାଇଁ ୧୨୧ ପୁଅ ଜନ୍ମ ହେଉଥିଲେ। କିଛି ପ୍ରଦେଶରେ, ଏହି ଅନୁପାତ ପ୍ରତି ୧୦୦ ଝିଅଙ୍କ ତୁଳନାରେ ୧୩୦ ପୁଅ ଥିଲା। ଏହାର ପ୍ରଭାବ ସାରା ଦେଶ ଉପରେ ପଡ଼ିଛି। ବିଶେଷକରି ୧୯୮୦ ଦଶକରେ ଜନ୍ମିତ ଚୀନ୍‌ ପୁରୁଷମାନେ ଜୀବନସାଥୀ ପାଇ ପାରୁନାହାନ୍ତି। ୨୦୨୩ ମସିହାରେ ଏହି ସଂଖ୍ୟା ୭୭ ଲକ୍ଷ ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ ରେ ଚୀନ୍‌ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଛି।
ଏହି ହ୍ରାସ ଏତେ ଗୁରୁତର ହୋଇଛି ଯେ, ଚୀନ୍‌ର ଜାତୀୟ ରାଜନୈତିକ ପରାମର୍ଶଦାତା ଚେନ୍‌ ସୋଙ୍ଗସି ବିବାହ ପାଇଁ ଆଇନଗତ ବୟସ ୨୨ରୁ ୧୮ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଗୋଟିଏ ପଟେ, ଯେତେବେଳେ ଚୀନ୍‌ର ଯୁବପିଢ଼ି ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି, ଅନ୍ୟପଟେ ବିବାହ ପାଇଁ ବିଦେଶୀ କନ୍ୟା ଚାଲାଣ ମଧ୍ୟ ବୃଦ୍ଧି ପାଉଛି।
ବିବାହ ପ୍ରତି ଚୀନ୍‌ ଯୁବକ ଯୁବତୀଙ୍କ ଆଗ୍ରହ ହ୍ରାସ ପାଉଛି। ଏହାର ଅନେକ କାରଣ ଅଛି ଯେପରିକି ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଉଚ୍ଚଶିକ୍ଷା, କ୍ୟାରିୟର ଉପରେ ଧ୍ୟାନ ଏବଂ ସମାଜରେ ପରିବର୍ତ୍ତନଶୀଳ ଚିନ୍ତାଧାରା। ବିଶେଷକରି ସହରୀ ମହିଳାମାନେ ଏବେ ପାରମ୍ପରିକ ବିଶ୍ୱାସକୁ ଭାଙ୍ଗି ବିବାହ ଏବଂ ମାତୃତ୍ୱକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି।