ମାସ ଆରମ୍ଭରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମରେ ପରିବର୍ତ୍ତନ ଅଣାଯାଇଥାଏ। ଏହି କ୍ରମରେ ଜୁଲାଇ ଆରମ୍ଭରୁ ବିଭିନ୍ନ ନିୟମ ପରିବର୍ତ୍ତନ କରାଯାଇଛି। ବିଶେଷକରି ଜୁଲାଇରୁ ଏକ୍ସପ୍ରେସ ଟ୍ରେନର ଏସି ଓ ନନ୍-ଏସି ଟିକଟର ମୂଲ୍ୟ ବୃଦ୍ଧି କରାଯାଇଥିବା ବେଳେ ନନ୍-ଏସି ଓ ଏସି ଟିକଟ ମୂଲ୍ୟ କିଲୋମିଟର ପିଛା ଯଥାକ୍ରମେ ୧ ପଇସା ଓ ୨ ପଇସା ବୃଦ୍ଧି କରାଯାଇଛି।
ସେହିଭଳି ୫୦୦ କିଲୋମିଟର ଯାଏଁ ସେକେଣ୍ଡ କ୍ଲାସ ଟ୍ରେନ୍ ଟିକଟର ଦାମରେ ବୃଦ୍ଧି ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏହାଠାରୁ ଅଧିକ ବାଟ ଯାତ୍ରା କଲେ କିଲୋମିଟର ପିଛା ଅଧା ପଇସା ଅଧିକ ଦେବାକୁ ପଡ଼ିବ।
ଆଇଆରସିଟିସି ଆକାଉଣ୍ଟ ସହ ଆଧାର ଲିଙ୍କ୍ ଥିଲେ ଯାତ୍ରୀଙ୍କୁ ତତ୍କାଳ ଟିକଟ ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଲୱେ ଏଜେଣ୍ଟ ତତ୍କାଳ ଟିକଟ ବୁକିଂର ପ୍ରଥମ ୩୦ ମିନିଟ୍ ପର୍ଯ୍ୟନ୍ତ ଟିକଟ ବୁକ୍ କରିପାରିବେନି ବୋଲି ଉଲ୍ଲେ୍ଖ ରହିଛି।
ସେହିଭଳି ପହିଲାରୁ ମୋଟ ସିଟର ୨୫% ଆସନ ୱେଟିଂ ଟିକଟ ପାଇଁ ଉପଲବ୍ଧ ରହିବ ଏବଂ ଟ୍ରେନ୍ ଛାଡିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକଟ ଚାର୍ଟ ପ୍ରସ୍ତୁତ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ଖାଲି ଟ୍ରେନ୍ ନୁହେଁ ଏସବୁ କ୍ଷେତ୍ରରେ ବି ପରିବର୍ତ୍ତନ ଦେଖା ଦେବ । ଯେମିତି, ପହିଲାରୁ ନୂଆ ପାନ୍ କାର୍ଡ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ। ସମସ୍ତ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଜରିଆରେ କରାଯିବ। ଅନଲାଇନ ଗେମିଙ୍ଗ ଆପରେ ମାସିକ ୧୦ ହଜାରରୁ ଅଧିକ ଖର୍ଚ୍ଚ କରୁଥିଲେ ୧% ଅତିରିକ୍ତ ଶୁଳ୍କ ନେବ ଏଚଡିଏଫସି ବ୍ୟାଙ୍କ୍।
ଆଇସିଆଇସିଆଇ ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଅଣାଯାଇଛି। ମେଟ୍ରୋ ସହରରେ ୫ ଥର ଉଠାଣ ପରେ ୨୩ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ହେବ। ସେହିଭଳି ଅଣ ମେଟ୍ରୋ ସହରରେ ୩ ଥରରୁ ଅଧିକ ଉଠାଣ କଲେ ୨୩ ଟଙ୍କାର ଶୁଳ୍କ ଦେବାକୁ ପଡିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଛି। ପେଟିଏମ ଭଳି ଥାର୍ଡ ପାର୍ଟି ୱାଲେଟରେ ୧୦ ହଜାରରୁ ଅଧିକ ଟ୍ରାନ୍ସଫର କଲେ ୧% ଶୁଳ୍କ ଦେବାକୁ ପଡିବ।
ପହିଲାରୁ ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡିକୁ ତେଲ ମିଳିବନି। ପେଟ୍ରୋଲ ପମ୍ପରେ ଚାଲିଛି ଯାଞ୍ଚ, ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ଏଭଳି ନିୟମ କରାଯାଇଥିବା କୁହାଯାଉଛି।ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗ୍ୟାସ୍ ଦର କମିଛି।
ପହିଲାରୁ ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡିକୁ ତେଲ ମିଳିବନି। ପେଟ୍ରୋଲ ପମ୍ପରେ ଚାଲିଛି ଯାଞ୍ଚ, ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ଏଭଳି ନିୟମ କରାଯାଇଥିବା କୁହାଯାଉଛି।ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗ୍ୟାସ୍ ଦର କମିଛି।


