TT Ads
କେଶ ପ୍ରତ୍ୟାରୋପଣ କରୁଥିଲେ ଦାନ୍ତ ଡାକ୍ତର। କିନ୍ତୁ କେଶ ପ୍ରତ୍ୟାରୋପଣ କରିବା ବେଳେ ତ୍ରୁଟି ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଗଲା। ଘଟଣା ପରଠାରୁ ଗିରଫ ଭୟରେ ଫେରାର୍‌ ଅଛନ୍ତି ଡାକ୍ତର। ସେମିତି ଜଣେ ଡାକ୍ତର ହେଉଛନ୍ତି କାନପୁର ଅନୁଷ୍କା ତିୱାରୀ
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ ଅନୁଷ୍କାଙ୍କର ଏମ୍‌ବିବିଏସ ଡିଗ୍ରୀ ନ ଥିବା ବେଳେ ସେ ନିଜକୁ ଜଣେ ଚର୍ମରୋଗ ବିଶେଷଜ୍ଞ ବୋଲି କହି କେଶ ପ୍ରତିରୋପଣ କରୁଥିଲେ। ତାଙ୍କ ପାଖରେ କୌଣସି ପ୍ରଶିକ୍ଷିତ ସହାୟକ ମଧ୍ୟ ନ ଥିଲେ। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରଠାରୁ ଅନୁଷ୍କା ଏବଂ ତାଙ୍କ ସ୍ୱାମୀ ଫେରାର୍‌ ଅଛନ୍ତି।
ଅନୁଷ୍କା କେବଳ ବ୍ୟାଚେଲର ଅଫ୍‌ ଡେଣ୍ଟାଲ୍‌ ସର୍ଜରୀ ପାସ୍‌ କରିଛନ୍ତି। ଆଇନଗତ ଭାବରେ, ବିଡିଏସ୍‌ ଡାକ୍ତରମାନେ କେଶ ପ୍ରତିରୋପଣ କରିପାରିବେ ନାହିଁ। ନିଜକୁ ଚର୍ମରୋଗ ବିଶେଷଜ୍ଞ କିମ୍ବା ପ୍ଲାଷ୍ଟିକ୍‌ ସର୍ଜନ ବୋଲି ମଧ୍ୟ କହିପାରିବେ ନାହିଁ।
ଖବର ନେବାରୁ ଜଣାପଡ଼ିଛି ଯେ, କିଛି ମାସ ତଳେ ବିନୀତ ଦୁବେ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ଜୟା ଦୁବେ ଅଭିଯୋଗ ଅନୁଯାୟୀ ହୋଲି ଛୁଟି ଯୋଗୁଁ ସେ ତାଙ୍କର ଦୁଇ ପିଲାଙ୍କ ସହିତ ଗୋଣ୍ଡାରେ ଥିବା ତାଙ୍କ ମା’ଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଅର୍ଥାତ୍‌ ମାର୍ଚ୍ଚ ୧୨ ତାରିଖରେ ତାଙ୍କ ସ୍ୱାମୀ କଲ୍ୟାଣପୁରର ଡାକ୍ତର ଅନୁଷ୍କା ତିୱାରୀଙ୍କଠାରୁ ନିଜର କେଶ ପ୍ରତିରୋପଣ କରିଥିଲେ। ଡାକ୍ତର ନିଜେ ମୋ ସ୍ୱାମୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। କେଶ ପ୍ରତିରୋପଣ ସମୟରେ ତାଙ୍କ ସ୍ୱାମୀଙ୍କ ମୁହଁ ଫୁଲିଗଲା ଏବଂ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା।
ପରେ ଡାକ୍ତର ତାଙ୍କୁ ଅନ୍ୟ ସ୍ଥାନରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଏହା ଉପରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ସର୍ବୋଦୟ ନଗରର ଏକ ବଡ଼ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ଗୁରୁତର ସଂକ୍ରମଣ ଯୋଗୁଁ, ସେ ମାର୍ଚ୍ଚ ୧୫ତାରିଖରେ ମୃତ୍ୟୁବରଣ କରିଥିଲେ। କେଶ ପ୍ରତିରୋପଣ ଠିକ୍‌ ଭାବରେ ନ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ବୋଲି ମୃତକଙ୍କ ପତ୍ନୀ କହିଥିଲେ।

TT Ads

Leave a Reply

Your email address will not be published. Required fields are marked *