ନାରୀଙ୍କୁ ନ୍ୟାୟ ଦାବି କରି କଂଗ୍ରେସର ବିଧାନସଭା ଘେରାଉ କରିବା ବେଳେ ଲୋୟର ପିଏମଜିରେ ପୁଲିସ ଓ କଂଗ୍ରେସ କର୍ମୀ ମଧ୍ୟରେ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।
ପୂର୍ବ ଯୋଜନା ମୁତାବକ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସକାଳେ ରାମମନ୍ଦିର ନିକଟରେ ଏକାଠି ହୋଇଥିଲେ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କଂଗ୍ରେସ ନେତା ମାନସ ଚୌଧୁରୀ ଓ ଅନ୍ୟ ନେତାଙ୍କୁ ପୁଲିସ ଘରୁ ଉଠାଇ ନେଇଥିଲା।
ପରେ ସରକାର ବିରୋଧୀ ନାରା ଦେଇ ଏକ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ। ଲୋୟର ପିଏମଜିରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କଂଗ୍ରେସ କର୍ମୀମାନେ ବ୍ୟାରିକେଡ଼ ଭାଙ୍ଗି ସିଧା ସଳଖ ବିଧାନସଭା ଅଭିମୁଖେ ଯାଇଥିଲେ। ପ୍ରଥମ ବ୍ୟାରିକେଡ଼ ଭାଙ୍ଗିବା ପରେ ପୁଲିସ ଲାଠି ମାଡ଼ କରିଥିଲେ।

ଏହାକୁ ପ୍ରତିହତ କରିବାକୁ ଯାଇ କଂଗ୍ରେସ କର୍ମୀମାନେ ଚେୟାରକୁ ପୁଲିସ ଉପରକୁ ଫିଙ୍ଗିଥିଲେ। ଏମିତିକି କିଛି ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲୁହବୁହା ଗ୍ୟାସ ଛାଡିଥିଲା ଓ ପାଣି ମାଡ କରିଥିଲା। ଏଥିରେ ଅନେକ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫେରିଥିବା ବେଳେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଆହତ ହୋଇଥିଲେ। ଦୀର୍ଘ ସମୟଧରି ଗାନ୍ଧୀ ମାର୍ଗରେ ଏଭଳି ପରିସ୍ଥିତି ଲାଗି ରହିଥିଲା।।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

ଓଲା ଉବର ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାକୁ ଟକ୍କର ଦେବା ପାଇଁ ଖୁବଶିଘ୍ର ଆସିବ ସହକାରୀ ଟ୍ୟାକ୍ସି ସେବା। ଯାହାଦ୍ବାରା ଡ୍ରାଇଭର ସିଧା ସଳଖ ଯାତ୍ରୀଙ୍କ ଠାରୁ ଭଡ଼ା ଅର୍ଥ ପାଇ ପାରିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଘୋଷଣା କରିଛନ୍ତି।

ଏହି ଯୋଜନା ଏକ ସମବାୟ ଭିତ୍ତିକ ଯାତ୍ରା ସେବା, ଯାହା ସିଧାସଳଖ ଡ୍ରାଇଭରମାନଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଓଲା ଏବଂ ଉବର ଭଳି ଆପ୍-ଭିତ୍ତିକ ସେବା ଯୋଗାଇବାକୁ ଯାଉଥିବା ଏହି ‘ସହକାର ଟ୍ୟାକ୍ସି’ ଡ୍ରାଇଭରମାନଙ୍କୁ ଉତ୍ତମ ରୋଜଗାର ‌ଯୋଗାଇବ। ସେମାନଙ୍କ ରୋଜଗାରରୁ ମଧ୍ୟସ୍ଥିଙ୍କ ଦ୍ୱାରା ନ କଟାଯାଇ ସେମାନଙ୍କୁ ସିଧା ପାରିଶ୍ରମିକ ମିଳିବ।

ଏଥିରେ ଡ୍ରାଇଭର୍‌ମାନଙ୍କୁ ଦୁଇ ଚକିଆ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ ପଞ୍ଜୀକରଣ କରିବାକୁ ଅନୁମତି ମିଳିବ।
ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଯୋଜନାର ଏକ ଅଂଶ ବୋଲି କହିଛନ୍ତି ଶାହ।
ଏହି ଯୋଜନାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ସାଢ଼େ ତିନି ବର୍ଷ ଧରି ନିରନ୍ତର ପରିଶ୍ରମ କରିଛି।

କିଛି ମାସ ମଧ୍ୟରେ ଏକ ପ୍ରମୁଖ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଯାହା ଡ୍ରାଇଭରମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

୧୪ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ଆଜି ଦଳ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଆୟୋଜନ ଚାଲିଛି।

ଏହି ଅବସରରେ ଭୁବନେଶ୍ବରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନେତା ଓ କର୍ମୀଙ୍କ ସୁଅ ଛୁଟିଥିଲା ବେଳେ ଭୁବନେଶ୍ବରରେ ମଧ୍ୟ ଭିଡ ଆରମ୍ଭ ହେଲାଣି। ରାମମନ୍ଦିର ଛକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ନେତା ଓ କର୍ମୀମାନେ ଏକାଠି ହୋଇଛନ୍ତି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆସିଛି।
ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରୁ ଆସୁଥିବା କର୍ମୀଙ୍କୁ ଆସିକା ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ପୁଲିସ ଯାଞ୍ଚ କରିବା ବାହାନାରେ ଅଟକ ରଖିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ସେହିଭଳି ଜଗତସିଂପୁର ଓ ଅନ୍ୟ ଜିଲ୍ଲାରେ କଂଗ୍ରେସ କର୍ମୀ ଆସୁଥିବା ବସଗୁଡ଼ିକୁ ପୁଲିସ ଅଟକ ରଖିଛି। ଏଭଳି ସ୍ଥିତିରେ ପିସିସି ସଭାପତି ପୋଲିସର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ନାରୀଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଦଳ ଏଭଳି ପଦକ୍ଷେପ ନେଇଛି। ଚାହିଁଲେ ବି କଂଗ୍ରେସକୁ ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଦାସ। ଯଦି ବସ୍ ଅଟକାଇଲେ ଆଗାମୀ ଦିନରେ ବସ୍ ଅନୁମତି ମଧ୍ୟ ନେବେ ନାହିଁ ବୋଲି କହିଛନ୍ତି।
ଭିଡ଼କୁ ଦୃଷ୍ଟିରେ ରଖି ସାରା ରାଜଧାନୀରେ ପୁଲିସ ଛାଉଣୀ କରାଯାଇଛି। ପ୍ରକାଶ ଥାଉ କି କଂଗ୍ରେସର ଏହି ପଦଯାତ୍ରା ରାମ ମନ୍ଦିର ଛକରୁ ବାହାରି ବିଧାନସଭା ଅଭିମୁଖେ ଯିବ।

ଜାତୀୟ ସଙ୍ଗୀତକୁ ଅପମାନ; ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

ଆସନ୍ତା ୨୭ ତାରିଖରେ ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଏମ୍ପୁରାନ ମୁକ୍ତିଲାଭ କରିବାକୁ ଯାଉଛି।ଏଥିପାଇଁ କେରଳର ବିଭିନ୍ନ ପ୍ରେକ୍ଷାଳୟଗୁଡ଼ିକରେ ଜୋରଦାର ପ୍ରସ୍ତୁତ ଚାଲିଛି।

ସିନେମା ମୁକ୍ତିଲାଭ ସମୟରେ ଭିଡ଼କୁ ଦୃଷ୍ଟିରୁ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ପରିସ୍ଥିତିକୁ ଏଡାଇବା ପାଇଁ କେରଳ ସରକାର ସତର୍କ ରହିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯିବ।

କେବଳ ଥିରୁବନନ୍ତପୁରମରେ, ବିଭିନ୍ନ ଥିଏଟରରେ ୧୫୦ ଜଣ ପୋଲିସ କର୍ମଚାରୀ ମୁତୟନ ହେବେ। ପ୍ରଶଂସକଙ୍କ ପ୍ରବଳ ଭିଡ଼ ଯୋଗୁଁ ହିଂସା ଏବଂ ଦୁର୍ଘଟଣାର ସମ୍ଭାବନାକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ସମସ୍ତ ସିନେମା ହଲରେ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ତେଲୁଗୁ ଫିଲ୍ମ ପୁଷ୍ପା ୨ ରିଲିଜ୍ ସମୟରେ ହାଇଦ୍ରାବାଦରେ ଦଳାଚକଟା ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିଲା।

ପ୍ରକାଶ ଥାଉ କି ଚର୍ଚ୍ଚିତ ମାଲାୟଲମ ଚଳଚ୍ଚିତ୍ର ଏମ୍ପୁରାନର ଟିକେଟ୍ ପ୍ରି-ବୁକିଂ ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ଅନଲାଇନ୍ ଏବଂ ଅଫ ଲାଇନ୍ ଉଭୟରେ ବିକ୍ରି ହୋଇଯାଇଥିଲା। ସେପଟେ ମୋହନଲାଲଙ୍କ ପ୍ରଶଂସକମାନେ ମଧ୍ୟ ଥିଏଟରରେ ମହାନ ଉତ୍ସବର ଯୋଜନା କରୁଛନ୍ତି।

ପୃଥ୍ୱୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ଏମ୍ପୁରାନ୍ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ। ମୁରଲୀ ଗୋପୀଙ୍କ ଦ୍ୱାରା ଲିଖିତ ଏବଂ ଆଣ୍ଟୋନି ପେରୁମ୍ବାଭୁର, ଗୋକୁଲମ୍ ଗୋପାଳନ୍ ଏବଂ ସୁବାସ୍କରଣ ଅଲ୍ଲୀରାଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଆକ୍ସନ୍ ଥ୍ରୀଲର୍ ତାମିଲ, କନ୍ନଡ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

ପଲିଟିକାଲ କମେଡି ସୋ’କୁ ନେଇ ଭଙ୍ଗାରୁଜା

ପାକିସ୍ତାନରେ ମରୁଡ଼ି ପରିସ୍ଥିତି ଘନିଭୂତି ହୋଇଥିବା ବେଳେ ଏବେ ପାଣିପାଇଁ ଦୁଇ ପ୍ରଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ ପଞ୍ଜାବ ଏବଂ ସିନ୍ଧ୍‌ ମୁଖ୍ୟମନ୍ତ୍ରୀ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି।
ପଞ୍ଜାବରେ ଏବେ ପିଏମଏଲଏନ ସରକାର ରହିଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ ସେଠାକାର ମୁଖ୍ୟମନ୍ତ୍ରୀ। ସେହିପରି, ବିଲାୱଲ ଭୁଟ୍‌ଟୋଙ୍କ ଦଳ ସିନ୍ଧ୍‌ରେ କ୍ଷମତାରେ ଅଛି। ମୁରାଦ ଅଲ୍ଲୀ ଶାହ ସେଠାକାର ମୁଖ୍ୟମନ୍ତ୍ରୀ।
ମାମଲା ଏତେ ବଢିଯାଇଛି ଯେ, ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପର ବିରୁଦ୍ଧରେ ଖଣ୍ଡା ଉଠାଇଛନ୍ତି। ପାଣି ପ୍ରସଙ୍ଗରେ ନା ମରିୟମଙ୍କ ସମର୍ଥକ ତଥା ବିଲାୱଲ ଭୁଟ୍‌ଟୋଙ୍କ ସମର୍ଥକ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ହେଉ ନାହାନ୍ତି। ପଞ୍ଜାବ ପ୍ରଦେଶରେ ନୱାଜ ସରିଫଙ୍କ ସରକାର କ୍ଷମତାରେ ଅଛି। ସେହିପରି କେନ୍ଦ୍ରରେ ନୱାଜଙ୍କ ସାନ ଭାଇ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ସିନ୍ଧର ଲୋକମାନେ କହୁଛନ୍ତି ଯେ, ଆମର ଅଧିକାର ଜାଣିଶୁଣି ପଞ୍ଜାବର ଲୋକମାନଙ୍କୁ ଦିଆଯାଉଛି।
ଏହାକୁ ନେଇ ସିନ୍ଧ୍‌ରେ ସରକାରଙ୍କ ବିରୋଧରେ ପ୍ରତିବାଦ ମଧ୍ୟ ହେଉଛି। ସିନ୍ଧର ମୁଖ୍ୟମନ୍ତ୍ରୀ ସମଗ୍ର ମାମଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହିତ ଯୋଗାଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ ନ କରନ୍ତି, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।
ଅପରପକ୍ଷେ ପାଣିପାଗ ବିଭାଗ କହିଛି ଯେ, ଏଥର ଦେଶର ଚାରୋଟି ପ୍ରମୁଖ ପ୍ରଦେଶରେ ଜଳ ସଙ୍କଟ ଆହୁରି ଘନିଭୂତ ହୋଇପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ପାକିସ୍ତାନରେ ଜଳ ସଙ୍କଟ ପାଇଁ ବର୍ଦ୍ଧିତ ଜନସଂଖ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ସରକାରଙ୍କ ଭୁଲ୍‌ ପରିଚାଳନା ଦାୟୀ।
ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ଚୀନ

ବାହାଘର ପାଇଁ ଝିଅ ଦେଖିବାକୁ ଯାଇଥିବା ବେଳେ ବାଟରେ କେନାଲ ଭିତରକୁ କାର୍‌ ଖସି ପଡ଼ିଥିଲା। ଫଳରେ କାର୍‌ରେ ଥିବା ଅଜା ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ। ମୃତକମାନେ ହେଲେ ଅଜାର ଲାଲଧର ରାଉତ( ୮୨) ଓ ଜଣେ ୫ ବର୍ଷର ନାତି। ଖବର ନେବାରୁ ଜଣାପଡ଼ିଛି ଯେ, ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ। ହେଲେ ଫେରିବା ବେଳେ ଆଗରୁ ଆସୁଥିବା ଏକ ବାଇକ୍‌ ସହ ତାଙ୍କ କାର ଧକ୍କା ହୋଇଥିଲା।
ଫଳରେ ଠେଲକୋ ମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ  କାର୍‌ଯି ଗଳି ପଡ଼ିଯାଇଥିଲା। ଦୁର୍ଘଟଣା ପରେ ଅଞ୍ଚଳବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା  ବେଳେ ପରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲେ।
ଚୀନ୍‌ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି। ଆମେରିକାର ଗୁଇନ୍ଦା ସଂସ୍ଥାର ନୂତନ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାର ବାର୍ଷିକ ରିପୋର୍ଟରେ ଚୀନ୍‌ ବିଷୟରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌  ଆମେରିକୀୟ ସେନା ସମେତ ଆମେରିକାର ସାଇବର ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ ପାଲଟିଛି। ଏହି ରିପୋର୍ଟରେ ଲସ୍କର-ଏ-ତୋଏବାକୁ ଭାରତ ଏବଂ ଆମେରିକା ପାଇଁ ବିପଦ ବୋଲି କୁହାଯାଇଛି।
ଏହା ମଧ୍ୟ କୁହାଯାଇଛି, ଏହି ରିପୋର୍ଟରେ, ଆଶଙ୍କା କରାଯାଇଛି, ବେଜିଂ ତାଇୱାନକୁ କବଜା କରିବା ପାଇଁ ଚୀନ ନିରନ୍ତର ନିଜର ଶକ୍ତି ବୃଦ୍ଧି କରୁଛି। ଚୀନ୍‌ ପାଖରେ ଏବେ ଏତେ ଶକ୍ତି ଅଛି ଯେ, ସେ ଯେକୌଣସି ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରିବ। ଚୀନ୍‌ ଯେକୌଣସି ସମୟରେ ଆମେରିକା ଉପରେ ସାଇବର ଆକ୍ରମଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଚୀନ୍‌ ଏବେ ଆମେରିକାର ଭିତ୍ତିଭୂମି ଏବଂ ଏହାର ମହାକାଶ କ୍ଷମତା ଉପରେ ଆକ୍ରମଣ କରିବାର ଶକ୍ତି ରଖିଛି।
ଆମେରିକାର ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ଚୀନ୍‌ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଫଳରେ ୨୦୩୦ ସୁଦ୍ଧା ଆମେରିକାକୁ ଶୀର୍ଷ ଏଆଇ ଶକ୍ତିଶାଳୀ ଦେଶ ତାଲିକାରୁ ହଟାଇବାକୁ ସକ୍ଷମ ହେବ ଚୀନ। ମଙ୍ଗଳବାର ପ୍ରକାଶିତ ବିପଦ ମୂଲ୍ୟାଙ୍କନରେ କୁହାଯାଇଛି ଯେ, ରୁଷିଆ, ଇରାନ, ଉତ୍ତର କୋରିଆ ଏବଂ ଚୀନ୍‌ ଫାଇଦା ହାସଲ କରିବା ପାଇଁ ଆମେରିକାକୁ ଚ୍ୟାଲେଞ୍ଜ କରିବା ପାଇଁ ଜାଣିଶୁଣି ଅଭିଯାନ ଚଳାଇଛନ୍ତି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନକୁ ଢେଲାମାଡ଼ ହୋଇଛି। ଫଳରେ ଟ୍ରେନ୍ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ କୋଚ୍‌ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଛି। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଛନ୍ତି।ଢେଲାମାଡ଼ ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ।
ଖବର ନେବାରୁ ଜଣା ପଡ଼ିଛି ଯେ, କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିଲା। ରେଳ ବିଭାଗ, ଜିଆର୍‌ପି, ଆର୍‌ପିଏଫ୍‌ର ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି। ରାଉରକେଲା ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରା ଯାଇଛି।
ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିବା ବେଳେ ରାଉରକେଲା ନିକଟରେ ପ୍ରଥମ ଥର ପାଇଁ ଢେଲା ମାଡ ହୋଇଛି। ତେବେ କିଏ କାହିଁକି ଏହି ପଥର ମାଡ଼ କରିଛି ତା ତଦନ୍ତ ପରେ ଜଣା ପଡ଼ିବ।

ଜାତୀୟ ସଙ୍ଗୀତକୁ ଅପମାନ; ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ଅଭିଯୋଗ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମାହାଙ୍ଗା ପଡ଼ିଛି। ଅଭିଯୋଗକୁ ଆଧାର କରି ନୀତିଶ କୁମାରଙ୍କ ବିରୋଧରେ ବେଗୁସରାଇ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଓକିଲ ବିକାଶ ପାସୱାନ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଥିଲେ। ସେ ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ବିକାଶ ପାସୱାନ ଅଭିଯୋଗ କରି କହିଥିଲେ, ୨୦୨୫ ମାର୍ଚ୍ଚ ୨୦ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଏକ ଭିଡିଓ ଦେଖିବାକୁ ପାଇଥିଲି। ଏହି ଭିଡିଓଟି ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ଏହି ଭିଡ଼ିଓ ଅନୁଯାୟୀ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସମୟରେ ଜାତୀୟ ସଙ୍ଗୀତ ବାଜୁଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହୋଇ ହସୁଥିଲେ । ଏଥିସହିତ ତାଙ୍କୁ ବାରମ୍ବାର ସ୍ପର୍ଶ କରି ହଇରାଣ ମଧ୍ୟ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା।

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ

ପାରିବାରିକ ଦୁଶ୍ଚିନ୍ତାରେ ଜୀବନ ହାରିଛନ୍ତି ସ୍କୁଲ ଶିକ୍ଷକ।ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନିମଡିହା ଜଙ୍ଗଲରୁ ବୁଧବାର ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିକ୍ଷକ ଜଣକ ହେଉଛନ୍ତି ଅଁଳା ପଞ୍ଚାୟତ ଅଧୀନ ତେନ୍ତୁଳିଗାଁ ଗ୍ରାମର ହାଡ଼ିବନ୍ଧୁ ସୋରେନ (୪୧)।
ପୁରୁଣିଆ ପଞ୍ଚାୟତ ଅଧୀନ ସିଂହଡିହ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ହାଡ଼ିବନ୍ଧୁ। ତେବେ ପାରିବାରିକ କଳହରୁ ସ୍ତ୍ରୀ ଓ ଦୁଇପିଲାଙ୍କୁ ନେଇ କିଛିବର୍ଷ ହେବ ଅଲଗା ରହିଆସୁଥିଲେ। ପାରିବାରିକ ସମସ୍ୟାକୁ ନେଇ ଶିକ୍ଷକ ହାଡ଼ିବନ୍ଧୁ ସୋରେନ ଅଧିକାଂଶ ସମୟରେ ଦୁଶ୍ଚିନ୍ତାରେ ରହୁଥିବା ନେଇ ସହକର୍ମୀ ଶିକ୍ଷକମାନେ ସୂଚନା ଦେଇଛନ୍ତି। ବୁଧବାର ସକାଳେ ନିମଡିହା ଜଙ୍ଗଲରେ ହାଡ଼ିବନ୍ଧୁଙ୍କ ଝୁଲନ୍ତା ମୃତଦେହକୁ ଦେଖି ସ୍ଥାନୀୟଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବରପାଇ ବୈଶିଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ପାରିବାରିକ ଅଶାନ୍ତି ପାଇଁ ସବୁବେଳେ ମାନସିକ ଚାପରେ ରହିଆସୁଥିବା ହାଡିବନ୍ଧୁ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ତେବେ ମୃତ୍ୟୁ ସମୟରେ ତାଙ୍କ ଉଲଗ୍ନ ଶରୀର ସନ୍ଦେହ ସୃଷ୍ଟି କରୁଛି।

ଇଦ୍ ପାଇଁ ଉପହାର ଦେବ ବିଜେପି