ଆସନ୍ତାବର୍ଷ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରିବା ପାଇଁ ଦାବି କରିଛି ପାକିସ୍ତାନ। ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ଦାବି କରିଛି ଆତଙ୍କବାଦୀର ଦେଶ ପାକିସ୍ତାନ। ଯାହାକୁ ନେଇ ଟ୍ରମ୍ପଙ୍କ ମୁହଁରେ ହସ ଭରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସମୟରେ ଦାବି କରି ଆସିଛନ୍ତି ସେ ହିଁ ବିଶ୍ୱର ଅନେକ ଦେଶରେ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଖାସକରି ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି।
ଏହାରି ଭିତରେ ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବରେ ପ୍ରସ୍ତାବ ଦେବା ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ବଡ଼ ସଫଳତା। ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବ ଦେଇଛି ପାକିସ୍ତାନ।
ଭାରତ ସହିତ ଯୁଦ୍ଧବିରତି ଆଣିବାରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପାକିସ୍ତାନ ପ୍ରଶଂସା କରିଛି ।

ପାକିସ୍ତାନ କହିଛି, ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇପାରିଛି ଏବଂ ଏକ ବଡ଼ ବିପଦକୁ ଏଡାଯାଇପାରିଛି । ତେଣୁ ସେ ଏହି ପୁରସ୍କାରର ପ୍ରକୃତ ହକଦାର୍।
ଅପରପକ୍ଷେ ପାକିସ୍ତାନର ପ୍ରସ୍ତାବ ପରେ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ବି ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସେହିପରି ମିଶର ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ନୋବେଲ ପୁରସ୍କାର ଆଶା ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି।