କୋଲକାତାର ଇଡେନ ଗାଡେନ୍ସଠାରେ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୫ର ଉଦ୍ଘାଟନୀ ମ୍ୟାଚ୍ରେ କୋଲକାତା ନାଇଟରାଇଡର୍ସ (କେକେଆର)କୁ ୭ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। କୋଲକାତା ନାଇଟରାଇଡର୍ସ ଦଳର ୧୭୫ ରନ୍ ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା।
ଆର୍ସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ। ରଜତ ପଟିଦାର ୩୪ ଓ ଦେବଦତ୍ତ ପଡିକଲ୍ଲ ୧୦ ରନ୍ କରିଥିଲେ। ଏହି ମ୍ୟାଚ୍ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୫ ରନ୍। କେକେଆର ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୪ ରନ୍ କରିଥିବାବେଳେ ସୁନିଲ ନାରିନ୍ ୪୪ ରନ୍ କରିଥିଲେ।
ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍, ଅଙ୍ଗକ୍ରିସ୍ ରଘୁବଂଶୀ ୩୦ ରନ୍, ରିଙ୍କୁ ସିଂ ୧୨ ରନ୍ କରିଥିଲେ। ସେହିପରି ଆରସିବି ପକ୍ଷରୁ ଜୋସ୍ ହେଲଜ୍ଉଡ୍ ୨ୱିକେଟ୍? ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ୱିକେଟ୍ ନେଇଥିଲେ। ୟଶ୍ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।