ଦଳୀୟ ସାଙ୍ଗଠନିକ ପରିବର୍ତ୍ତନ କରିଛି ବିଜେଡି। ଏଥିସହିତ ଦଳର ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ ଦାୟିତ୍ବରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସେହିଭଳି ଦଳର ସାଂଗଠାନିକ ସଭାପତି ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଏହି ପଦରୁ ହଟାଇ ଦିଆଯାଇଛି

ପରିବର୍ତ୍ତିତ ତାଲିକାରେ ୭୧ ଜଣ ବରିଷ୍ଠ ନେତାଙ୍କ ନାଁ ରହିଛି। ସେଥିମଧ୍ଯରୁ ୧୫ ଜଣଙ୍କୁ ଉପ-ସଭାପତି ଦାୟିତ୍ବ ମିଳିଥିବା ବେଳେ ୭ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି। ସେହିପରି ୨୦ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ୩୫ ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି। କୋଷାଧ୍ୟକ୍ଷ ଭାବେ ସୁବାସ ସିଂହଙ୍କୁ ନିଯୁକ୍ତି ମିଳିଛି।

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ବ ମିଳିଛି। ଉପ-ସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ପ୍ରଦାନ କରାଯାଇଛି।

ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢ଼ୋଲକିଆ, ସଞ୍ଜୟ ଦାସ ବର୍ମା, ରବି ନାରାୟଣ ନନ୍ଦ (ଜୟପୁର), ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ପ୍ରସାଦ ନାୟକଙ୍କ ନାଁ ରହିଛି।
କଳିକେଶ ନାରାୟଣ ସିଂହ ଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ରମେଶ ଚନ୍ଦ୍ର ମାଝୀ, ଟୁକୁନି ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭ୍ରୁଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ସୁଶାନ୍ତ ସିଂହ, ସୁଧୀର ସାମଲ, ଅନନ୍ତ ନାରାୟଣ ଜେନା, ଲେଖାଶ୍ରୀ ସାମନ୍ତ ସିଂହାର, ରାଜଶ୍ରୀ ମଲ୍ଲିକ, ମାନସ ରଞ୍ଜନ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତ ରାୟ, ସ୍ନେହାଙ୍ଗୀନ ଛୁରିଆ ଓ ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି।

ସେହିବଳି ତୁଷାରକାନ୍ତି ବେହାର, ସୌଭିକ ବିଶ୍ବାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଳ ସିଂହ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣୀ କହଁର, ପ୍ରଦୀପ ଦିସାରି, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନମଥ ରାଉତରାୟ, ମୁକେଶ ପାଲ୍‌, ସ୍ବରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନି ଓ ଗିରିଶ ଦାସଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି।

ଏମିତି ଦଣ୍ଡ: ହସ୍ପିଟାଲ ସଫେଇ କରିବେ, ଗଛ ଲଗେଇବେ

ରାଜ୍ୟସଭାରେ ୱାକଫ୍ ବିଲକୁ ନେଇ ବିଜେଡିରେ ଉଠିଥିବା ଗୋଷ୍ଠୀ କନ୍ଦଳ ପରିପ୍ରେକ୍ଷୀରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କ ସହ ନବୀନ ନିବସରେ ଆଲୋଚନା କରିଛନ୍ତି। ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଦଳୀୟ ଶୃଙ୍ଖଳା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି
ଏପରିକି ଗଣମାଧ୍ୟମରେ ଏ ନେଇ କୋନଶି ବକ୍ତବ୍ୟ ନ ରଖିବାକୁ ନେତାଙ୍କୁ ବି ସେ ଅନୁରୋଧ କରିଛନ୍ତି। ବୈଠକ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ସିଂହଦେଓ ଓ ବବି ଦାସ ଉପସ୍ଥିତ ଥିଲେ।

ଅନ୍ୟ ପକ୍ଷରେ ଶଙ୍ଖ ଭବନରେ ଏକାଠି ହୋଇଛନ୍ତି ସମ୍ବିତ ରାଉତରାୟ ଓ ପ୍ରଣବ ବଲବନ୍ତରାୟଙ୍କ ସମେତ ଅନ୍ୟ କିଛି ପୂର୍ବତନ ଯୁବ ବିଧାୟକ ଓ ଯୁବ ନେତା। ରାଜ୍ୟସଭାରେ ଓ୍ବାକଫ୍ ବିଲ ପ୍ରସଙ୍ଗରେ ଲୋକଙ୍କ ପାଖରେ ଦଳ ବିଶ୍ୱାସନୀୟତା ହରାଉଛି ଓ ନେତାମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ଦଳକୁ ଭାରି ପଡୁଛି ବୋଲି ସେମାନେ ବିଭିନ୍ନ ଗଣମାଧ୍ୟମରେ ମତ ଦେଇଛନ୍ତି।

ବିଶୃଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଦାବି କରି ସେମାନେ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦଳର ସମନ୍ୱୟ କମିଟ ଆବାହକ ଦେବୀ ମିଶ୍ରଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣା ପଡିଛି।

କେନ୍ଦ୍ରୀୟ ନେତାଙ୍କ ଚାପରେ ଓଡ଼ିଆ ଅସ୍ମିତା ଚେପା

ଓଡ଼ିଆ ଅସ୍ମିତାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳ ଚର୍ଚ୍ଚା ଆଲୋଚନା କରୁଛନ୍ତି। ତେବେ ଅତୀତକୁ ଅନୁଧ୍ୟାନ କଲେ ବିଭିନ୍ନ ରାଜନୈତିକ ଦଳ କିଭଳି ଓଡ଼ିଶାରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ପଠାଇ ଓଡ଼ିଆ ଅସ୍ମିତାକୁ ବିଦାରି ଦେଇଥିଲେ ତାହା ଆସନ୍ତୁ ଜାଣିବା।
ନିଜକୁ ଆଦର୍ଶର ଦଳ କହୁଥିବା ଭାରତୀୟ ଜନତା ପାର୍ଟି ୨୦୦୪ ମସିହାରେ ଛାତ୍ରପାଳ ସିଂ ଲୋଧା ଓ ୨୦୦୮ ମସିହାରେ ବଲବିର ପୁଞ୍ଜଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା।
ପରବର୍ତ୍ତୀ ସମୟରେ ଛାତ୍ରପାଳ ସିଂ ଲୋଧା ଲଜ୍ଜାଜନକ ଭାବେ ନିଜର ସଭ୍ୟପଦ ହରାଇବା ପରେ ଲଜ୍ଜାଜନକ ଭାବେ ଓଡ଼ିଶା ଭାଜପାର ମୁଣ୍ଡ ତଳକୁ ନାଇଁ ଯାଇଥିଲା।
ପରବର୍ତ୍ତୀ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ କରି ଏହାର ଭରଣା କରାଯିବାକୁ ଚେଷ୍ଟା କରା ଯାଇଥିଲା।
କେବଳ ଭାଜପା ନୁହେଁ ୧୯୯୨ ମସିହାରେ ଜନତା ଦଳ ପକ୍ଷରୁ ଏସଆର୍ ବୋମାଇଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ୨୯୮୪ ମସିହାରେ କଂଗ୍ରେସ କେରଳର କେ ବାସୁଦେବ ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରେରଣ କରି ରାଜନୀତିରେ ଓଡ଼ିଶା ରାଜନୀତି ଅସ୍ମିତାରେ ଦାଗ ଲଗାଇ ଯାଇଛନ୍ତି।

ତେବେ ଏବେ କ୍ଷମତାସୀନ ବିଜେପି ସରକାର ବିଜେଡି ସହଯୋଗରେ ରାଜସ୍ଥାନର ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଯଦିବା ଏହା ପଛରେ ଓଡ଼ିଶାର ସ୍ବାର୍ଥ ନିହିତ ଥିବା ବିଜେଡି ବିଭିନ୍ନ ସମୟରେ ସଫେଇ ଦେଇଛି ତେବେ ଏହା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ କି? ବାସ୍ତବିକ୍ ଏହା ଅସ୍ମିତାକୁ ନେଇ ରାଜନୀତି କରିବାର ଅଧିକାର ଦଳଗୁଡ଼ିକଠାରୁ ଛଡ଼ାଇ ନେଇଛି ବୋଲି କୁହାଯାଇ ପାରେ। (ଅବସିଷ୍ଟାଂଶ ଆର ଥରକୁ…)

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ

 

ନିର୍ବାଚନ ସୀମା ନିର୍ଦ୍ଧାରଣ ନେଇ ଅସନ୍ତୁଷ୍ଟ ରାଜ୍ୟ ମୁଖ୍ୟ ଓ ବିଭିନ୍ନ ରାଜନୈତିକ ଦଳର ବୈଠକକୁ ବିଜେଡ଼ିର ଦୁଇଜଣ ପ୍ରତିନିଧି ଯାଇଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜେ ଯାଇ ନାହାନ୍ତି କି ଦଳୀୟ ପ୍ରତିନିଧି ଭାବେ କାହାକୁ ପଠାଇ ନାହାନ୍ତି

କେରଳ, ତେଲେଙ୍ଗାନା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଏ ରେବନ୍ତ ରେଡ୍ଡୀ, ଭଗବନ୍ତ ମାନ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ବରିଷ୍ଠ ପ୍ରତିନିଧିମାନେ ଶନିବାର ଚେନ୍ନାଇରେ ଡିଏମକେ ଦ୍ୱାରା ଆହୂତ ବୈଠକରେ ଯୋଗ ଦେବେ। “ନିସପକ୍ଷ ସୀମା ନିର୍ଦ୍ଧାରଣ ଉପରେ ପ୍ରଥମ ମିଳିତ କାର୍ଯ୍ୟ କମିଟି (ଜେଏସି) ବୈଠକକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେମାନେ କୌଣସି ପ୍ରତିନିଧି ନ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଚେନ୍ନାଇରେ ଏହି ବୈଠକ ସଂସଦୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୁଦ୍ଧରେ ବଢ଼ୁଥିବା ଆଞ୍ଚଳିକ ବିରୋଧ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଛି। ଯାହା ଦକ୍ଷିଣ ଏବଂ ପୂର୍ବ ରାଜ୍ୟଗୁଡ଼ିକର ଅନେକଙ୍କ ଆଶଙ୍କା ଯେ ଏହା ସଂଘୀୟ ନୀତିକୁ କ୍ଷୁର୍ଣ୍ଣ କରିବ ଏବଂ କିଛି ରାଜ୍ୟରୁ ପ୍ରତିନିଧିତ୍ୱକୁ ଅସମାନ ଭାବରେ ହ୍ରାସ କରିବ।

ଏହି ପଦକ୍ଷେପ ପଛରେ ଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ ଏହି ବୈଠକ ଭାରତୀୟ ସଂଘୀୟତା ପାଇଁ ଏକ ଐତିହାସିକ ଦିନ ହେବ। ଶୁକ୍ରବାର ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଷ୍ଟାଲିନ ହାତକୁ ଆସୁଥିବା ଆହ୍ବାନ ବିଷୟରେ ଚେତାବନୀ ଦେଇ କହିଥିଲେ ଯେ ଯେଉଁ ରାଜ୍ୟମାନେ ପ୍ରଭାବଶାଳୀ ଭାବରେ ସେମାନଙ୍କର ଜନସଂଖ୍ୟା ବୃଦ୍ଧିକୁ ପରିଚାଳନା କରିଛନ୍ତି ଏବଂ ଜାତୀୟ ପ୍ରଗତିରେ ଯୋଗଦାନ ଦେଇଛନ୍ତି ସେମାନଙ୍କୁ ଏକ ବିକୃତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ ନୁହେଁ। ଏହା ଭାରତରେ ସଂଘୀୟତାର ମୂଳଦୁଆ ଉପରେ ଆଘାତ କରିବ, ସେ କହିଛନ୍ତି। ଏହା ଗଣତନ୍ତ୍ରର ସାରକୁ କ୍ଷୁର୍ଣ୍ଣ କରିବ ବୋଲି ସେ ମତ ଦେଇଛନ୍ତି।

କର୍ଣ୍ଣାଟକର ୪୮ ବିଧାୟକ ହନି ଟ୍ରାପ୍, ମୋତେ ମଧ୍ୟ ଟ୍ରାପ୍ ଉଦ୍ୟମ କରାଯାଇଛି: ସମବାୟ ମନ୍ତ୍ରୀ ରାଜନ୍ନା

ଗତ ନିର୍ବାଚନ ପରଠାରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଏମିତିକି ସନାତନ୍ କିଛି ବିଜେପି ବିଧାୟକଙ୍କୁ ସମର୍ଥନ କରୁଥିବା ନେଇ ଆଲୋଚନା ହେଉଥିଲା

ଏବେ କିନ୍ତୁ ସନାଙ୍କ ଆଚରଣ ସେହିଭଳି ମନେ ହେଉଛି। ସେ ବିଜେଡିର ବହୁ ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେଉ ନ ଥିବା କୁହାଯାଉଛି। ଯେଉଁଥିପାଇଁ ତାଙ୍କୁ ତାଗିଦ୍ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ଡକାଯାଇଥିଲା। ଯେଉଁଥିରେ ବିଜେଡିର ପ୍ରାୟ ସବୁ ବିଧାୟକ ଯୋଗ ଦେଇଥିବା ବେଳେ ଚମ୍ପୁଆ ବିଧାୟକ ଶ୍ରୀ ମହାକୁଡ଼ ଏଥିରେ ଯୋଗ ଦେଇ ନ ଥିଲେ। ଯାହାକୁ ନେଇ ନବୀନ ବିରକ୍ତି ଭାବ ପୋଷଣ କରିବା ସହ ତାଗିଦ୍ କରିଛନ୍ତି। ବୁଧବାର ବିଧାନସଭା ପରିସରରେ କାହିଁକି ବିଧାୟକ ଦଳ ବୈଠକକୁ ଆସିଲେନି ବୋଲି ପଚାରିବାରୁ ଶ୍ରୀ ମହାକୁଡ ଅସୁସ୍ଥତା ଥିବା କହିଥିଲେ। ନବୀନ ତେରଛା ବାଣ ମାରି କହିଥିଲେ ବିଜେପି ଆଡ଼କୁ ଯାଉଛନ୍ତି କି ?
ତେବେ ଆଗକୁ ଯଦି ଶ୍ରୀ ମହାକୁଡ଼ ଏଭଳି ଆଚରଣ ଜାରି ରଖନ୍ତି ନବୀନ ବା ଦଳୀୟ ସୁପ୍ରିମୋ ବିଧାୟକଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।।
ପ୍ରକାଶ ଥାଉ କି ସନାତନ ମହାକୁଡ ଦ୍ଵିତୀୟ ଥର ପାଇଁ ବିଧାୟକ ଭାବେ ଚମ୍ପୁଆରୁ ହୋଇଛନ୍ତି। ପ୍ରଥମେ ସ୍ଵାଧୀନ ଭାବେ ନିର୍ବାଚନ ଜିତିଥିବା ବେଳେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଗତ ନିର୍ବାଚନରେ ବିଜେଡି ଟିକେଟ ପାଇ ବିଜୟ ଲାଭ କରିଛନ୍ତି।

ବାରବାଟୀ ଫ୍ଲଡ ଲାଇଟ୍ ଖରାପ ଘଟଣାକୁ ନେଇ ସରକାରଙ୍କ ଉପରେ ବିଜେଡି ଘେରିବା ବେଳେ ଏକ ଅଜବ ସଫେଇ ଦେଇଛନ୍ତି ଓସିଏ ସମ୍ପାଦକ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚ୍ ଆଧାରେ ଫ୍ଲଡ ଲାଇଟ୍ ଖରାପ ଖୋଇଯିବା ପ୍ରସଙ୍ଗକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଆଦୌ ସାଧାରଣ ଘଟଣା ନୁହେଁ, ବରଂ ଓଡ଼ିଆ ଅସ୍ମିତା ପ୍ରତି ଘୋର ଆଘାତ ବୋଲି ସେ କହିଛନ୍ତି। ଗର୍ବିତ କଟକିଆଙ୍କୁ ଆଘାତ ଲାଗିଛି। ଆଗାମୀ ଦିନରେ ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ନେଇ ମଧ୍ୟ ଶ୍ରୀ ଜେନା ସନ୍ଦେହ ପ୍ରକଟ କରିଛନ୍ତି।
ଅପରପକ୍ଷେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ କହିଛନ୍ତି ଯେ, ଫ୍ଲଡ ଲାଇଟ୍ ଖରାପ ହେବା ଘଟଣା ବିଚାରକୁ ନିଆଯିବ। ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସବୁଠାରୁ ଦୁଃଖଦ ଘଟଣା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସଫେଇ। ସେ କହିଛନ୍ତି ଯେ, ବାଟରେ ବସ୍ ରହି ଯାଇଥିବାରୁ ଜେନେରେଟର ଠିକ୍ ସମୟରେ ଷ୍ଟାଡିୟମକୁ ଆସି ପାରି ନ ଥିଲା। ଯେଉଁଥିପାଇଁ ଲାଇଟ୍ ଜଳିବାରେ ବିଳମ୍ବ ହେଲା। ତେବେ ଲାଇଟ୍ ଆସିବା ପରେ ମ୍ୟାଚ୍ ଚାଲିଲା ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ସଫେଇ ଦେଇଛନ୍ତି।

ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ନବୀନଙ୍କ ନୂଆ ଫଣ୍ଡା । ଜିତୁଛନ୍ତି ଲୋକଙ୍କ ହୃଦୟ । ବିଜେଡି ସରକାରରେ ଥିବା ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ କେବେ ବି ଜୀବନ ହାରିଥିବା ଚାଷୀଙ୍କୁ ଭେଟି ନଥିଲେ । ଏପରିକି ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଚାଷୀ ଆତ୍ମହତ୍ୟାକୁ ଅସ୍ୱୀକାର କରି ଆସୁଥିଲା । କିନ୍ତୁ ବିଜେଡି କ୍ଷମତାରୁ ଯିବା ପରେ ସ୍ଥିତି ବଦଳିଛି ।

ମୁଖ୍ୟମନ୍ତ୍ରୀ ଥିବା ବେଳେ ହେଲିକପ୍ଟରରେ ଭୁବନେଶ୍ୱରରୁ କଟକ ଯାଉଥିବା ନବୀନ ପଟ୍ଟନାୟକ ଏବେ ଜିଲ୍ଲା ବୁଲି ଅଦିନିଆ ଫସଲ କ୍ଷୟକ୍ଷତି ଦେଖୁଛନ୍ତି । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କାଲି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ହିଞ୍ଜିଳିକାଟୁ ଓ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ଦେଖି ଚାଷୀଙ୍କୁ ଭେଟିଥିଲେ ।

ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ବାଲିକୁଦା ବ୍ଲକ ରିତିସିଂଘା ଗାଁକୁ ଯାଇ ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ପରିବାରକୁ ସମବେଦନା ଜଣାଇବା ସହ ସ୍ଥିତିକୁ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ନବୀନ ।

ବିରୋଧୀ ଦଳକୁ ବିଜେଡି ଯିବା ଆଉ ନବୀନ ବିରୋଧୀ ଦଳ ନେତା ହେବା ପରେ ନବୀନଙ୍କ ଏ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ ୨୪ ବର୍ଷ ଧରି ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ କେବେ ବି ତାଙ୍କୁ ଏଭଳି ଭାବେ ଦେଖିବାକୁ ମିଳି ନଥିଲା । ଏବେ ବିରୋଧୀ ଦଳରେ ବସିବାର ପ୍ରାୟ ୬ ମାସ ପରେ ନବୀନ ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ଭେଟି ମୋହନ ସରକାରକୁ ଚେକ୍ ଦେଇଛନ୍ତି ।

ଭୁବନେଶ୍ୱର, ୨୬/୧୨(ଓଡ଼ିଶା ଜାଗରଣ) :
ସାଧାରଣ ନିର୍ବାଚନରେ ବିଜେଡ଼ିର ପରାଜୟ ପରେ ହାରିବାର କାରଣ କହିଲେ ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ସେ କହିଛନ୍ତି ଯେ, ଆମେ ବା ବିଜେଡି ହରିନାହି କି ଲୋକଙ୍କ ବିଶ୍ୱାସ ହରାଇ ନାହିଁ। ବରଂ ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଗତ ନିର୍ବାଚନ ପୂର୍ବରୁ ବିଜେବି ଓଡିଶାବାସୀଙ୍କୁ ଯେଉଁଭଳି ଭୁଆଁ ବୁଲେଇଲା ତାକୁ ବିଜେଡି କାଉଣ୍ଟର କରି ପାରିଲା ନାହିଁ ବୋଲି କହିଛନ୍ତି। ଅପରପକ୍ଷେ ସେ ଆହୁରି କହିଛନ୍ତି ଯେ ବିଜେପି ମିଛ ପ୍ରତିଶ୍ରୁତି ଦେଇ ମଧ୍ୟ ଅଧିକ ଭୋଟ ପାଇ ନାହିଁ। ବରଂ ବିଜେଡି ଅଧିକ ଭୋଟ ପାଇଛି। ଏବେ ଲୋକେ ଜାଣି ଗଲେଣି ଓ ବୁଝି ଗଲେଣି ଯେ ବିଜେପି ମିଛ କହିଛି। ତେଣୁ ଆଗାମୀ ଦିନରେ ବିଜେଡିର ଦଳୀୟ କର୍ମୀମାନେ ଲୋକଙ୍କ ପାଖକୁ ଯାଇ ସତ କଥା ଜାଣନ୍ତୁ। ବିଜେଡି ସରକାର ବିଗତ ଦିନରେ ଯେଉଁ ଉନ୍ନତିମୂଳକ କାମ କରିଛି ତାର ପ୍ରଚାର କରନ୍ତୁ।
ପ୍ରକାଶ ଥାଉ କି ଗତ କିଛି ଦିନ ମଧ୍ୟରେ ବିଜେଡିର ବହୁ ନେତା ଦଳର ପରାଜୟ ନେଇ ଯେଉଁ କାରଣମାନ କହିଛନ୍ତି, ତାକୁ ଅନେକାଂଶରେ ସତ୍ୟ ବୋଲି ସ୍ବୀକାର କରିଛନ୍ତି ଦଳର ସୁପ୍ରିମୋ।