ଦୀର୍ଘଦିନ ଧରି ବଢ଼ି ଚାଲିଥିବା ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି ଘଟି ଚାଲିଥିବା ବେଳେ ଏବେ ତୈଳ ଦର ହ୍ରାସ ନେଇ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍‌ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ। ତେବେ ଭାରତରେ ତେଲ ଦର କମିବାର ସମ୍ଭାବନା ରହିଛି। ଆସନ୍ତା ଦୁଇରୁ ୩ ମାସରେ ତେଲ ଦର ହ୍ରାସ ପାଇବାର ସମ୍ଭାବନା ଦେଖାଇଛନ୍ତି ମନ୍ତ୍ରୀ।

ତୈଳ ଦର ହ୍ରାସ ଏବଂ ବୃଦ୍ଧି ସ୍ଥିତି ଉପରେ ନିର୍ଭର କରେ। ଯଦି ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ଦୈଳ ଦରକୁ କେନ୍ଦ୍ର କରି ସଂକଟ ଦେଖାଦିଏ ତେବେ ସ୍ଥିତି ବଦଳିପାରେ। ଯେଉଁ ତେଲ ଦର ଏବେ ୬୫ ଡଲାର ପାଖାପାଖି ରହିଛି, ତାହାର ମୂଲ୍ୟ ୧୫୦ ଡଲାର ବି ହୋଇଯାଇପାରିବେ। ୬୫ ଡଲାର ସ୍ତରରେ ତେଲ ଥିବାରୁ ତେଲ କମ୍ପାନିଗୁଡିକ ଲାଭ କରୁଛନ୍ତି।

ଏଭଳି ପରିସ୍ଥିତିରେ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ କମ୍‌ କରି ଗ୍ରାହକଙ୍କୁ ଆବଶ୍ୟକ ଆଶ୍ୱସ୍ତି ଦେଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରେଟିଂ ଏଜେନ୍ସି ସୂଚନା ଅନୁସାରେ ତେଲ କମ୍ପାନିଗୁଡିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୨-୧୫ ଟଙ୍କା ଏବଂ ଡିଜେଲ୍‌ ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି।

ଏହା ସତ୍ତ୍ୱେ ଏକ ବର୍ଷରୁ ଅଧିକ ସମୟ ଧରି କମ୍ପାନିଗୁଡିକ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି। କିଛି ମାସ ପୂର୍ବ ଦରହ୍ରାସର ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କାର ଉତ୍ପାଦନ ଶୁଳ୍କ ବଢ଼ାଇଦେବା ପରେ ଦୈଳ ଦର ହ୍ରାସ ପାଇପାରି ନ ଥିଲା।

ପୂର୍ବରୁ ତେଲ କମ୍ପାନିଗୁଡିକ ପ୍ରତିଦିନ ତେଲ ଦରରେ ସଂଶୋଧନ କରୁଥିଲେ। ହଠାତ୍‌ ସେହି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି। ଏନେଇ କୌଣସି ଘୋଷଣା ମଧ୍ୟ କରାଯାଇନାହିଁ। ତେଲ କମ୍ପାନିଗୁଡିକ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବିଚାରକୁ ନେଇ ତେଲ ଦର ସଂଶୋଧନ କରୁଥିଲେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍‌ ୧୦୦ ଟଙ୍କା ପାଖାପାଖି ରହିଥିବା ବେଳେ ଡିଜେଲ୍‌ ଦାମ୍‌ ୯୦ ଟଙ୍କା ଉପରେ ରହିଛି।

ଖସିବ ସୁନାଦର; ବଢ଼ିବ ରୁପାଦର

ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍‌  ବା ସୁଇସାଇଡ୍‌ ଡ୍ରୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି। ଯାହା ୯୦୦ କିଲୋମିଟରରୁ ଦୂରରୁ ଶତ୍ରୁପକ୍ଷ ଉପରେ ନିକ୍ଷେପ କରାଯାଇପାରିବ। ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ସୂଚନା (ଆର୍‌ଏଫ୍‌ଆଇ) ଆହ୍ୱାନ କରାଯାଇଛି। ଯାହାପରେ ଦେଶର ଅନେକ ପ୍ରତିରକ୍ଷା କମ୍ପାନୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି।

ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ସ୍ୱଦେଶୀ “ପିନାକା’ ମଲ୍ଟି-ବ୍ୟାରେଲ୍‌ ରକେଟ୍‌ ଲଞ୍ଚର୍‌ ନିର୍ମାଣ କରିଥିବା କମ୍ପାନି। ନାଗପୁରସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ୍‌ ଏବଂ ଏହାର ସହାୟକ କମ୍ପାନି ଇକୋନୋମିକ୍‌ ଏକ୍ସପ୍‌ଲୋସିଭ୍‌ ଲିମିଟେଡ୍‌ ଏହି ପ୍ରକଳ୍ପ ପାଇଁ ନିଜର ଦାବିଦାରୀ ଜାହିର କରିଛନ୍ତି। ଏହି କମ୍ପାନିଗୁଡ଼ିକ ପୂର୍ବରୁ ପିନାକା ଭଳି ସଫଳ ପ୍ରକଳ୍ପରେ ନିଜର ଦକ୍ଷତା ପ୍ରମାଣିତ କରି ସାରିଥିବା ଜଣାପଡ଼ିଛି।
ଏହି ଆତ୍ମଘାତୀ ଡ୍ରୋନ୍‌, ଯାହାକୁ ‘ଲୋଇଟରିଂ ମ୍ୟୁନିସନ୍‌’ ମଧ୍ୟ କୁହାଯାଏ। ଏହା ଏକାଧାରରେ ଡ୍ରୋନ୍‌ ଓ ମିସାଇଲର କାମ କରିଥାଏ । ଏହା ଶତ୍ରୁ ପକ୍ଷର ଆକାଶରେ ବହୁ ସମୟ ଧରି ଘୂରି ବୁଲିବା ସହ ସଠିକ୍‌ ଲକ୍ଷ୍ୟ ଚିହ୍ନଟ କରି ନିଜେ ହିଁ ଟାର୍ଗେଟ୍‌ ସହ ପିଟି ହୋଇ ତାକୁ ଧ୍ୱଂସ କରିଦେବ । ୯୦୦ କିଲୋମିଟରରୁ ଅଧିକ ରେଞ୍ଜର ଏହି ଡ୍‌ରୋନ୍‌? ଭାରତୀୟ ସେନାକୁ ଶତ୍ରୁ ପକ୍ଷର ଅତି ଗଭୀରରେ ଥିବା ଗୁପ୍ତ ଠିକଣାଗୁଡ଼ିକୁ ମଧ୍ୟ ସଠିକତାର ସହ ନଷ୍ଟ କରିବାରେ ସାହାଯ୍ୟ କରିବ। ବଦଳୁଥିବା ଯୁଦ୍ଧ କୌଶଳରେ ଡ୍ରୋନ୍‌ର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଭାରତର ସାମରିକ ଆଧୁନିକୀକରଣକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

କୁହାଯାଏ ମୃତ୍ୟୁ କେତେବେଳେ ଆସି ପହଞ୍ଚିବ କହିବା ଅସମ୍ଭବ। ସେମିତି ଏକ ମୃତ୍ୟୁକୁ ଆଜି ସାମ୍ନା କରିଛନ୍ତି ଗୁଜରାଟ ବିଜେ ମେଡିକାଲ କଲେଜର ୫ ଛାତ୍ର। ମେଡିକାଲ ଛାତ୍ରମାନେ ହଷ୍ଟେଲ୍‌ରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ଉପରେ ଖସି ପଡ଼ିଲା ବିମାନ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ୪ ଜଣ ୟୁଜି ଛାତ୍ର ରହିଥିବା ବେଳେ ଜଣେ ପିଜି ଛାତ୍ର ରହିଛନ୍ତି। ମେଡିକାଲ ହଷ୍ଟେଲ୍‌ ଅନ୍ୟଛାତ୍ରମାନେ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍‌ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍‌ କରିଥିଲେ। କିନ୍ତୁ ମେ କଲ୍‌ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍‌ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍‌ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ। ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।
କେନ୍ଦ୍ର ସରକାର ପାକିସ୍ତାନ ସହିତ ଅସ୍ତ୍ରବିରତି ପାଇଁ ରାଜି ହେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ)। ସେ ପ୍ରଶ୍ନ କରିଛନ୍ତି, ଯଦି ଇସଲାମାବାଦ ପଛକୁ ହଟିଯାଉଥିଲା ତେବେ ସରକାର ଅସ୍ତ୍ରବିରତିକୁ କାହିଁକି ଗ୍ରହଣ କଲେ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତିକ଼ୁ ଆଧାର କରି ପିକେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ନିଜେ ନିଶ୍ଚିତ କରିଛନ୍ତି, ପାକିସ୍ତାନର ଅନୁରୋଧରେ ଅସ୍ତ୍ରବିରତି ଆରମ୍ଭ ହୋଇଥିଲା। ଅପରପକ୍ଷେ ସିନ୍ଦୂର ଫରୁଆ ବଣ୍ଟନ ଅଭିଯାନକୁ କଟ୍ଟୁ ସମାଲୋଚନା କରିଛନ୍ତି ସେ।
ପିକେ ଆହୁରି କହିଛନ୍ତି ଯେ, ଭାରତ ସଂଘର୍ଷରେ ଏକ ଦୃଢ଼ ସ୍ଥିତିରେ ଥିଲା ଏବଂ ପାକିସ୍ତାନ ଏହାକୁ ବନ୍ଦ କରିବାକୁ ଚାହୁଁଥିଲା। ସେ ଏହା ମଧ୍ୟ କହିଛନ୍ତି, ଭାରତ ଏତେ ଶୀଘ୍ର ଅସ୍ତ୍ରବିରତି ପାଇଁ ରାଜି ହେବା ପରିବର୍ତ୍ତେ ପାକିସ୍ତାନ ବିରୁଦ୍ଧରେ ଆଉ ଦୁଇ ଦିନ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିପାରିଥାନ୍ତା।
ବିହାରର ପୂର୍ବ ଚମ୍ପାରଣରେ ଭାଷଣ ଦେଇ ସେ ଆହୁରି କହିଛନ୍ତି, ଦେଶର ବୈଦେଶିକ ମନ୍ତ୍ରୀ ଜଣେ ବହୁତ ଶିକ୍ଷିତ ଏବଂ ବୁଦ୍ଧିମାନ ବ୍ୟକ୍ତି। ମୁଁ ତାଙ୍କର ଏକ ବିବୃତି ପଢ଼ିଲି ଯେ, ପାକିସ୍ତାନର ଉଦ୍ୟମରେ ଅସ୍ତ୍ରବିରତି କରାଯାଇଥିଲା। ତେଣୁ, ଯଦି ପାକିସ୍ତାନ ଅସ୍ତ୍ରବିରତି ଚାହୁଁଥିଲା, ତେବେ ଏହାର ଅର୍ଥ ହେଉଛି ଯେ, ସେନା ଠିକ୍‌ କହୁଥିଲା  ଆମେ ସେମାନଙ୍କୁ ପରାସ୍ତ କରୁଛୁ। ତେବେ ଭାରତ ଏଥିରେ କାହିଁକି ରାଜି ହେଲେ ବୋଲି ପ୍ରଶ୍ନ କରିଛନ୍ତି ପିକେ।
ସେ ଆହୁରି କରିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ଶ୍ରେୟ ନେଉଛନ୍ତି ଏବଂ ହୁଏତ ସେ ଶାନ୍ତି ପୁରସ୍କାର ଆଶା କରୁଛନ୍ତି। ତେବେ ଆମେ ଆମର ବୈଦେଶିକ ମନ୍ତ୍ରୀଙ୍କୁ ବିଶ୍ୱାସ କରିପାରୁ। ଟ୍ରମ୍ପ୍‌ଙ୍କୁ କାହିଁକି ବିଶ୍ୱାସ କରିବୁ ବୋଲି କହିଛନ୍ତି ସେ। ଏପରି ପରିସ୍ଥିତିରେ ଭାରତୀୟ ସେନାକୁ ନିଜର ଅପରେସନ୍‌ ଜାରି ରଖିବାକୁ ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବାକୁ ଅନୁମତି ଦିଆଯିବା ଉଚିତ୍‌ ଥିଲା।
ଅଭିଯୋଗ କରି କହିଛନ୍ତି, ସରକାର ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଏବେ ସିନ୍ଦୂର ଫରୁଆ ବାଣ୍ଟିବା ଦ୍ୱାରା ଆଉ କୌଣସି ଫରକ ପଡ଼ିବ ନାହିଁ। ଏପରିସ୍ଥଳେ ଆଉ କାହିଁକି ଲୋକମାନଙ୍କୁ ବୋକା ବନାଉଛ। ସରକାର ଯାହା କହୁଛନ୍ତି ତାହା ଭୁଲ୍‌ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
କିଛିଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ନେଇ ଉଭୟ ପକ୍ଷରୁ କ୍ଷତିକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ ନେଇ ସରକାର ବିଭିନ୍ନ ରାଜନୈତିକଳ ଦଳ ଭିନ୍ନ ଭିନ୍ନ ରାଜନୈତିକ ଦଳ ଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଏବେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି
ବରିଷ୍ଠ ଭାରତୀୟ ସେନା ଅଧିକାରୀ ଜଣଙ୍କ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ଜେଟ୍‌ ଖସାଇ ଦିଆଯାଇଛି। ତଥାପି, ସେ କେତେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି।
ଭାରତୀୟ ସେନା ମୁଖ୍ୟ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ବ୍ଲୁମବର୍ଗକୁ ଦେିଥିବା ସାକ୍ଷାତକାରରେ କହିଛନ୍ତି ପ୍ରକୃତ ପ୍ରସଙ୍ଗ ଏହା ନୁହେଁ ଯେ, ବିମାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ବରଂ ପ୍ରଶ୍ନ ହେଉଛି, ସେଗୁଡିକ କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆମେ ଏଥିରୁ କ’ଣ ଶିଖିଲୁ ବୋଲି କହିଛନ୍ତି।
ସିଡିଏସ୍‌ ଶ୍ରୀ ଚୌହାନ କହିଛନ୍ତି ଯେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେ ଆମର ଭୁଲ୍‌କୁ ସ୍ୱୀକାର କରିଥିଲୁ ଏବଂ ବହୁତ କିଛି ଶିଖିଥିଲୁ। ତାଙ୍କ ଉତ୍ତର ଶୁଣି ଏପରି ଲାଗିଥିଲା ଯେପରି ଭାରତୀୟ ଜେଟ୍‌ ବିମାନଗୁଡ଼ିକ ଏୟାରଷ୍ଟ୍ରାଇକ୍‌ ସମୟରେ ହିଁ ଖସି ପଡ଼ିଛି। କାରଣ ସେ କହିଥିଲେ ଯେ, ଆମେ ଆମର ଭୁଲ୍‌ ସଂଶୋଧନ କରିଥିଲୁ ଏବଂ ଦୁଇ ଦିନ ମଧ୍ୟରେ ଉପଯୁକ୍ତ ଉତ୍ତର ଦେଇଥିଲୁ। ଦୂର ଦୂରାନ୍ତ ଶତ୍ରୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଏକ ପ୍ରଭାବଶାଳୀ ଜବାବ ଦିଆଯାଇଥିଲା।
ଉଲ୍ଲେଖନୀୟ ଯେ, ଭାରତ ପାକିସ୍ତାନର ଅନେକ ବଡ଼ ସହରରେ ଅବସ୍ଥିତ ସାମରିକ ଘାଟିକୁ ଟାର୍ଗେଟ କରି ବିପୁଳ କ୍ଷତି କରିଥିଲା। ପାକିସ୍ତାନ ଦ୍ୱାରା ୬ଟି ଭାରତୀୟ ବିମାନ ଖସାଇ ଦେବାକୁ ନେଇ ଉଠିଥିବା ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଜେନେରାଲ ଚୌହାନ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ଯୁଦ୍ଧରେ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାରର ଆବଶ୍ୟକତା ନ ଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଥିଲେ ଯେ, ପାକିସ୍ତାନ ଭାରତର ୬ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି। ଯାହାକୁ ସିଡିଏସ୍‌ ଅସ୍ୱୀକାର କରିଥିଲେ। ପ୍ରଥମଥର ପାଇଁ ଜଣେ ଉଚ୍ଚ ସେନା ଅଧିକାରୀ ଜେଟ୍‌ ଖସି ପଡ଼ିଥିବା ନେଇ ସ୍ୱୀକାର କରିଛନ୍ତି।
ବର ଟଙ୍କା ଗଣିପାରିଲାନି ବୋଲି ବାହାଘର ଭାଙ୍ଗିଦେଲା କନ୍ୟା।

ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମମତା ସିଧା ନିଶାନା କରି କହିଛନ୍ତି ବିଜେପି ଅପରେସନ୍‌ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି। ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି ବିଜେପି। ଯେତେବେଳେ ସାରା ଦେଶ ଅପରେସନ ସିନ୍ଦୂର ସପକ୍ଷରେ ଛିଡ଼ା ହେଉଛି ଆଉ ପ୍ରତିନିଧି ଦଳ ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ ଯାଇଛନ୍ତି ସେତେବେଳେ ଏମାନେ ଅପରେସନ ବେଙ୍ଗଲ କରିବେ ବୋଲି କହୁଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ହୋଇ ନ ପାରେ ବୋଲି ମମତା କହିଛନ୍ତି।
ମମତା ମୋଦୀଙ୍କ ଚ୍ୟାଲେଞ୍ଜ କରି କହିଛନ୍ତି, ଦମ୍‌ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରି ଦେଖନ୍ତୁ ମୋଦୀ। ଆମେ ସବୁ ପ୍ରକାର ଚାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ। ମୋଦୀ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ବିଜେପି ସଭାପତି ଭାବରେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରୁଛନ୍ତି ବୋଲି କହିଛନ୍ତି ମମତା। ମୋଦୀ ପଶ୍ଚିମବଙ୍ଗର ମହିଳାଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ମମତା।
ମମତା ଆହୁରି କହିଛନ୍ତି, ଯେତେବେଳେ ଆମ ସାଂସଦ ବିଦେଶ ବୁଲି ଦେଶର ଅପରେସନ୍‌ ସିନ୍ଦୂର ନେଇ ଗୁଣଗାନ କରୁଛନ୍ତି ଠିକ୍‌ ସେତେବେଳେ ମୋଦୀ ବେଙ୍ଗଲ ଆସି ପଶ୍ଚିମବଙ୍ଗ ସରକାରଙ୍କୁ ଅପମାନିତ କରିବା କି ପ୍ରକାରର ରାଜନୀତି ବୋଲି ମମତା ପ୍ରଶ୍ନ କରିଥିବା ବେଳେ ପହଲଗାମ୍‌ ହମଲାର ଆତଙ୍କୀମାନେ ଏବେ କେଉଁଠି ଅଛନ୍ତି? ସେମାନଙ୍କୁ ଧରାଗଲାଣି କି? ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ।
ମୋଦୀଙ୍କ ସହ ଏକ ଖୋଲା ବିତର୍କର ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରସଙ୍ଗ ନେଇ ଟିଭି ଡିବେଟ୍‌ କରିବାକୁ ଦିଦି ଆହ୍ୱାନ କରିଥିବା ବେଳେ ମୋଦୀଙ୍କୁ ତାଙ୍କ ଟେଲିପ୍ରମ୍ପଟର ନେଇ ଆସିବାକୁ ମଧ୍ୟ କହିଛନ୍ତି।
ଗୁଜରାଟର ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯଦି କେହି ଆମ ଭଉଣୀମାନଙ୍କର ସିନ୍ଦୂର ପୋଛିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କର ମୂଳପୋଛ ହେବା ନିଶ୍ଚିତ। ତେଣୁ ଅପରେସନ ସିନ୍ଦୂର କେବଳ ଏକ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଛନ୍ତି
ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଯେହେତୁ ଦେଶବାସୀ ମୋତେ ପ୍ରଧାନ ସେବକର ଦାୟିତ୍ୱ ଦେଇଥିଲେ, ଅପରେସନ୍‌ ସିନ୍ଦୂର ଭଳି କଠୋର ପଦକ୍ଷେପ ନିଆଗଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି, ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଥିଲେ ସେମାନେ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥିଲେ ଯେ ମୋଦୀଙ୍କ ସହିତ ଲଢ଼ିବା ଏତେ କଷ୍ଟକର ହୋଇପାରେ।
୨୨ ତାରିଖରେ ଯେଉଁ ଖେଳ ଖେଳିଥିଲେ ତାହାକୁ ଆମେ ବିଫଳ କରିଦେଲୁ। ଆମର ସେନା ପାକିସ୍ତାନୀ ସେନାକୁ ପରାସ୍ତ କଲା। ଆମେ ଦେଶର ସେନାର ସାହସକୁ ସଲାମ କରୁଛୁ। ସେହି ଦେଶର ଏକମାତ୍ର କାମ ହେଉଛି ଭାରତ ପ୍ରତି ଶତ୍ରୁତା।
ସେ କହିଥିଲେ, ଆଜି ଆମେ ଖେଳଣାଠାରୁ ଆରମ୍ଭ କରି ସାମରିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁକିଛି ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନି କରୁଛୁ। ଆଜି ଭାରତ ରେଳ, ମେଟ୍ରୋ ଏବଂ ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ତିଆରି କରେ ଏବଂ ବିଶ୍ୱକୁ ମଧ୍ୟ ରପ୍ତାନି କରେ। କିଛି ସମୟ ପୂର୍ବରୁ ଏଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି।
ଏସବୁ ପରେ ମୋତେ ନିୟମିତ ଗାଳି କରିବା କିଛି ଲୋକଙ୍କ କିଛି ଲୋକଙ୍କ ଅଭ୍ୟାସରେ ହୋଇଗଲାଣି। ସେମାନେ କହୁଥିଲେ ଯେ ନିର୍ବାଚନ ଆସିଗଲା, ମୋଦୀ ଜୀ ଶିଳାନ୍ୟାସ କଲେ, କିଛି ନିର୍ମାଣ ହେବ ନାହିଁ। ତିନି ବର୍ଷ ପରେ ଏହି କାରଖାନାରେ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍‌ ତିଆରି ହୋଇଛି, ଆଜି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଟିକେ ଶାନ୍ତ ପଡ଼ିଥିବା ବେଳେ ଟ୍ରମ୍ପ ଗୋଟିଏ ଗୋଟିଏ ବୟାନ ଦେଶବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଛି

ଯୁଦ୍ଧ ବିରତି ନେଇ ଭାରତ ଓ ପାକିସ୍ତାନ ନିଜପଟୁ କିଛି ଘୋଷଣା କରିବା ପୂର୍ବରୁ ଟ୍ରମ୍ଫ ଆଗୁଆ ତ୍ୱିଟ କରିବାକୁ ନେଇ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବେ ପୁଣି ବୟାନ ଦେଇଛନ୍ତି ଟ୍ରମ୍ଫ୍। ସାଉଦି ଆରବରେ ଭାଷଣ ଦେବାବେଳେ ଲୋକଙ୍କୁ ଚମକାଇବା ପରି ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

ସାଉଦି ଆରବରେ ଏକ ଭାଷଣ ସମୟରେ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି ବର୍ଣ୍ଣନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାମର୍ଶ ଦେଇଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ପାକିସ୍ତାନ “ଏକତ୍ର ଏକ ସୁନ୍ଦର ରାତ୍ରୀଭୋଜନ” କରିବା ଉଚିତ।

ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ, ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ଆମେରିକା-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ୍ ଏପରି ମନ୍ତବ୍ୟ ଦେଇଛନ୍ତି।

ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ‘ସମ୍ଭାବ୍ୟ ପରମାଣୁ ଯୁଦ୍ଧ’ କୁ ଏଡାଇବା ସହ ଶାନ୍ତି ରକ୍ଷା କରିବା ପାଇଁ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଛି। ଯୁଦ୍ଧ ହୋଇଥିଲେ ହୁଏତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥା‌ନ୍ତା। ମାତ୍ର ଆମେରିକା ତାହାକୁ ରୋକିଛି ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି।

ଭାରତ ପାକିସ୍ତାନ ଉତ୍ତେଜନା ପ୍ରଭାବ: ତୁର୍କୀ ସେଓ ଭାରତରେ ବାରଣ

ଯୁଦ୍ଧ ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ୍‌ ଯୋଗାଇ ଥିବାରୁ ଭାରତରେ ତୁର୍କୀ ସାମଗ୍ରୀକୁ ବ୍ୟାନ୍‌ କରିଛନ୍ତି ବ୍ୟବସାୟୀ। ତୁର୍କୀରୁ କୌଣସି ଜିନିଷ ଆଣିବେ ନାହିଁ କି ବିକ୍ରି କରିବେ ନାହିଁ ବୋଲି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ଏପରିସ୍ଥଳେ ଦେଶର ବିଭିନ୍ନ ସ୍ଥାନରେ ଗ୍ରାହକମାନେ ମଧ୍ୟ ଏବେ ତୁର୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତବର୍ଷରେ ତୁର୍କୀରୁ ଆମଦାନୀ ହେଉଥିବା ସେଓ ମାର୍କେଟକୁ ପ୍ରଭାବିତ କରିଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତସେ ନେଇ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ଯେହେତୁ ଓଡ଼ିଶା ବଜାରେ ପୁରୁଣା ସେଓ ରହିଛି ତେଣୁ ରାଜ୍ୟବାସୀ ତୁର୍କୀ ସେଓ କିଣିବେ ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଫଳରେ ଭାରତର ବିଭିନ୍ନ ସହରରେ ତୁର୍କୀ ସେଓ ଦେଖିବାକୁ ମିଳିନାହିଁ। ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓ (କୁ ବ୍ୟାନ କରିଛନ୍ତି । ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।
 ଘଟଣାକୁ ନେଇ ଭାରତୀୟଙ୍କ ମନରେ ତୁର୍କୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଥିଲା ତୁର୍କୀ । ଏହାକୁ ନେଇ ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଆରମ୍ଭ ହୋଇଛି । ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତିଫ ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁଫ ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।
ଅପରେସନ ସିନ୍ଦୂର’ ପରେ ରାତାରାତି ଚର୍ଚ୍ଚାକୁ ଆସିଥିବା  କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ ସାରା ରାଷ୍ଟ୍ରରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ରାଣୀ ଲକ୍ଷ୍ମୀବାଇଙ୍କ ସହ ସୋଫିଆଙ୍କ କିଭଳି ସମ୍ପର୍କ ରହିଛି ୨୦୧୭ର ଏକ ଭାଇରାଲ୍‌ ଭିଡିଓରୁ ଆସନ୍ତୁ ଜାଣିବା
ଏବେ ଭାଇରାଲ୍‌ ହେଉଥିବା ଏକ ପୁରୁଣା ଭିଡ଼ିଓରେ ସୋଫିଆ କହିଥିଲେ ଯେ ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ। ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ  ସହ ମିଶି ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢ଼ି କରିଥିଲେ।
ତାଙ୍କ ବାପା ଜଣେ ସେନା ଅଧିକାରୀ, ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢ଼ି ଆସିଛନ୍ତି। ସୋଫିଆଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ଛିଡା ହେବା। ଏଥିରୁ ହିଁ ଜଣାପଡେ଼ ପିଢ଼ି ପିଢ଼ି ପିଢ଼ି ଧରି ସୋଫିଆଙ୍କ ପରିବାର ଦେଶ ପ୍ରତି ସମର୍ପିତ।
ପିଲାଟି ଦିନରୁ ସୋଫିଆଙ୍କ ମା’ ଚାହୁଁଥିରେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ।
ମାଆଙ୍କର ସେହି ଇଚ୍ଛାକୁ ପୂରଣ କରିଛନ୍ତି ସୋଫିଆ। ତାଙ୍କ ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ। ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍‌ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢେ଼ଇରେ ସାମିଲ୍‌ ହୋଇଥିଲେ। ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ୱର କାହାଣୀ ସବୁବେଳେ ଶୁଣାଉଥିଲେ। କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢେ଼ଇ କରୁଥିଲେ ସେ ନେଇ ଅବଗତ କରାଉଥିଲେ।
କର୍ଣ୍ଣେଲ ସୋଫିଆ ୧୯୭୪ରେ ଗୁଜରାଟର ବଡୋଦରାରେ ଜନ୍ମ ହୋଇଥିଲା।
ସେ ୧୯୯୭ରେ ବାୟୋକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ହାସଲ କରି ଭାରତୀୟ ସେନାର ମେକେନାଇଜ୍ଡ ଇନଫେଣ୍ଟ୍ରିରେ କାମ କରୁଛନ୍ତି। ୨୦୧୬ ରେ ସେ ଏଏସ୍‌ଇଏଏନ୍‌ ପ୍ଲସ୍‌ ମଲ୍ଟିନ୍ୟାସନାଲ୍‌ ମିଲେଟ୍ରି ଏକ୍ସରସାଇଜ ‘ଫୋର୍ସ ୧୮’ ରେ ଭାରତୀୟ ଦଳର ନେତୃତ୍ୱ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ଥିଲେ। ୧୮ ଟି ଦେଶ ଭିତରୁ ସେ ଏକମାତ୍ର ମହିଳା କମାଣ୍ଡର ଥିଲେ।