ଟ୍ରେନ୍‌ ଅପହରଣ ପରଠାରୁ ବେଲୁଚସ୍ତାନରେ ପ୍ରତିଦିନ କେଉଁଠିନା କେଉଁଠି ହିଂସା ଦେଖିବାକୁ ମିଳିଛି। ପାକିସ୍ତାନ ସରକାରଙ୍କ ଦମନଲୀଳାକୁ ବିରୋଧ କରି ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଦିନକୁ ଉଭୟ ପାକିସ୍ତାନ ଏବଂ ବେଲୁଚସ୍ତାନ ଅଶାନ୍ତ ହେବା ସହ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି।
ପାକିସ୍ତାନ ବିରୋଧରେ ବେଲୁଚିସ୍ତାନରେ ଆରମ୍ଭ ହୋଇଛି ବିଶାଳ ପ୍ରତିବାଦ। ପାକିସ୍ତାନ ଏବଂ ପାକିସ୍ତାନ ସେନା ବିରୋଧରେ ବେଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପାକିସ୍ତାନ ସେନା ଲାଠିଚାର୍ଜ କରୁଥିବା ବେଳେ ଏପର୍ଯ୍ୟନ୍ତ ବଲୁଚିସ୍ତାନର ପ୍ରମୁଖ ନେତା ମହରଙ୍ଗ ବାଲୁଚ୍‌ଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ମେହରାଙ୍ଗ ବାଲୁଚ୍‌ ଜଣେ ମାନବାଧିକାର ନେତା। ଶନିବାର ସକାଳେ କ୍‌ୱେଟା ପୁଲିସ ଏବଂ ପ୍ରଶାସନ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ଯେତେବେଳେ ସେ ବାଲୁଚ୍‌ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏକ ପ୍ରତିବାଦରେ ଅଂଶଗ୍ରହଣ କରୁଥିଲେ। ଦାବି କରାଯାଉଛି ଯେ, ପାକିସ୍ତାନୀ ସେନାର ନିର୍ଦ୍ଦେଶରେ ମହରାଙ୍ଗ ବାଲୁଚ୍‌ଙ୍କୁ ଗାଏବ କରାଯାଇଛି ଏବଂ ତାଙ୍କର ଅବସ୍ଥିତି ବିଷୟରେ କୌଣସି ସୂଚନା ନାହିଁ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାଲୁଚ୍‌ ୟାକଜେହତି କମିଟି (ବିୱାଇସି) ଉଲ୍ଲେଖ କରିଛିଯେ, ପ୍ରତିବାଦ ସ୍ଥଳରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହକୁ ପାକିସ୍ତାନ ପ୍ରଶାସନ ନିଜ ହେପାଜତକୁ ନେଇଛି।

ବିୱାଇସି କହିଛି, କ୍‌ୱେଟା ପୁଲିସ ଏବଂ ପ୍ରଶାସନ ବିୱାଇସି (ବାଲୋଚ୍‌ ୟୁନିଟି କମିଟି) କେନ୍ଦ୍ରୀୟ ନେତା ଡକ୍ଟର ମେହରାଙ୍ଗ ବାଲୁଚ୍‌ଙ୍କୁ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହିତ ଗିରଫ କରିଛି ଏବଂ ସହିଦ ଯୁବକଙ୍କ ମୃତଦେହକୁ ମଧ୍ୟ ନିଜ କବଜାକୁ ନେଇଥିବା ଉଲ୍ଲେଖ କରିଛି ବିୱାଇସି।

ବିୱାଇସି ବିବୃତିରେ କହିଛି ଯେ, ପାକିସ୍ତାନ ପ୍ରଶାସନ ମହିଳା ଏବଂ ପିଲାମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଛି। ବିୱାଇସି କହିଛି ଯେ, ବିୱାଇସି କେନ୍ଦ୍ରୀୟ ନେତା ବେବିଗର ବାଲୁଚ୍‌, ଡକ୍ଟର ହମାଲ୍‌ ଡକ୍ଟର ଇଲିଆସ୍‌ ଏବଂ ସଇଦ ବାଲୁଚ୍‌ ଏବଂ ଅନ୍ୟ ମହିଳାଙ୍କ ଅପହରଣ ବିରୋଧରେ କ୍‌ୱେଟା ସାରିଆବରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି।

ଏହି ଲୋକମାନଙ୍କୁ ପାକିସ୍ତାନୀ ସେନା ଅପହରଣ କରିଛି ଏବଂ ସେମାନେ ନିଖୋଜ ଅଛନ୍ତି। ମାହରାଙ୍ଗ ବାଲୁଚ୍‌ ଏହା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲେ।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଇପିଏଲ (ଭାରତୀୟ ପ୍ରିମିୟର ଲିଗ୍)। ଆସନ୍ତା ମେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି।

ଭାଗ ନେବାକୁ ଥିବା ଟିମଗୁଡ଼ିକ ହେଲା ଚେନ୍ନାଇ ସୁପର୍ କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲସ୍, ଗୁଜୁରାଟ ଟାଇଟଲ୍ସ, ଲକ୍ଷ୍ନୌ ସୁପର୍ ଜାଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ ରାଇଜ ହାଇଦ୍ରାବାଦ।
ଏ ଗୃପାରେ ଥିବା ଚେନ୍ନାଇର କ୍ୟାପଟେନ ଋତୁରାଜ ଗାଏକ୍ୱାଟସ ଥିବା ବେଳେ କୋଲକାତାର କ୍ୟାପଟେନ ଅଛନ୍ତି ଆଜିକ୍ୟ ରାହାଣେ, ପଞ୍ଜାବର କ୍ୟାପଟେନ ଅଛନ୍ତି ଶ୍ରେୟସ୍ ଆୟର। ସେହିଭଳି ରାଜସ୍ଥାନର ଅଛନ୍ତି ସାଞ୍ଜୁ ସାମସନ୍ ଓ ବେଙ୍ଗାଲୁରୁର ଅଛନ୍ତି ରଜତ ପଟିଦାର।
ସେହିଭଳି ବି ଗ୍ରୁପରେ ଭାଗ ନେବାକୁ ଥିବା ଦିଲ୍ଲୀର କ୍ୟାପଟେନ ଅକ୍ଷର ପଟେଲ, ଗୁଜରାଟର ଶୁବମନ୍ ଗିଲ, ଲକ୍ଷ୍ନୌର ରୁସଭ ପନ୍ତ, ମୁମ୍ବାଇର ହାର୍ଦ୍ଦିକ ପାଣ୍ଡିଆ ଓ ହାଇଦ୍ରାବାଦର ପ୍ୟାଟ କମିକ୍ସ କ୍ୟାପଟେନ ରହୁଛନ୍ତି। ଆଜି କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର୍ କିଙ୍ଗସ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ କୋଲକାତାଠାରେ ସନ୍ଧ୍ୟା ସାଢ଼େ ୭ ଟାରେ ଅନୁଷ୍ଠିତ ହେବାକୁ ଯାଉଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

ନିର୍ବାଚନ ସୀମା ନିର୍ଦ୍ଧାରଣ ନେଇ ଅସନ୍ତୁଷ୍ଟ ରାଜ୍ୟ ମୁଖ୍ୟ ଓ ବିଭିନ୍ନ ରାଜନୈତିକ ଦଳର ବୈଠକକୁ ବିଜେଡ଼ିର ଦୁଇଜଣ ପ୍ରତିନିଧି ଯାଇଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜେ ଯାଇ ନାହାନ୍ତି କି ଦଳୀୟ ପ୍ରତିନିଧି ଭାବେ କାହାକୁ ପଠାଇ ନାହାନ୍ତି।

କେରଳ, ତେଲେଙ୍ଗାନା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଏ ରେବନ୍ତ ରେଡ୍ଡୀ, ଭଗବନ୍ତ ମାନ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ବରିଷ୍ଠ ପ୍ରତିନିଧିମାନେ ଶନିବାର ଚେନ୍ନାଇରେ ଡିଏମକେ ଦ୍ୱାରା ଆହୂତ ବୈଠକରେ ଯୋଗ ଦେବେ। “ନିସପକ୍ଷ ସୀମା ନିର୍ଦ୍ଧାରଣ ଉପରେ ପ୍ରଥମ ମିଳିତ କାର୍ଯ୍ୟ କମିଟି (ଜେଏସି) ବୈଠକକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେମାନେ କୌଣସି ପ୍ରତିନିଧି ନ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଚେନ୍ନାଇରେ ଏହି ବୈଠକ ସଂସଦୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୁଦ୍ଧରେ ବଢ଼ୁଥିବା ଆଞ୍ଚଳିକ ବିରୋଧ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଛି। ଯାହା ଦକ୍ଷିଣ ଏବଂ ପୂର୍ବ ରାଜ୍ୟଗୁଡ଼ିକର ଅନେକଙ୍କ ଆଶଙ୍କା ଯେ ଏହା ସଂଘୀୟ ନୀତିକୁ କ୍ଷୁର୍ଣ୍ଣ କରିବ ଏବଂ କିଛି ରାଜ୍ୟରୁ ପ୍ରତିନିଧିତ୍ୱକୁ ଅସମାନ ଭାବରେ ହ୍ରାସ କରିବ।

ଏହି ପଦକ୍ଷେପ ପଛରେ ଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ ଏହି ବୈଠକ ଭାରତୀୟ ସଂଘୀୟତା ପାଇଁ ଏକ ଐତିହାସିକ ଦିନ ହେବ। ଶୁକ୍ରବାର ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଷ୍ଟାଲିନ ହାତକୁ ଆସୁଥିବା ଆହ୍ବାନ ବିଷୟରେ ଚେତାବନୀ ଦେଇ କହିଥିଲେ ଯେ ଯେଉଁ ରାଜ୍ୟମାନେ ପ୍ରଭାବଶାଳୀ ଭାବରେ ସେମାନଙ୍କର ଜନସଂଖ୍ୟା ବୃଦ୍ଧିକୁ ପରିଚାଳନା କରିଛନ୍ତି ଏବଂ ଜାତୀୟ ପ୍ରଗତିରେ ଯୋଗଦାନ ଦେଇଛନ୍ତି ସେମାନଙ୍କୁ ଏକ ବିକୃତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ ନୁହେଁ। ଏହା ଭାରତରେ ସଂଘୀୟତାର ମୂଳଦୁଆ ଉପରେ ଆଘାତ କରିବ, ସେ କହିଛନ୍ତି। ଏହା ଗଣତନ୍ତ୍ରର ସାରକୁ କ୍ଷୁର୍ଣ୍ଣ କରିବ ବୋଲି ସେ ମତ ଦେଇଛନ୍ତି।

କର୍ଣ୍ଣାଟକର ୪୮ ବିଧାୟକ ହନି ଟ୍ରାପ୍, ମୋତେ ମଧ୍ୟ ଟ୍ରାପ୍ ଉଦ୍ୟମ କରାଯାଇଛି: ସମବାୟ ମନ୍ତ୍ରୀ ରାଜନ୍ନା

ଲକ୍ଷ ଲକ୍ଷ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିବ ଆମେରିକା। ଫଳରେ ପ୍ରାୟ ଏକ ମାସ ମଧ୍ୟରେ ସେମାନଙ୍କୁ ସମ୍ଭାବ୍ୟ ନିର୍ବାସନ ପାଇଁ ପ୍ରସ୍ତୁତ କରାଯିବ ବୋଲି ଆମେରିକା ଗୃହ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏହି ନିର୍ଦ୍ଦେଶ ଅକ୍ଟୋବର ୨୦୨୨ ପରଠାରୁ ଆମେରିକା ଆସିଥିବା ଚାରୋଟି ଦେଶର ପ୍ରାୟ ୫ ଲକ୍ଷ ୩୨ ହଜାର ଲୋକ ଏହା ଦ୍ବାରା ଦେଶାନ୍ତର ହେବେ ବୋଲି ଜଣା ପଡ଼ୁଛି। ସେମାନେ ଆର୍ଥିକ ପ୍ରାୟୋଜକଙ୍କ ସହିତ ଆସିଥିଲେ ଏବଂ ସେମାନଙ୍କୁ ଆମେରିକାରେ ରହିବା ଏବଂ କାମ କରିବା ପାଇଁ ଦୁଇ ବର୍ଷର ଅନୁମତି ଦିଆଯାଇଥିଲା। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ କହିଛନ୍ତି ଯେ ସେମାନେ ଏପ୍ରିଲ ୨୪ ତାରିଖରେ କିମ୍ବା ଫେଡେରାଲ ରେଜିଷ୍ଟରରେ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ପରେ ସେମାନଙ୍କର ଆଇନଗତ ସ୍ଥିତି ହରାଇବେ।
ଏହି ନୂତନ ନୀତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ ଯେଉଁମାନେ ପୂର୍ବରୁ ଆମେରିକାରେ ଅଛନ୍ତି ଏବଂ ଯେଉଁମାନେ ମାନବିକ ପାରୋଲ୍ କାର୍ଯ୍ୟକ୍ରମ ଅଧୀନରେ ଆସିଥିଲେ। ସେମାନେ ମାନବିକ ପାରୋଲ୍‌ର ବ୍ୟାପକ ଅପବ୍ୟବହାର କରିଥିବା କୁହାଯାଉଛି। ଏଭଳି ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପକାଇବା ପାଇଁ ଟ୍ରମ୍ପ ପ୍ରଶାସନର ପୂର୍ବ ନିଷ୍ପତ୍ତିକୁ ଅନୁସରଣ କରୁଛି। ଯାହା ଏକ ଦୀର୍ଘକାଳୀନ ଆଇନଗତ କାର୍ଯ୍ୟଧାରା। ଯାହାକୁ ରାଷ୍ଟ୍ରପତିମାନେ ଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ଥିବା ଦେଶରୁ ଲୋକଙ୍କୁ ଆମେରିକାରେ ପ୍ରବେଶ ଏବଂ ଅସ୍ଥାୟୀ ଭାବରେ ରହିବାକୁ ଅନୁମତି ଦେବା ପାଇଁ ବ୍ୟବହାର କରିଆସୁଛନ୍ତି।

କର୍ଣ୍ଣାଟକର ୪୮ ବିଧାୟକ ହନି ଟ୍ରାପ୍, ମୋତେ ମଧ୍ୟ ଟ୍ରାପ୍ ଉଦ୍ୟମ କରାଯାଇଛି: ସମବାୟ ମନ୍ତ୍ରୀ ରାଜନ୍ନା

ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ବିଧାୟକମାନଙ୍କୁ ହନିଟ୍ରାପ୍ କରିବାରେ କେହି ଜଣେ ସମ୍ପୃକ୍ତ ଅଛନ୍ତି ବୋଲି ବିଜେପି ବିଧାୟକ ବାସନଗୌଡା ପାଟିଲ ଯତନାଲ ଗୃହରେ ଅଭିଯୋଗ କରିବା ପରେ ସମବାୟ ମନ୍ତ୍ରୀ କେ.ଏନ୍. ରାଜନ୍ନା କହିଛନ୍ତି ଯେ କର୍ଣ୍ଣାଟକର ହନି ଟ୍ରାପ୍ କରାଯାଇଛି। ତାଙ୍କୁ ମଧ୍ୟ ହନି ଟ୍ରାପ୍ ପାଇଁ ଉଦ୍ୟମ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ପୋଲିସକୁ ଅନୁରୋଧ କରିଛନ୍ତି।

ରାଜନ୍ନା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ରଖି ବିଧାୟକମାନଙ୍କୁ ହନିଟ୍ରାପ୍ କରିବାରେ କେହି ଜଣେ ସାମିଲ ଅଛନ୍ତି। ଏହାର ଜବାବରେ ମନ୍ତ୍ରୀ କହିଥିଲେ ଯେ ଅନେକ ଲୋକଙ୍କ ମତରେ କର୍ଣ୍ଣାଟକ ସିଡି ଏବଂ ପେନ୍ ଡ୍ରାଇଭ୍ ପାଇଁ ଏକ କାରଖାନା ପାଲଟିଛି।
ବିରୋଧୀ ବିଧାୟକମାନେ ଦୁଇଟି କାରଖାନା ଚାଲୁଥିବା ଦାବି କରିବା ନେଇ ରାଜନ୍ନା କହିଥିଲେ, ଆପଣଙ୍କ ପାଖରେ ଗୋଟିଏ ଅଛି କି? ଆମ ପାଖରେ ଗୋଟିଏ? ଯଦି ଆପଣ କୁହନ୍ତି ଯେ ଆପଣଙ୍କ କାରଖାନା କିଏ ଚଲାଉଛି, ତେବେ ଆମେ ପ୍ରକାଶ କରିପାରିବା ଯେ ଆମର କିଏ ଚଳାଉଛି। ହନି-ଟ୍ରାପ୍ ଅପରେସନର ପ୍ରଯୋଜକ ଏବଂ ନିର୍ଦ୍ଦେଶକ”ଙ୍କୁ ପ୍ରକାଶ କରିବା ପାଇଁ ସେ ଏକ ସ୍ୱତନ୍ତ୍ର ତଦନ୍ତ ଦାବି କରିଥିଲେ।

ନିର୍ବାଚନ ପୂର୍ବରୁ ୪ ବିଜେପି ନେତାଙ୍କ ଇସ୍ତଫା

ଜଷ୍ଟିସ୍‌ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍‌’ରେ ଏ ନେଇ ସୂଚନା ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍‌ ଜଷ୍ଟିସ୍‌ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ।
ଜଷ୍ଟିସ୍‌ ଟଣ୍ଡନ ୧୯୬୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ସେ ୧୯୮୩ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ ପରେ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।
ସେହିବର୍ଷ ସେପ୍ଟେମ୍ବର ୨୬ରେ ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୧୦ ଅପ୍ରେଲ୍‌ ୧୩ ତାରିଖରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏହାସହ ସେ ହେଉଛନ୍ତି କଲିକତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି।
ଜଷ୍ଟିସ୍‌ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କ ନିଯୁକ୍ତି ନେଇ ସୁପାରିଶ କରିଥିଲେ। ଜଷ୍ଟିସ୍‌ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି। ଗତ ଜାନୁଆରୀ ୧୯ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା। ଜଷ୍ଟିସ୍‌ ଅରିନ୍ଦମ୍‌ ସିହ୍ନା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି। ଆହ୍ଲାବାଦ୍‌ ହାଇକୋର୍ଟକୁ ତାଙ୍କର ବଦଳି ହୋଇଛି।
ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଦ୍ୱାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ଆୟୁଷ୍ମାନ ବାୟୋ ବନ୍ଧନକୁ ମଞ୍ଜୁରୀ ମିଳିଛି। ସେହିପରି ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ୱାରା ହିତାଧିକାରୀମାନେ କ୍ୟାସ୍‌ଲେସ୍‌ ସୁବିଧା ମଧ୍ୟ ପାଇପାରିବେ। ସରକାର ରାଜ୍ୟ ସଡ଼କ ନୀତିକୁ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସେହିପରି ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି।
ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ। ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୬୭ ଲକ୍ଷ ୮୦ ହଜାର ପରିବାର ହେବେ ଉପକୃତ। ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଲାଭ ପାଇବେ।
 ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାଣି ବାଲଟିଏ ନେବାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଗୁଳିମାଡ଼ ହୋଇଛି। ଏଥିରେ ଗୋଟିଏ ଭାଇର ଜୀବନ ଚାଲିଯାଇଛି। ମୃତକ ହେଲେ ବିହାରର ନୌଗଛିଆ ଜିଲ୍ଲାର ଜଗତପୁର ଗ୍ରାମର ଜୟଜିତ୍‌ ଯାଦବ।
ପାରବାଟ୍ଟା ଥାନା ଅଧୀନ ଜଗତପୁର ଗ୍ରାମରେ ଗୁରୁବାର ଭୋର୍‌ ପ୍ରାୟ ୭ଟା ୩୦ ସମୟରେ ଏହି ଘଟଣା ଘଟିଛି। ପାଣି ପାଇଁ ବିଶ୍ୱଜିତ ଯାଦବଙ୍କର ବଡଭାଇ ଜୟଜିତ ଯାଦବଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ବଞ୍ଚିବାରୁ ବିଶ୍ୱଜିତ ଏକ ପିସ୍ତଲ ଆଣି ଜୟଜିତଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ବିଶ୍ୱଜିତଙ୍କ ହାତରୁ ଜୟଜିତ ପିସ୍ତଲ ଛଡାଇ ନେଇ ବିଶ୍ୱଜିତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ।
ଏହି ସମୟରେ ସେମାନଙ୍କ ମା’ ହୀନା ଦେବୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ମା’ ଏବେ ଚିକିତ୍ସାଧୀନ ଥିବାବେଳେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ମୃତକ ଜଣକ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ନେତା ନିତ୍ୟାନନ୍ଦ ରାୟଙ୍କର ସଂପର୍କୀୟ ଭଣଜା ବୋଲି ଜଣାପଡିଛି।

ପଡୋଶୀ ରାଜ୍ୟ ତୁଳନାରେ ଭାରତୀୟମାନେ ଖୁସିରେ ନାହାନ୍ତି। ଏଭଳି ଏକ ତଥ୍ୟ ଆସିଛି ୱାର୍ଲ୍ଡ ହାପିନେସ ସର୍ଭେ ରିପୋର୍ଟରେ। ଏମିତି କି ଶତ୍ରୁ ଦେଶ ପାକିସ୍ତାନ ଓ ନେପାଳ ଭଳି ପଡୋଶୀ ରାଷ୍ଟ୍ର ତୁଳନାରେ ଭାରତୀୟ ମାନେ କମ୍ ଖୁସିରେ ରହୁଥିବା ରିପୋର୍ଟରୁ ଜଣା ପଡ଼ିଛି।
ଖୁସି ଦେଶର ତାଲିକାର ୧୪୭ ଦେଶ ଭିତରୁ ପୁନଶ୍ଚ ଫିନଲାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ଶୀର୍ଷରେ ଥିବା ବେଳେ ଆମ ଭାରତ ୧୧୮ତମ ସ୍ଥାନରେ ରହିଛି। ପୂର୍ବବର୍ଷ ୧୨୬ତମ ସ୍ଥାନରେ ଥିବା ବେଳେ ଏଥର ସାମାନ୍ୟ ଅଗ୍ରଗତି କରିଛି। ଖୁସି ଦେଶର ତାଲିକାରେ ଭାରତର ଏ ସ୍ଥାନ ହିଁ ଦର୍ଶାଉଛି ଭାରତୀୟମାନେ ଖୁସିରେ ନାହାନ୍ତି। ଦେଶର ଲୋକେ ଦୁଃଖରେ ଅଛନ୍ତି, ଚିନ୍ତାରେ ଅଛନ୍ତି।

ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଯୁଦ୍ଧର ଘନଘଟା ଭିତରେ କାଳତିପାତ କରୁଥିବା, ଅହରହ ବୋମା-ବିସ୍ଫୋରଣ ଏବଂ ଗୁଳିର ଗର୍ଜନ ଶୁଣି ଜୀବନ ବିତାଉଥିବା ୟୁକ୍ରେନର ଲୋକେ ଖୁସିରେ ଅଛନ୍ତି। ଖୁସିର ତାଲିକାରେ ଭାରତ ଠାରୁ ୟୁକ୍ରେନ ଆଗରେ ରହିଛି। ଖାଲି କଣ ସେତିକି ଆର୍ଥିକ ସ୍ଥିତି ପାଇଁ କାଙ୍ଗାଳ କୁହାଯାଉଥିବା ପାକିସ୍ତାନ ବି ଖୁସିର ଦେଶ ତାଲିକାରେ ଭାରତ ଠାରୁ ଢେର ଆଗରେ ରହିଛି।

ଇରାକ, ଇରାନ, ପାକିସ୍ତାନ, ୟୁକ୍ରେନ, ପାଲେଷ୍ଟାଇନ, ଉଗାଣ୍ଡା, ମୋଜାମ୍ବିକ ଦେଶ ଠାରୁ ପଛରେ ରହିଛି ଭାରତ। ଆମର ପଡ଼ୋଶୀ ଦେଶଗୁଡ଼ିକର ରାଙ୍କିଙ୍ଗକୁ ବିଚାରକୁ ନେଲେ ଜଣାଯାଇଛି ଯେ, ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତ ଠାରୁ ଆଗରେ ରହିଛନ୍ତି ।

ଶ୍ରୀଲଙ୍କା ଓ ବାଂଲାଦେଶ ଆମ ଠାରୁ ପଛରେ ଅର୍ଥାତ୍‌ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ୱର ଖୁସି ରାଙ୍କିଙ୍ଗରେ ସବୁଠୁ ପଛରେ ୧୪୭ତମ ସ୍ଥାନରେ ରହିଛି। ଆଫଗାନିସ୍ତାନର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି।

ଶତ୍ରୁ ପ୍ରଥମେ ମାନସିକ ଆକ୍ରମଣ କରିଥାଏ

ବିଭିନ୍ନ ସମୟରେ ନିଷ୍କ୍ରିୟ ନମ୍ବରକୁ ବ୍ୟବହାର କରି ସାଇବର ଠକ ମାନେ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନିମିଷକ ମଧ୍ୟରେ ଖାଲି କରି ଦିଅନ୍ତି। ତେଣୁ ସାଇବର ଠକେଇରେ ରୋକ ଲଗାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। କେତେକ ଫୋନ୍ ନମ୍ବରରୁ ୟୁପିଆଇ କାରବାର ବନ୍ଦ କରାଯାଇଛି।
ଆସନ୍ତା ପହିଲାରୁ କେତେକ ମୋବାଇଲ୍ ନମ୍ବରଗୁଡ଼ିକରେ ବନ୍ଦ ହୋଇଯିବ ୟୁପିଆଇ ସେବା। ସେହି ମୋବାଇଲରେ ଟଙ୍କା ପଠାଇ ହେବ ନାହିଁ। ତେବେ ସବୁ ନମ୍ବରରେ ନୁହେଁ କେବଳ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକରେ ୟୁପିଆଇ ସେବା ଆଉ କାମ କରିବ ନାହିଁ। ଜାଲିଆତି ଏବଂ ଅନଧିକୃତ କାରବାରକୁ ରୋକିବା ପାଇଁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ), ବ୍ୟାଙ୍କ ଏବଂ ପେମେଣ୍ଟ୍ ସେବା ପ୍ରଦାନକାରୀ (ପିଏସପି)ଗୁଡ଼ିକୁ ଏପରି ନମ୍ବରଗୁଡ଼ିକୁ ଡିଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି।
ୟୁପିଆଇ ସହିତ ଲିଙ୍କ୍ ହୋଇଥିବା ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକ ସୁରକ୍ଷା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ବ୍ୟବହାରକାରୀମାନେ ସେମାନଙ୍କର ନମ୍ବର ପରିବର୍ତ୍ତନ କଲେ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ନମ୍ବରକୁ ବ୍ୟବହାର ନକଲେ ବି ସେମାନଙ୍କର ୟୁପିଆଇ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ସକ୍ରିୟ ରହିଥାଏ। ଏହା ଦ୍ବାରା ଅନ୍‌ଲାଇନ୍ ଠକ ଫାଇଦା ଉଠାନ୍ତି। ଏହାକୁ ରୋକିବା ପାଇଁ, ଏନପିସିଆଇର ନିର୍ଦ୍ଦେଶ ଅନୁଯାୟୀ, ଗୁଗୁଲ ପେ’, ଫୋନ୍‌ପେ’ ଏବଂ ପେଟିଏମ ପରି ବ୍ୟାଙ୍କ ଓ ପେମେଣ୍ଟ ଆପ୍ ଏବେ ୟୁପିଆଇ ସିଷ୍ଟମରୁ ନିଷ୍କ୍ରିୟ ନମ୍ବରଗୁଡ଼ିକୁ ହଟାଇବେ।