ଆମେ ଲୁଣ ବିନା କିଛି ବି ଖାଦ୍ୟ ଖାଇବା ଅସମ୍ଭବ ହୋଇପଡ଼ିଛି। ବିଶେଷକରି ପାକ  ଭୋଜନରେ ଲୁଣ ଅପରିହାର୍ଯ୍ୟ। ଏପରିସ୍ଥଳେ ଲୁଣ ସଂକଟ ଏବେ ଅନେକ ରାଷ୍ଟ୍ର ପାଇଁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତର ପଡେ଼ାଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏଭଳି ସଂକଟ ଏବେ ସୃଷ୍ଟି ହୋଇଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଲୁଣର ଦର ବୃଦ୍ଧି ପାଇଛି। ସଙ୍କଟର ସୁଯୋଗ ନେଇ ଅନେକ ଲୋକ ଲୁଣର କଳାବଜାରୀ କରିବା ଆରମ୍ଭ କରିଛନ୍ତି। କଳା ବଜାରରେ ଲୁଣ ୨ରୁ ୩ ଗୁଣ ଦରରେ ବିକ୍ରି ହେଉଛି। ତଥାପି ଲୁଣ କିଣିବା ପାଇଁ ଲୋକଙ୍କ ଭିତରେ ଭିଡ଼ ପରିଲକ୍ଷିତ ହୋଇଛି। ଏବେ ଶ୍ରୀଲଙ୍କାରେ ଲୁଣ ମୂଲ୍ୟ କିଲୋଗ୍ରାମ ପ୍ରତି ଦର ରହିଛି ୧୪୫ ଟଙ୍କା।
ପ୍ରକାଶ ଥାଉ କି ଶ୍ରୀଲଙ୍କାରେ ଆବଶ୍ୟକ ଥିବା ଲୁଣର ମାତ୍ର ୨୩ ପ୍ରତିଶତ ନିଜ ଦେଶରେ ଉତ୍ପାଦିତ ହୋଇଥାଏ। ଭାରତ ୩,୦୫୦ ମେଟ୍ରିକ୍‌ ଟନ୍‌ ଲୁଣ ପଠାଇ ପଡେ଼ାଶୀକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋଟ ପଠାଯାଇଥିବା ଲୁଣ ମଧ୍ୟରୁ ୨,୮୦୦ ମେଟ୍ରିକ୍‌ ଟନ୍‌ ଭାରତର ନ୍ୟାସନାଲ୍‌ ଲୁଣ କମ୍ପାନିର ବୋଲି ଜଣାପଡ଼ିଛି। ତେବେ ବାକି ୨୫୦ ମେଟ୍ରିକ୍‌ ଟନ୍‌ ଘରୋଇ କ୍ଷେତ୍ରର କମ୍ପାନିଗୁଡ଼ିକ ଦ୍ୱାରା ପଠାଯାଇଛି।
ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଲଙ୍କାର ଲୋକମାନେ ଲୁଣର ଅଭାବ ଓ ସଂକଟ ନେଇ ବିଭିନ୍ନ ପୋଷ୍ଟ କରିଛନ୍ତି। ଅନେକ ଲୋକେ ଲୁଣ ଖୋଜି ଖୋଜି ପାଉ ନ ଥିବା ଲଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି କିଛିଦିନ ପୂର୍ବେ ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ୬୦ ଲକ୍ଷରୁ  ଅଧିକ ଲୋକ ଏବେ ବି ଖାଦ୍ୟ ସୁରକ୍ଷାର ସମ୍ମୁଖୀନ ହେଉଛନ୍ତି। ଦେଶର ୨୮% ରୁ ଅଧିକ ଜନସଂଖ୍ୟା ଏହି ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଯୁଦ୍ଧ ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ୍‌ ଯୋଗାଇ ଥିବାରୁ ଭାରତରେ ତୁର୍କୀ ସାମଗ୍ରୀକୁ ବ୍ୟାନ୍‌ କରିଛନ୍ତି ବ୍ୟବସାୟୀ। ତୁର୍କୀରୁ କୌଣସି ଜିନିଷ ଆଣିବେ ନାହିଁ କି ବିକ୍ରି କରିବେ ନାହିଁ ବୋଲି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ଏପରିସ୍ଥଳେ ଦେଶର ବିଭିନ୍ନ ସ୍ଥାନରେ ଗ୍ରାହକମାନେ ମଧ୍ୟ ଏବେ ତୁର୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତବର୍ଷରେ ତୁର୍କୀରୁ ଆମଦାନୀ ହେଉଥିବା ସେଓ ମାର୍କେଟକୁ ପ୍ରଭାବିତ କରିଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତସେ ନେଇ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ଯେହେତୁ ଓଡ଼ିଶା ବଜାରେ ପୁରୁଣା ସେଓ ରହିଛି ତେଣୁ ରାଜ୍ୟବାସୀ ତୁର୍କୀ ସେଓ କିଣିବେ ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଫଳରେ ଭାରତର ବିଭିନ୍ନ ସହରରେ ତୁର୍କୀ ସେଓ ଦେଖିବାକୁ ମିଳିନାହିଁ। ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓ (କୁ ବ୍ୟାନ କରିଛନ୍ତି । ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।
 ଘଟଣାକୁ ନେଇ ଭାରତୀୟଙ୍କ ମନରେ ତୁର୍କୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଥିଲା ତୁର୍କୀ । ଏହାକୁ ନେଇ ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଆରମ୍ଭ ହୋଇଛି । ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତିଫ ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁଫ ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନ ସେନା ସହ ସରକାରଙ୍କ ମତଭେଦ ଲୋକଲୋଚନକୁ ଆସିଛି

ପହଲଗାମରେ ୨୬ ଜଣ ଲୋକଙ୍କର ମୃତ୍ୟୁର ପ୍ରତିଶୋଧ ନେବା ପାଇ ଭାର ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଦେଇଛି। ଗୁରୁବାର ପାକିସ୍ତାନର ତରଫରୁ ରାଜସ୍ଥାନ, ପଂଜାବ ଓ ଜମ୍ମୁ କଶ୍ମୀରର ପ୍ରାୟ ୧୫ଟି ସହରକୁ ଟାର୍ଗେଟ କରାଯାଇଥିବା ‌ବେଳେ ଭାରତ ଏହାର କଡ଼ା ଜାବବ ଦେଇଛି। ଭାରତର ଏହି ଅପରେସନ୍‌ ଯୋଗୁଁ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାରି ମଧ୍ୟରେ ପାକିସ୍ତାନ ସେନାରେ ବିଦ୍ରୋହ ଖବର ଆସୁଛି, ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି।

ପହଲଗାମ ଆକ୍ରମଣ ପରଠାରୁ କିଛିଦିନ ଧରି ନିଖୋଜ ଥିବା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଧମକ ଦେଇଥିଲେ। ତଥାପି, ଏହି ଧମକରେ ମୁନିର ଭୟଭୀତ ଥିବା ଭାବରେ ଜଣାପଡିଥିଲା। ସେନା ମୁଖ୍ୟ ଜେନେରାଲ ମୁନିର କହିଥିଲେ ଯେ ଯଦି ଭାରତ କୌଣସି ପ୍ରକାରେ ଆକ୍ରମଣ କରେ, ତେବେ ଏହାର ପୂର୍ଣ୍ଣ ବଳରେ ଜବାବ ଦିଆଯିବ। ମୁନିର ଗତ ଗୋଟିଏ ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଗୁଳି ଚଳାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ମୁନିରର ପତ୍ତା ଜଣା ନ ଥିଲା। ସୋସିଆଲ ମିଡିଆରେ ତାଙ୍କ ନାମରେ ‘ନିଖୋଜ’ ଟ୍ରେଣ୍ଡ ଚାଲିଥିଲା।

ଗୋଟିଏ ମାସ ମଧ୍ୟରେ ପାକିସ୍ତାନୀ ସେନାର ପ୍ରାୟ ୪,୫୦୦ ସୈନିକ ଏବଂ ଅଧିକାରୀ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ସହିତ କିଛି ଦିନ ପାଇଁ ଯୁଦ୍ଧ କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ନାହିଁ।

ଏହି ସମୟରେ, ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଇଏସଆଇ ମୁଖ୍ୟ ଅସୀମ ମାଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରି ମୁନିରଙ୍କ ପ୍ରତିଷ୍ଠାକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି।

ଭାରତ ପାକିସ୍ତାନ ଯୁଦ୍ଧ ଆରମ୍ଭ

ଗତ ୬ ଦିନ ମଧ୍ୟରେ ଅର୍ଥାତ୍ ଏପ୍ରିଲ ୨୪ ରୁ ୨୯ ତାରିଖ ମଧ୍ୟରେ ୭୮୬ ଜଣ ପାକିସ୍ତାନୀ ଅଟାରୀ-ୱାଘା ସମନ୍ୱିତ ଯାଞ୍ଚ ପୋଷ୍ଟ ଦେଇ ଦେଶ ଛାଡିଥିବା ବେଳେ ୧,୩୭୬ ଜଣ ଭାରତୀୟ ସେହି ବାଟ ଦେଇ ଭାରତକୁ ଫେରିଛନ୍ତି
କେବଳ ୨୯ ତାରିଖରେ ଭାରତ ଛାଡିବା ପାଇଁ ୧୪ ବର୍ଗର ବାତିଲ ଭିସା ଉପରେ ନୂଆଦିଲ୍ଲୀ ଦ୍ୱାରା ନିର୍ଦ୍ଧାରିତ ଶେଷ ତାରିଖ ମଧ୍ୟରୁ ୧୦୪ ଜଣ ପାକିସ୍ତାନୀ ପ୍ରସ୍ଥାନ କରିଛନ୍ତି ଏବଂ ୨୫୨ ଜଣ ଭାରତୀୟ ଅଟାରୀ-ୱାଘା ରୁଟ୍ ଦେଇ ଫେରିଛନ୍ତି।

ପହଲଗାମ ହତ୍ୟାକାଣ୍ଡର ତଦନ୍ତ ପରେ ପାକିସ୍ତାନର ଲିଙ୍କକୁ ଦୃଷ୍ଟିରେ ରଖି ଏପ୍ରିଲ ୨୩ରେ ପାକିସ୍ତାନୀ ନାଗରିକଙ୍କ ପାଇଁ ସାର୍କ ଭିସା ବାତିଲ କରାଯାଇଥିଲା, କିନ୍ତୁ କୂଟନୈତିକ ଏବଂ ସରକାରୀ ଭିସା ଏବଂ ଦୀର୍ଘକାଳୀନ ଭିସା ବ୍ୟତୀତ ପାକିସ୍ତାନୀ ନାଗରିକମାନଙ୍କୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ବୈଧ ଭିସା ଏପ୍ରିଲ ୨୪ରେ ବାତିଲ କରାଯାଇଥିଲା।

ଭିସା ବାତିଲ କରିବା ସମୟରେ ସରକାର ଘୋଷଣା କରିଥିଲେ ଯେ ସାର୍କ ଭିସା ଧାରକଙ୍କୁ ଏପ୍ରିଲ ୨୬ ସୁଦ୍ଧା ଭାରତ ଛାଡିବାକୁ ପଡିବ, ଅନ୍ୟ ଡଜନ ଭିସାରେ ପାକିସ୍ତାନୀ ପରିଦର୍ଶକଙ୍କୁ ଏପ୍ରିଲ ୨୭ ସୁଦ୍ଧା ଏବଂ ମେଡିକାଲ ଭିସାରେ ଥିବା ଲୋକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ ପଡିବ।
ଅଟାରୀ ଆଇସିପି ପରିଚାଳନା କରୁଥିବା ଏଜେନ୍ସିଗୁଡ଼ିକର ସୂତ୍ରରୁ ଜଣା ପଡ଼ିଛି ଯେ ଏପ୍ରିଲ ୨୪ରେ ଅଟାରୀ ଦେଇ ୨୮ ଜଣ ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି।

ଏହା ପରେ ଏପ୍ରିଲ ୨୫ ରେ ୧୯୧, ଏପ୍ରିଲ ୨୭ରେ ୮୧, ଏପ୍ରିଲ ୨୭ରେ ୨୩୭, ଏପ୍ରିଲ ୨୮ରେ ୧୪୫ ଏବଂ ମଙ୍ଗଳବାର ଦିନ ୧୦୪ ଜଣ ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି।

ବୈଧ ଭିସାରେ ପାକିସ୍ତାନ ଯାଇଥିବା ଭାରତୀୟ ପରିଦର୍ଶକଙ୍କ ବିଷୟରେ କହିବାକୁ ଗଲେ, ୨୪ ଏପ୍ରିଲରେ ୱାଘା-ଅଟାରୀ ସ୍ଥଳପଥ ଦେଇ ୧୦୫ ଜଣ, ୨୫ ଏପ୍ରିଲରେ ୨୮୭ ଜଣ, ୨୬ ଏପ୍ରିଲରେ ୩୪୨ ଜଣ, ୨୭ ଏପ୍ରିଲରେ ୧୧୫ ଜଣ, ୨୮ ଏପ୍ରିଲରେ ୨୭୫ ଜଣ ଏବଂ ମଙ୍ଗଳବାର ଦିନ ଆଉ ୨୫୨ ଜଣ ଫେରି ଆସିଥିଲେ।

ପାକିସ୍ତାନର ହୀନ ଉଦ୍ୟମ: ଭାରତୀୟ ୱେବ୍ ସାଇଟ ହ୍ୟାକିଂ ଉଦ୍ୟମ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ସ୍ୱରୂପ ସମସ୍ତ ପାକିସ୍ତାନୀଙ୍କୁ ଭାରତରୁ ବିଦା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏପରି ପରିସ୍ଥିତିରେ ବେଆଇନ୍‌ ଭାବେ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ଉଠିଛି ପ୍ରଶ୍ନ। ସୀମା ଭାରତ ଛାଡ଼ିବେ ନା ରହିବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତ।

ସୀମା ୨୦୨୩ ମସିହାରେ ଭାରତରେ ଅବୈଧ ଭାବରେ ପ୍ରବେଶ କରିଥିଲେ ଏବଂ ଗ୍ରେଟର ନୋଏଡାର ରାବୁପୁରାର ୨୪ବର୍ଷୀୟ ସଚିନ ମୀନାଙ୍କୁ ବିବାହ କରିଥିଲେ। ନିକଟରେ ସଚିନ ଏବଂ ସୀମା ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି। ଏବେ ଯେତେବେଳେ ସୀମା ହାଇଦରଙ୍କ ଭାରତରେ ରହିବା ଉପରେ ପ୍ରଶ୍ନ ଉଠାଯାଉଛି, ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ତାଙ୍କ ସମର୍ଥନରେ ବାହାରିଛନ୍ତି।
ରାକ୍ଷା କହିଛନ୍ତି ସୀମା ହାଇଦର ଏବେ ଭାରତର ବୋହୂ। ସେ ସଚିନଙ୍କ ସ୍ତ୍ରୀ ଏବଂ ତାଙ୍କ ପିଲାର ମାଆ।

ଭାରତ ସୀମା ହାଇଦରଙ୍କୁ ପାକିସ୍ତାନ ପଠାଇବା ଉଚିତ୍‌ ନୁହେଁ। ସେ ସଚିନଙ୍କୁ ଭଲ ପାଆନ୍ତି ଏବଂ ସେ ସଚିନଙ୍କ ପିଲାର ମାଆ ହୋଇଥିବାରୁ ସେ ଭାରତୀୟ ହୋଇସାରିଛନ୍ତି।

କୌଣସି ମହିଳାଙ୍କ ପ୍ରତି ଏପରି ଅନ୍ୟାୟ କରାଯିବା ଉଚିତ୍‌ ନୁହେଁ। ଯଦି ସେ ମା’ ହୋଇ ନ ଥାନ୍ତେ, ତେବେ ଆପଣ ତାଙ୍କୁ ପଠାଇପାରିଥାନ୍ତେ। କିନ୍ତୁ ଏବେ ସେ ଭାରତର ବୋହୂ, ତେଣୁ ଆପଣ ସୀମା ହାଇଦରଙ୍କ ସହିତ ଏପରି ଭୁଲ କାମ କରିପାରିବେ ନାହିଁ। ଆପଣ ତାଙ୍କ ସହିତ ଖରାପ ବ୍ୟବହାର କରିପାରିବେ ନାହିଁ। ମହିଳାମାନଙ୍କୁ ସମ୍ମାନ ଦାବି କରିଛନ୍ତି ରାକ୍ଷୀ ସାୱନ୍ତ।

ପାକିସ୍ତାନର ଝିଅ ଭାରତର ବୋହୂ

ଟ୍ରେନ୍‌ ଅପହରଣ; ୧୮୨ ଯାତ୍ରୀ ପଣବନ୍ଦୀ

ବିଭିନ୍ନ ସମୟରେ ପାକିସ୍ତାନର କିଛି ଅଘଟଣ ଘଟିଲେ ସେଠାକା ସରକାର ଭାରତକୁ ଦାୟୀ କରି ଆସିଥାଏ। ଏବେ ଟ୍ରେନ୍‌ ଅପହରଣ ଘଟଣାରେ ଭାରତକୁ ଅଙ୍ଗୁଳି ଉଠାଇଛି ପାକିସ୍ତାନ

ଗତ ମଙ୍ଗଳବାର ବାଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନରେ ଏକ ଟ୍ରେନ୍‌ ଅପହରଣ କରିବା ଘଟଣାରେ ପାକିସ୍ତାନ ସରକାର ଭାରତକୁ ସିଧା ସଳଖ ଦାୟୀ କରିଛି। ପାକିସ୍ତାନ ସରକାର ଭାରତ ବିରୋଧରେ ଅତ୍ୟନ୍ତ ଅସମ୍ଭବ, ଉଦ୍ଭଟ ତଥା ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ରାଜନୈତିକ ପରାମର୍ଶଦାତା ରାଣା ସନାଉଲ୍ଲା ଏଥିପାଇଁ ବିଏଲଏ ଏବଂ ଟିଟିପିର ସମର୍ଥନ ପାଇଁ ଭାରତକୁ ଦାୟୀ କରିଛନ୍ତି। ଏସବୁ ପଛରେ ଭାରତର ହାତ ଥିବା ସନ୍ଦେହ ନାହିଁ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଡନ୍‌ ନ୍ୟୁଜ୍‌ ସହ କଥାବାର୍ତ୍ତା ବେଳେ ସେ ଏହି ବୟାନ ଦେଇଛନ୍ତି।
ରାଣମାଧ୍ୟମ ଆଗରେ ରାଣା ସନାଉଲ୍ଲା ଆହୁରି କହିଛନ୍ତି, ଏହି ଲୋକମାନେ ଆଫଗାନିସ୍ତାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇଛନ୍ତି। ଯେଉଁଠାରେ ସେମାନେ ବସି ସବୁ ପ୍ରକାର ଯୋଜନା କରୁଛନ୍ତି। ବଲୋଚିସ୍ତାନ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ। କାରଣ ନିର୍ବାଚନ କଥା କହିଲେ ସେମାନେ ଆସି ଲଢ଼ିବେ ନାହିଁ। ଯେଉଁମାନେ ରାଜନୈତିକ ଲଢେଇ ଲଢୁଛନ୍ତି, ଆମେ ସେମାନଙ୍କ ସହ ବସି କଥା ବାର୍ତ୍ତା କରିବା ଉଚିତ। କିନ୍ତୁ ଏହି ଲୋକମାନଙ୍କର ଏକମାତ୍ର ମୁଖ୍ୟ ପ୍ରସଙ୍ଗ ହେଉଛି ହତ୍ୟା ଓ ଆତଙ୍କ ବିସ୍ତାର କରିବା,” ସେ କହିଛନ୍ତି ଯେ ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ବିଏଲଏ ଆଫଗାନିସ୍ତାନରେ ସ୍ଥାନ ପାଇ ନ ଥିଲା।

ବାଂଲାଦେଶ ଓ ପାକିସ୍ତାନ ବିଭାଜନ ପରେ ଭାରତରୁ ବାଂଲାଦେଶୀମାନେ ଶରଣାର୍ଥିଙ୍କୁ ସ୍ଥାନ ଦିଆଯାଇଥିଲା। କିନ୍ତୁ ବେଳକୁ ବେଳ ରାଜ୍ୟରେ ବାଂଲାଦେଶୀଙ୍କ ସଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଏବେ ଓଡ଼ିଶାରେ ମୋଟ ୩୭୩୮ ଜଣ ବଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ସରକାରୀ ଭାବେ ଜଣାପଡ଼ିଛି
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ। ଏହି ଜିଲ୍ଲାରେ ମୋଟ ମୋଟ ୧୬୪୯ବଂଲାଦେଶୀ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୧୧୧୨ ବଂଲାଦେଶୀ ଓ ତା ପରକୁ ରହିଛି ମାଲକାନଗିରି। ମାଲକାନାଗିରି ଜିଲ୍ଲାରେ ମୋଟ ୬୫୫ ଜଣ ବାଂଲାଦେଶୀ ରହିଥିବା ଗଣନା କରାଯାଇଛି ଏବଂ ଭଦ୍ରକ ଜିଲ୍ଲାରେ ୧୯୯ ଜଣ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ନବରଙ୍ଗପୁର ଜିଲ୍ଲାରେ ୧୦୬ ବଂଲାଦେଶୀ ରହିଥିବା ବେଳେ ଭୁବନେଶ୍ୱର ୧୭ ଜଣ ବାଂଲଶଦେଶୀଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ ଜଣାପଡ଼ିଛି।
ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ୍‌ ଏବଂ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି। ଚିହ୍ନଟ ବାଂଲା ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବାଂଲା ଅନୁପ୍ରବେଶକାରୀମାନେ ରାଜ୍ୟର ବିଭିନ୍ନ ଅପରାଧରେ ଜଡ଼ିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ତେଣୁ ସେମାନଙ୍କ ପ୍ରତି ଦୃ୍‌ଷ୍ଟି ଦିଆଯାଇଛି। ବିଧାୟକ ମାନସ ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଇଥିବା ଉତ୍ତରରେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ବାଲେଶ୍ୱର ଜିଲ୍ଲାରେ ୫ ଜଣ ବଙ୍ଗଳାଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ସେ ନେଇ ଏବେ ବିଭିନ୍ନ ଅଦାଲତରେ ମାମଲା ବିଚାରାଧୀନ ରହିଛି।

ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ତେଲେଙ୍ଗାନା ୨୭ ବର୍ଷୀୟ ଛାତ୍ର ପ୍ରବୀଣ କୁମାର ଗମ୍ପା। ସେ ୱିସ୍କନସିନ୍-ମିଲୱାକି ବିଶ୍ୱବିଦ୍ୟାଳୟରେ ଡାଟା ସାଇନ୍ସରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରୁଥିଲେ।
ବୁଧବାର ୱିସ୍କନସିନରେ ଏକ ସନ୍ଦିଗ୍ଧ ଡକାୟତି ଉଦ୍ୟମରେ ପ୍ରବୀଣ କୁମାରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା କୁହାଯାଉଛି। ଖବର ନେବାରୁ ଜଣାପଡ଼ିଛି ଯେ, ପ୍ରବୀଣ କୁମାର ଯେଉଁଠାରେ ରହୁଥିଲେ ନିକଟରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରବୀଣ କୁମାରଙ୍କ ବାପା ରାଘୁବୁଲ କହିଛନ୍ତି ଯେ ବୁଧବାର ସକାଳେ ସେ ତାଙ୍କ ପୁଅଠାରୁ ଏକ ହ୍ୱାଟ୍ସଆପ୍ କଲ୍ ପାଇଥିଲେ କିନ୍ତୁ ତାହା ମିସ୍ କରିଦେଇଥିଲେ। ଯେତେବେଳେ ରାଘୁବୁଲ ଫୋନ୍ କଲେ, ଜଣେ ଅଜଣା ବ୍ୟକ୍ତି ତାଙ୍କ ପୁଅର ଫୋନ୍ ପାଇଥିବା ଦାବି କରି ଉତ୍ତର ଦେଲେ। ପରିବାରଙ୍କ ମନରେ ସନ୍ଦେହ କରିଥିଲେ। ପରେ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ।

କିଛି ବନ୍ଧୁ କହିଛନ୍ତି ଯେ ପ୍ରବୀଣ କୁମାର ଗୁଳିବିଦ୍ଧ ମୃତଦେହ ମିଳିଛି। କିଛି ଲୋକ କହିଛନ୍ତି ଯେ ତାଙ୍କୁ ଏକ ଦୋକାନରେ ଗୁଳି କରି ହତ୍ୟା କରାଯାଇଥିଲା। ପରିବାର ଏପର୍ଯ୍ୟନ୍ତ ପ୍ରକୃତରେ କ’ଣ ଘଟିଥିଲା ​​ତାହା ଜାଣିପାରି ନାହାନ୍ତି।
ପ୍ରବୀଣ କୁମାରଙ୍କ ମୃତ୍ୟୁରେ ଚିକାଗୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଶୋକ ପ୍ରକାଶ କରିଛନ୍ତି। “ୱିସ୍କନସିନ୍-ମିଲୱାକି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ପ୍ରବୀଣ କୁମାରଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

କନସୁଲେଟ୍ ପ୍ରବୀଣଙ୍କ ପରିବାର ଏବଂ ବିଶ୍ୱବିଦ୍ୟାଳୟ ସହିତ ଯୋଗାଯୋଗରେ ଅଛି, ସେମାନଙ୍କୁ ସମସ୍ତ ପ୍ରକାରର ସମର୍ଥନରେ ସାହାଯ୍ୟ କରୁଛି। ଆମର ଆନ୍ତରିକ ସମବେଦନା ଏବଂ ପ୍ରାର୍ଥନା ତାଙ୍କ ପରିବାର ଏବଂ ଦିବଙ୍ଗତଙ୍କ ବନ୍ଧୁମାନଙ୍କ ସହିତ ଅଛି ବୋଲି ସେମାନେ ଏକ୍ସରେ ଏକ ପୋଷ୍ଟ କରି ଜଣାଇଛନ୍ତି।

ଆମେରିକାର ଟ୍ରମ୍ପ ସରକାର ଏପ୍ରିଲ ଖୁବଶୀଘ୍ର ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ବୃଦ୍ଧି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କିନ୍ତୁ ଜାରି ଆଲୋଚନା ମାଧ୍ୟମରେ ଭାରତ ପାଇ ଏଥିରେ କିଛି ପରିବର୍ତ୍ତନ ହୋଇପାରେ
ବ୍ରାଜିଲ, ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକରୁ ଉଚ୍ଚ ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାରସ୍ପରିକ ଶୁଳ୍କ ବୃଦ୍ଧି ଆସନ୍ତା ଏପ୍ରିଲ ୨ ତାରିଖରୁ କାର୍ଯ୍ୟକାରୀ କରିବେ। କିନ୍ତୁ ଏ ନେଇ ଭାରତୀୟ ଅଧିକାରୀମାନେ ନୂଆଦିଲ୍ଲୀ ଏବଂ ୱାଶିଂଟନରେ ବର୍ତ୍ତମାନ ବାଣିଜ୍ୟ ଆଲୋଚନା କରୁଛନ୍ତି। ତେଣୁ ଆଶା କରାଯାଉଛି ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ପ୍ରକାଶ ଥାଉ କି, ମଙ୍ଗଳବାର ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ସମୟରେ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ଯାହା ବାଣିଜ୍ୟ ଯୁଦ୍ଧ ନେଇ ଚିନ୍ତାକୁ ତୀବ୍ର କରିଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବାଣିଜ୍ୟ ଆଲୋଚନା ପାଇଁ ପ୍ରାୟ ସପ୍ତାହ ବ୍ୟାପୀ ଆମେରିକା ଗସ୍ତରେ ଅଛନ୍ତି।
ଚାଲିଥିବା ଆଲୋଚନା ସହିତ ପରିଚିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଭାରତ ପାଇଁ ଆମେରିକାର ଶୁଳ୍କ ବୃଦ୍ଧି ସଂପର୍କରେ ଗଠନମୂଳକ ଆଲୋଚନା ଚାଲିଛି। ଏହି ଶୁଳ୍କରେ କୋହଳ ହୋଇପାରେ କିମ୍ବା ଶୁଳ୍କ ଲାଗୁର ତାରିଖ ବଦଳି ପାରେ।

Pmo india

ଆମେରିକାରେ ବସବାସ କରୁଥିବା ୧୦୪ ଜଣ ଭାରତୀୟ ପ୍ରବାସୀଙ୍କୁ ବିଦା କରିଥିବା ନେଇ ରାଜ୍ୟସଭାରେ ଆଲୋଚନା ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଗତ ୧୫ ବର୍ଷ ମଧ୍ୟରେ ଆମେରିକା ୧୫, ହଜାର ୭୫୬ ଭାରତୀୟଙ୍କୁ ବିଦା କରିଛି। ମିଳିଥିବା ରିପୋର୍ଟ୍ ଅନୁଯାୟୀ ୨୦୦୯ ମସିହାରୁ ଏପର୍ଯ୍ୟନ୍ତ ଆମେରିକାରୁ ମୋଟ ଏହି ଅବୈଧ ଭାରତୀୟ ପ୍ରବାସୀଙ୍କୁ ନିର୍ବାସନ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେରିକା ଦ୍ୱାରା ନିର୍ବାସନ ପ୍ରକ୍ରିୟା ନୂଆ ନୁହେଁ। ଏହା ବର୍ଷ ବର୍ଷ ଧରି ଚାଲିଆସିଛି। ଟେବେ ନିର୍ବାସନକାରୀଙ୍କ ସହ ଦୁର୍ବ୍ୟବହାର ନ ହେବା ନିଶ୍ଚିତ କରିବା ପାଇଁ ଆମେ ଆମେରିକା ସହିତ ଯୋଗାଯୋଗ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ଜୟଶଙ୍କରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁସାରେ, ୨୦୧୯ରେ ଆମେରିକା ଦ୍ୱାରା ସର୍ବାଧିକ ସଂଖ୍ୟକ ଭାରତୀୟଙ୍କୁ ନିର୍ବାସିତ କରାଯାଇଥିଲା। ଏହି ବର୍ଷ ୨,୦୪୨ ଜଣ ଭାରତୀୟଙ୍କୁ ବିଦା କରା ଯାଇଥିଲା। ସେହିଭଳି ୨୦୨୦ରେ ୧,୮୮୯ ଭାରତୀୟଙ୍କୁ ନିର୍ବାସିତ କରାଯାଇଥିଲା, ଯେଉଁ ବର୍ଷ କୋଭିଡ-୧୯ ମହାମାରୀ ବିଶ୍ୱରେ ଆସିଥିଲା।
ସେହିଭଳି ୨୦୦୯ରେ ୭୩୪ ଜଣ, ୨୦୧୦ରେ ୭୯୯ ଜଣ, ୨୦୧୧ରେ ୫୯୭ ଜଣ, ୨୦୧୨ରେ ୫୩୦ ଜଣ, ୨୦୧୩ରେ ୫୧୫ ଜଣ, ୨୦୧୪ରେ ୫୯୧ ଜଣ, ୨୦୧୫ରେ ୭୦୮ ଜଣ, ୨୦୧୬ରେ ୧,୩୦୩ ଜଣ, ୨୦୧୭ରେ ୧,୦୨୪ ଜଣ, ୨୦୧୮ରେ ୧,୧୮୦ ଜଣ, ୨୦୧୯ରେ ୨,୦୪୨ ଜଣ, ୨୦୨୦ରେ ୧,୮୮୯ ଜଣ, ୨୦୨୧ରେ ୮୦୫ ଜଣ, ୨୦୨୨ରେ ୮୬୨ ଜଣ, ୨୦୨୩ରେ ୬୧୭ ଜଣ, ୨୦୨୪ରେ ୧,୩୬୮ ଜଣ ଓ ୨୦୨୫ ଫେବୃଆରୀ ୫ ପର୍ଯ୍ୟନ୍ତ ସୁଦ୍ଧା ୧୦୪ ଜଣ ଭାରତୀୟଙ୍କୁ ନିର୍ବାସିତ କରିଛି ଆମେରିକା।