TT Ads

ବିଷାକ୍ତ ଛତୁଆ ଖାଇ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଦୁଇଜଣ କୁନି ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ରାମଗିରି ନିକଟ ତୁଳସୀନଗରରେ ଘଟିଛି।
ମୃତ ଶିଶୁକନ୍ୟାମାନଙ୍କର ବୟସ ୫ ଓ ୩ ବର୍ଷ। ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେମାନଙ୍କର ପରିଚୟ ମିଳିପାରି ନାହିଁ।
ଅଭିଯୋଗ ଅନୁସାରେ ଆର୍ ଉଦୟଗିରି ବ୍ଳକ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇଥିଲେ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଝିଅକୁ ଗଜପତି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ଅନ୍ୟ ଶିଶୁକନ୍ୟାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ପରିବାରର ବାପା ଓ ବଡ ଝିଅ ଗୁରୁତର ଅସୁସ୍ଥ ଅଛନ୍ତି। ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଶିଶୁକନ୍ୟାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣାରେ ନିଶ୍ଚିତ କଲେ ସୁପ୍ରିମ କୋର୍ଟ

OJ Ads

Leave a Reply

Your email address will not be published. Required fields are marked *