ଭୋଟର ତାଲିକାରେ ଅନିମୟିତତା ଅଭିଯୋଗ ଆଣିଥିବା ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ମହଲରେ ସମର୍ଥନ ମିଳିଥିବା ବେଳେ ରାଜନୈତିକ ମହଲରେ ଏହାକୁ ନେଇ ଆଲୋଚନା ସମାଲୋଚନା ଜାରି ରହିଛି। ଅପରପକ୍ଷେ ରାହୁଲଙ୍କ ଏଭଳି ଅଭିଯୋଗକୁ ସମର୍ଥନ କରିଛନ୍ତି ପୂର୍ବତନ ନିର୍ବାଚନ କମିସନର ଓମ୍ ପ୍ରକାଶ ରାଓତ୍।
ବେଙ୍ଗାଲୁରୁରେ ନକଲି ଭୋଟରଙ୍କ ବିଷୟରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ ରାୱତ କହିଛନ୍ତି, ନିର୍ବାଚନ କମିସନ ରାହୁଲ ଗାନ୍ଧୀଙ୍କ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅପେକ୍ଷା ନିଜ ପଟୁ ତଦନ୍ତ ଆରମ୍ଭ କରିବା ଉଚିତ୍। ପ୍ରକାଶ ଥେଉ କି ଶ୍ରୀ ରାୱତ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିସନର ଭାବରେ କାର୍ଯ୍ୟ କରିଥିଲେ।
ଏହି ବିବାଦ ନେଇ ଏକ ଇଂରାଜୀ ଖବରକାଗଜ ପ୍ରତିନିଧିଙ୍କୁ ଶ୍ରୀ ରାୱତ କହିଛନ୍ତି, ସେ ଯେତେବେଳେ କମିସନର ଥିଲେ ସେତେବେଳେ ଏକ ନୀତି ଥିଲା ଯେ, ଯଦି କୌଣସି ଦଳର ବରିଷ୍ଠ ଅଧିକାରୀ କୌଣସି ଅଭିଯୋଗ ଆଣୁଥିଲେ ତେବେ ଆମେ ସ୍ୱୟଂଚାଳିତ ଭାବରେ ତାହାର ତଦନ୍ତ କରୁଥିଲେ ଏବଂ ସେ ସଂକ୍ରାନ୍ତ ତଥ୍ୟ ସାଧାରଣରେ ଉପସ୍ଥାପିତ କରୁଥିଲେ। ଯାହା ଦ୍ୱାରା ନିର୍ବାଚନ କମିସନରଙ୍କ ପ୍ରତି ବିଶ୍ୱାସ ବଜାୟ ରହୁଥିଲା।
ପ୍ରକାଶ ଥାଉ କି, ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଥିଲେ ଯେ, ଗତ ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ କେନ୍ଦ୍ରୀୟ ସଂସଦୀୟ କ୍ଷେତ୍ରର ମହାଦେବପୁରା ବିଧାନସଭା କ୍ଷେତ୍ରରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର ଭୋଟ ଦେଇଛନ୍ତି। ଦୁଇଟି ମତଦାନ କେନ୍ଦ୍ରରେ କେତେକ ଭୋଟର ପଞ୍ଜୀକୃତ ହୋଇଥିଲେ। ସେମାନେ ଉଭୟ ସ୍ଥାନରେ ଭୋଟ କିପରି ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଶୁକ୍ରବାର ବେଙ୍ଗାଲୁରୁରେ ପ୍ରତିବାଦ କରିଥିଲା। ଇଣ୍ଟରନେଟ୍ ମଧ୍ୟ ଏହି କଥିତ ନକଲି ଭୋଟରଙ୍କ ବିଷୟରେ ଦାବି କରାଯାଇଥିଲା। କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ କଂଗ୍ରେସକୁ ଏହି ବିବାଦ ଉପରେ ଶୁକ୍ରବାର ସ୍ମାରକପତ୍ରର ସମର୍ଥନରେ ତଥ୍ୟ ସମ୍ବଳିତ ପ୍ରମାଣ ଦାଖଲ କରିଥିବା କହିଥିଲେ।
ଶୁକ୍ରବାର ସକାଳେ କିଛି ଲୋକ କିଛି ସମୟ ପାଇଁ ଭୋଟର ତାଲିକା ଡାଉନଲୋଡ୍ କରିବା ପାଇଁ ଲିଙ୍କ୍ ପାଇପାରି ନ ଥିବା ଅଭିଯୋଗ କରିଥିଲେ। ଯାହା ଫଳରେ ରାହୁଲଙ୍କ ଦାବି ପରେ ନିର୍ବାଚନ କମିସନ (ଇସି) ଭୋଟର ତାଲିକାରେ ହେରଫେର କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଇସିଙ୍କ ପକ୍ଷରୁ ଏଭଳି ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା।
କମିସନ ମଧ୍ୟ ଅନୌପଚାରିକ ଭାବରେ ସାମ୍ବାଦିକମାନଙ୍କ ସହିତ ଭୋଟର ପରିଚୟପତ୍ର ଧରିଥିବା ଏକ ପରିବାରର ସଦସ୍ୟଙ୍କ ଫଟୋଗ୍ରାଫ ସେୟାର କରିଛନ୍ତି। ରାହୁଲଙ୍କ ନକଲି ଭୋଟର ତାଲିକାରେ ପରିବାରକୁ ସାମିଲ କରାଯାଇଥିଲା କାରଣ ତାଙ୍କ ଦଳକୁ ଦିଆଯାଇଥିବା ଭୋଟର ତାଲିକାର କପିରେ ଏହି ସଦସ୍ୟଙ୍କ ଫଟୋ ଦେଖାଯାଇ ନ ଥିଲା।


