ଅହମଦାବାଦରେ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଏକ ଉତ୍ସବ ପାଳନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଚି। ଏହି ଘଟଣାରେ କର୍ତ୍ତୃପକ୍ଷ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପ୍ରକାଶ ଥାଉ କି ଅହମଦାବାଦ୍‌ ବିମାନ ଦୁର୍ଘଟଣା ପରେ ଯାତ୍ରୀଙ୍କ ସମେତ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହା ବିଶ୍ୱବ୍ୟାପୀ ଶୋ ଖେଳାଇ ଦେଇଥିଲା।
ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଆୟୋଜିତ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏତେବଡ଼ ବିବାମ ଦୁର୍ଘଟଣାକୁ ନେଇ ଏୟାର ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ଗୁଜରାଟ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରୁଥିଲେ। ଏପରି ପରିସ୍ଥିତିରେ ଏଭଳି ଉତ୍ସବ ପାଳନ କରିବା ଘଟଣାକୁ ଅମାନବୀୟ ବୋଲି ଉଲ୍ଲେଖ କରାଯାଇଛି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ପାର୍ଟି ପାଳନ ସମୟର ଭିଡିଓ ଭାଇରାଲ ହେବା ମାତ୍ରେ ଟାଟା ଗ୍ରୁପ୍‌ ଏବଂ ଏଆଇଏସଏଟିଏସ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ କମ୍ପାନିର ସିଓଓ ଆବ୍ରାହମ ଜାକାରିଆଙ୍କ ସମେତ ଏସଭିପି ସମ୍ପ୍ରିତ, ଏସଭିପି ବଲଜିନ୍ଦର ସାମିଲ ଅଛନ୍ତି।  ଏଥିସହିତ କମ୍ପାନିର ଶୀର୍ଷ ନେତୃତ୍ୱ ଥିବା ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟସ୍ଥଳରେ ଏପରି ଦାୟିତ୍ୱହୀନ ଆଚରଣରେ ଲିପ୍ତ ନ ହେବାକୁ ଚେତାବନୀ ମଧ୍ୟ ଦିଆଯାଇଛି।
ଏୟାର ଇଣ୍ଡିଆ ଏସଏଟିଏସ ଏୟାରପୋର୍ଟ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ଏକ ମିଳିତ ଶାଖା, ଯାହା ଟାଟା ଗ୍ରୁପ୍‌ ଏବଂ ଏସଏଟିଏସ ଲିମିଟେଡ୍‌ (ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍‌ ସେବା) ମଧ୍ୟରେ ଚୁକ୍ତିବଦ୍ଧ। ଏହା ଭାରତରେ ବିମାନ କମ୍ପାନିଗୁଡ଼ିକୁ ଭୂମି ପରିଚାଳନା, କ୍ୟାଟରିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସମ୍ବନ୍ଧୀୟ ସେବା ପ୍ରଦାନ କରେ। ଏଆଇ ୧୭୧ ବିମାନ ଦୁର୍ଘଟଣାର କିଛି ଦିନ ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପାର୍ଟି କର୍ମଚାରୀଙ୍କ ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠାଇଛି।
ଗୁଜୁରାଟ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଗୋଟାକ ପରେ ଗୋଟାଏ ଏୟାର ଇଣ୍ଡିଆର ବିମାନ ବାତିଲ ହେବାରେ ଲାଗିଛି। ଗତ ୯ ଦିନ ଭିତରେ ମୋଟ ୮୪ଟି ବିମାନ ବାତିଲ ହୋଇଥିବା ନେଇ ସୂଚନା ରହିଛି। ଆଜି କେବଳ ଏୟାର ଇଣ୍ଡିଆର ୯ଟି ବିମାନ ଉଡ଼ାଣ ବିଭିନ୍ନ କାରଣ ପାଇଁ ବାତିଲ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ହଇରାଣ ହରକତ ହୋଇଛନ୍ତି।
ଏଥି ସହିତ ପକ୍ଷୀ ଧକ୍କା ଯୋଗୁଁ ପୁଣେ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଟକି ରହିଛି। ଏହି ଘଟଣା ପରେ ବିମାନଟିକୁ ନିରାପଦ ଅବତରଣ କରାଯାଇଥିଲେ ମଧ୍ୟ, ଏହାର ପରବର୍ତ୍ତୀ ଉଡ଼ାଣ ସ୍ଥଗିତ ରହିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନର ଯାଞ୍ଚ ଓ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।
ଅନ୍ୟପକ୍ଷରେ, ବାତିଲ ହୋଇଥିବା ଉଡ଼ାଣଗୁଡ଼ିକ ମଧ୍ୟରେ କେତେକ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଥିବା ବିମାନ ରହିଛି। ଏହା ଯାତ୍ରୀମାନଙ୍କୁ ବିଭିନ୍ନ ଗନ୍ତବ୍ୟସ୍ଥଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିକଳ୍ପ ଉଡ଼ାଣ କିମ୍ବା ରିଫଣ୍ଡ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି। ଏହି ଘଟଣା ଏୟାରଲାଇନ୍‌ର ସେବା ନୀତି ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ବାତିଲ ହୋଇଥିବା ୯ଟି ବିମାନ ମଧ୍ୟରୁ ପରିଚାଳନାଗତ କାରଣ ଦର୍ଶାଇ ୪ଟି ଅନ୍ତର୍ଜାତୀୟ ସେବା ସମେତ ୮ ଟି ଅନ୍ୟ ବିମାନ ବାତିଲ କରାଯାଇଛି। ସେଥି ମଧ୍ୟରେ ପୁଣେରୁ ଦିଲ୍ଲୀକୁ ଏଆଇ-୮୭୪, ଅହମ୍ମଦାବାଦରୁ ଦିଲ୍ଲୀକୁ ଏଆଇ-୪୫୬, ହାଇଦ୍ରାବାଦରୁ ମୁମ୍ବାଇକୁ ଏଆଇ-୨୮୭ ଏବଂ ଚେନ୍ନାଇରୁ ମୁମ୍ବାଇ ଏଆଇ-୫୭୧ ଚାରୋଟି ଘରୋଇ ବିମାନ ବାତିଲ କରାଯାଇଥିବା ଜଣାପଡ଼ିଛି।
ବାତିଲ ହେଇଥିବା ଆନ୍ତର୍ଜାତୀୟ ବିମାନ ହେଉଛି ଦୁବାଇରୁ ଚେନ୍ନାଇ ଏଆଇ-୯୦୬, ଦିଲ୍ଲୀରୁ ମେଲବର୍ଣ୍ଣ ଏଆଇ-୩୦୮, ମେଲବର୍ଣ୍ଣରୁ ଦିଲ୍ଲୀ ଏଆଇ-୩୦୯ ଏବଂ ଦୁବାଇରୁ ହାଇଦ୍ରାବାଦ ଏଆଇ-୨୨୦୪। କଟକଣା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କ ନିକଟରେ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା ମାଗିଛି।
କିନ୍ତୁ ବାରମ୍ବାର ବିମାନ ବାତିଲ ପରେ ଲୋକେ ଯେତିକି ହଇରାଣ ହେଉଛନ୍ତି ସେତିକି ମାତ୍ରାରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଅପରପକ୍ଷେ ବିମାନ ବାତିଲ ନେଇ ସାଧାରଣ ଲୋକଙ୍କ ମନରେ ଆଶଙ୍କା ଏବଂ ଆତଙ୍କ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ନିକଟରେ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପାଇଁ ତୁର୍କୀ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ବାବା ରାମଦେବ। ସେ କହିଛନ୍ତି ଯେ, ବିମାନ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁର୍କୀ ନେଇଥିଲା। ତେଣୁ କୌଣସି ଏଜେଣ୍ଟକୁ ଲଗାଇ ସେ ଏଭଳି ଷଡ଼ଯନ୍ତ୍ର ରଚିନାହିଁ ତ?
ରାମଦେବ କହିଛନ୍ତି ଯେ ଭାରତକୁ ଏବେ ଏପରି ସମ୍ବେଦନଶୀଳ ମାମଲାରେ ତୁର୍କୀ ଭଳି ବିଦେଶୀ ହସ୍ତକ୍ଷେପ ହ୍ରାସ କରିବାକୁ ପଡ଼ିବ। ରାମଦେବ କହିଛନ୍ତି ଯେ ଏହି ବିମାନ ଦୁର୍ଘଟଣା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ।
ସେ ଅହୁରି କହିଛନ୍ତି ଯେ, ଭାରତକୁ ବିମାନ ଚଳାଚଳ କ୍ଷେତ୍ର ଉପରେ ତୀକ୍ଷ୍ନ ନଜର ରଖିବା ଉଚିତ ଯେ ତୁର୍କୀ ଏଭଳି କରି ନିଜର ଶତ୍ରୁତା ଜାହିର କରିନାହିଁ ତ? କାରଣ ଏହାର କମ୍ପାନୀ ପୂର୍ବରୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲା କିମ୍ବା ଏହା କୌଣସି ଷଡ଼ଯନ୍ତ୍ର ରଚିଛି କି ନାହିଁ।
ପ୍ରକୃତରେ, ଅହମଦାବାଦ ବିମାନ ଦୁର୍ଘଟଣା ପରେ, ତୁର୍କୀକୁ ନେଇ ଆଲୋଚନା ଜୋର ଧରିଛି। ଏହାର କାରଣ ହେଉଛି ତୁର୍କୀର କମ୍ପାନୀ ଟର୍କୀସ୍‌ ଟେକ୍ନିକ୍‌ ଭାରତରେ କିଛି ଏୟାରଲାଇନ୍ସ ଯେପରିକି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ମେଣ୍ଟେନାନ୍ସ କାର୍ଯ୍ୟ କରିଆସୁଥିଲା ବୋଲି ସେ କହିଛନ୍ତି।
ବିମାନ କମ୍ପାନୀ ବୋଇଂ ୭୭୭ ଫ୍ଲିଟର ରକ୍ଷଣାବେକ୍ଷଣ ପାଇଁ ଟର୍କୀସ୍‌  ଟେକ୍ନିକ୍‌କୁ ଏହାର ବିମାନ ପଠାଉଥିଲା, ଯେଉଁଥିରେ ମୌଳିକ ରକ୍ଷଣାବେକ୍ଷଣ ଏବଂ ପୁନଃନିର୍ମାଣ କାର୍ଯ୍ୟ କରାଯାଉଥିଲା।
ତଥାପି, ଏୟାର ଇଣ୍ଡିଆ ଟର୍କୀସ୍‌ କମ୍ପାନୀ ସହିତ ଭାରତର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍‌ ଲିମିଟେଡ୍‌ ଏବଂ କିଛି ଅନ୍ୟ ଦେଶର ବିମାନର ରକ୍ଷଣାବେକ୍ଷଣ କରାଉଥିଲା। କିନ୍ତୁ ଅପରେସନ ସିନ୍ଦୁର ପରେ ତୁର୍କୀ ଯେଭଳି ଭାବରେ ପାକିସ୍ତାନକୁ ସମର୍ଥନ କଲା, ଭାରତରେ ଏହାର ବୟକଟ ଆରମ୍ଭ ହେଲା ଏବଂ ଏୟାର ଇଣ୍ଡିଆ ମଧ୍ୟ ଟର୍କୀସ୍‌ କମ୍ପାନୀ ସହିତ ଏହାର ଚୁକ୍ତିନାମା ସମାପ୍ତ କରିଛି।
ପ୍ରକାଶ ଥାଉ କି ଗତମାସରେ ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ତୁର୍କୀ ପାକିସ୍ତାନକୁ ଆକ୍ରମଣକାରୀ ଡ୍ରେନ୍‌ ପଠାଇଥିଲା। ଯାହାକୁ ନେଇ ଭାରତ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏଭଳି ସ୍ଥିତିରେ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ।
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟି ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ସୌଭାଗ୍ୟବଶତଃ ଜଣେ ଯାତ୍ରୀ ବଞ୍ଚି ଯାଇଥିବା କହିଛନ୍ତି ପୁଲିସ କମିସନର ଜିଏସ୍‌ ମଲ୍ଲିକ। ଜୀବିତ ଜଣକ ହେଲେ ରମେଶ କୁମାର।  ସିଟ୍‌ ନମ୍ବର ୧୧-ଏରେ ବସିଥିବା ଏହି ଯାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇ ଏବେ ଚିକିତ୍ସା କରାଯାଉଛି। ତେବେ କେଉଁ ପରିସ୍ଥିତିରେ କିଭଳି ସେ ସୁରକ୍ଷିତ ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍‌ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍‌ କରିଥିଲେ। କିନ୍ତୁ ମେ କଲ୍‌ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍‌ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍‌ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ।
ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଏତେବଡ଼ ଦୁର୍ଘଟଣାରେ ଜଣ ରକ୍ଷା ପାଇବା ଘଟଣା ଏବେ ଅନେକଙ୍କୁ ବିସ୍ମିତ କରିଛି।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।
କୁହାଯାଏ ମୃତ୍ୟୁ କେତେବେଳେ ଆସି ପହଞ୍ଚିବ କହିବା ଅସମ୍ଭବ। ସେମିତି ଏକ ମୃତ୍ୟୁକୁ ଆଜି ସାମ୍ନା କରିଛନ୍ତି ଗୁଜରାଟ ବିଜେ ମେଡିକାଲ କଲେଜର ୫ ଛାତ୍ର। ମେଡିକାଲ ଛାତ୍ରମାନେ ହଷ୍ଟେଲ୍‌ରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ଉପରେ ଖସି ପଡ଼ିଲା ବିମାନ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ୪ ଜଣ ୟୁଜି ଛାତ୍ର ରହିଥିବା ବେଳେ ଜଣେ ପିଜି ଛାତ୍ର ରହିଛନ୍ତି। ମେଡିକାଲ ହଷ୍ଟେଲ୍‌ ଅନ୍ୟଛାତ୍ରମାନେ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍‌ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍‌ କରିଥିଲେ। କିନ୍ତୁ ମେ କଲ୍‌ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍‌ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍‌ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ। ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।