ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଟାର୍ଗେଟ୍‌ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଅପରେସନ ସିନ୍ଦୂର ବନ୍ଦ କରିବା ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ଭାରତର ସମ୍ମାନ ସହିତ ସାଲିସ କରିଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନର କଥାକୁ କାହିଁକି ବିଶ୍ୱାସ କଲେ ବୋଲି ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଆହୁରି କହିଛନ୍ତି, ମୋଦୀ ଜୀ, ଫମ୍ପା ଭାଷଣ ଦେବା ବନ୍ଦ କରନ୍ତୁ। କେବଳ କୁହନ୍ତୁ ଯେ ଆପଣ ଆତଙ୍କବାଦ ଉପରେ ପାକିସ୍ତାନର ବୟାନକୁ କାହିଁକି ବିଶ୍ୱାସ କଲେ? ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇ ଭାରତର ସ୍ୱାର୍ଥକୁ କାହିଁକି ବଳି ଦେଲେ ଏବଂ କେବଳ କ୍ୟାମେରା ସାମ୍ନାରେ ଆପଣଙ୍କ ରକ୍ତ କାହିଁକି ଫୁଟୁଛି? ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ସମ୍ମାନ ସହିତ ବୁଝାମଣା କରିବାର ଅଭିଯୋଗ କରିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ପ୍ରତିକ ଦେଶକୁ ଏକ୍ସରେ ଦେଇଥିବା ସମ୍ବୋଧନର ଭିଡିଓର ଏକ ଅଂଶ ସେୟାର କରିଛନ୍ତି, ଯେଉଁଥିରେ ମୋଦୀ କହିଛନ୍ତି ଯେ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରରେ ଆଲୋଚନା ସମୟରେ ପାକିସ୍ତାନ ଆଶ୍ୱାସନା ଦେଇଥିଲା ଯେ ତାଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ କରାଯିବ ନାହିଁ। ଏହା ପରେ ଭାରତ ପାକିସ୍ତାନର ପ୍ରସ୍ତାବ ଉପରେ ରାଜି ହୋଇଥିଲା ବୋଲି କୁହାଯାଉଛି।
ଓଡ଼ିଶା ସାଧାରଣ ନିର୍ବାଚନ ପରବର୍ତ୍ତୀ ରାଜ୍ୟର ରାଜନୈତିକ ସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ ତେବେ ବିଜେପି କ୍ଷମତାକୁ ଆସି ନିଜର ରାଜନୈତିକ ପତିୟାରାକୁ ପ୍ରମାଣିତ କରି ଗୋଟିଏ ପଏଣ୍ଟ ପାଇଛି। ତେବେ କଂଗ୍ରେସ ପୂର୍ବାପେକ୍ଷା ଭଲ କରିଥିବା ବେଳେ ସମାବେଶ କରି ଦୁଇ ପଏଣ୍ଟ ହାସଲ କରିଛି।
ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଯଦି ଓଡ଼ିଶା ପଲିଟିକାଲ ଲିଗ୍ (ଓପିଏଲ୍) ବୋଲି ବିଚାର କରାଯାଏ  କଂଗ୍ରେସ ୨.୧ ଗୋଲ୍‌ରେ ଆଗୁଆ ଅଛି। ଆଗକୁ ଏହି ବିଜୟ ଧାରାକୁ ଜାରି ରଖୁଛି ନା ପୁଣି ପଛରେ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା।
ପ୍ରକାଶ ଥାଉ କି ପୂର୍ବ ସାଧାରଣ ନିର୍ବାଚନରେ କଂଗ୍ରେସ ୯ ଟି ବିଧାନସଭା ଆସନରେ ବିଜୟ ହୋଇଥିଲା। ଯଦିବା ବିରୋଧୀ ଦଳ ଆସନ ହରାଇଥିଲା ସେତେବେଳେ କଂଗ୍ରେସର ନବଗ୍ରହ ସ୍ଲୋଗାନ ବେଶ ରୋଚକପୂର୍ଣ୍ଣ ଥିଲା। ଯାହା ଦଳୀୟ କର୍ମୀଙ୍କ ମନୋବଳକୁ ମଜ୍‌ବୁତ୍‌ କରିଥିଲା।  କିନ୍ତୁ ଗତ ୨୦୨୪ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା। କଂଗ୍ରେସ ଏହି କ୍ଷେତ୍ରରେ ଆଗୁଆ ରହି ଗୋଟିଏ ପଏଣ୍ଟ ନେଇଥିଲା। ପ୍ରମାଣିତ କରିଛି ଯେ, ଦଳ ଏବେ ଏକ ଭଲ ସ୍ଥିତିରେ ଅଛି।
ଏପରିସ୍ଥରେ ବିଜେପି କ୍ଷମତାକୁ ଆସିବା ପରେ ରାଜନୈତିକ କ୍ରୀଡ଼ା ମୈଦାନରେ ଗୋଟିଏ ଗୋଲ ହାସଲ କରିଥିଲା। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ କଂଗ୍ରେସ ତାର ରାଜନୈତିକ ରଣକୌଶଳକୁ ଜୋର୍‌ଦାର କରିଛି। ୧୪ ବର୍ଷ ପରେ କଂଗ୍ରେସ ଭୁବନେଶ୍ୱରରେ ଏକ ବଡ଼ ସମାବେଶ କରି ନିଜର ଦବ୍‌ଦବା ଜାହିର କରିଛି। ପୁଣି ଥରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ତା’ର ପ୍ରୟାସ ଜାରି ରଖିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ ଯଦି ଏହି ଧାରାକୁ ଜାରି ରଖେ ହୁଏ ତ ଭଲ ଫଳ ପାଇପାରେ। ପ୍ରକାରାନ୍ତେ ଏହା ଆସନ୍ତା ୨୦୨୯ ନିର୍ବାଚନରେ ବେଶ ପ୍ରଭାବ ପକାଇବ ବୋଲି କୁହାଯାଉଛି।

କଂଗ୍ରେସର ବିଧାନସଭା ଘେରାଉ ସମୟରେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସର ଲାଠି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସ ମାଡ ଓ ପାଣି ମାଡ ହୋଇଥିଲା। ବିପକ୍ଷ କଂଗ୍ରେସ କର୍ମୀ ମହଲରୁ ଚେୟାର ମାଡ, ଢେଲା ମାଡ ସାଙ୍ଗକୁ ଅଣ୍ଡା ମାଡ ହୋଇଥିଲା

ଦୀର୍ଘ ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧରେ ଉଭୟ ପଟୁ ଅନେକ ଆହତ ହୋଇଛନ୍ତି। କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପୋଲିସର ଲାଠି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଗନ୍ଧିମାର୍ଗ ରକ୍ତରେ ଭିଜିଥିଲା। ସେହିଭଳି ଗାନ୍ଧୀ ମାର୍ଗରେ ଶତାଧିକ ଅଣ୍ଡା ପଡ଼ିଥିବା ଦେଖିବାକୁ ମିଳିଥିଲା।
ଶେଷରେ ପୁଲିସ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ ଲଲ୍ଲୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା ମହମ୍ମଦ ମୋକିମ୍ ଙ୍କୁ ଗିରଫ କରିଥିଲା ପୁଲିସ। ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇ ଅଚେତ୍ ହୋଇପଡ଼ିଥିଲେ।
ସବୁଠାରୁ ଗୁରୁତର ଘଟଣା ହେଉଛି କିଛି ଦଳୀୟ କର୍ମୀ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣାରେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି କଂଗ୍ରେସ ମାରିବାକୁ ଭୟ କରେ ନାହିଁ। ଆଗକୁ ମଧ୍ୟ ଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଲୋୟର ପିଏମଜିରେ ପୁଲିସ କଂଗ୍ରେସ୍ କର୍ମୀ ଖଣ୍ଡଯୁଦ୍ଧ

 

ନାରୀଙ୍କୁ ନ୍ୟାୟ ଦାବି କରି କଂଗ୍ରେସର ବିଧାନସଭା ଘେରାଉ କରିବା ବେଳେ ଲୋୟର ପିଏମଜିରେ ପୁଲିସ ଓ କଂଗ୍ରେସ କର୍ମୀ ମଧ୍ୟରେ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି
ପୂର୍ବ ଯୋଜନା ମୁତାବକ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସକାଳେ ରାମମନ୍ଦିର ନିକଟରେ ଏକାଠି ହୋଇଥିଲେ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କଂଗ୍ରେସ ନେତା ମାନସ ଚୌଧୁରୀ ଓ ଅନ୍ୟ ନେତାଙ୍କୁ ପୁଲିସ ଘରୁ ଉଠାଇ ନେଇଥିଲା।
ପରେ ସରକାର ବିରୋଧୀ ନାରା ଦେଇ ଏକ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ। ଲୋୟର ପିଏମଜିରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କଂଗ୍ରେସ କର୍ମୀମାନେ ବ୍ୟାରିକେଡ଼ ଭାଙ୍ଗି ସିଧା ସଳଖ ବିଧାନସଭା ଅଭିମୁଖେ ଯାଇଥିଲେ। ପ୍ରଥମ ବ୍ୟାରିକେଡ଼ ଭାଙ୍ଗିବା ପରେ ପୁଲିସ ଲାଠି ମାଡ଼ କରିଥିଲେ।

ଏହାକୁ ପ୍ରତିହତ କରିବାକୁ ଯାଇ କଂଗ୍ରେସ କର୍ମୀମାନେ ଚେୟାରକୁ ପୁଲିସ ଉପରକୁ ଫିଙ୍ଗିଥିଲେ। ଏମିତିକି କିଛି ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲୁହବୁହା ଗ୍ୟାସ ଛାଡିଥିଲା ଓ ପାଣି ମାଡ କରିଥିଲା। ଏଥିରେ ଅନେକ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫେରିଥିବା ବେଳେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଆହତ ହୋଇଥିଲେ। ଦୀର୍ଘ ସମୟଧରି ଗାନ୍ଧୀ ମାର୍ଗରେ ଏଭଳି ପରିସ୍ଥିତି ଲାଗି ରହିଥିଲା।।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

ଓଡ଼ିଆ ଅସ୍ମିତାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳ ଚର୍ଚ୍ଚା ଆଲୋଚନା କରୁଛନ୍ତି। ତେବେ ଅତୀତକୁ ଅନୁଧ୍ୟାନ କଲେ ବିଭିନ୍ନ ରାଜନୈତିକ ଦଳ କିଭଳି ଓଡ଼ିଶାରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ପଠାଇ ଓଡ଼ିଆ ଅସ୍ମିତାକୁ ବିଦାରି ଦେଇଥିଲେ ତାହା ଆସନ୍ତୁ ଜାଣିବା।
ନିଜକୁ ଆଦର୍ଶର ଦଳ କହୁଥିବା ଭାରତୀୟ ଜନତା ପାର୍ଟି ୨୦୦୪ ମସିହାରେ ଛାତ୍ରପାଳ ସିଂ ଲୋଧା ଓ ୨୦୦୮ ମସିହାରେ ବଲବିର ପୁଞ୍ଜଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା।
ପରବର୍ତ୍ତୀ ସମୟରେ ଛାତ୍ରପାଳ ସିଂ ଲୋଧା ଲଜ୍ଜାଜନକ ଭାବେ ନିଜର ସଭ୍ୟପଦ ହରାଇବା ପରେ ଲଜ୍ଜାଜନକ ଭାବେ ଓଡ଼ିଶା ଭାଜପାର ମୁଣ୍ଡ ତଳକୁ ନାଇଁ ଯାଇଥିଲା।
ପରବର୍ତ୍ତୀ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ କରି ଏହାର ଭରଣା କରାଯିବାକୁ ଚେଷ୍ଟା କରା ଯାଇଥିଲା।
କେବଳ ଭାଜପା ନୁହେଁ ୧୯୯୨ ମସିହାରେ ଜନତା ଦଳ ପକ୍ଷରୁ ଏସଆର୍ ବୋମାଇଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ୨୯୮୪ ମସିହାରେ କଂଗ୍ରେସ କେରଳର କେ ବାସୁଦେବ ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରେରଣ କରି ରାଜନୀତିରେ ଓଡ଼ିଶା ରାଜନୀତି ଅସ୍ମିତାରେ ଦାଗ ଲଗାଇ ଯାଇଛନ୍ତି।

ତେବେ ଏବେ କ୍ଷମତାସୀନ ବିଜେପି ସରକାର ବିଜେଡି ସହଯୋଗରେ ରାଜସ୍ଥାନର ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଯଦିବା ଏହା ପଛରେ ଓଡ଼ିଶାର ସ୍ବାର୍ଥ ନିହିତ ଥିବା ବିଜେଡି ବିଭିନ୍ନ ସମୟରେ ସଫେଇ ଦେଇଛି ତେବେ ଏହା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ କି? ବାସ୍ତବିକ୍ ଏହା ଅସ୍ମିତାକୁ ନେଇ ରାଜନୀତି କରିବାର ଅଧିକାର ଦଳଗୁଡ଼ିକଠାରୁ ଛଡ଼ାଇ ନେଇଛି ବୋଲି କୁହାଯାଇ ପାରେ। (ଅବସିଷ୍ଟାଂଶ ଆର ଥରକୁ…)

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ