TT Ads

ଟ୍ୱିଟରର ଲୋଗୋ ବଦଳିଛି। ହେଲେ ଏବେ ବି ଅନେକଙ୍କ ମନରେ ଟ୍ୱିଟର କଥା ଆସିଲେ ନୀଳ ଚଢେ଼ଇର ଲୋକ ମନକୁ ଚାଲି ଆସୁଛି। ଏସବୁ ପରେ ଏବେ ନୀଳ ପକ୍ଷୀକୁ ନିଲାମ କରାଯାଇଛି। ଯାହାର ନିଲମ ଦର ରହିଛି ୩୦ ଲକ୍ଷ ଟଙ୍କା।

ପୂର୍ବରୁ ଟ୍ୱିଟର ଲୋକ ଭାବେ ନୀଳ ଚଢେ଼ଇକୁ ବ୍ୟବହାର କରାଯାଇଥାଏ। କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଲନ ମସ୍କ ନିଜ ମାଲିକାନାକୁ ନେବା ପରେ ସେ ଏହାର ନାମ ପରିବର୍ତ୍ତନ କରିବା ସହ ଲୋକ ବି ପରିବର୍ତ୍ତନ କରିଛନ୍ତି। ଟ୍ୱିଟର ନାମ ପରିବର୍ତ୍ତନ କରି ତାଙ୍କ ପୁଅ ନୀଲ୍‌ ଏକ୍ସ ନାଁରେ ଏକ୍ସ ନାମିତ କରିଛନ୍ତି। ଏବେ ଆମେରିକାର ସାନ ଫ୍ରାନସିସକୋ ସ୍ଥିତ ଟ୍ୱିଟର ବା ଏକ୍ସ ମୁଖ୍ୟାଳୟରେ ଲାଗିଥିବା ନୀଳ ପକ୍ଷୀର ଲୋକପ୍ରିୟ ଲୋଗୋଟି ମଧ୍ୟ ନିଲାମ ହୋଇଯାଇଛି । ଏହା ସହିତ ଟ୍ୱିଟରର ଅନ୍ୟନାମ ପାଲଟିଥିବା ଏହି ନୀଳ ପକ୍ଷୀର ଅସ୍ତିତ୍ୱ ଲୋପ ପାଇଛି।

ନୀଳ ପକ୍ଷୀଟି ୩୪ ହଜାର ୩୭୫ ଡଲାର (ପ୍ରାୟ ୩୦ ଲକ୍ଷ ଟଙ୍କା) ରେ ନିଲାମ ହୋଇଥିବା ଜଣାପଡ଼ିଛି। ଏହି ନୀଳ ପକ୍ଷୀର ଓଜନ ପ୍ରାୟ ୨୫୪ କିଲୋଗ୍ରାମ। ଏହା ଏକ ୧୨ ଫୁଟ ଲମ୍ବା ଏବଂ ୯ ଫୁଟ ଚଉଡା ମୂର୍ତ୍ତି। ବର୍ତ୍ତମାନ ଏହି ପକ୍ଷୀର କ୍‌ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।
କେବଳ ନୀଳ ପକ୍ଷୀ ନୁହେଁ, ଏକ ଆପଲ୍‌-୧ କମ୍ପ୍ୟୁଟର ପ୍ରାୟ ୩.୨୨ କୋଟି ଟଙ୍କା (୩.୭୫ ଲକ୍ଷ ଡଲାର) ରେ ନିଲାମ ହୋଇଥିଲା ଏବଂ ଷ୍ଟିଲ୍‌ ଜବସ୍‌ ଦ୍ୱାରା ସ୍ୱାକ୍ଷରିତ ଏକ ଆପଲ୍‌ ଚେକ୍‌ ପ୍ରାୟ ୯୬.୩ ଲକ୍ଷ ଟଙ୍କା (୧,୧୨,୦୫୪ ଡଲାର) ରେ ନିଲାମ ହୋଇଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

TT Ads

Leave a Reply

Your email address will not be published. Required fields are marked *