ଅନେକ ସମୟରେ ନବାଗତ ଅଭିନେତ୍ରୀମାନଙ୍କୁ ସିନେମା ସୁଟିଂ ସେଟ୍ରେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ବିପକ୍ଷ ଅଭିନେତାମାନେ ଅସଦାଚରଣ ଏବଂ ଶୋଷଣ କରିବାର ନଜିର ଏବଂ ଅଭିଯୋଗ କରିଛି। ତେବେ ଏମିତି ଜଣେ ପ୍ରତିଷ୍ଠିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯେ, କି ସେ ସମୟର ଅଭିନେତାଙ୍କ ବିରୁଦ୍ଧରେ ଆଣିଛନ୍ତି ଏଭଳି ଅସଦାଚରଣ ଅଭିଯୋଗ।
ଏଭଳି ଅଭିଯୋଗ ଆଣିଥିବା ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ। ତମନ୍ନା ବାହୁବଳୀ ଠାରୁ ଆରମ୍ଭ କରି ଆଜି କି ରାତ ଭଳି ବହୁ ସିନେମାରେ ଚମତ୍କାର ଅଭିନୟ କରିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ ତମନ୍ନା ସେ କହିଥିଲେ ଯେ, ତାଙ୍କ ପ୍ରାରମ୍ଭିକ ଦିନରେ ଏକ ତିକ୍ତ ଘଟଣାର ସମ୍ମୁଖୀନ ହେବାକୁ ପଡିଥିଲା।
ତମନ୍ନା ଭାଟିଆ ଏବେ ଏକ ପ୍ୟାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। କିନ୍ତୁ ଏହି ଯାତ୍ରାରେ, ଅନେକ ଉତ୍ଥାନ-ପତନ ଆସିଛି ଏବଂ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ବୋଲି ସେ କହିଛନ୍ତସି। ସେ ଖୋଲାଖୋଲି ଭାବରେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ତାଙ୍କୁ ପ୍ରାରମ୍ଭିକ ଦିନରେ ଅନେକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥିଲା।
ମୁମ୍ବାଇର ବାସିନ୍ଦା ତମନ୍ନା ୨୦୦୫ ମସିହାରେ ‘ଚାନ୍ଦ ରୋଶନ ସେହରା’ ଚଳଚ୍ଚିତ୍ର୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ବଲିଉଡରେ ସଫଳତା ନ ପାଇବା ପରେ ସେ ଦକ୍ଷିଣ ଆଡକୁ ମୁହାଁଇଥିଲେ। ୨୦୦୬ ମସିହାରେ ତମନ୍ନା ‘କେଡି’ ଚଳଚ୍ଚିତ୍ର ମାଧ୍ୟମରେ ତାମିଲ ଡେବ୍ୟୁ କରିଥିଲେ ଏବଂ ଏହା ସହିତ ସେ ଦକ୍ଷିଣରେ ନିଜକୁ ପ୍ରତିଷ୍ଠିତ କରିବାର ପ୍ରୟାସରେ ସଫଳ ହୋଇଥିଲେ। ତାମିଲ ସିନେମାରେ, ତମନ୍ନା ଆୟନ, ପୈୟା, ବୀରମ୍ ଏବଂ ଧର୍ମଦୁରାଇ ଭଳି ଫିଲ୍ମରେ କାମ କରିଛନ୍ତି।
ତମନ୍ନା ଭାଟିଆ ଲଲନଟପ୍ ସହିତ ଏକ ସାକ୍ଷାତକାରରେ ତାଙ୍କ ବିଷୟରେ ପ୍ରସାରିତ ଗୁଜବ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ୍ ବିଷୟରେ କହିଥିଲେ। ସେ ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲିଙ୍କୁ ଡେଟ୍ କରିଥିବା ରିପୋର୍ଟକୁ ଅସ୍ୱୀକାର କରିଥିଲେ। ସେ ଏହି ରିପୋର୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଗୁଜବ ଏବଂ ଅନାବ୍ୟକ ବୋଲି କହିଥିଲେ।
ସେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକଙ୍କୁ ଗୁପ୍ତ ଭାବରେ ବିବାହ କରିଥିବା ଗୁଜବକୁ ମଧ୍ୟ ଖଣ୍ଡନ କରିଛନ୍ତି। ଏହି ସମସ୍ତ ଗପସପ ବିଷୟରେ କଥା ହୋଇ ତମନ୍ନା କହିଛନ୍ତି ଯେ, ସେ ବହୁତ କମ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଯେଉଁଥିପାଇଁ ଏପରି ପରିସ୍ଥିତିରେ ତାଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।
ଥରେ, ଜଣେ ଶୀର୍ଷ ଦକ୍ଷିଣ ଅଭିନେତା ସୁଟିଂ ସମୟରେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ। ଅଭିନେତା ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ କାର୍ଯ୍ୟ ପାଇଁ ତମନ୍ନା ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ତମନ୍ନା ଏହି ସାକ୍ଷାତକାରରେ ସେହି ପ୍ରସିଦ୍ଧ ଦକ୍ଷିଣ ନାୟକଙ୍କ ନାମ ନେଇ ନ ଥିଲେ।


