ଗହଣା ପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରେ ସୁନା ଦର ହ୍ରାସ ପାଇବାକୁ ଯାଉଥିବା ବେଳେ ରୁପା ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏ ନେଇ ଆକଳନ କରି ସୂଚନାଦେଇଛି ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍। ଅନ୍ତର୍ଜାତୀୟ ବଜାରରେ ଦର କମ୍ ହେଲେ ଭାରତରେ ମଧ୍ୟ ସୁନା ଦର ଶସ୍ତା ହେବ ବୋଲି ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି। ୨୪ କ୍ୟରେଟ୍ ଦାମ୍ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି। ସିଟି ଗ୍ରୁପ୍ କହିଛି ଯେ ରୁପାର ଯୋଗାଣ କମ୍ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍ ୪୦ ଡଲାରକୁ ବୃଦ୍ଧି ପାଇବ।
ଗତବର୍ଷ ରୁପା ଦାମ୍ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି।
ସୁନାର ମୂଲ୍ୟ ବୃଦ୍ଧି ପାଇ ଗତ ୧୩ ବର୍ଷର ସର୍ବାଧିକ ଦରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି।
ସୁନାର ମୂଲ୍ୟ ବୃଦ୍ଧି ପାଇ ଗତ ୧୩ ବର୍ଷର ସର୍ବାଧିକ ଦରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ବିଶ୍ୱ ରୁପା ବଜାରର ଆକାର ୩ ହଜାର କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିବ।
ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗାଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ସୁନା ସମ୍ପର୍କରେ ସିଟି ଗ୍ରୁପ୍ କହିଛି ଯେ ୨୦୨୫ରେ ଏହାର ଦାମ୍ ୨୭ ପ୍ରତିଶତ ବଞ୍ଚିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ସୁନା କିଣୁଥିବାରୁ ଦାମ୍ ବଢ଼ୁଛି।

କିନ୍ତୁ ଦରବୃଦ୍ଧିର ଏହି ଧାରା ଆଗାମୀ ଦିନରେ ବଦଳିବାର ଆଚଳନ କରାଯାଉଛି। ଆସନ୍ତା କିଛି ଦିନ ଭିତରେ ସୁନାର ଆଉନ୍ସ ପିଛା ଦାମ୍ ୩୦୦୦ ଡଲାର ତଳକୁ ଖସିବ। ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଦର ୨୫୦୦-୨୭୦୦ ଡଲାରକୁ ଖସିଆସିବ ବୋଲି ଆକଳନ କରାଯାଇଛି।