ସମ୍ପାଦକୀୟ
Editorial Women Political Empowerment
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଭାରତର ଇତିହାସକୁ ଦେଖିଲେ ପରୋକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ମହିଳା ରାଷ୍ଟ୍ରପତି ହୋଇଥିବା ବେଳେ ମୋଟ ୧୫ ଜଣ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ଇନ୍ଦିରା ଗାନ୍ଧୀଙ୍କ ପରେ ଆଉ କୌଣସି ମହିଳା ସେହି ସୌଭାଗ୍ୟ ଅର୍ଜନ କରିପାରି ନାହାନ୍ତି।
ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ମହିଳା ଏବଂ ପୁରୁଷମାନଙ୍କର ସମାନ ଅଧିକାର ରହିଛି। ସେହିଭଳି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ ଅହିଂସା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସାହାସିକ ପଦକ୍ଷେପ ନେବା ପାଇଁ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଉପଯୁକ୍ତ। ଏକ ସୁପରିଚାଳିତ ଗଣତନ୍ତ୍ର ପାଇଁ ମହିଳାମାନଙ୍କର ରାଜନୈତିକ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଅନ୍ତର୍ଭୁକ୍ତି ଦ୍ୱାରା ଅଧିକ ପ୍ରଭାବଶାଳୀ ଶାସନ ସୃଷ୍ଟି କରାଯାଇପାରି। ନୀତି ନିର୍ଦ୍ଧାରଣରେ ଅଧିକ ମହିଳା ରହିବା ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ଯତ୍ନ, ଭିତ୍ତିଭୂମି ବୃଦ୍ଧି ସହ ମହିଳା ବିରୋଧୀ ହିଂସା ହ୍ରାସ କରାଯାଇପାରିବ।
୧୫ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ଏବଂ ଦୂରଦୃଷ୍ଟିସମ୍ପନ୍ନ ବେଜିଂ ଘୋଷଣାନାମା ଏବଂ କାର୍ଯ୍ୟ ପ୍ଲାଟଫର୍ମର ୩୦ତମ ବାର୍ଷିକୀ ପୂର୍ବରୁ, ଲିଙ୍ଗଗତ ସମାନତା ଏବଂ ମହିଳା ଏବଂ ବାଳିକାମାନଙ୍କ ସଶକ୍ତୀକରଣ ପାଇଁ ସବୁଠାରୁ ଏକ ବିତର୍କ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ନିଷ୍ପତ୍ତି ନେବାରେ ଏବେ ବି ବହୁତ କମ୍ ମହିଳା ଅଛନ୍ତି।
ରାଜନୈତିକ ପ୍ରତିନିଧିତ୍ୱରେ ସର୍ବୋଚ୍ଚ ସ୍ତରରେ କମ୍ ମହିଳାଙ୍କୁ ଦେଖିବାକୁ ମିଳେ। ଏବେ ବି ମାତ୍ର ୨୭ଟି ଦେଶ ଜଣେ ମହିଳାଙ୍କ ଦ୍ୱାରା ପରିଚାଳିତ, ଏକ ଦଶନ୍ଧି ପୂର୍ବେ ମାତ୍ର ୧୮ଟି ଦେଶ ତୁଳନାରେ ଏହା ଏକ ସାମାନ୍ୟ ବୃଦ୍ଧି, ଏବଂ ୧୦୭ଟି ଦେଶରେ କେବେବି ଜଣେ ମହିଳା ନେତା ନାହାନ୍ତି।
ସାରା ବିଶ୍ୱରେ ମନ୍ତ୍ରୀମଣ୍ଡଳର ନେତୃତ୍ୱ ନେଉଥିବା କ୍ୟାବିନେଟ ସଦସ୍ୟଙ୍କ ମଧ୍ୟରୁ ମହିଳାମାନେ ମାତ୍ର ୨୩ ପ୍ରତିଶତ ଏବଂ ମାତ୍ର ୧୫ଟି ଦେଶରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଥିବା କ୍ୟାବିନେଟ ରହିଛି। ୧୪୧ଟି ଦେଶରେ ମହିଳାମାନେ କ୍ୟାବିନେଟ ମନ୍ତ୍ରୀ ପଦବୀର ଏକ ତୃତୀୟାଂଶରୁ କମ୍ ପଦବୀରେ ଅଛନ୍ତି। ସେହିଭଳି ସାତଟି ଦେଶର କ୍ୟାବିନେଟରେ କୌଣସି ମହିଳା ପ୍ରତିନିଧିତ୍ୱ କରିନାହାଁନ୍ତି। ପ୍ରଗତି ହାରରେ, କ୍ୟାବିନେଟ ସ୍ତରରେ ଲିଙ୍ଗଗତ ସମାନତା ୨୦୭୭ ପୂର୍ବରୁ ପହଞ୍ଚିପାରିବ ନାହିଁ। ବିଶ୍ୱ ସ୍ତରରେ, ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ୨୭ ପ୍ରତିଶତ ରହିଛି ଏବଂ ଆହୁରି ୩୯ ବର୍ଷ ପର୍ଯ୍ୟନ୍ତ ସମାନତା ହାସଲ ହେବାର ଆଶା କରାଯାଉନାହିଁ।
ବିଶ୍ୱରେ ଯଦି ଲିଙ୍ଗଗତ ବୈଷମ୍ୟ ଦେଖାଦିଏ ତାହା ପୂରା ସମାଜ ପାଇଁ ହାନୀକାରକ। କିନ୍ତୁ ଏବେ ବି ବିଶ୍ୱର ରାଜନୈତିକ ସ୍ଥିତିକୁ ଦେଖିଲେ ଅନେକ ମହିଳା ପଛରେ ପଡ଼ି ଯାଇଛନ୍ତି। ସାମ୍ପ୍ରତିକ ଇତିହାସର ସବୁଠାରୁ ବଡ଼ ନିର୍ବାଚନ ବର୍ଷ ମଧ୍ୟରୁ ଗୋଟିଏରେ, ୧୦୭ଟି ଦେଶରେ କେବେବି ଜଣେ ମହିଳା ରାଷ୍ଟ୍ରମୁଖ୍ୟ ନାହାନ୍ତି। ୨୦୨୪ ମସିହାରେ, ମହିଳାମାନେ ଜାତୀୟ ସଂସଦରେ ମାତ୍ର ୨୭ ପ୍ରତିଶତ ଏବଂ ସ୍ଥାନୀୟ ସରକାରରେ ୩୫.୫ ପ୍ରତିଶତ ଆସନ ଅଧିକାର କରିଥିଲେ।
ସେହିଭଳି ଭାରତର ଇତିହାସକୁ ଦେଖିଲେ ପରୋକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ମହିଳା ରାଷ୍ଟ୍ରପତି ହୋଇଥିବା ବେଳେ ମୋଟ ୧୫ ଜଣ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ଇନ୍ଦିରା ଗାନ୍ଧୀଙ୍କ ପରେ ଆଉ କୌଣସି ମହିଳା ସେହି ସୌଭାଗ୍ୟ ଅର୍ଜନ କରିପାରି ନାହାନ୍ତି। ଯାହା ଭାରତରେ ମଧ୍ୟ ମହିଳାଙ୍କ ପ୍ରତି ଥିବା ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି। ଏବେ ବି ମହିଳା ଶାସନ କ୍ଷମତା ପରିଚାଳନାରେ ସକ୍ଷମ ନୁହନ୍ତି ବୋଲି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି ନା ମହିଳାଙ୍କୁ ସେଭଳି ସୁଯୋଗକୁ ବଞ୍ଚିତ କରାଯାଇଛି ତାହା ପ୍ରତ୍ୟେକଙ୍କ ପାଇଁ ବିଚାର ଆଲୋଚନା କରିବାର ସମୟ ଆସିଛି।
-ସମ୍ପାଦକ
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Editorial Women Political Empowerment


