କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯଦିବା ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବାର ଦାୟିତ୍ୱ ପ୍ରଶାସନ ହାତରେ। କିନ୍ତୁ ଦୁଭାର୍ଗ୍ୟ ଓ ବିଡ଼ମ୍ବନାର କଥା, ଜନମଙ୍ଗଳକାରୀ ଯୋଜନା ବାବଦରେ କେତେକ ଅଫିସର ବୁଝିପାରୁନାହାନ୍ତି କି ଲୋକଙ୍କୁ ସଚେତନ କରୁନାହାନ୍ତି।
ଏଭଳି ସଙ୍ଗୀନ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଖାଲି ସେତିକି ନୁହେଁ, ରାଜ୍ୟରେ ୯୫% ଲୋକ କେନ୍ଦ୍ରୀୟ ଯୋଜନାର ସୁବିଧା ଜାଣିନାହାନ୍ତି। ମାତ୍ର ୫ ପ୍ରତିଶତ ଲୋକ ବିଭିନ୍ନ ସାମାଜିକ ଯୋଜନା ବାବଦରେ ଅବଗତ ଅଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ। ଯାହା ଯୋଜନାର ସଫଳ କାର୍ଯ୍ୟକାରିତାକୁ ପଦାରେ ପକାଇଛି।
ସରକାରୀଙ୍କ ପକ୍ଷରୁ ହେଉଥିବା ଯୋଜନା ବାବଦରେ କିଛି ବାବୁ ଜାଣୁନାହାନ୍ତି ଏକଥା ଉଠାଇ ପ୍ରାଶାସନିକ ଅବହେଳାକୁ ପଦାରେ ପକାଇଛନ୍ତି ରାଜ୍ୟପାଳ। କେବଳ ଏତିକି ନୁହେଁ ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗର ସମାଧାନ ତ୍ୱରିତ ହେଉନି ବୋଲି ପୁଣିଥରେ ଚେତାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ।
ଗତ ଫେବ୍ରୁଆରି ୪ ଓ ମେ ୨୨ରେ ଚିଠି ଲେଖି ଲୋକଙ୍କ ଅଭିଯୋଗ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲା ସିଏମଓ କିନ୍ତୁ ସାଧାରଣ ପ୍ରଶାସନର ଚିଠି ସଙ୍କେତ ଦେଉଛି,  ସ୍ଥିତି ଯଥା ପୂର୍ବଂ ତଥା ପରଂ।
ଅଥାର୍ତ ତୃଣମୂଳସ୍ତରର ଅଫିସର ମାନେ ଜନଶୁଣାଣି ଅଭିଯୋଗର ଶୁଣାଣି ନ କରି ମନମାନି କରୁଛନ୍ତି। ତେବେ ରାଜ୍ୟପାଳଙ୍କ ଉଦବେଗ ଓ ସାଧାରଣ ପ୍ରଶାସନ ବିଭାଗର ଏ ଚିଠିକୁ ନେଇ ପ୍ରଶ୍ନ ଉଠୁଛି। କାହିଁକି ମନମାନି କରୁଛନ୍ତି ବାବୁ? ଅଭିଯୋଗ ଶୁଣାଣିକୁ ଅବହେଳା କରିବାର କାରଣ କ’ଣ?

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଫଳରେ ସରକାରୀ କର୍ମଚାରୀ ପାଉଥିବା ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ପିଛିଲା ଭାବେ ଗତଜାନୁଆରୀ ପହିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍‌ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

ପ୍ରକାଶ ଥାଉ କି ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ଏହି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ଶିଳ୍ପସଂସ୍ଥାକୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନିର୍ବାଚନ ସୀମା ନିର୍ଦ୍ଧାରଣ ନେଇ ଅସନ୍ତୁଷ୍ଟ ରାଜ୍ୟ ମୁଖ୍ୟ ଓ ବିଭିନ୍ନ ରାଜନୈତିକ ଦଳର ବୈଠକକୁ ବିଜେଡ଼ିର ଦୁଇଜଣ ପ୍ରତିନିଧି ଯାଇଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜେ ଯାଇ ନାହାନ୍ତି କି ଦଳୀୟ ପ୍ରତିନିଧି ଭାବେ କାହାକୁ ପଠାଇ ନାହାନ୍ତି

କେରଳ, ତେଲେଙ୍ଗାନା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଏ ରେବନ୍ତ ରେଡ୍ଡୀ, ଭଗବନ୍ତ ମାନ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ବରିଷ୍ଠ ପ୍ରତିନିଧିମାନେ ଶନିବାର ଚେନ୍ନାଇରେ ଡିଏମକେ ଦ୍ୱାରା ଆହୂତ ବୈଠକରେ ଯୋଗ ଦେବେ। “ନିସପକ୍ଷ ସୀମା ନିର୍ଦ୍ଧାରଣ ଉପରେ ପ୍ରଥମ ମିଳିତ କାର୍ଯ୍ୟ କମିଟି (ଜେଏସି) ବୈଠକକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେମାନେ କୌଣସି ପ୍ରତିନିଧି ନ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଚେନ୍ନାଇରେ ଏହି ବୈଠକ ସଂସଦୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୁଦ୍ଧରେ ବଢ଼ୁଥିବା ଆଞ୍ଚଳିକ ବିରୋଧ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଛି। ଯାହା ଦକ୍ଷିଣ ଏବଂ ପୂର୍ବ ରାଜ୍ୟଗୁଡ଼ିକର ଅନେକଙ୍କ ଆଶଙ୍କା ଯେ ଏହା ସଂଘୀୟ ନୀତିକୁ କ୍ଷୁର୍ଣ୍ଣ କରିବ ଏବଂ କିଛି ରାଜ୍ୟରୁ ପ୍ରତିନିଧିତ୍ୱକୁ ଅସମାନ ଭାବରେ ହ୍ରାସ କରିବ।

ଏହି ପଦକ୍ଷେପ ପଛରେ ଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ ଏହି ବୈଠକ ଭାରତୀୟ ସଂଘୀୟତା ପାଇଁ ଏକ ଐତିହାସିକ ଦିନ ହେବ। ଶୁକ୍ରବାର ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଷ୍ଟାଲିନ ହାତକୁ ଆସୁଥିବା ଆହ୍ବାନ ବିଷୟରେ ଚେତାବନୀ ଦେଇ କହିଥିଲେ ଯେ ଯେଉଁ ରାଜ୍ୟମାନେ ପ୍ରଭାବଶାଳୀ ଭାବରେ ସେମାନଙ୍କର ଜନସଂଖ୍ୟା ବୃଦ୍ଧିକୁ ପରିଚାଳନା କରିଛନ୍ତି ଏବଂ ଜାତୀୟ ପ୍ରଗତିରେ ଯୋଗଦାନ ଦେଇଛନ୍ତି ସେମାନଙ୍କୁ ଏକ ବିକୃତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ ନୁହେଁ। ଏହା ଭାରତରେ ସଂଘୀୟତାର ମୂଳଦୁଆ ଉପରେ ଆଘାତ କରିବ, ସେ କହିଛନ୍ତି। ଏହା ଗଣତନ୍ତ୍ରର ସାରକୁ କ୍ଷୁର୍ଣ୍ଣ କରିବ ବୋଲି ସେ ମତ ଦେଇଛନ୍ତି।

କର୍ଣ୍ଣାଟକର ୪୮ ବିଧାୟକ ହନି ଟ୍ରାପ୍, ମୋତେ ମଧ୍ୟ ଟ୍ରାପ୍ ଉଦ୍ୟମ କରାଯାଇଛି: ସମବାୟ ମନ୍ତ୍ରୀ ରାଜନ୍ନା

ରାଜ୍ୟରେ ବିଜେପି ସରକାର ଆସିବା ପରେ ମୋ ବସ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ଗତ ୮ ମାସରେ ଅର୍ଥାତ୍ ନୂଆ ସରକାର ଆସିବା ପରେ ମୋ ବସ୍ ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ଚାଲୁଥିବା ମୋ ବସ୍ ସେବା ଦ୍ୱାରା ୧୯ଟି ଦୂର୍ଘଟଣା ଘଟିଛି। ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣଙ୍କ ମୃତ୍ୟୁ ଘଟିଛି
ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ତେବେ କ୍ଷତିପୂରଣ ବାବଦରେ କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦିଆଯାଇଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦ୍ୟୁତିକ ବସର ବେଗ ୩୫ କିଲୋମିଟର ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଡାସ ବା ସ୍ୱୟଂକ୍ରିୟ ଚଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଦୁର୍ଘଟଣାର ସମୀକ୍ଷା ପାଇଁ ସ୍ବତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି।

ପର ପାଇଁ ବେଶୀ ଭାବିବା କାହିଁକି

ବାଂଲାଦେଶ ଓ ପାକିସ୍ତାନ ବିଭାଜନ ପରେ ଭାରତରୁ ବାଂଲାଦେଶୀମାନେ ଶରଣାର୍ଥିଙ୍କୁ ସ୍ଥାନ ଦିଆଯାଇଥିଲା। କିନ୍ତୁ ବେଳକୁ ବେଳ ରାଜ୍ୟରେ ବାଂଲାଦେଶୀଙ୍କ ସଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଏବେ ଓଡ଼ିଶାରେ ମୋଟ ୩୭୩୮ ଜଣ ବଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ସରକାରୀ ଭାବେ ଜଣାପଡ଼ିଛି
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ। ଏହି ଜିଲ୍ଲାରେ ମୋଟ ମୋଟ ୧୬୪୯ବଂଲାଦେଶୀ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୧୧୧୨ ବଂଲାଦେଶୀ ଓ ତା ପରକୁ ରହିଛି ମାଲକାନଗିରି। ମାଲକାନାଗିରି ଜିଲ୍ଲାରେ ମୋଟ ୬୫୫ ଜଣ ବାଂଲାଦେଶୀ ରହିଥିବା ଗଣନା କରାଯାଇଛି ଏବଂ ଭଦ୍ରକ ଜିଲ୍ଲାରେ ୧୯୯ ଜଣ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ନବରଙ୍ଗପୁର ଜିଲ୍ଲାରେ ୧୦୬ ବଂଲାଦେଶୀ ରହିଥିବା ବେଳେ ଭୁବନେଶ୍ୱର ୧୭ ଜଣ ବାଂଲଶଦେଶୀଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ ଜଣାପଡ଼ିଛି।
ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ୍‌ ଏବଂ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି। ଚିହ୍ନଟ ବାଂଲା ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବାଂଲା ଅନୁପ୍ରବେଶକାରୀମାନେ ରାଜ୍ୟର ବିଭିନ୍ନ ଅପରାଧରେ ଜଡ଼ିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ତେଣୁ ସେମାନଙ୍କ ପ୍ରତି ଦୃ୍‌ଷ୍ଟି ଦିଆଯାଇଛି। ବିଧାୟକ ମାନସ ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଇଥିବା ଉତ୍ତରରେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ବାଲେଶ୍ୱର ଜିଲ୍ଲାରେ ୫ ଜଣ ବଙ୍ଗଳାଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ସେ ନେଇ ଏବେ ବିଭିନ୍ନ ଅଦାଲତରେ ମାମଲା ବିଚାରାଧୀନ ରହିଛି।

ସରକାରଙ୍କ ବିଜ୍ଞାପନ ମାଧ୍ୟମରେ ଯେତେ ପ୍ରଚାର କଲେ ମଧ୍ୟ ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘରକୁ ଘର ବୁଲି ହିତାଧିକାରୀଙ୍କୁ ଖୋଜିବେ ରାଜ୍ୟ ସରକାର। ଏ ନେଇ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସୁଭଦ୍ରା ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର। ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ। ଫିଲଡ଼ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ। ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ, ଏକାଥରେ ସେମାନେ ସୁଭଦ୍ରାର ତିନୋଟି କିସ୍ତି ପାଇବେ।ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ଟି ପର୍ୟ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଆସନ୍ତାକାଲି ୧ କୋଟି ପାର କରିବ ସୁଭଦ୍ରା ହିତାଧିକାରୀ ସଂଖ୍ୟା।

ପ୍ରକାଶ ଥାଉ କି ନୂଆ ସରକାର ଗଠନ ହେବା ପରେ ସୁଭଦ୍ରା ହେଉଛି ଏକମାତ୍ର ଯୋଜନା ଯାହା ଦ୍ୱାରା ମହିଳା ହିତାଧିକାରୀମାନେ ଆର୍ଥିକ ସହାୟତା ସିଧାସଳଖ ଭାବେ ପାଇ ପାରୁଛନ୍ତି। ଏହାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଅଧିକ ତତ୍ପରତା ପ୍ରକାଶ କରିଛନ୍ତି।

ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଲା ଅଧା ଓଡ଼ିଶା। ମୃଦ୍ୟୁ ଭୂକମ୍ପର ଓଡ଼ିଶାର କେତେକ ଅଞ୍ଚଳରେ ଅନୁଭୁତ ହୋଇଛି। ବିଶେଷକରି ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବାରିପଦାରେ ଏହି ଭୂକମ୍ପ ଅନୁଭୂତ ହୋଇଛି

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରା ଯାଇଛି। ବଙ୍ଗୋସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଭାରତ ସହ ବାଂଲାଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭୁବନେଶ୍ୱରଠାରୁ ୨୯୭ କିଲୋମିଟର ଦୂରରେ କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିବା ବେଳେ, ବ୍ରହ୍ମପୁରଠାରୁ ୩୯୪ କିଲୋମିଟର ଓ ପୁରୀଠାରେ ୨୮୬ କିଲୋମିଟର ଦୂର ବଙ୍ଗୋପସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ତେବେ ଭୂକମ୍ପ ଯୋଗୁ ସେଭଳି କିଛି ବଡ଼ ଧରଣର କ୍ଷତି ହୋଇନାହିଁ। କେତେକ ସ୍ଥାନରେ। ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷେ ଏ ନେଇ ଭୂତତ୍ଵ ବିଜ୍ଞାନୀ ମାନେ କହିଛନ୍ତି ଯେ, ଭୂକମ୍ପ ସମୁଦ୍ର କେନ୍ଦ୍ରସ୍ଥଳ ହୋଇଥିବାରୁ ସେତେଟା ପ୍ରଭାବ ପଡିନାହିଁ। ସ୍ଥଳଭାଗରେ ହୋଇଥିଲେ ଅଧିକ ପ୍ରଭାବ ପଡ଼ିଥନ୍ତ।

ଈ-କେୱାଇସି ଅପ୍-ଡେଟ୍ କରିବାରେ ବଣ୍ଡାଘାଟିର ଲୋକେ ପଛୁଆ ଥିବାରୁ ସେଠାକାର ଅନେକ ମହିଳାଙ୍କ ପାଇଁ ଈ-କେୱାଇସି ସ୍ବପ୍ନ ହୋଇ ପଡ଼ିଛି। ବିଶେଷକରି ମୋବାଇଲ ନେଟୱର୍କ ସମସ୍ୟା, ଉପାନ୍ତ ଅଂଚଳକୁ ଯୋଗାଯୋଗ ନ ଥିବା ଯୋଗୁଁ ସେଠାକାର ଲୋକେ ଈ-କେୱାଇସି କରିପାରୁ ନାହାନ୍ତି।

ଯୋଗାଣ ବିଭାଗ କହିଛି ଏ ଦିଗରେ ଦୃଷ୍ଟି ଦିଆଯାଉଛି, କିଭଳି ଇ-କେୱାଇସି ସମସ୍ତ ହିତାଧିକାରୀ ସାମିଲ ହେବେ ସେନେଇ ଚେଷ୍ଟା କରାଯାଉଛି।
ବଣ୍ଡାଘାଟିରେ ଥିବା ତାଜାବେଡା ଗ୍ରାମବାସୀଙ୍କ କହିବାନୁଯାୟୀ ହେଲା ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ସେମାନଙ୍କ ଗ୍ରାମର ଅନେକ ମହିଳା ଇ-କେୱାଇସି କରିପାରୁ ନାହାନ୍ତି। ବଣ୍ଡାଘାଟିର କଥା ଯଦି କହିବା ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ ଇ-କେଵାଇସିରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି।
ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି। ଯାହାକି ୮୫ ପ୍ରତିଶତ ହୋଇଛି। ଏବେ ବି ୮୨ ହଜାର ୭୭୮ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।

ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ; କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର  ନୂଆ ଅବକାରୀ ନୀତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଇଛନ୍ତି ଯେ, ରାଜ୍ୟରେ ଭଲ ମାନର ମଦ ପ୍ରସ୍ତୁତିକୁ ରାଜ୍ୟ ସରକାର ପ୍ରୋତ୍ସିତ କରିବେ। ବିଶେଷକରି ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଓ ମହୁଲରୁ ମଦ ପ୍ରସ୍ତୁତ କରିବା ନେଇ ସରକାର ପ୍ରୋତ୍ସାହନ କରିବେ। ଏଥିପାଇଁ ରାଜ୍ୟ ସରକାର ସବ୍‌ସିଡ୍‌ ରାଶି ପ୍ରଦାନ କରିବେ। ଆଗ୍ରହୀ କମ୍ପାନୀକୁ ସବ୍‌ସିଡ୍‌ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ ଆଲୋଚନା ହୋଇଛି।
ସେହିଭଳି ରାଜ୍ୟ ସରକାର ଏବେ ଉନ୍ନତମାନର ମଦକୁ ପ୍ରୋତ୍ସାହିତ କରିବେ। ଏଥିପାଇଁ ଉଚ୍ଚସ୍ତରୀୟ ଅବକାରୀ ବୈଠକରେ ଆଲୋଚନା ହୋଇଛି। ଏଥର ବିଭାଗର ସ୍ଲୋଗାନ ରହିଛି କମ୍‌ ପିଅ, ଭଲ ପିଅ। ଏଭଳି ସ୍ଲୋଗାନ ନେଇ ସୂଚନା ଦେଇଛନ୍ତି ଅବକାରୀ କମିସନର ନରସିଂହ ଭୋଳ।
୨୦୧୪ରେ ୬୩.୪ ପ୍ରତିଶତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲା ଫେଡାଣ ଜାଣି ନ ଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନ ଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନ ଥିବା ବେଳେ ୨୦୨୪ରେ ତାହା ବଢ଼ି ୪୫.୮ ପ୍ରତିଶତରେ ପହଞ୍ଚିଛି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।
୧୦ ବର୍ଷ ମଧ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍‌ ଓ ବଜେଟ୍‌ ୨୦୨୫-୨୬ରେ ଉପସ୍ଥାପାନ କରାଯାଇଛି। ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।