ସମ୍ପାଦକୀୟ

Editorial Women Political Empowerment

ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଭାରତର ଇତିହାସକୁ ଦେଖିଲେ ପରୋକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ମହିଳା ରାଷ୍ଟ୍ରପତି ହୋଇଥିବା ବେଳେ ମୋଟ ୧୫ ଜଣ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ଇନ୍ଦିରା ଗାନ୍ଧୀଙ୍କ ପରେ ଆଉ କୌଣସି ମହିଳା ସେହି ସୌଭାଗ୍ୟ ଅର୍ଜନ କରିପାରି ନାହାନ୍ତି।
ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ମହିଳା ଏବଂ ପୁରୁଷମାନଙ୍କର ସମାନ ଅଧିକାର ରହିଛି। ସେହିଭଳି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ ଅହିଂସା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସାହାସିକ ପଦକ୍ଷେପ ନେବା ପାଇଁ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଉପଯୁକ୍ତ। ଏକ ସୁପରିଚାଳିତ ଗଣତନ୍ତ୍ର ପାଇଁ ମହିଳାମାନଙ୍କର ରାଜନୈତିକ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଅନ୍ତର୍ଭୁକ୍ତି ଦ୍ୱାରା ଅଧିକ ପ୍ରଭାବଶାଳୀ ଶାସନ ସୃଷ୍ଟି କରାଯାଇପାରି। ନୀତି ନିର୍ଦ୍ଧାରଣରେ ଅଧିକ ମହିଳା ରହିବା ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ଯତ୍ନ, ଭିତ୍ତିଭୂମି ବୃଦ୍ଧି ସହ ମହିଳା ବିରୋଧୀ ହିଂସା ହ୍ରାସ କରାଯାଇପାରିବ।
୧୫ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ଏବଂ ଦୂରଦୃଷ୍ଟିସମ୍ପନ୍ନ ବେଜିଂ ଘୋଷଣାନାମା ଏବଂ କାର୍ଯ୍ୟ ପ୍ଲାଟଫର୍ମର ୩୦ତମ ବାର୍ଷିକୀ ପୂର୍ବରୁ, ଲିଙ୍ଗଗତ ସମାନତା ଏବଂ ମହିଳା ଏବଂ ବାଳିକାମାନଙ୍କ ସଶକ୍ତୀକରଣ ପାଇଁ ସବୁଠାରୁ ଏକ ବିତର୍କ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ନିଷ୍ପତ୍ତି ନେବାରେ ଏବେ ବି ବହୁତ କମ୍‌ ମହିଳା ଅଛନ୍ତି।
ରାଜନୈତିକ ପ୍ରତିନିଧିତ୍ୱରେ ସର୍ବୋଚ୍ଚ ସ୍ତରରେ କମ୍‌ ମହିଳାଙ୍କୁ ଦେଖିବାକୁ ମିଳେ। ଏବେ ବି ମାତ୍ର ୨୭ଟି ଦେଶ ଜଣେ ମହିଳାଙ୍କ ଦ୍ୱାରା ପରିଚାଳିତ, ଏକ ଦଶନ୍ଧି ପୂର୍ବେ ମାତ୍ର ୧୮ଟି ଦେଶ ତୁଳନାରେ ଏହା ଏକ ସାମାନ୍ୟ ବୃଦ୍ଧି, ଏବଂ ୧୦୭ଟି ଦେଶରେ କେବେବି ଜଣେ ମହିଳା ନେତା ନାହାନ୍ତି।
ସାରା ବିଶ୍ୱରେ ମନ୍ତ୍ରୀମଣ୍ଡଳର ନେତୃତ୍ୱ ନେଉଥିବା କ୍ୟାବିନେଟ ସଦସ୍ୟଙ୍କ ମଧ୍ୟରୁ ମହିଳାମାନେ ମାତ୍ର ୨୩ ପ୍ରତିଶତ ଏବଂ ମାତ୍ର ୧୫ଟି ଦେଶରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଥିବା କ୍ୟାବିନେଟ ରହିଛି। ୧୪୧ଟି ଦେଶରେ ମହିଳାମାନେ କ୍ୟାବିନେଟ ମନ୍ତ୍ରୀ ପଦବୀର ଏକ ତୃତୀୟାଂଶରୁ କମ୍‌ ପଦବୀରେ ଅଛନ୍ତି। ସେହିଭଳି ସାତଟି ଦେଶର କ୍ୟାବିନେଟରେ କୌଣସି ମହିଳା ପ୍ରତିନିଧିତ୍ୱ କରିନାହାଁନ୍ତି। ପ୍ରଗତି ହାରରେ, କ୍ୟାବିନେଟ ସ୍ତରରେ ଲିଙ୍ଗଗତ ସମାନତା ୨୦୭୭ ପୂର୍ବରୁ ପହଞ୍ଚିପାରିବ ନାହିଁ। ବିଶ୍ୱ ସ୍ତରରେ, ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ୨୭ ପ୍ରତିଶତ ରହିଛି ଏବଂ ଆହୁରି ୩୯ ବର୍ଷ ପର୍ଯ୍ୟନ୍ତ ସମାନତା ହାସଲ ହେବାର ଆଶା କରାଯାଉନାହିଁ।
ବିଶ୍ୱରେ ଯଦି ଲିଙ୍ଗଗତ ବୈଷମ୍ୟ ଦେଖାଦିଏ ତାହା ପୂରା ସମାଜ ପାଇଁ ହାନୀକାରକ। କିନ୍ତୁ ଏବେ ବି ବିଶ୍ୱର ରାଜନୈତିକ ସ୍ଥିତିକୁ ଦେଖିଲେ ଅନେକ ମହିଳା ପଛରେ ପଡ଼ି ଯାଇଛନ୍ତି। ସାମ୍ପ୍ରତିକ ଇତିହାସର ସବୁଠାରୁ ବଡ଼ ନିର୍ବାଚନ ବର୍ଷ ମଧ୍ୟରୁ ଗୋଟିଏରେ, ୧୦୭ଟି ଦେଶରେ କେବେବି ଜଣେ ମହିଳା ରାଷ୍ଟ୍ରମୁଖ୍ୟ ନାହାନ୍ତି। ୨୦୨୪ ମସିହାରେ, ମହିଳାମାନେ ଜାତୀୟ ସଂସଦରେ ମାତ୍ର ୨୭ ପ୍ରତିଶତ ଏବଂ ସ୍ଥାନୀୟ ସରକାରରେ ୩୫.୫ ପ୍ରତିଶତ ଆସନ ଅଧିକାର କରିଥିଲେ।
ସେହିଭଳି ଭାରତର ଇତିହାସକୁ ଦେଖିଲେ ପରୋକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ମହିଳା ରାଷ୍ଟ୍ରପତି ହୋଇଥିବା ବେଳେ ମୋଟ ୧୫ ଜଣ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ଇନ୍ଦିରା ଗାନ୍ଧୀଙ୍କ ପରେ ଆଉ କୌଣସି ମହିଳା ସେହି ସୌଭାଗ୍ୟ ଅର୍ଜନ କରିପାରି ନାହାନ୍ତି। ଯାହା ଭାରତରେ ମଧ୍ୟ ମହିଳାଙ୍କ ପ୍ରତି ଥିବା ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି। ଏବେ ବି ମହିଳା ଶାସନ କ୍ଷମତା ପରିଚାଳନାରେ ସକ୍ଷମ ନୁହନ୍ତି ବୋଲି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି ନା ମହିଳାଙ୍କୁ ସେଭଳି ସୁଯୋଗକୁ ବଞ୍ଚିତ କରାଯାଇଛି ତାହା ପ୍ରତ୍ୟେକଙ୍କ ପାଇଁ ବିଚାର ଆଲୋଚନା କରିବାର ସମୟ ଆସିଛି।

 

-ସମ୍ପାଦକ

କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

Editorial Women Political Empowerment

ଏବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବ। କିଏ ଏହି ପଦବୀରେ ବସିବ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍‌ ଧରିଛି। ଏ ନେଇ ଗଣମାଧ୍ୟମ ପକ୍ଷରୁ ଦଳୀୟ ନେତାଙ୍କୁ ପ୍ରଶ୍ନ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ
ନିକଟରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଦକ୍ଷିଣ ଭାରତରୁ କରାଯାଇଥିବାରୁ ବିଜେପିର ଏହି ପଦପାଇଁ ଜଣେ ଜଣେ ଉତ୍ତର ଭାରତରୁ କରାଯାଇପାରେ ବୋଲି କୁହାଯାଉଛି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳ ଦକ୍ଷିଣ ଭାରତର ତାମିଲନାଡୁର ଜଣେ ବଡ଼ ଓବିସି ନେତା ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି। ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାଧାକୃଷ୍ଣନଙ୍କୁ ସମର୍ଥନ କରିଛନ୍ତି।
ରାଧାକୃଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ଏବେ ସମସ୍ତଙ୍କ ନଜର ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ତାହାର ସଙ୍କେତ ସିପି ରାଧାକୃଷ୍ଣନଙ୍କ ପ୍ରାର୍ôଥତ୍ୱ ଚୟନରୁ ଅନୁମାନ କରାଯାଉଛି।
ଅନ୍ୟ ଦିଗଟି ବିଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବ ଭାରତରୁ ଆସିଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ଦକ୍ଷିଣ ଭାରତରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଭାରତରୁ ଆସିଛନ୍ତି। ଏପରି ପରିସ୍ଥିତିରେ, ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉତ୍ତର ଭାରତରୁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।
ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନରେ ଆଞ୍ଚଳିକ ଏବଂ ଜାତି ସମୀକରଣକୁ ନେଇ କଳ୍ପନାଜଳ୍ପନା ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓବିସି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ମଧ୍ୟ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି। ଏପରି ସ୍ଥିତିରେ, ନୂତନ ବିଜେପି ସଭାପତି ସାଧାରଣ ବର୍ଗ କିମ୍ବା ଦଳିତ ସମ୍ପ୍ରଦାୟରୁ ହୋଇପାରନ୍ତି ବୋଲି ଆଶା କରାଯାଉଛି।
ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଚର୍ଚ୍ଚାରେ ରହିଛନ୍ତି ମନୋହର ଲାଲ ଖଟ୍ଟର, ଭୂପେନ୍ଦ୍ର ଯାଦବ, ବିନୋଦ କୁମାର ସୋନକର, ମନୋଜ ସିହ୍ନା ଏବଂ କେଶବ ପ୍ରସାଦ ମୌର୍ଯ୍ୟ। ଏମାନେ ସମସ୍ତେ ଉତ୍ତର ଭାରତରୁ ଆସିଥିବାରୁ ତାଙ୍କ ଉପରେ ରାଜନୈତିକ ସମୀକ୍ଷକମାନେ ନଜର ରଖିଛନ୍ତି। କିନ୍ତୁ ଯଦି ଜାତି ସମୀକରଣ ଏବଂ ଉତ୍ତର ଭାରତୀୟମାନଙ୍କୁ ଦେଖାଯାଏ, ତେବେ ବିନୋଦ ସୋନକର ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି। ମନୋଜ ସିହ୍ନା ଉଚ୍ଚ଼ ସମ୍ପ୍ରଦାୟରୁ ଆସିଛନ୍ତି। ଏହି କାରଣରୁ ଏହି ଦୁଇଟି ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ର ଶୀର୍ଷରେ ପହଞ୍ଚି ଥିବା କୁହାଯାଉଛି।

ରାଜ୍ୟରେ ବଢ଼ିଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ଦେଶର ବୁଲକୁକୁରଙ୍କ ସଂଖ୍ୟାକୁ ତୁଳନା କଲେ ଓଡ଼ିଶାରେ ରହିଛନ୍ତି ସର୍ବାଧିକ ବୁଲକୁକୁର। ଗଣନା ମୁତାବକ ଏବେ ରାଜ୍ୟରେ ଅଛନ୍ତି ୧୮ ଲକ୍ଷ ବୁଳକୁକୁର
ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆର ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଅଗଷ୍ଟ ୧୧ ତାରିଖରେ ରାୟ ଦେଇଥିଲେ ସୁପ୍ରିମ୍‌କୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହାକୁ ନେଇ ପଶୁପ୍ରେମୀଙ୍କ ପ୍ରବଳ ପ୍ରତିକ୍ରିୟା ପରେ ପୁନଃଶୁଣାଣି କରିଛନ୍ତି ତିନି ଜଣିଆ ବୃହତ ଖଣ୍ଡପୀଠ। ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍‌ଭି ଅଞ୍ଜରିୟାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି।
ଶୁଣାଣିବେଳେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ଅଧିକାଂଶ ଛୋଟ ପିଲାଙ୍କୁ ବୁଲା କୁକୁର ଆକ୍ରମଣ କରୁଛନ୍ତି। ଲୋକେ କୁକୁର କାମୁଡାରେ ଖଣ୍ଡିଆ ଖାବରା ହେବା ସହ ଜଳାତଙ୍କ ରୋଗରେ ପଡୁଛନ୍ତି। ଜଳାତଙ୍କ ରୋଗକୁ କୁକୁର ବନ୍ଧ୍ୟାକରଣ ରୋକି ପାରୁନାହିଁ ବୋଲି ଦର୍ଶାଇଛନ୍ତି।
ଅପରପକ୍ଷେ ପଶୁପ୍ରେମୀଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ବୁଲା କୁକୁରଙ୍କ ଆତଙ୍କ କମାଇବାକୁ ନିୟମ ଥିଲା, କେହି ପାଳନ କରିନାହାନ୍ତି। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହୋଇଛି। ସେହିଭଳି ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ମଧ୍ୟ ନାହିଁ। ତେବେ ବୁଲା କୁକୁରଙ୍କୁ ନିପାତ ନାଁରେ ମାରିବା ପାଇଁ ଛଡାଯାଇପାରିବ ନାହିଁ ବୋଲି ଯୁକ୍ତି କରିଛନ୍ତି।
ଦିଲ୍ଲୀ-ଏନ୍‌ସିଆରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଓଡିଶାରେ ବୁଲା କୁକୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରକାଶ ଥାଉ କି ଦେଶରେ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ଅଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ବିଂଶତମ ପଶୁଗଣନା କରିଥିବା ବେଳେ ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ୬୦ ହଜାର। ଅର୍ଥାତ୍‌ ଆମ ରାଜ୍ୟରେ ପ୍ରତି ହଜାରେ ଲୋକରେ ୪୦ ବୁଲା କୁକୁର ଅଛନ୍ତି।
ଏହାରି ଭିତରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି, ଗତ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ଲୋକଙ୍କୁ କାମୁଡିଛନ୍ତି ବୁଲା କୁକୁର। ଚଳିତବର୍ଷ ଜୁନ୍‌ ୩୦ ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ଆସିଲାଣି। ମାସକୁ ୨୦ରୁ ୩୦ ହଜାର କୁକୁର କାମୁଡା ମାମଲା ଆସୁଛି। କେବଳ ରାଜଧାନୀ ଭୁବନେଶ୍ୱରରେ ୮୫ ହଜାର ବୁଲା କୁକୁର ଅଛନ୍ତି। ବଲାଙ୍ଗୀରରେ କୁକୁର କାମୁଡାରେ ଦୁଇଟି ମୃତ୍ୟୁ ମାମଲା ଆସିଥିବାବେଳେ ଏହାର ଯାଞ୍ଚ ଚାଲିଛି।
ପୂର୍ବରୁ ଆଇସ୍କ୍ରିମ୍‌ରୁ ଆଙ୍ଗୁଠି ବାହାରିବାର ଖବର ତଥା ଖାଦ୍ୟର ବିଭିନ୍ନ ପ୍ରକାର ଜୀବଙ୍କ ଅଂଶ ବାହାରିଥିବା ଶୁଣିଥିବେ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁରର ବିଲହୌର ଅଞ୍ଚଳସ୍ଥ ଏକ ଢାବାରୁ ମଗାଯାଇଥିବା ରୁଟିରେ ମଲା ଝିଟିପିଟି ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ରକରି ଢାବାରେ ଉତ୍ତେଜନା ପ୍ରକାଶ ପାଇଥିଲା
ଖବର ନେବାରୁ ଜଣାପଡ଼ିଛି ଯେ, ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବା ଏକ ପ୍ରସିଦ୍ଧ ଢାବା। ଗତ ୮ ତାରିଖରେ ଏହି ଢାବାରେ ଖାଉଥିବା ବେଳେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା। ଯାହାକୁ କେନ୍ଦ୍ରକରି ଢାବା ମାଲିକଙ୍କ ସହ ଗ୍ରାହକଙ୍କ ପାଟିତୁଣ୍ଡ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ଢାବା ମାଲିକଙ୍କ ସମେତ ରୁଟି ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଢାବା ପରିଚାଳକ କର୍ମଚାରୀଙ୍କ ଭୁଲକୁ ସ୍ୱୀକାର କରି ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଦ୍ୱିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି।
ଅପରପକ୍ଷେ ଭାଇରାଲ ଭିଡିଓ ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଢାବାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଢାବାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା। ରୋଷେଇ ଘରେ ମଇଳା ଗଦା ଥିଲା, ପାତ୍ର ଏବଂ ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏହାସହିତ, କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଯେପର୍ଯ୍ୟନ୍ତ ଢାବାର ସଫାସୁତରାରେ ଉନ୍ନତି ଆସି ନାହିଁ ସେ ପର୍ଯ୍ୟନ୍ତ ଢାବାକୁ ସିଲ କରି ଦିଆଯାଇଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଅନେକ ସମୟରେ ନବାଗତ ଅଭିନେତ୍ରୀମାନଙ୍କୁ ସିନେମା ସୁଟିଂ ସେଟ୍‌ରେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ବିପକ୍ଷ ଅଭିନେତାମାନେ ଅସଦାଚରଣ ଏବଂ ଶୋଷଣ କରିବାର ନଜିର ଏବଂ ଅଭିଯୋଗ କରିଛି। ତେବେ ଏମିତି ଜଣେ ପ୍ରତିଷ୍ଠିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯେ, କି ସେ ସମୟର ଅଭିନେତାଙ୍କ ବିରୁଦ୍ଧରେ ଆଣିଛନ୍ତି ଏଭଳି ଅସଦାଚରଣ ଅଭିଯୋଗ।
ଏଭଳି ଅଭିଯୋଗ ଆଣିଥିବା ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ। ତମନ୍ନା ବାହୁବଳୀ ଠାରୁ ଆରମ୍ଭ କରି ଆଜି କି ରାତ ଭଳି ବହୁ ସିନେମାରେ ଚମତ୍କାର ଅଭିନୟ କରିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ ତମନ୍ନା ସେ କହିଥିଲେ ଯେ, ତାଙ୍କ ପ୍ରାରମ୍ଭିକ ଦିନରେ ଏକ ତିକ୍ତ ଘଟଣାର ସମ୍ମୁଖୀନ ହେବାକୁ ପଡିଥିଲା।
ତମନ୍ନା ଭାଟିଆ ଏବେ ଏକ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। କିନ୍ତୁ ଏହି ଯାତ୍ରାରେ, ଅନେକ ଉତ୍ଥାନ-ପତନ ଆସିଛି ଏବଂ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ବୋଲି ସେ କହିଛନ୍ତସି। ସେ ଖୋଲାଖୋଲି ଭାବରେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ତାଙ୍କୁ ପ୍ରାରମ୍ଭିକ ଦିନରେ ଅନେକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥିଲା।
ମୁମ୍ବାଇର ବାସିନ୍ଦା ତମନ୍ନା ୨୦୦୫ ମସିହାରେ ‘ଚାନ୍ଦ ରୋଶନ ସେହରା’ ଚଳଚ୍ଚିତ୍ର୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ବଲିଉଡରେ ସଫଳତା ନ ପାଇବା ପରେ ସେ ଦକ୍ଷିଣ ଆଡକୁ ମୁହାଁଇଥିଲେ। ୨୦୦୬ ମସିହାରେ ତମନ୍ନା ‘କେଡି’ ଚଳଚ୍ଚିତ୍ର ମାଧ୍ୟମରେ ତାମିଲ ଡେବ୍ୟୁ କରିଥିଲେ ଏବଂ ଏହା ସହିତ ସେ ଦକ୍ଷିଣରେ ନିଜକୁ ପ୍ରତିଷ୍ଠିତ କରିବାର ପ୍ରୟାସରେ ସଫଳ ହୋଇଥିଲେ। ତାମିଲ ସିନେମାରେ, ତମନ୍ନା ଆୟନ, ପୈୟା, ବୀରମ୍‌ ଏବଂ ଧର୍ମଦୁରାଇ ଭଳି ଫିଲ୍ମରେ କାମ କରିଛନ୍ତି।
ତମନ୍ନା ଭାଟିଆ ଲଲନଟପ୍‌ ସହିତ ଏକ ସାକ୍ଷାତକାରରେ ତାଙ୍କ ବିଷୟରେ ପ୍ରସାରିତ ଗୁଜବ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ୍‌ ବିଷୟରେ କହିଥିଲେ। ସେ ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କୁ ଡେଟ୍‌ କରିଥିବା ରିପୋର୍ଟକୁ ଅସ୍ୱୀକାର କରିଥିଲେ। ସେ ଏହି ରିପୋର୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଗୁଜବ ଏବଂ ଅନାବ୍ୟକ ବୋଲି କହିଥିଲେ।
ସେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକଙ୍କୁ ଗୁପ୍ତ ଭାବରେ ବିବାହ କରିଥିବା ଗୁଜବକୁ ମଧ୍ୟ ଖଣ୍ଡନ କରିଛନ୍ତି। ଏହି ସମସ୍ତ ଗପସପ ବିଷୟରେ କଥା ହୋଇ ତମନ୍ନା କହିଛନ୍ତି ଯେ, ସେ ବହୁତ କମ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଯେଉଁଥିପାଇଁ ଏପରି ପରିସ୍ଥିତିରେ ତାଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।
ଥରେ, ଜଣେ ଶୀର୍ଷ ଦକ୍ଷିଣ ଅଭିନେତା ସୁଟିଂ ସମୟରେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ।  ଅଭିନେତା ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ କାର୍ଯ୍ୟ ପାଇଁ ତମନ୍ନା ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ତମନ୍ନା ଏହି ସାକ୍ଷାତକାରରେ ସେହି ପ୍ରସିଦ୍ଧ ଦକ୍ଷିଣ ନାୟକଙ୍କ ନାମ ନେଇ ନ ଥିଲେ।
ଭୋଟର ତାଲିକାରେ ଅନିମୟିତତା ଅଭିଯୋଗ ଆଣିଥିବା ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ମହଲରେ ସମର୍ଥନ ମିଳିଥିବା ବେଳେ ରାଜନୈତିକ ମହଲରେ ଏହାକୁ ନେଇ ଆଲୋଚନା ସମାଲୋଚନା ଜାରି ରହିଛି। ଅପରପକ୍ଷେ ରାହୁଲଙ୍କ ଏଭଳି ଅଭିଯୋଗକୁ ସମର୍ଥନ କରିଛନ୍ତି ପୂର୍ବତନ ନିର୍ବାଚନ କମିସନର ଓମ୍‌ ପ୍ରକାଶ ରାଓତ୍‌।
ବେଙ୍ଗାଲୁରୁରେ ନକଲି ଭୋଟରଙ୍କ ବିଷୟରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ ରାୱତ କହିଛନ୍ତି, ନିର୍ବାଚନ କମିସନ ରାହୁଲ ଗାନ୍ଧୀଙ୍କ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅପେକ୍ଷା ନିଜ ପଟୁ ତଦନ୍ତ ଆରମ୍ଭ କରିବା ଉଚିତ୍‌। ପ୍ରକାଶ ଥେଉ କି ଶ୍ରୀ ରାୱତ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିସନର ଭାବରେ କାର୍ଯ୍ୟ କରିଥିଲେ।
ଏହି ବିବାଦ ନେଇ ଏକ ଇଂରାଜୀ ଖବରକାଗଜ ପ୍ରତିନିଧିଙ୍କୁ ଶ୍ରୀ ରାୱତ କହିଛନ୍ତି, ସେ ଯେତେବେଳେ କମିସନର ଥିଲେ ସେତେବେଳେ ଏକ ନୀତି ଥିଲା ଯେ, ଯଦି କୌଣସି ଦଳର ବରିଷ୍ଠ ଅଧିକାରୀ କୌଣସି ଅଭିଯୋଗ ଆଣୁଥିଲେ ତେବେ ଆମେ ସ୍ୱୟଂଚାଳିତ ଭାବରେ ତାହାର ତଦନ୍ତ କରୁଥିଲେ ଏବଂ ସେ ସଂକ୍ରାନ୍ତ ତଥ୍ୟ ସାଧାରଣରେ ଉପସ୍ଥାପିତ କରୁଥିଲେ। ଯାହା ଦ୍ୱାରା ନିର୍ବାଚନ କମିସନରଙ୍କ ପ୍ରତି ବିଶ୍ୱାସ ବଜାୟ ରହୁଥିଲା।
ପ୍ରକାଶ ଥାଉ କି, ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଥିଲେ ଯେ, ଗତ ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ କେନ୍ଦ୍ରୀୟ ସଂସଦୀୟ କ୍ଷେତ୍ରର ମହାଦେବପୁରା ବିଧାନସଭା କ୍ଷେତ୍ରରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର ଭୋଟ ଦେଇଛନ୍ତି। ଦୁଇଟି ମତଦାନ କେନ୍ଦ୍ରରେ କେତେକ ଭୋଟର ପଞ୍ଜୀକୃତ ହୋଇଥିଲେ। ସେମାନେ ଉଭୟ ସ୍ଥାନରେ ଭୋଟ କିପରି ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଶୁକ୍ରବାର ବେଙ୍ଗାଲୁରୁରେ ପ୍ରତିବାଦ କରିଥିଲା। ଇଣ୍ଟରନେଟ୍‌ ମଧ୍ୟ ଏହି କଥିତ ନକଲି ଭୋଟରଙ୍କ ବିଷୟରେ ଦାବି କରାଯାଇଥିଲା। କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ କଂଗ୍ରେସକୁ ଏହି ବିବାଦ ଉପରେ ଶୁକ୍ରବାର  ସ୍ମାରକପତ୍ରର ସମର୍ଥନରେ ତଥ୍ୟ ସମ୍ବଳିତ ପ୍ରମାଣ ଦାଖଲ କରିଥିବା କହିଥିଲେ।
ଶୁକ୍ରବାର ସକାଳେ କିଛି ଲୋକ କିଛି ସମୟ ପାଇଁ ଭୋଟର ତାଲିକା ଡାଉନଲୋଡ୍‌ କରିବା ପାଇଁ ଲିଙ୍କ୍‌ ପାଇପାରି ନ ଥିବା ଅଭିଯୋଗ କରିଥିଲେ। ଯାହା ଫଳରେ ରାହୁଲଙ୍କ ଦାବି ପରେ ନିର୍ବାଚନ କମିସନ (ଇସି) ଭୋଟର ତାଲିକାରେ ହେରଫେର କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଇସିଙ୍କ ପକ୍ଷରୁ ଏଭଳି ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା।
କମିସନ ମଧ୍ୟ ଅନୌପଚାରିକ ଭାବରେ ସାମ୍ବାଦିକମାନଙ୍କ ସହିତ ଭୋଟର ପରିଚୟପତ୍ର ଧରିଥିବା ଏକ ପରିବାରର ସଦସ୍ୟଙ୍କ ଫଟୋଗ୍ରାଫ ସେୟାର କରିଛନ୍ତି। ରାହୁଲଙ୍କ ନକଲି ଭୋଟର ତାଲିକାରେ ପରିବାରକୁ ସାମିଲ କରାଯାଇଥିଲା କାରଣ ତାଙ୍କ ଦଳକୁ ଦିଆଯାଇଥିବା ଭୋଟର ତାଲିକାର କପିରେ ଏହି ସଦସ୍ୟଙ୍କ ଫଟୋ ଦେଖାଯାଇ ନ ଥିଲା।
ଉତ୍ତରାଖଣ୍ଡର ଉତ୍ତରକାଶୀଧରାଲୀ ଗାଁରେ ବନ୍ୟା ବିତ୍ପାତ ପରେ ମାଠିତଳେ ପୋତି ହୋଇଥିବା ମୃତଦେହକୁ ଚିହ୍ନଟ କରିବା ପାଇଁ ସ୍ନିଫର ଡଗ୍‌  ପ୍ରଜାତିର କୁକୁରଙ୍କୁ କାମରେ ଲଗାଯାଇଛି। ଯେଉଁମାନେ ୫ରୁ ୬ ଫୁଟ ମାଟିତଳେ ପୋତି ହୋଇ ରହିଥିବା ମୃତଦେହକୁ ମଧ୍ୟ ଶୁଙ୍ଘି ଚିହ୍ନଟ କରିପାରିବେ। 
ସ୍ନିଫର ଡଗ୍‌ ପାଖାପାଖି ୫୦ କୋଟି ଶୁଙ୍ଘିବା ରିସେପ୍ଟର୍ସ କ୍ଷମତା ରହିଥାଏ ଯେତେବେଳେ କି ମଣିଷମାନଙ୍କରେ ପାଖାପାଖି ୫୦ ଲକ୍ଷ ରହିଥାଏ। କୁକୁରଙ୍କ ଏହି ଗୁଣର ବ୍ୟବହାର କରି ଏମାନଙ୍କୁ ଟ୍ରେନିଂ ଦିଆଯାଇଥାଏ। ଅଲଗା ଅଲଗା ବାସ୍ନାକୁ ଚିହ୍ନିବା ପାଇଁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ଯେପରିକି କୋକିନର ଓ ମଣିଷମାନଙ୍କର ବାସ୍ନା।
ବାସ୍ନାକୁ ଚିହ୍ନିବା ପରେ ଏମାନେ ଉକ୍ତ ସ୍ଥାନରେ ବସି, ପଞ୍ଝା ମାରି କିମ୍ବା ଭୁକି ଭୁକି ଇସାରା ଦେଇଥା’ନ୍ତି। ସନ୍ଧାନୀ କୁକୁରମାନଙ୍କୁ ସନ୍ଦିଗ୍ଧ ଜାଗାର ଆଖପାଖକୁ ନିଆଯାଏ। ସେମାନେ ଶୁଙ୍ଘି ଶୁଙ୍ଘି ଯଦି କୌଣସି ଜଣା-ଶୁଣା ବାସ୍ନା ବୁଝାପଡେ଼ ସେମାନେ ଖାସ୍‌ ପ୍ରକାରର ସଂକେତ ଦେଇଥାନ୍ତି। ଏହାପରେ ବିଶେଷଜ୍ଞମାନଙ୍କ ଟିମ୍‌ ଆଗାମୀ ପଦକ୍ଷେପ ଉଠାଇଥା’ନ୍ତି ।
ସନ୍ଧାନୀ କୁକୁରମାନଙ୍କ ଟିମରେ ଜର୍ମାନ ଶେଫର୍ଡ, ଲାବ୍ରାଡୋର, ବେଲଜିୟମ ମେଲିନୋଇସ ଏବଂ କୋକର ସ୍ପନିୟଲ ପ୍ରଜାତିର କୁକୁର ବହୁତ ସକ୍ରିୟ, ଫୁର୍ତ୍ତିଲା ଏବଂ ବୁଦ୍ଧିମାନ ବୋଲି ମନେ କରାଯାଏ।
ସାଧାରଣତଃ ଶବ ଖୋଜୁଥିବା କୁକୁରକୁ କ୍ୟାଡେଭର ଡଗ୍‌ କୁହାଯାଏ। ଓଦା ମାଟିରେ ୫ ରୁ ୬ ଫୁଟର ଗଭୀରତା ପର୍ଯ୍ୟନ୍ତ ଏମାନେ ମୃତଦେହକୁ ଶୁଙ୍ଘିବାର କ୍ଷମତା ରଖିଥା’ନ୍ତି। ସେହିପରି ବାଲି କିମ୍ବା ଶୁଖିଲା ମାଟିରେ ୩ ରୁ ୪ ଫୁଟ ଏବଂ ବରଫରେ ୧୦ ଫୁଟ ପର୍ଯ୍ୟନ୍ତ ଶୁଙ୍ଘି ପାରନ୍ତି। ଯଦିଓ, ପାଣି ମାମଲାରେ ଏମାନଙ୍କର ଶୁଙ୍ଘିବାର କ୍ଷମତା ଅଧିକ ନ ଥାଏ।
ଅନେକ ଏପରି ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେବେ ୬ ଫୁଟରୁ ତଳେ ପୋତି ହୋଇ ରହିଥିବା ଶବକୁ ମଧ୍ୟ ସନ୍ଧାନୀ କୁକୁର ଶୁଙ୍ଘି କରି ଚିହ୍ନି ନେଇଥିଲା। ଏମାନଙ୍କର ଶୁଙ୍ଘିବାର କ୍ଷମତା କାରଣରୁ ଶବଗୁଡ଼ିକୁ ଖୋଜିବା ସହଜ ହୋଇଯାଏ। କୁକୁର ପବନରେ ବ୍ୟାପିଥିବା ବାସ୍ନାର ହାଲୁକା ଅଂଶକୁ ମଧ୍ୟ ଚିହ୍ନି ପାରିଥାଆନ୍ତି।

ଓଡ଼ିଶା ରାଜନୀତିରେ ବିଭିନ୍ନ ସମୟରେ ଭିନ୍ନ ଏଵଂ ରୋଚକ ଘଟଣା ଘଟିଛି। କଂଗ୍ରେସ ସରକାର ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବସନ୍ତ ବିଶ୍ଵାଳ ଥିଲେ ସୁପର୍ ସିଏମ୍

୧୯୮୦ ମସିହାରେ ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ ହୋଇଗଲା । ଓଡ଼ିଶାରେ ଗଠିତ ସରକାରରେ ମୁଖ୍ୟମନ୍ତ୍ରୀ ହେଲେ ଜାନକୀ ବଲ୍ଲଭପଟ୍ଟନାୟକ । କାରଣ ସେତେବେଳକୁ ନନ୍ଦିନୀ ଶତପଥୀ କଂଗ୍ରେସରୁ ବିଦାୟ ନେଇ ସାରିଥାନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସେପରି ପ୍ରତିବାଦୀ ଆଉ ବି କେହି ନଥିଲେ।

ମନ୍ତ୍ରୀମଣ୍ଡଳ କରେ ଯୋଗ ଦେଇଥିବା ଏକ ନବୀନତମ ପ୍ରତିଭା ବସନ୍ତ କୁମାର ବିଶ୍ଵାଳଙ୍କୁ ପାହ୍ୟା ମିଳିଥିଲେ ସୁଦ୍ଧା ସେ ଓଡ଼ିଶାରେ ଏକ ନିର୍ମାଣ ଯୁଗର ଆରମ୍ଭ କରିଦେଲେ। ରାଷ୍ଟ୍ରମନ୍ତ୍ରୀ ପା ସହସ୍ର ବର୍ଷର ବର୍ଷର ସହର ମର୍କତନଗରୀ କଟକକୁ ସୁରମ୍ୟ ରୂପ ଦେବା ସହ ରାଜଧାନୀ ଭୁବନେଶ୍ଵର ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ଯ ନବନିର୍ମାଣର କାଉଁରୀ ସ୍ପର୍ଶ ଦେଇ ରାଜ୍ୟର ସର୍ବତ୍ର ଲୋକପ୍ରିୟ ହୋଇଗଲେ। ଲୋକେ ତାଙ୍କୁ ‘ସୁପର୍‌ ଚିଫ୍ ମିନିଷ୍ଟର’ ଆଖ୍ୟା ଦେଇଥିଲେ।

ସୁପର ଚିଫ ମିନିଷ୍ଟର ଆଖ୍ୟା ଓ ବନ୍ଧିତ ଲୋକପ୍ରିୟତା ତାଙ୍କୁ ମହଙ୍ଗା ପଡ଼ିଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭବଲ୍ଲଭ ପଟ୍ଟନାୟକ ପରବର୍ତ୍ତୀ ସମୟରେ ସୁପର ଚିଫମିନିଷ୍ଟରଙ୍କୁ ନିଜ ଚିଫମିନିଷ୍ଟର ସିପ ପାଇଁ ଏକ କଣ୍ଟକିତ କାକ୍‌ଟସ୍ ମନେକରି ତାଙ୍କୁ ମୂଳରୁ ଓପାଡି ଦେବାର ଯୋଜନା କରିଥିଲେ।

– ସ୍ୱରଲିପିର ସ୍ୱର, ଭାଗବତ ପ୍ରସାଦ ମହାନ୍ତି

 

ରାତି ପ୍ରାୟ ଗୋଟାଏ ବେଳକୁ ଫେରୁଥାଏ। ପାତ୍ରପଡ଼ା ଫ୍ଲାଏ ଓଭର ତଳେ ଜଣେ କିନ୍ନର ଲିଫ୍ଟ ମାଗିଲା। ଭାବିଲି ଏତେ ରାତିରେ ନେବି ନା ନାହିଁ। ସେଦିନ ତା ନିରୀହ ଓ ଅସହାୟ ମୁହଁ ମୋତେ ରହିବା ପାଇଁ ବାଧ୍ୟ କଲା। ଗାଡ଼ି ଆଗରେ ବସିଲା।
ଭାବିଲି କିଛି କଥା ହେବା। ପଚାରିଲି ତୁମେ ଏମିତି ରାତିରେ ବୁଳୁଛ କାହିଁକି।
– ଆଉ କଣ କରିବୁ ସାର୍ ?
– କାହା ଘରେ କାମ କରିପାରିବ !
– ଆମକୁ ଲୋକେ ମାଇଚିଆ ବୋଲି କୁହନ୍ତି। ଆମକୁ କିଏ କି କାମ ଦେବ !
– ଆଛା ତୁମ ଘର ଲୋକେ ?
– ଟିକେ ମନ ଶୁଖେଇ କହିଲା, ଘର ଲୋକଙ୍କ ପାଇଁ ମୁଁ ମରିଯାଇଛି।
କିଛି ସମୟ ଚୁପ୍ ରହିବା ପରେ ପଚାରିଲି, କାହିଁ ସେମାନେ କଣ ତୁମକୁ ଘରେ ପୁରାଉ ନାହାନ୍ତି।
– ନା ସେୟା ନ ହେଲେ ମଧ୍ୟ ଆଉ ଘରେ ରହି ହେବନି। ଏ ବେଶରେ ଆମକୁ କିଏ ଘରେ ରଖିବ !
– ବେଶ ବଦଳେଇ ଦେଉ ନାହିଁ।
– ନା ଯାହା ହେଲେବି ଲୋକେ ମାଇଚିଆ ବୋଲି ଡାକିବେ।
– ତୁମେ ମାଇଚିଆ ଭଳି ହେଲେ ମାଇଚିଆ ଡାକିବେନି ? ମୁଁ ପାଲଟା ପ୍ରଶ୍ନ କଲି।
– ଆମେ କ’ଣ ଜାଣିକି ମାଇଚିଆ ଭଳି ହେଉଛୁ ! ପିଲାବେଳୁ ସେଇ ଗୁଣ ପାଇଁ ମୁଁ ବହୁତ ହଇରାଣ ହେଲିଣି। ସ୍କୁଲରେ ପଢ଼ିବା ବେଳୁ ମୋତେ ମୋ ସାଙ୍ଗ ପିଲା ମାଇଚିଆ ଡାକିଲେ। ବଡ ହେଲା ପରେ ଗାଁ ଲୋକେ ମୋତେ ମାଇଚିଆ ଡାକିଲେ। ଏମିତି ହେଲା ଯେ ଘର ଲୋକେ ମୋତେ ଘରେ ପୂରେଇ ମାଡ ମାରିଲେ। ହେଲେ ମୋ ମାଇଚିଆ ଗୁଣ ଗଲାନି।
ମୁଁ କଥା ବଦଳେଇଲି।
ପଚାରିଲି, ଏବେ କୋଉଠି ରହୁଛି ?
– ଭରତପୁର ବସ୍ତିରେ। ଅନ୍ୟ କିନ୍ନରଙ୍କ ସହ
– ଘର କଥା, ଗାଁ କଥା… ମନେ ପଡୁନି ?
– ହିଁ ମନେ ପଡ଼େ। ପଡିଲେ କ’ଣ ହେବ…?
ତପୋବନ ଛକ ହୋଇଗଲା। ଏଇଠି ଓହ୍ଲେଇ ଦିଅ। ମୁଁ ପଳେଇବି।
– ଏଠୁ କେମିତି ଯିବ ?
– କିଏ ଦେଖା ହେବ। ନ ହେଲେ ଚାଲିକି ପଳେଇବି।
– ମୁଁ ଛାଡ଼ିଦେବି କି ?
– ନା ସାର୍। ଆପଣ ଭଲ ଲୋକ ବୋଲି ମୋତେ ଭଲରେ ଆଣିଲେ। ଅନ୍ୟମାନେ ବହୁତ୍ ହଇରାଣ କରନ୍ତି।
– ମୁଁ ତୁମକୁ ଏତେ କଥା ପଚାରିଲି କିଛି ଖରାପ ଭାବିଲ କି ?
– ନା (ଟିକେ ହସିଦେଇ) ବରଂ ଭଲ ଲାଗିଲା। ମନ ହାଲୁକା ହୋଇଗଲା। ମୁଁ ଆସୁଛି ସାର୍।ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ଦଣ୍ଡ କୋହଳ କଲେ ଅଦାଲତ

ପତ୍ନୀଙ୍କୁ ଆତ୍ମହତ୍ୟା ପାଇର୍ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବୈଜ୍ଞାନିକଙ୍କୁ ଜେଲ୍‌ ନୁହେଁ, ଗବେଷଣାକ କରିବା ପାଇଁ ନିର୍ଦ୍ଦେଶ ଦେଇଛନତି ଉତ୍ତରାଖଣ୍ଡ ହାଇକୋର୍ଟ
ଅଦାଲତଙ୍କ ପକ୍ଷରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷର ଜେଲ୍‌ଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଖଡ଼ଗପୁରରୁ ପିଏଚ୍‌ଡି କରିଥିବା ଆକାଶ ଯାଦବଙ୍କୁ ବିଚାରପତି ରବୀନ୍ଦ୍ର ମୈଥାନିଙ୍କ ଏକକ ଖଣ୍ଡପୀଠ କହିଛନ୍ତି ଯେ ବୃହତ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବୈଜ୍ଞାନିକଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ ରଖାଯାଇଛି।
ଅଦାଲତଙ୍କ କହିବାନୁଯାୟୀ ବୈଜ୍ଞାନିକ ଆକାଶ ଯାଦବ ଟିକାର ଗବେଷଣା ଏବଂ ବିକାଶରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ ହେବା ଯୋଗୁଁ ତାଙ୍କର କାମ ବନ୍ଦ ହୋଇଯାଇଛି। ତାଙ୍କ ଗବେଷଣା ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି।
ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଆକାଶ ଯାଦବଙ୍କୁ ଯୌତୁକ ନିରୋଧ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଥିଲା। ଉଧମ ସିଂହ ନଗର ଜିଲ୍ଲାର ରୁଦ୍ରପୁରର ଏକ କୋର୍ଟ ତାଙ୍କୁ ଯୌତୁକ ଅଭିଯୋଗରୁ ମୁକ୍ତ କରିଥିଲେ। କିନ୍ତୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତି ବିରୁଦ୍ଧରେ ଆକାଶ ଯାଦବ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ପୂର୍ବରୁ, କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କ ଆବେଦନ ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ମଧ୍ୟ ରଖିଥିଲେ। ଯାଦବ ମଧ୍ୟ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ତାଙ୍କ ପାଇଁ ଟିକା ବିକାଶର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ଆବଶ୍ୟକ ବୋଲି ଅଦାଲତ ଉଲ୍ଳେଖ କରିଛନ୍ତି।
କୋର୍ଟ କହିଛନ୍ତି ଯେ ଆବେଦନର ଚୂଡ଼ାନ୍ତ ଶୁଣାଣି ନ ହେବା ପର୍ଯ୍ୟନ୍ତ ଦଣ୍ଡାଦେଶ କାର୍ଯ୍ୟକାରୀ ସ୍ଥଗିତ ରହିବ। ଆକାଶ ଯାଦବ ବାୟୋଟେକ୍ନୋଲୋଜିରେ ପିଏଚଡି ଏବଂ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ଗତ ତିନିବର୍ଷ ଧରି, ସେ ପ୍ରମୁଖ ଟିକା ନିର୍ମାତା ଇଣ୍ଡିଆନ୍‌ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଏବେ ଜନସ୍ୱାସ୍ଥ୍ୟ ଏବଂ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ଟିକା ଗବେଷଣା ଏବଂ ବିକାଶରେ ସିଧାସଳଖ ଜଡିତ ଅଛନ୍ତି।