ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ଯେଉଁ ଦଳରୁ ସାଂସଦ ହୋଇ କ୍ଷମତାକୁ ଆସିଥିଲେ ଅସୁବିଧା ବେଳେସେହି ଦଳ ଶେଷରେ ହାତ ଛାଡ଼ିଦେଲେ। ଏମିତି ହୋଇଛି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦିନେଶ ଶର୍ମାଙ୍କ କ୍ଷେତ୍ରରେ।
ସିଜେଆଇଙ୍କ ବିରୋଧରେ ଏହି ଦୁଇ ସାଂସଦ ଦେଇଥିବା ମନ୍ତବ୍ୟକୁ ନେଇ ଦଳ ସେମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି।
ପ୍ରକାଶ ଥାଉ କି ଦେଶରେ ଯେତେ ବି ଅରାଜକତା ବଢୁଛି ସେଥିପାଇଁ ସିଜେଆଇ ଦାୟୀ ବୋଲି ସାଂସଦ ନିଶିକାନ୍ତ ମନ୍ତବ୍ୟ ଦେଇଥିଲେ। ଏହା ସେମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏକ୍ସ ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ଏହା ସେମାନଙ୍କ ବ୍ୟକ୍ତିଗତ ମତ ଓ ଏହାକୁ ଦଳ ସମର୍ଥନ କରେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଏମିତି କି ଦିନେଶ ଓ ଦୂବେ ଦେଇଥିବା ମନ୍ତବ୍ୟ ସହ ଦଳର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ବିଜେପି ବିଚାର ବିଭାଗ ଉପରେ ବିଶ୍ୱାସ କରେ ଓ କୌଣସି ନେତା ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ ଦୁଇ ସାଂସଦଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବିଜେପି ନିଜର ଦୋଷ ଘୋଡାଇବାକୁ ପାଇଁ ଚେଷ୍ଟା କରୁଛି। ଦେଶର ନ୍ୟାୟପାଳିକା ପ୍ରତି ବିଜେପି ସାଂସଦମାନେ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ଦଳ ସେମାନଙ୍କୁ ନିଲମ୍ବନ କରିବା ଜରୁରୀ ବୋଲି କଂଗ୍ରେସ ଦାବି କରିଛି।

ନିକଟରେ ବିହାର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭରତୀୟ ଜନତା ପାର୍ଟି (ବିଜେପି) ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେଉଛି ବିହାର। ଗତକାଲି ବିହାରର ବରିଷ୍ଠ କର୍ମକର୍ତ୍ତାଙ୍କୁ ଗୁରୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ନୂତନ ଦାୟିତ୍ୱ ପାଇଁ ହଠାତ୍‌ ୪ ଜଣ ଜିଲ୍ଲାସ୍ତରୀୟ ନେତା ଆଜି ଇସ୍ତଫା ଦେବା ଘଟଣା ଅନ୍ୟମାନଙ୍କୁ ବିସ୍ମିତ କରିଛି
ଦଳରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ ଗୌରବ ଶାଣ୍ଡିଲ, ନନ୍ଦକିଶୋର ଚୌରାସିଆ, ପ୍ରମୋଦ ଚନ୍ଦ୍ରବଂଶୀ ଏବଂ ଅନ୍ନପୂର୍ଣ୍ଣା କପୁର। ପ୍ରକାଶିତ ତାଲିକା ଅନୁଯାୟୀ ଗୌରବ ଶାଣ୍ଡିଲଙ୍କୁ ଜିଲ୍ଲା ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ନନ୍ଦକିଶୋର ଚୌରାସିଆଙ୍କୁ ମିଡିଆ ପ୍ରଭାରୀ କରାଯାଇଥିଲା ବେଳେ ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ଜିଲ୍ଲା ଉପାଧ୍ୟକ୍ଷ କରାଯାଇଥିଲା। ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା କପୁରଙ୍କୁ ମନ୍ତ୍ରୀ ପଦ ଦିଆଯାଇଥିଲେ ମଧ୍ୟ ସେମାନେ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।
ଯାହା ଦଳର ଅନ୍ୟ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଇସ୍ତଫା ପଛରେ ବିଜେପିର ପଦାଧିକାରୀ ତାଲିକା ପ୍ରକାଶରେ ଅସନ୍ତୋଷ ବୋଲି କୁହାଯାଉଛି। ତେବେ ଏହା ନିହାତି ପକ୍ଷେ ବିହାର ବିଜେପି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଇସ୍ତଫା ଦେଇଥିବା ଗୌରବ ଶାଣ୍ଡିଲ କହିଛନ୍ତି, ସେ ରାଜୌଲି ବ୍ଲକ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ପ୍ରକାଶିତ ତାଲିକାରେ ତାଙ୍କୁ ବାଦ୍‌ ଦିଆଯାଇଛି। ସେଥିପାଇଁ ସେ ତାଙ୍କ ପଦବୀରୁ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି, ସେ ରାଜ୍ୟ ସଭାପତିଙ୍କୁ ଭେଟିବେ ଏବଂ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ। ସେ ଏହା ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟାରେ ତାଙ୍କର ସମସ୍ତ ସମର୍ଥକମାନେ ମଧ୍ୟ ଏକାଠି ଇସ୍ତଫା ଦେବେ।
ଦିଲ୍ଲୀ ଦଖଲ ପରେ ଏବେ ବିହାର ଉପରେ ନଜର ପକାଇଲାଣି ବିଜେପି। ଏଥିପାଇଁ ଖସଡ଼ା ପ୍ରସ୍ତୁତ ଆରମ୍ଭ କରିଛି ବିଜେପି। ଦଳୀୟ ଅଧ୍ୟକ୍ଷ ଜେ.ପି. ନଡ଼ା ବିହାର ଗ୍ରସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି
ଯଦିବା ଗତ ୨ ମାସ ହେଲାଣି ଚର୍ଚ୍ଚା ହେଉଛି କି, ନିତିଶ କୁମାର ଏନଡିଏ ମେଣ୍ଟ ଛାଡି ଇଣ୍ଡିଆ ମେଣ୍ଟରେ ଯୋଗ ଦେବେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କ କଥା ହୋଇନଥିଲେ। ଅପରପକ୍ଷେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ବରେ ସେ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ଏପରିସ୍ଥଳେ ହଠାତ୍‌ ନଡ଼ା ଆସି ନିତିଶଙ୍କ ସହ ଆଲୋଚନା କରିବା ଭିନ୍ନ କଥା ସୂଚୀତ କରୁଛି। କେବଳ ସେତିକି ନୁହେଁ ସୋମବାର ପ୍ରଧାନମନ୍ତ୍ରୀ ବିହାର ଯାଇ ସେଠାରୁ ପିଏମ୍‌ କିଷାନ ନିଧି ଯୋଜନାରେ ଟଙ୍କା ପଠାଇବା ଘଟଣା ଆଲୋଚନାକୁ ଜୋର୍‌ କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର ଫୋକସରେ ଏବେ ବିହାର ରହିଛି। ଏବେ କେତେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିହାର ଗସ୍ତରେ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅଧ୍ୟକ୍ଷ ଜେପି ନଡ଼ା ନିତିଶଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ଆଗୁଆ ନିର୍ବାଚନ ହେବା ପାଇଁ ନିତିଶ ସରକାର ପ୍ରସ୍ତୁତ ହେଉଛନ୍ତି। କାରଣ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ହୋଇଥିବା ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ସହିତ ବଜେଟରେ ବିହାରକୁ ଫୋକସରେ ରଖିଥିଲେ କେନ୍ଦ୍ର ସରକାର। ଖାଲି ଏତିକି ନୁହେଁ ବିହାର ପାଇଁ ଅନେକ ଯୋଜନା ମଧ୍ୟ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

ଦିଲ୍ଲୀରେ ନୂଆ ସରକାର। ରେଖା ଗୁପ୍ତାଙ୍କ ନେତୃତ୍ବରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପିର ୬ ବିଧାୟକ। ସେମାନଙ୍କ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି, ପରବେଶ ବର୍ମା, ଆଶିଷ ସୁଦ୍, ରବୀନ୍ଦ୍ର ଇନ୍ଦ୍ରାଜ୍ ସିଂ କପିଲ ମିଶ୍ର, ମଜିନ୍ଦର୍ ସିଂ ସିର୍ଶା, ପଙ୍କଜ କୁମାର ସିଂ। ପରବେଶ ଓ ଆଶିଷ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇଛନ୍ତି ରେଖା।
ଗୁରୁବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ଉପ ରାଜ୍ୟପାଳ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଶପଥ ଗ୍ରହଣ ଅବସରରେ ମହିଳା ସମୃଦ୍ଧି ଯୋଜନାରେ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ଅଢେଇ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଘୋଷଣା କରିଛନ୍ତି।
ଅପରପକ୍ଷେ ନିର୍ବାଚନ ପରେ ଦିଲ୍ଲୀରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି।

ଭୁବନେଶ୍ୱର, ୨୭/୧୨(ଓଡ଼ିଶା ଜାଗରଣ) : ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଶ୍ରୀ ଆହୁଜାଙ୍କୁ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାକୁ ବୃଦ୍ଧି କରାଯାଇ ୨୦୨୬ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟ ଶାସନ ସଚିବ ପଦରେ ରହିବେ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଜୁନ ୩୦ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ରୀୟ ଦେପୁଟେଶନରେ ଥିବା ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଉପସ୍ଥାପିତ କରାଯାଇଥିଲା।
ସେ ଯୋଗ ଦେବା ପରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ସେ ବଡ଼ ଭୂମିକା ନିଭାଇଛନ୍ତି। ଏ ଭିତରେ ରାଜ୍ୟରେ ପ୍ରଥମଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁଯାଉଛି।