ଆଇଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୪୯ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି
ନିକଟରେ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଚଞ୍ଚଲ ରାଣାଙ୍କୁ ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି)ରେ କମିସନର ପଦବିରେ ନିଯୁକ୍ତି ଦିଆଯାଇଛି। ସେହିଭଳି ବରିଷ୍ଠ ଆଇଏଏସ୍‌ ଅଧିକାରୀ ରୁପା ରୋଶନ ସାହୁଙ୍କ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ ହାତରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ୱ ମିଳିଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଭାବେ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଥିବା ବେଳେ ହେମନ୍ତ ଶର୍ମାଙ୍କୁ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।
କ୍ରୀଡା ଓ ଯୁବ ସେବା ବ୍ୟାପାର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି ହୋଇଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ମିଳିଛି। ବିଜୟ କୁମାର ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।
ସେହିଭଳି ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆଶିଷ ଈଶ୍ୱର ପାଟିଲ୍‌ଙ୍କୁ ଢେଙ୍କାନାଳ, କୀର୍ତ୍ତି ଭାସନଙ୍କୁ ଗଞ୍ଜାମ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ୍‌, ବେଦଭୂଷଣଙ୍କୁ କନ୍ଧମାଳ, ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା, କୁଲକର୍ଣ୍ଣି ଆଶୁତୋଷ ସିଂହଙ୍କୁ ରାୟଗଡ଼ା, ମଧୁସ୍ମିତାଙ୍କୁ ଗଜପତି, ଚୌହାନ କୁନାଲ୍‌ ମୋତିରାମଙ୍କୁ ଝାରସୁଗୁଡ଼ା ଓ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଓ ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
ଖୋଦ ରାଜଧାନୀରେ ଅପମିଶ୍ରିତ ବିଷାକ୍ତ ମଦ ମୃତ୍ୟୁ ଭଳି ଜଘନ୍ୟ ଅଭିଯୋଗ ଆସିଛି। ଏହା ପୁଣି ରାଜଧାନୀର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ପୁରୁଣା ଷ୍ଟେସନ ବଜାର ଛକ ଅଞ୍ଚଳରେ। ଏଭଳି ସାଂଘାତିକ ଅଭିଯୋଗରେ ପରେ ଅବକାରୀ ବିଭାଗ ଚଢ଼ଉ କରି ମଦ ଦୋକାନକୁ ସିଲ୍‌ କରିଛି।
ଖବର ନେବାରୁ ଜଣାପଡ଼ିଛି ଯେ, କଟକ-ପୁରୀ ରୋଡ୍‌ର ଷ୍ଟେସନ ବଜାର ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରି ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଏଠାରେ ଆଇନକୁ ଉଲ୍ଲଘଂନ କରି କାରବାର ଚାଲିଥିବା କୁହାଯାଉଛି। କିନ୍ତୁ ଅବକାରୀ ବିଭାଗ ଏବଂ ପୁଲିସର ନିଷ୍କ୍ରିୟତା ପାଇଁ ତାକୁ ବାରମ୍ବାର ଚାପି ଦିଆଯାଉଥିଲା।
୪ ଦିନ ଜଣେ ଏଠାରୁ ମଦ ନେଇ ପିଇବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ।
ଅପମିଶ୍ରିତ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ କରି ସ୍ଥାନୀୟ ଲୋକେ ମଦ ଦୋକାନ ଆଗରେ ହୋ ହଲ୍ଲା ଆରମ୍ଭ କରିଥିଲେ। ଉତ୍ତେଜନା ଲାଗି ରହିବା ପରେ ଖବର ପାଇ ପୁଲିସ ଏବଂ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ମଦ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଛନ୍ତି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଅପରପକ୍ଷେ ଏବେ ବି ମଦ ଦୋକାନ ନିକଟରେ ଉତ୍ତେଜନା ଜାରି ରହିଛି।
ପ୍ରକାଶ ଥାଉ କି ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ଅଧିକାଂଶ ମଦ ଦୋକାନରେ ଅପମିଶ୍ରିତ ମଦ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏମିତି କି ଏସବୁ ଅଞ୍ଚଳରେ ଅତି ନିମ୍ନମାନର ଏବଂ ଅପମିଶ୍ରିତମଦ ବିକ୍ରି ହୋଇ ଆସୁଥିଲା।
ଏକ ନିର୍ଦ୍ଦିଷ୍ଟ ସମୟରେ ମଦ ବିକ୍ରି ହେବାର ନିୟମ ରହିଥିବା ବେଳେ ଦୋକାନୀମାନେ ଏହି ନିୟମକୁ ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି କରୁଥିଲେ। ସେହିଭଳି ଗୋଟିଏ ଜାଗାରେ ଡ୍ୟାନ୍ସବାର୍‌ ସହ ମଦ ରହିପାରିବ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଥିଲେ ମଧ୍ୟ ଅନେକ ଡ୍ରାନ୍ସ ବାର୍‌ରେ ଅବାଧମଦ ବିକ୍ରି ଚାଲିଛି।

ଆଦିବାସୀଙ୍କୁ ଅସମୟରେ ସହାୟତା ବାହାନାରେ ଆଉ ବଡ଼ବଡ଼ିଆ ଠକିପାରିବେ ନାହିଁ କି ତାଙ୍କ ଜମି ହଡ଼ପ କରିପାରିବେ ନାହିଁ। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏହି ନିୟମ ଅନୁଯାୟୀ ଅର୍ଥର ଆବଶ୍ୟକ ପଡ଼ିଲେ ଆଦିବାସୀମାନେ ଚାହିଁଲେ ସରକାରଙ୍କୁ ଜମି ବିକ୍ରି କରିପାରିବେ।
ଏଥିପାଇଁ ସରକାର ଖୁବଶୀଘ୍ର ଏକ କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରିଛି।
ଏହି କମିଟିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗରର ପ୍ରମୁଖ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ। ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ।
ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଗୃହ କମିଟି, ବିଧାୟକମାନଙ୍କର ପରାମର୍ଶ ମଧ୍ୟ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।
ମନ୍ତରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେକୌଣସି ସମୟରେ ଚାହିଁଲେ ଜଣେ ଆଦିବାସୀ ଜମି ବିକ୍ରି କରିପାରିବ ନାହିଁ। ବିଶେଷକରି ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚ଼ଶିକ୍ଷା ପାଇଁ କେବଳ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ। ସରକାର ଉକ୍ତ ଜମିକୁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ।
ଏହି ସମୟ ମଧ୍ୟରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି ପୂର୍ବ ନିର୍ଦ୍ଧାରିତ ଅର୍ଥ ପଇଠ କରି ଫେରସ୍ତ ନେଇପାରିବେ। ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କ ପାଇଁ ହିଁ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସାଧାରଣରେ ଲୋକେ ନିର୍ଯାତିତ ହେଲେ ଲୋକେ ପୁଲିସ ଦ୍ୱାରସ୍ତ ହୋଇଥାନ୍ତି। କିନ୍ତୁ ଯଦି ଖୋଦ ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିର୍ଯାତିତ ହେବେ ତେବେ ସେ କାହା ଶରଣ ପଶିବେ! ଏ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ। ତେବେ ଏଭଳି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ
ବାଲେଶ୍ୱର ଏସପିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ଏସ୍‌ପି ତାଙ୍କ ଉପରେ ଏକାଧିକ ଦାୟିତ୍ୱ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଆଗରେ ତାଙ୍କୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ଏସ୍‌ଡିପିଓ। ବାଲେଶ୍ୱର ହେଡକ୍ୱାର୍ଟର୍ସରେ ଡିଏସପି ଦାୟିତ୍ୱ ତୁଲାଉଥିଲାବେଳେ ପୁଣି ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ତୁଲାଉଛନ୍ତି। ବୟସ ତାଙ୍କର ୫୮ ବର୍ଷ ହେଲାଣି, ତାଙ୍କ ଘର କନ୍ଧମାଳ ଜିଲ୍ଲାରେ।
ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସଡିପିଓ ଦାୟିତ୍ୱ ପ୍ରତ୍ୟାହାର କରି ନିଆ ନ ଯାଏ ତାହାହେଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ଏକ ପକ୍ଷରେ ପୁଲିସ ଅନ୍ୟକୁ ସୁରକ୍ଷା ଦେଉଥିବା ବେଳେ ଜଣେ ପୁଲିସ ଅଧିକାରୀ ଜୀବନ ହାରିବା ଭଳି ନିଷ୍ପତ୍ତି ନେବା ଭଳି ଅପ୍ରିତିକର ପରିସ୍ଥିତିକୁ ନେଇ ଉଠିଛଇ ପ୍ରଶ୍ନ।
ଜିଲ୍ଲାପାଳଙ୍କ ବ୍ୟବହାର ମଧ୍ୟ ତାଙ୍କୁ ଅତିଷ୍ଠ କରୁଛି। ତେଣୁ ମାନସିକ ସ୍ଥିତି ଭଲ ନାହିଁ ବୋଲି ଚିଠିରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କୁ ଜଣାଇଛନ୍ତି।
ବୁଧବାର ଏସଡିପିଓ ଶ୍ରୀ ପ୍ରଧାନ ଜଳେଶ୍ୱର ଥାନାରେ ଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ଜଳେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୂର୍ବାଞ୍ଚଳ ଡ଼ିଆଇଜି ତାଙ୍କୁ ହସପିଟାଲରେ ଦେଖା କରିଛନ୍ତି। ହସ୍ପିଟାଲରେ ତାଙ୍କ ବୟାନ ମଧ୍ୟ ଡିଆଇଜି ନେଇଛନ୍ତି। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନ୍ୟରାଜ୍ୟ ତୁଳନାରେ ଯଦିବା ଓଡ଼ିଶାରେ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଆଶାଜନକ ବିକାଶ ହୋଇନାହିଁ ତେବେ ଗତବର୍ଷ ଅର୍ଥାତ୍‌ ୨୦୨୪ ମସିହାରେ ଓଡ଼ିଶାକୁ ମୋଟ କୋଟିଏରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।
ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ, ରାଜ୍ୟକୁ ୧ କୋଟି ୪ ହଜାର ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ହଜାର ୩୫୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଣାର୍କ, ପୁରୀ ଏବଂ ଚିଲିକାକୁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।
ପହଲଗାମରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ପରେ ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଟୁରିଷ୍ଟ ପୁଲିସ ସେଲ୍‌କୁ ଆହୁରି ସୁଦୃଢ଼ କରିବା ସହ ପର୍ଯ୍ୟଟକ ସୁରକ୍ଷାକୁ ସୁନିଶ୍ଚିତ ଲାଗି ବନ୍ଦୋବସ୍ତ ହୋଇଛି।
ପର୍ଯ୍ୟଟନସ୍ଥଳଗୁଡ଼ିକର ସୁରକ୍ଷା ଦିଗରେ ରାଜ୍ୟରେ ୮ଟି ଟୁରିଷ୍ଟ ପୁଲିସ ସେଲ୍‌ କାର୍ଯ୍ୟ କରୁଛି। ଭୁବନେଶ୍ୱରରେ ଲିଙ୍ଗରାଜ, ଧଉଳି ଓ ନନ୍ଦନକାନନ ଥାନା, ପୁରୀର ସମୁଦ୍ରକୂଳ ଥାନା, କଓ ବ୍ରହ୍ମଗିରି ଥାନା, ଗୋପାଳପୁର ଓ ଚାନ୍ଦିପୁର ଥାନାରେ ଟୁରିଷ୍ଟ ପୁଲିସ ସେଲ୍‌ କାର୍ଯ୍ୟକ୍ଷମ ହେଉଛି।
ସେଠାରେ ଟୁରିଷ୍ଟ ପୁଲିସ ସଂଖ୍ୟା ବଢ଼ାଇବା, ପର୍ଯ୍ୟପ୍ତ ସିସିଟିଭି ଓ ଅତ୍ୟାଧୁନିକ ଉପକରଣ ପରିଚାଳନା କରିବାକୁ ଗୁରୁତ୍ୱ ଦିଆଯାଉଛି। ପହଲଗାମ୍‌ ହାମ୍‌ଲା ପରେ ଏହି ସବୁ ପର୍ଯ୍ୟଟନସ୍ଥଳୀଗୁଡିକରେ ଟୁରିଷ୍ଟ ପୁଲିସଙ୍କ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ ଦିଗୁଣା କରାଯାଇଛି।
ପର୍ଯ୍ୟଟକ ଓ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଲାଗି ସିସିଟିଭି ସର୍ଭିଲାନ୍ସକୁ ବଢ଼ାଇ ଦିଆଯାଇଛି। ସେଠାରେ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇ ଟୁରିଷ୍ଟ ପୁଲିସ ସେଲ୍‌କୁ ସୁଦୃଢ଼ କରାଯାଇଛି। ସେଠାରେ ଅତ୍ୟାଧୁନିକ ଉପକରଣ ଜରିଆରେ ସମସ୍ତଙ୍କ ଉପରେ ନଜର ରଖିବା ସହ ଜରୁରୀକାଳିନ ପରିସ୍ଥିତିକୁ ସାମ୍‌ନା କରିବାକୁ ସମ୍ପୃକ୍ତ ସେଲ୍‌କୁ ବ୍ୟବସ୍ଥିତ କରାଯାଇଛି।

ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା ପରେ ଭାରତରେ ଥିବା ସମସ୍ତ ପାକିସ୍ଥାନୀ ଦେଶ ଛାଡ଼ିବା ପାଇଁ ନୋଟିସ ଜାରି କରାଯାଇଛି। ଏଭଳି ସ୍ଥିତିରେ ଭୁବନେଶ୍ବରରେ ୧୨ ଜଣ ପାକିସ୍ଥାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଡ଼ୁଆ ହୋଇଛି ଓଡ଼ିଆ ଯୁବକଙ୍କୁ ବିବାହ କରି ଭୁବନେଶ୍ବରରେ ରହୁଥିବା ଜଣେ ମହିଳାଙ୍କୁ ନେଇ

ମହିଳା ଜଣଙ୍କ ୨୦୦୮ ମସିହାରୁ ଭାରତୀୟ ଭିସା ପାଇ ଭୁବନେଶ୍ବରରେ ରହି ଆସୁଛନ୍ତି। ଦୀର୍ଘମିଆଦୀ ଭିସାରେ ରହି ଆସୁଥିବା ଏହି ମହିଳା ଜଣଙ୍କ ଭିସା ଅବଧି ୨୦୨୪ ମସିହାରେ ଶେଷ ହୋଇଯାଇଛି। ସେ ଏଠାରେ ବିବାହ ପରେ ସନ୍ତାନର ମାଆ ହୋଇଥିଲେ। ତେବେ ତାଙ୍କ ସନ୍ତାନ ଏବେ କାହା ପାଖରେ ରହିବ ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ କମିଶନରେଟ ପୁଲିସ ପକ୍ଷରୁ ନୋଟିସ ପାଇବା ପରେ ତାଙ୍କ ପାଇଁ ଚିନ୍ତା ବଢ଼ି ଯାଇଛି।

ସୂଚନାଯୋଗ୍ୟ ପହଲଗାମ ଆକ୍ରମଣ ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି, ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି। ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି ଓ ତଟରକ୍ଷୀ ବାହିନୀ ପୂରା ତତ୍ପର ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ବାଂଲା ଅନୁପ୍ରବେଶକାରୀମାନେ ଓଡ଼ିଶା ପାଇଁ ଅଧିକ ବିପଦ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସମୁଦ୍ରପଥ ଦେଇ ଓଡ଼ିଶାରେ ପ୍ରବେଶ କରୁଛନ୍ତି ଓ ଆତଙ୍କବାଦୀଙ୍କ ସ୍ଲିପର ସେଲ୍‌ ପରି କାମ କରୁଛନ୍ତି। ଗାଡ଼ିଚାଳକ, ଅନ୍‌ଲାଇନ୍‌ ଡେଲିଭରୀ ବୟ, ନିର୍ମାଣ ଶ୍ରମିକ କାମରେ ନିଜକୁ ନିୟୋଜିତ କରୁଛନ୍ତି।

ଏ ସଂକ୍ରାନ୍ତରେ ସୂଚନା ପୁଲିସ ନିକଟରେ ପହଞ୍ଚିଛି। ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି ଯେ ଏବେ ଓଡ଼ିଶାରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ବିଦା କରାଯାଉଛି। ଆହୁରି ମଧ୍ୟ ସମୁଦ୍ର ତଟବର୍ତ୍ତୀର୍ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି। ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡ଼ିଜି କହିଛନ୍ତି।

ମାଟିରେ ମିଶିଲା ୩ ଆତଙ୍କବାଦୀଙ୍କ ଘର

ଅସହ୍ୟ ଗରମରେ ଛଟପଟ ହେଉଛନ୍ତି କି ? ଆପଣଙ୍କ ପାଇଁ ଆଶ୍ୱସ୍ତି ହେବାର ଖବର ହେଉଛି କାଲିଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ପୂର୍ବାପେକ୍ଷା ଗରମ ଓ ଗୁଳୁଗୁଳି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ। ଫଳରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜିଲ୍ଲାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବହିବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଘନ୍ତପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।

ଆସନ୍ତା ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ଏବଂ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ୱାକଫ ଆଇନର ୩ ଦିଗ ପ୍ରତି ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଫଳରେ ସରକାରୀ କର୍ମଚାରୀ ପାଉଥିବା ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ପିଛିଲା ଭାବେ ଗତଜାନୁଆରୀ ପହିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍‌ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

ପ୍ରକାଶ ଥାଉ କି ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ଏହି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ଶିଳ୍ପସଂସ୍ଥାକୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଆଇଏଏସ ଅନେକ ଅଛନ୍ତି। ତେବେ ଓଡ଼ିଆ ମହିଳା ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନ କେବେ କେମିତି ଓ କାହିଁକି ଚର୍ଚ୍ଚାର ପରିସରକୁ ଆସିଲେ ଆସନ୍ତୁ ଜାଣିବା
ନିକଟରେ ସେବାରୁ ଅବସର ନେଇଥିବା ମଡମ୍ ସୁଜାତା ଆଇଏଏସ୍ ଏକାଡେମୀରୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜନୀତି ବିଜ୍ଞାନରେ ଲେଡି ଶ୍ରୀରାମ କଲେଜ ଟପର ଥିଲେ ସେ। ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ରାଜନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ ମଡମ୍ ସୁଜାତା ତାଙ୍କ ଜୀବନକୁ ପରିବର୍ତ୍ତନକାରୀ ଶାସନ, ବିଶେଷକରି ମହିଳା ଏବଂ ଅବହେଳିତ ବର୍ଗଙ୍କ ପାଇଁ ସେବାରେ ବିତାଇଥିଲେ।

ଏକଦା ନକ୍ସଲ ବିଦ୍ରୋହ ପ୍ରଭାବିତ ଜିଲ୍ଲା ସୁନ୍ଦରଗଡ଼ର ଜିଲ୍ଲାପାଳ ଥିଲେ ସେ। ସେ ସମୟରେ ତାଙ୍କର ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ୨୦୦୫ ମସିହାରେ, ସେ ବ୍ୟାଙ୍କ ପ୍ରାୟୋଜକ ମାଧ୍ୟମରେ ହାଇସ୍କୁଲର ଝିଅମାନଙ୍କୁ ସାଇକେଲ ପ୍ରଦାନ କରିବା ପାଇଁ ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଥିଲେ। ଯେତେବେଳେ ପରିବହନର ଦୁର୍ବଳତା ଏବଂ ସୁରକ୍ଷା ସମସ୍ୟା ଯୋଗୁଁ ଅନେକ ଝିଅ ସ୍କୁଲ ଛାଡିବାକୁ ପଡ଼ିଥିଲା, ସେତେବେଳେ ଏହି ପ୍ରାଥମିକ ହସ୍ତକ୍ଷେପ – ସଶକ୍ତୀକରଣର ପ୍ରତୀକ ଭାବରେ ଗତିଶୀଳତା ଉପରେ ତାଙ୍କର ଦୃଢ଼ ବିଶ୍ୱାସର ଜଣା ପଡୁଥିଲା। ସେ ହଜାର ହଜାର କିଶୋରୀ ଝିଅଙ୍କୁ ସ୍କୁଲରେ ନାମ ଲେଖାଇ ରଖିବାରେ ସାହାଯ୍ୟ କରିଥିଲା।

ସୁନ୍ଦରଗଡ଼ରେ କ୍ରୀଡାକୁ ଲୋକପ୍ରିୟ କରିବାରେ ତାଙ୍କର ପଦକ୍ଷେପ ଯୋଗୁଁ କାର୍ତ୍ତିକେୟଙ୍କୁ ଫୁଟବଲ୍ ସଂଗ୍ରହକାରୀ ଭାବରେ ମଧ୍ୟ ସମ୍ବୋଧିତ କରାଯାଉଥିଲା, ସେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦୂର ଗାଁଗୁଡ଼ିକରେ ପିଲାମାନଙ୍କୁ ପ୍ରାୟତଃ ଫୁଟବଲ୍ ଏବଂ ହକି ଉପକରଣ ଦେଉଥିଲେ। ସେ ବିଶ୍ୱାସ କରୁଥିଲେ ଯେ କ୍ରୀଡାକୁ ନକ୍ସଲ ପ୍ରଭାବ ଏବଂ ନିଶା ନିଶାରୁ ଯୁବକମାନଙ୍କୁ ଦୂରେଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଜିଲ୍ଲାରେ ମହିଳା ହକି ଖେଳାଳିମାନଙ୍କ ପାଇଁ ଛାତ୍ରାବାସ ଏବଂ ଆଷ୍ଟ୍ରୋ-ଟର୍ଫ ପିଚ୍ ନିର୍ମାଣ ହୋଇଥିଲା, ଯାହା ସୁନ୍ଦରଗଡ଼କୁ ଭାରତୀୟ ହକି ପାୱାରହାଉସର ଏକ କେନ୍ଦ୍ର ଭାବରେ ସୁଦୃଢ଼ ​​କରିଥିଲା।୨୦୦୬ ମସିହାରେ, କାର୍ତ୍ତିକେୟନ ସୁନ୍ଦରଗଡ଼ ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଣ୍ଡା ଯୋଡ଼ି ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଥିଲେ।

ସମାଜ କଲ୍ୟାଣ ନିର୍ଦ୍ଦେଶକ ପଦବୀରେ ଯୋଗଦେବା ପୂର୍ବରୁ କାର୍ତ୍ତିକେୟନ୍ କଟକର ପ୍ରଥମ ମହିଳା କଲେକ୍ଟର ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରସୂତି ମହିଳାଙ୍କ ପାଇଁ ମମତା ଯୋଜନା ଆରମ୍ଭ ହୋଇଥିଲା।

ତାଙ୍କ ଯୋଗୁ ଓଡ଼ିଶାର ପ୍ରମୁଖ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ମିଶନ ଶକ୍ତି ପ୍ରେରଣାଦାୟକ ଶକ୍ତି ଭାବରେ କାର୍ଯ୍ୟ କରିଥିଲା। ତାଙ୍କ ମାର୍ଗଦର୍ଶନରେ, ଏହି କାର୍ଯ୍ୟକ୍ରମ ୭୦ ଲକ୍ଷ ମହିଳାଙ୍କୁ କଭର କରିବାରେ ସଫଳ ହୋଇଥିଲା।ମହିଳା ଉଦ୍ୟୋଗୀଙ୍କୁ ଆହୁରି ବୃଦ୍ଧି କରିବା ପାଇଁ, ଏହି କାର୍ଯ୍ୟକ୍ରମ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ୍ୟ ସୁଧ ଋଣ ଆରମ୍ଭ କରିଥିଲା।

କାର୍ତ୍ତିକେୟନ ଏକ ମଡେଲ ମଧ୍ୟ ଆରମ୍ଭ କରିଥିଲେ ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗୁଡ଼ିକୁ ସରକାରୀ ଯୋଜନାରେ ଆନୁଷ୍ଠାନିକ ଭାବରେ ସାମିଲ କରାଯାଇଥିଲା। ଏକ ଲକ୍ଷରୁ ଅଧିକ ମହିଳା ଗୋଷ୍ଠୀ ବିଦ୍ୟୁତ୍ ବିଲ୍ ସଂଗ୍ରହ, ରାସ୍ତା ରକ୍ଷଣାବେକ୍ଷଣ, ନର୍ସରୀ ଚାଷ, ସାର୍ବଜନୀନ ଭିତ୍ତିଭୂମି ପରିଚାଳନା ଏବଂ ରାଜ୍ୟ ପରିବହନ (ଲକ୍ଷ୍ମୀ ବସ୍) ଏବଂ ମିଶନ ଶକ୍ତି କାଫେ ପରିଚାଳନା ଭଳି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକଳାପଗୁଡ଼ିକ କେବଳ ସରକାରୀ-ସମ୍ବନ୍ଧୀୟ କାର୍ଯ୍ୟକଳାପରୁ ୧୧,୦୦୦ କୋଟି ଟଙ୍କାର ବ୍ୟବସାୟ ଆଣିଥିଲା।

SHG ସଦସ୍ୟମାନଙ୍କ ପାଇଁ ପରିଚୟ ଏବଂ ଦୃଶ୍ୟମାନତା ଉପରେ ତାଙ୍କର ଗୁରୁତ୍ୱ କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିଲା – ମହିଳାମାନଙ୍କୁ ଦୁବାଇ ଏବଂ ସିଙ୍ଗାପୁରକୁ ଅଧ୍ୟୟନ ପର୍ଯ୍ୟଟନରେ ନିଆଯାଇଥିଲା, ଏବଂ ମିଶନ ଶକ୍ତି ଉତ୍ପାଦଗୁଡ଼ିକୁ ଭୌତିକ ଷ୍ଟୋର ଏବଂ ଅନଲାଇନ୍ ୱେବସାଇଟ ଉଭୟରେ ସ୍ଥାନିତ କରାଯାଇଥିଲା।

ସେ ଶେଷ ପ୍ରଶାସନିକ ପଦବୀ ଭାବରେ ପାଞ୍ଚ ମାସ ପାଇଁ ସଂସ୍କୃତି ସଚିବ ଥିଲେ, ଏହି ସମୟରେ ସେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ହଜାର ହଜାର ଓଡ଼ିଆ ବିଦ୍ୱାନ, ପ୍ରବାସୀ ଭାରତୀୟ ଏବଂ କଲେଜ ଛାତ୍ର ଯୋଗ ଦେଇଥିଲେ, ଯାହା ଏହାକୁ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ କରିଥିଲା।

ସୁନା କେଉଁଠି ଶସ୍ତାରେ ମିଳିବ, ସୁବିଧାରେ ଆଣିହେବ

ମହିଳା ମହାକାଶ ଯାତ୍ରୀଙ୍କ Zero Gravity ପାଇଁ ପ୍ରସ୍ତୁତି ଯେତେ ସମସ୍ୟା ନୁହେଁ, ତାହା ଠାରୁ ବଡ଼ ସମସ୍ୟା ହେଉଛି ମାସିକିଆ ଋତୁସ୍ରାବକୁ ନିୟନ୍ତ୍ରଣ କରିବା । ମହିଳାମାନେ ଯେ କୌଣସି ଟ୍ରାଭେଲ ପ୍ଲାନ କଲେ ପ୍ରଥମେ ଏହି ଦିଗଟି ପ୍ରତି ସଜାଗ ରହିଥାନ୍ତି ଯେମିତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେମାନେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ମହିଳା ମହାକାଶ ଯାତ୍ରୀଙ୍କ କ୍ଷେତ୍ରରେ ଅନୁରୂପ ଟ୍ରାଭେଲ ପ୍ଲାନ କରିବାକୁ ପଡିଥାଏ।

ପୂର୍ବରୁ ମହାକାଶ ଅଭିଜାନ ବେଳେ ମାସିକିଆ ଋତୁସ୍ରାବ ସୁକ୍ଷ୍ମ ଗୁରୁତ୍ବାକର୍ଷଣ (Micro Gravity )ରେ କିପରି କାର୍ଯ୍ୟ କରିବ ସେ କ୍ଷେତ୍ରରେ ଅନିଶ୍ଚିତ ଅବସ୍ଥା ଥିଲା । ସୁତରାଂ ମହାକାଶ ଅଭିଯାନ କ୍ଷେତ୍ରରେ ବୈଜ୍ଞାନିକମାନେ ଆଂଶିକ ଭାବେ ମହିଳାମାନଙ୍କୁ ଏଥିରୁ ବାଦ ଦେଉଥିଲେକା। ରଣ ସେମାନେ ଋତୁସ୍ରାବକୁ ମହାକାଶରେ କିପରି ମ୍ୟାନେଜ କରିବେ ବୈଜ୍ଞାନିକ ନିଶ୍ଚିତ ନ ଥିଲେ ।

୧୯୮୩ ରେ ଏହି ଧାରଣା ବଦଳି ଗଲା ଯେତେବେଳେ Sally Ride ପ୍ରଥମ ଆମେରିକା ମହିଳା ମହାକାଶକୁ ଗଲେ। ଯେତେବେଳେ ୬ ଦିନ ପରେ ସେ ଫେରି ଆସିଲେ ସେତେବେଳେ ସାମ୍ବାଦିକଙ୍କ ପ୍ରଥମ ପ୍ରଶ୍ନ ଥିଲା – How did you manage your periods in space .Selly Ride ଉତ୍ତର ଦେଲେ ସାଙ୍ଗରେ ସ୍ୱଚ୍ଛତା ପ୍ୟାଡ଼ ନେଇଥିଲି । Nature Partner Journal ( NPJ )Microgravity ରେ ପ୍ରକାଶିତ ଅନୁଶୀଳନ ଅନୁଯାୟୀ – Many astronauts today choose to supress their period while in space। ବୈଜ୍ଞାନିକ ଗବେଷଣା ଅନୁଯାୟୀ Microgravity କିମ୍ବା Zerogravity ରେ ଋତୁସ୍ରାବ ଘଟଣା ଓ ପୃଥିବୀ ପୃଷ୍ଠରେ ଋତୁସ୍ରାବ ଘଟଣା ମଧ୍ୟରେ କୌଣସି ମୌଳିକ ପାର୍ଥକ୍ୟ ନାହିଁ।

ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବର୍ଷା ଜୈନ କହିଛନ୍ତି Menstruation in space occurs just as it does in earth . Microgravity ରେ ଋତୁସ୍ରାବ କ୍ଷେତ୍ରରେ ସମସ୍ୟା ସୃଷ୍ଟି ଧାରଣାର କୌଣସି ଚିକିତ୍ସିୟ କାରଣ ନାହିଁ ।
ବରିଷ୍ଠ ପ୍ରସୂତି ବିଭାଗ ଡାକ୍ତର ରୀତା ବକ୍ସି କହିଛନ୍ତି ,କେତେକ ଲୋକଙ୍କ ଧାରଣା zerogravity ରେ ଋତୁସ୍ରାବ ରକ୍ତ ନିମ୍ନ ଗାମୀ ନ ହେଇ ଉର୍ଦ୍ଧ୍ବ ଗାମୀ ହେଇଥାଏ। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଓ ମହାକାଶ ଯାତ୍ରୀଙ୍କ ମହାକାଶରେ ଶରୀରର କ୍ରିୟା କଳାପ ପୃଥିବୀ ପୃଷ୍ଠର କ୍ରିୟାକଳାପ ଭଳି ହେଇଥାଏ । Microgravity Environment ଋତୁସ୍ରାବ କ୍ଷେତ୍ରରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରି ନ ଥାଏ।

ଅଧିକାଂଶ ମହିଳା ମହାକାଶ ଯାତ୍ରୀ ଋତୁସ୍ରାବକୁ କୃତ୍ରିମ ପଦ୍ଧତିରେ ରୋକିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ସ୍ୱଚ୍ଛତା କପଡ଼ା, ସାନିଟାରୀ ପ୍ୟାଡ଼ ଓ ଋତୁସ୍ରାବ କପ ନେଇ ଯାଇଥାନ୍ତି । କାରଣ ଏଗୁଡିକ କ୍ଷୁଦ୍ର ଓ ଡିସପୋଜିବଲ ।
ପ୍ରକୃତ ସମସ୍ୟା ଅନ୍ୟ ପ୍ରକାର । ମହାକାଶଯାନର Strict Weight Limit ରହିଥାଏ । ତେଣୁ ଅପ୍ରୟୋଜନ ପଦାର୍ଥ ନିଆ ଯାଏ ନାହିଁ । ପ୍ରତ୍ୟେକ ସମ୍ବଳ ଏପରି କି ପାଣିକୁ ସତର୍କତାର ସହ ବ୍ୟବହାର କରା ଯାଇଥାଏ । ସେଥିପାଇଁ ମହାକାଶ ଯାତ୍ରୀଙ୍କ ପରିସ୍ରାକୁ ପୁନଃ ବ୍ୟବହାର (Recycle) କରା ଯାଇଥାଏ । କିନ୍ତୁ ଏପର୍ଯ୍ୟନ୍ତ ଋତୁସ୍ରାବ ରକ୍ତକୁ ସହଜରେ Recycle କରି ହେବନାହିଁ ,ଯେହେତୁ ଏଥିରେ Solid Waste ରହିଛି।

କିନ୍ତୁ ବର୍ତ୍ତମାନ ମହାକାଶ ସଂସ୍ଥାମାନେ ଦୀର୍ଘ ସମୟ ଅଭିଯାନ ଚିନ୍ତା କରୁଛନ୍ତି, ଏପରି କି ମଙ୍ଗଳ ଅଭିଯାନ ବିଷୟ ଅନୁଶୀଳନ କରୁଛନ୍ତି । ତେଣୁ ଗବେଷଣା ଚାଲିଛି ମହିଳାମାନଙ୍କ ଏହି ପ୍ରାକୃତିକ ମାସିକ କ୍ରିୟାକୁ କିପରି ସହଜ ଉପାୟରେ Manage କରିହେବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ପୁରୁଷ ମହାକାଶ ଯାତ୍ରୀଙ୍କ ଭଳି ମହିଳା ମହାକାଶ ଯାତ୍ରୀ ସଫଳତାର ସହ ମହାକାଶ ଅଭିଯାନ କରି ପାରିବେ।

ଏହି ବିଷୟ ଟି ଉଲ୍ଲେଖ କରିବା ଉଦେଶ୍ୟ ହେଲା ଗତକାଲି ରାଜଧାନୀରେ ଯେପରି କଂଗ୍ରେସ କର୍ମୀଙ୍କ ଉପରକୁ ହଜାର ହଜାର ଲିଟର ପାଣି ବର୍ଷା କରା ଗଲା ଯେତେବେଳେ କି ରାଜ୍ୟରେ ଗଭୀର ଜଳ ସଙ୍କଟ ସେତେବେଳେ ସରକାର ବାହାଦୂରଙ୍କ ବୈଜ୍ଞାନିକମାନେ ଏପରି ନୂତନ ଆବିଷ୍କାର କରନ୍ତୁ ଯାହାଦ୍ୱାରା ବିକ୍ଷୋଭକାରୀଙ୍କ ନିମନ୍ତେ ଅପଚୟ ହେଉଥିବା ପାଣିକୁ ତୁରନ୍ତ Recycle କରିପାରିବେ।

Water Canon ଗୁଡ଼ିକ Make In India Project ମାଧ୍ୟମରେ ଏଭଳି ନିର୍ମାଣ କରାଯାଉ ଯାହାଦ୍ୱାରା ତୁରନ୍ତ ସେଥିରୁ ନିର୍ଗତ ପାଣି Recycle ହେଇ ପାରିବ । ଯଦି ମହାକାଶ ଯାତ୍ରୀ ନିଜର ପରିସ୍ରାକୁ Recycle କରି ମାସ ମାସ ସୀମିତ ପାଣିରେ ନିଜର କାର୍ଯ୍ୟ ସୁରୁଖୁରୁରେ ଚଳେଇ ପାରୁଛନ୍ତି, ତାହେଲେ Water Canon ପାଣିକୁ କାହିଁକି Recycle କରି ହେବ ନାହିଁ। ବିଧାନସଭାରେ ବିଧାୟକମାନେ ଏହି ପ୍ରସ୍ତାବ ଆଣନ୍ତୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଉ।
ଅଯଥା ଜଳ ନଷ୍ଟ ନ ହେଉ, ଜଳ ହିଁ ଜୀବନ !

ବିଜୟ ସାହୁ

ଦିନମଜୁରିଆ ହୋଇଗଲେ କୋଟିପତି