ବର୍ଷକରେ ଥରେ ଆସିଥାଏ ମୌସୁମୀ। ତାହା ପୁଣି ଅନେକ ଉକ୍ରଣ୍ଠା ନେଇ। ଏଥର ବି ଆସୁଛି ମୌସୁମୀ। ଆଉ ମୌସୁମୀର ହାତ ଧରି ଟାଣି ଆଣୁଛି ଲଗୁଚାପ। ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥି ପାଇଁ ଦୁଇଦିନ ଭିତରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨ ଦିନ ପ୍ରବଳ ବର୍ଷିବ। ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ। ଆଗାମୀ ୫ ଦିନ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ରାଜ୍ୟରେ ତାପମାତ୍ରା କମିଥିବା ବେଳେ ଏବେ ବି କାଳବୈଶାଖୀ ବର୍ଷା ଜାରି ରହିଛି।

ଆଗାମୀ ଦୁଇ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡ଼ିଶା ଅଗ୍ରସର ପାଇଁ ପାଗ ଅନୁକୂଳ ହୋଇପାରି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ।
ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ଲଘୁଚାପ ସୃଷ୍ଟି ହେବାର ୨ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।
ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ବାଟ ଫିଟିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ପାଗ ଅନୁକୂଳ ସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପୂର୍ବ ସୂଚନା ଦେଇଛି।
ଯଦି ଲଘୁଚାପ ହୁଏ ତାର ପ୍ରଭାବରେ ମେ ୨୭ ଓ ୨୮ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ସହ ଝଡି ପବନ ବହିବାର ଆଶାଙ୍କା ରହିଥିବା କୁହାଯାଇଛି।
ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ୩୦ରୁ ୪୦ କିମି ବେଗରେ ବହିବ ଝଟକା ପବନ।
ମୋଟ ୧୩ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି। ଆସନ୍ତାକାଲି ୧୨ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ମୟୂରଭଞ୍ଜ ରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।

ମଙ୍ଗଳବାର ଦିନ ସାଢ଼େ ୨ ଟା ସୁଦ୍ଧା ପଶ୍ଚିମ ଓଡ଼ିଶାର ୩ ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ ଛୁଇଁଛି। ଆଜି ପଶ୍ଚିମ ଓଡ଼ିଶା ତାପମାତ୍ରା ଅହେତୁକ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି।
ରାଜ୍ୟରେ ତାପମାତ୍ରା ବୃଦ୍ଧି ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୬.୮ ଡିଗ୍ରୀ ସେଲସିୟ ରହିଥିବା ବେଳେ ଦିନ ସାଢ଼େ ୨ ଟା ସୁଦ୍ଧା ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟ ରହିଥିଲା। ସେହିଭଳି ହୀରାକୁଦର ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ରାଉରକେଲାର ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୨.୨ ଡିଗ୍ରୀ ସେଲସିୟ। ସେହିଭଳି କେନ୍ଦୁଝରର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରହିଥିବା ବେଳେ
ଚାନ୍ଦବାଲି ରହିଥିଲା ୩୮ ଡିଗ୍ରୀ।ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଅପରପକ୍ଷେ ଗ୍ରୀଷ୍ମ ପ୍ରବାହ କାରଣରୁ ଏଯାଏଁ ୫୦ ଜଣ ଅସୁସ୍ଥ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି।

୪ ବର୍ଷରେ ସର୍ବନିମ୍ନ ସ୍ତରରେ କଞ୍ଚାତେଲ ଦର

ଅସହ୍ୟ ଗରମରେ ଛଟପଟ ହେଉଛନ୍ତି କି ? ଆପଣଙ୍କ ପାଇଁ ଆଶ୍ୱସ୍ତି ହେବାର ଖବର ହେଉଛି କାଲିଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ପୂର୍ବାପେକ୍ଷା ଗରମ ଓ ଗୁଳୁଗୁଳି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ। ଫଳରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜିଲ୍ଲାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବହିବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଘନ୍ତପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।

ଆସନ୍ତା ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ଏବଂ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ୱାକଫ ଆଇନର ୩ ଦିଗ ପ୍ରତି ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ମାର୍ଚ୍ଚ ମାସ ଆରମ୍ଭରୁ ଜଳୁଛି ଓଡ଼ିଶା। ଟିଟିଲାଗଡ଼ର ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ପ୍ରମୁଖ ସହରର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଆଜି ବି ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିଭଳି ଝାରସୁଗୁଡାର ତାପମାତ୍ରା ୩୮.୨ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରର ତାପମାତ୍ରା ୩୮.୬ ଡିଗ୍ରୀ, ସୋନପୁର ଓ ଅନୁଗୁଳର ତାପମାତ୍ରା ୩୭.୭ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ସମ୍ବଲପୁର ସହରର ତାପମାତ୍ରା ୩୭.୬ ଡିଗ୍ରୀ, ସୁନ୍ଦରଗଡ଼ର ତାପମାତ୍ରା ୩୭.୫ ଡିଗ୍ରୀ, ଭବାନୀପାଟଣାର ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି ଏବଂ ହୀରାକୁଦ ୩୭.୧ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୩୭ ଡିଗ୍ରୀ ଓ ବାରିପଦା ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତର୍ଷ ଫେବୃଆରି ମାସର ତାପମାତ୍ରା ୧୫୨ ବର୍ଷରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି। ତେବେ ଏବର୍ଷ ମାର୍ଚ୍ଚ ମାସରେ ତାପମାତ୍ରା ଅନ୍ୟ ବର୍ଷ ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ମେ ମାସରେ ତାପମାତ୍ରା ୫୦ ଡିଗ୍ରୀ ତପିପାରେ ବୋଲି କୁହାଯାଉଛି।

ଶୀତ ଯିବାର କିଛିଦିନ ପରେ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ହ୍ରାସ ପାଇଛି। ଗୁରୁବାର ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରୀ ରହିଥିଲା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ବରାତିରେ ଅର୍ଥାତ୍ ବୁଧବାର ରାତିରେ ଭୁବନେଶ୍ୱର ତାପମାତ୍ରା ରହିଥିଲା ୨୧.୬ ଡିଗ୍ରୀ ସେଲସିୟସ। ଯାହା ପୂର୍ବ ରାତି ତୁଳନାରେ ୩.୫ ଡିଗ୍ରୀ କାମ। ସେହିଭଳି ରାଉରକେଲା ତାପମାତ୍ରା ୧୩ ଡ଼ିଗ୍ରୀରୁ ଖସି ୯.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାର ତାପମାତ୍ରା ୧୩.୨ ରୁ ୧୦.୨ ଡିଗ୍ରୀକୁ ହ୍ରାସ ପାଇଛି।

ସୁନ୍ଦରଗଡ଼ର ରାତ୍ରୀକାଳୀନ ସର୍ବନିମ୍ନ ତାପମାତ୍ରା ୧୫.୩ ରୁ ୧୨.୬ କୁ ଖସି ଆସିଛି। ପ୍ରକାଶ ଥାଉ କି ଗୁରୁବାର ଭୁବନେଶ୍ଵରର ଦିନବେଳା ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଥିଲା। ଯାହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ପ୍ରକାଶ ଥାଉ କି ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ହ୍ରାସ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଫେବୃଆରୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ପାଣିପାଗ ବିଭାଗ ମିଳିଥିବା ଦୀର୍ଘମିଆଦି ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ଅତି କମ୍‌ରେ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।  ଉପକୂଳ ଅପେକ୍ଷା ଆଭ୍ୟନ୍ତରିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇଲେ ମଧ୍ୟ ଉପକୂଳ ଓଡ଼ିଶାରେ ଅଧିକ ଗୁରୁଗୁଳି ଅନୁଭୂତ ହେବ।  ମିଳିଥିବା ସୂଚନା ଅନୁଯରୟୀ ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ କୁହୁଡ଼ି ଅନୁଭୂତ ହେବ। ବିଶେଷକରି କଳାହାଣ୍ଡି, କୋରାପୁଟ, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଅଧିକ ତାପମାତ୍ରା ରହିବ। କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।