ବିମାନ ସେବା ଯୋଗାଇବାରେ ଆଉ ପାଦେ ଆଗରେ ଓଡ଼ିଶା।ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଅଧିକ ୯ଟି ସହରକୁ ମିଳିବ ସିଧାସଳଖ ବିମାନସେବା। ଜାନୁୟାରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ବିମାନ ଉଡାଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଜାନୁୟାରୀ ୩ ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଅଧିକ ୫ଟି ସହରକୁ ସିଧାସଳଖ ବିମାନସେବା ଆରମ୍ଭ ହେବ। ଜାନୁୟାରୀ ପହିଲାରୁ ଝାରସୁଗୁଡ଼ାର ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ମିଳିବ। ସେହିପରି ଜାନୁୟାରୀ ୩ ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ।
ସିଏମଓ ଓଡ଼ିଶାର ‘ଏକ୍ସ’ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ବିମାନ ସେବା ଦ୍ଵାରା ଓଡ଼ିଶାର ଅର୍ଥନୀତିକ ବିକାଶ କ୍ଷେତ୍ରରେ ଆଗରେ ରହିବ ବୋଲି ଆଶା କରାଯାଉଛି ଏବଂ ଓଡ଼ିଶା ଯୋଗାଯୋଗ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ହେବାକୁ ଯାଉଛି।



