ଏବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବ। କିଏ ଏହି ପଦବୀରେ ବସିବ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍ ଧରିଛି। ଏ ନେଇ ଗଣମାଧ୍ୟମ ପକ୍ଷରୁ ଦଳୀୟ ନେତାଙ୍କୁ ପ୍ରଶ୍ନ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ।
ନିକଟରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଦକ୍ଷିଣ ଭାରତରୁ କରାଯାଇଥିବାରୁ ବିଜେପିର ଏହି ପଦପାଇଁ ଜଣେ ଜଣେ ଉତ୍ତର ଭାରତରୁ କରାଯାଇପାରେ ବୋଲି କୁହାଯାଉଛି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳ ଦକ୍ଷିଣ ଭାରତର ତାମିଲନାଡୁର ଜଣେ ବଡ଼ ଓବିସି ନେତା ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି। ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାଧାକୃଷ୍ଣନଙ୍କୁ ସମର୍ଥନ କରିଛନ୍ତି।
ରାଧାକୃଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ଏବେ ସମସ୍ତଙ୍କ ନଜର ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ତାହାର ସଙ୍କେତ ସିପି ରାଧାକୃଷ୍ଣନଙ୍କ ପ୍ରାର୍ôଥତ୍ୱ ଚୟନରୁ ଅନୁମାନ କରାଯାଉଛି।
ଅନ୍ୟ ଦିଗଟି ବିଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବ ଭାରତରୁ ଆସିଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ଦକ୍ଷିଣ ଭାରତରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଭାରତରୁ ଆସିଛନ୍ତି। ଏପରି ପରିସ୍ଥିତିରେ, ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉତ୍ତର ଭାରତରୁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।
ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନରେ ଆଞ୍ଚଳିକ ଏବଂ ଜାତି ସମୀକରଣକୁ ନେଇ କଳ୍ପନାଜଳ୍ପନା ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓବିସି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ମଧ୍ୟ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି। ଏପରି ସ୍ଥିତିରେ, ନୂତନ ବିଜେପି ସଭାପତି ସାଧାରଣ ବର୍ଗ କିମ୍ବା ଦଳିତ ସମ୍ପ୍ରଦାୟରୁ ହୋଇପାରନ୍ତି ବୋଲି ଆଶା କରାଯାଉଛି।
ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଚର୍ଚ୍ଚାରେ ରହିଛନ୍ତି ମନୋହର ଲାଲ ଖଟ୍ଟର, ଭୂପେନ୍ଦ୍ର ଯାଦବ, ବିନୋଦ କୁମାର ସୋନକର, ମନୋଜ ସିହ୍ନା ଏବଂ କେଶବ ପ୍ରସାଦ ମୌର୍ଯ୍ୟ। ଏମାନେ ସମସ୍ତେ ଉତ୍ତର ଭାରତରୁ ଆସିଥିବାରୁ ତାଙ୍କ ଉପରେ ରାଜନୈତିକ ସମୀକ୍ଷକମାନେ ନଜର ରଖିଛନ୍ତି। କିନ୍ତୁ ଯଦି ଜାତି ସମୀକରଣ ଏବଂ ଉତ୍ତର ଭାରତୀୟମାନଙ୍କୁ ଦେଖାଯାଏ, ତେବେ ବିନୋଦ ସୋନକର ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି। ମନୋଜ ସିହ୍ନା ଉଚ୍ଚ଼ ସମ୍ପ୍ରଦାୟରୁ ଆସିଛନ୍ତି। ଏହି କାରଣରୁ ଏହି ଦୁଇଟି ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ର ଶୀର୍ଷରେ ପହଞ୍ଚି ଥିବା କୁହାଯାଉଛି।