ଟ୍ରମ୍ଫଙ୍କ ଶୁଳ୍କ ନୀତି ପାଇଁ କେବଳ ସେୟାର ବଜାର କ୍ଷତିଗ୍ରସ୍ତ ହୋଇନାହିଁ ସୁନା ବଜାର ବି ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି। ଦ୍ଵିତୀୟ ଦିନରେ ଘରୋଇ ବଜାରରେ ସୁନା ଦର ହ୍ରାସ ପାଇଛି।
ଅଲ୍ ଇଣ୍ଡିଆ ସରାଫ ଆସୋସିଏସନ୍ ସୂଚନା ଅନୁଯାୟୀ ଗତକାଲି ଦିଲ୍ଲୀରେ ୧୦ ଗ୍ରାମର ୨୪ କ୍ୟରେଟ ସୁନାଦର ୧୫୫୦ ଟଙ୍କା ହ୍ରାସ ପାଇ ୯୧ ହଜାର ୪୫୦ ଟଙ୍କାରେ ପହଂଚିଛି।
ସେହିଭଳି ଗତ ଦୁଇଦିନ ଧରି ଭୁବନେଶ୍ବରରେ ସୁନା ଦର ହ୍ରାସ ପରିଲକ୍ଷିତ ହୋଇଛି। ଗତକାଲି ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରରେ ସୁନାଦର ୨୯୨୮ ଟଙ୍କା ହ୍ରାସ ପାଇ ୯୦ ହଜାର ୩୮୦ ଟଙ୍କାରେ ପହଂଚିଛି। ଅପରପକ୍ଷେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୨ ହଜାର ୫୧୮ ଟଙ୍କା ହ୍ରାସ ପାଇ ୯୩ ହଜାର ୫ ଶହ ଟଙ୍କା ପହଞ୍ଚିଛି।
ସୁନା ଦର ହ୍ରାସ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ବିଶ୍ଵ ବ୍ୟାପୀ ସୁନା ବିକ୍ରି ମଧ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ବଜାରରେ ୩୦ ପ୍ରତିଶତ ସୁନା ଗଣନା ବିକ୍ରି କମିଥିବା ଉହଜାଉଛି।


