ରୁପା ଗର୍ଭରୁ ଜନ୍ମ ନେଇଥିଲା ବାଘ ଛୁଆ ଦୀର୍ଘଦିନ ଧରି ଥିଲା ଅସୁସ୍ଥଭୁ

ବନେଶ୍ୱର, ୧୫/୧ : କିଛିଦିନର ବ୍ୟବଧାନ ପରେ ନନ୍ଦନକାନନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ବାଘ ରୁପା ଗର୍ଭରୁ ଛୁଆଟି ଗତ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏକାଥରକେ ୪ ଟି ଛୁଆ ମଧ୍ୟରେ ଏହି ଛୁଆଟି ଅନ୍ୟତମ। ଜନ୍ମ ହେବାର ୧୦ ଦିନ ପରେ ଛୁଆଟି ଅସୁସ୍ଥ ହୋଇପଡ଼ିଥିଲା। ତାକୁ ନଭେମ୍ବର ୧୨ ତାରିଖରୁ ଚିକିତ୍ସା କରାଯାଇଥିଲା। ପ୍ରାଣୀ ଚିକିତ୍ସକ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଛୁଆଟି ବୁଧବାର ମୃତ୍ୟୁବରଣ କରିଛି। ଏବେ ନନ୍ଦନକାନନ ରେ ବାଘଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି।

କଟକ,୧୫/୧: ଗୁଣିଗାରେଡ଼ି ସନ୍ଦେହ କରି ରାୟଗଡ଼ା ଜିଲ୍ଲାର ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ରାୟଗଡ଼ା ଦୌରାଜଜ ଦେଇଥିବା ଫାଶୀ ଦଣ୍ଡାଦେଶ ମାମଲାରେ କୋହଳ କରିଛନ୍ତି ହାଇକୋର୍ଟ। ଦୋଷିମାନଙ୍କୁ ଆଜୀବନ ଜେଲଦଣ୍ଡକୁ କୋହଳ କରିଛନ୍ତି ମାନ୍ୟବର ହାଇକୋର୍ଟ। ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ମସିହା ଅକ୍ଟୋବର ୨୧ ତାରିଖରେ ରାୟଗଡ଼ା ଜିଲ୍ଲାର ଘଟିଥିଲା ଏହି ଅଘଟଣ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରର ବାପା, ମାଆ, ଝିଅକୁ ପିଟିପିଟି ହତ୍ୟା କରିଥିଲେ ଗାଁର ୯ ଜଣ ବ୍ୟକ୍ତି। ଏ ନେଇ ରାୟଗଡ଼ା ଦୌରାଜଜ୍ ବିଚାର କରି ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଦଣ୍ଡାଦେଶ ପାଇଥିବା ହତ୍ୟାକାରୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ବିଚାର କରି ଦାଣ୍ଡରେ କୋହଳ କରିଛନ୍ତି। ସେମାନେ ଯେହେତୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଥିଲେ ଆଗକୁ ଆଉ ଏଭଳି ସଚେତନ ହୋଇ କିଭଳି ନ କରିବେ ସେହି ଆଧାରରେ ଦଣ୍ଡ କୋହଳ କରାଯାଇଥିବା କହିଛନ୍ତି ଅଭିଯୁକ୍ତଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ।

ଯଦିବା କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ (ଡବଲ ଇଞ୍ଜିନ) ସରକାର ରହିଲେ ଆଞ୍ଚଳିକ ବିକାଶ ଆଗେଇବ ବୋଲି ଅନେକଙ୍କ ଧାରଣା ରହିଛି। କିନ୍ତୁ ଛୋଟ ଛୋଟ ନିଷ୍ପତ୍ତି ପାଇଁ ଦିଲ୍ଲୀ ଉପରେ ନିର୍ଭର କରିବା ଆଞ୍ଚଳିକ ବିକାଶର ବାଧକ ସଜିଥାଏ।

ଅଶି ଦଶକରେ ଓଡ଼ିଆ ସିନେମାର ଏକ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଗୀତଟି ଥିଲା ଚା ରେ କେତେ ଚିନି ପଡ଼ିବ ଚାଲ ଯିବା ଦିଲ୍ଲୀ। ପ୍ରକୃତରେ ରାଜ୍ୟର ରାଜନେତାଙ୍କ ଭାଗ୍ୟ ଓ ଭବିଷ୍ୟତ ଦିଲ୍ଲୀରେ ହିଁ ନିର୍ଦ୍ଧାରଣ ହେଉଥିଲା। ଲେଖିବାର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଜନତା ଦଳର ପ୍ରମୁଖ ନେତାମାନେ ଦିଲ୍ଲୀରୁ ନିର୍ଦ୍ଦେଶ ପାଇ ଏଠାରେ ସରକାର ଚଳାଇଥିଲେ ଏବଂ ଦଳୀୟ କାର୍ଯ୍ୟଧାରା ପରିଚାଳନା କରୁଥିଲେ। କିନ୍ତୁ ଗତ ଅଢେଇ ଦଶନ୍ଧି ଧରି ଆଞ୍ଚଳିକ ଦଳ ବିଜେଡି ସରକାର କ୍ଷମତାସୀନ ହେବା ପରେ ସରକାରୀ ଦଳକୁ ଆଉ ଦିଲ୍ଲୀ ଉପରେ ନିର୍ଭର କରିବାକୁ ପଡୁ ନ ଥିଲା। ଯଦିବା ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାର ଥିଲା ତେବେ ପ୍ରମୁଖ ନିଷ୍ପତ୍ତି ଏଠାରେ ହିଁ ନିଆଯାଉଥିଲା।

କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଦଳୀୟ କ୍ଷମତା ପାଇଁ ଦିଲ୍ଲୀ ଦୌଡ଼ିବାକୁ ପଡୁଥିଲା। ଏବେ ବିଜେପି କ୍ଷମତାକୁ ଆସିବା ପରେ କ୍ଷମତା ପ୍ରତି ଆକର୍ଷଣ ଅଧିକ ଥିବାରୁ ସଭାପତି ପଦ ପାଇଁ ଦୌଡ଼ିବାକୁ ପଡୁଛି। ଏମିତିକି ସରକାରୀ ସ୍ତରରେ ନିଷ୍ପତ୍ତି ପାଇଁ ଦିଲ୍ଲୀ ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡୁଛି। ଖୋଦ୍ ଦଳୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ସ୍ବୀକାର କରିଛନ୍ତି।
ଅପରପକ୍ଷେ ପୁରୁଣା ଦଳ କଂଗ୍ରେସର ସଭାପତି ପଦ ପାଇଁ ଏ ଯାଏଁ ନିଷ୍ପତ୍ତି ହୋଇପାରୁନି। ଦୀର୍ଘ ୮ ମାସ ହେଲା କଂଗ୍ରେସର ସଭାପତି ପଦ ଖାଲି ପଡ଼ିଛି। ଉଭୟ ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହା ଯାଉଛି। ଏମିତିକି ଛୋଟ ଛୋଟ ସମସ୍ୟା ଦେଖା ଦେଲେ ଉଭୟ ଦଳର ନେତାଙ୍କୁ ଦିଲ୍ଲୀରୁ ଡାକରା ଆସୁଛି।

ଯେତେବେଳେ ନିର୍ବାଚନ ପାଖେଇ ଆସେ କେତେକ ଆଗଧାଡିର ନେତାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗେ।

ଫେବୃଆରୀ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ଦୁଇ ଆଗଧାଡିର ନେତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଦୁଇ ପ୍ରମୁଖ ନେତା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ ଓ ମନିସ ସିଶୋଦିଆ। ଉଭୟ ନେତା ପୂର୍ବରୁ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଉଭୟଙ୍କୁ ଜାମିନ ମିଳିବା ପରେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ଅବକାରୀ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ପଡିଥିବା ଦୁଇ ନେତାଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ ଗୃହ ମନ୍ତ୍ରାଳୟକୁ ଅନୁମତି ମାଗିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୃହ ମନ୍ତ୍ରାଳୟ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେବା ପରେ ଆମ୍ ଆଦମୀ ପାର୍ଟି ମଧ୍ୟରେ ଏବେ ଭାଳେଣି ପଡ଼ିଛି। ହୁଏ ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାରେ ଦୁଇ ନେତାଙ୍କୁ ଗିରଫ କରିପାରେ। ଆଗକୁ ନିର୍ବାଚନ ଥିବାରୁ ଦୁଇ ନେତାଙ୍କୁ ଆଗୁଆ ଜାମିନ ଦେଇପାରନ୍ତି ଅଦାଲତ। ଯାହା ବି ହେଉ ନିର୍ବାଚନ ସମୟରେ ଏହା ଉଭୟ ନେତାଙ୍କୁ ଅନେକାଂଶରେ ଅଡ଼ୁଆରେ ପକାଇବାର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।

ଜୋହାନ୍ସବର୍ଗ, ୧୫/୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣିର ଗୁମର ଖୋଲୁଛି। ସୁନା ଖଣି ଭିତରେ ଶହେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଭିତରେ ଦୁଇଶହରୁ ଅଧିକ ଲୋକ ଫସି ରହିଛନ୍ତି ଯେଉଁମାନେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ପ୍ରଥମେ ଖଣି ଭିତରର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ଏକ ମୃତଦେହକୁ ବ୍ୟଗରେ ଭର୍ତ୍ତି କରୁଥିଲେ। ଏନେଇ ଆରମ୍ଭ ହୋଇଥିଲା ଖୋଳତାଡ। ଯେଉଁଥିରୁ ପୂରା ଘଟଣା ପର୍ଦ୍ଦାଫାଶ ହୋଇଥିଲା। ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଖଣି ଭିତରେ ଝାଡ଼ା ବାନ୍ତି ଓ ଅନ୍ୟାନ୍ୟ ରୋଗରେ ପଡ଼ି ଶ୍ରମିକମାନଙ୍କ ମୃତ୍ୟୁ ଘଟିଛି।
ଜୋହାନ୍ସବର୍ଗଠାରୁ ପ୍ରାୟ ୧୪୫କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏହି ଖଣି ଉପରେ କଟକଣା ଜାରି ହେବା ସତ୍ତ୍ୱେ ଏହା ଚାଲୁ ରହିଥିଲା। ଏମିତିକି ଶ୍ରମିକମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପାଣି ଓ ଖାଦ୍ୟ ବନ୍ଦ୍ କରି ଦିଆଯାଇଥିଲା। ଫଳରେ ସେମାନେ ଦୂଷିତ ଜଳ ଓ ଅଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଯଦି ବାସ୍ତବରେ ଆମେ କାହାର ଉପକାର କରିବାକୁ ଚାହୁଁଛେ ତା’ହେଲେ ସେ କିପରି ନିଜକୁନିଜେ ଉପକୃତ ହୋଇପାରିବ ତାକୁ ସେଇ ମାର୍ଗ ଦେଖେଇଦେବା ଦରକାର ।

ଥରେ ଜଣେ ବ୍ୟକ୍ତି ନିଜର ପରିବାର ସହ ତୀର୍ଥଯାତ୍ରାରେ ଯାଉଥିଲେ । ବାଟରେ ସମସ୍ତଙ୍କୁ ଶୋଷ ଲାଗିଲା । ହେଲେ କୁଆଡ଼େ କେଉଁଠି ପାଣି ଟୋପାଏ ବି ନଥିଲା । ପାଖରେ ଜଣେ ଋଷି ତପସ୍ୟା କରୁଥିଲେ । ଋଷି ସେମାନଙ୍କୁ କହିଲେ: ଉତ୍ତର ଦିଗରେ ନଈଟିଏ ଅଛି । ତୁମେ ସେଇଠୁ ପାଣି ନେଇଆସ । ବ୍ୟକ୍ତିଜଣକ ଚାଲିଲେ । ଗୋଟିଏ ପାତ୍ରରେ ପାଣି ଧରି ଫେରିଲେ । ହେଲେ ବାଟରେ ଦୁଇଜଣ ତୃଷାର୍ତ୍ତଙ୍କୁ ଦେଖିଲେ ଓ ସେମାନଙ୍କୁ ପାଣି ଦେଇଦେଲେ । ପୁଣିଥରେ ଯାଇ ନଈରୁ ପାଣିଧରି ଫେରିଲେ । ଫେରିବା ବାଟରେ ଦେଖିଲେ, ଆଉ କିଛି ଲୋକଙ୍କ ଶୋଷରେ ହଁସା ଉଡ଼ିଯିବା ଉପରେ । ସେମାନଙ୍କୁ ବି ପାଣି ଦେଇଦେଲେ । ଏଇମିତି ଲଗାତାର ଚାଲିଲା । ବ୍ୟକ୍ତି ପାଣି ଆଣୁଥାନ୍ତି, ବାଟରେ ଅନ୍ୟମାନଙ୍କୁ ଦେଇ ଦଉଥାନ୍ତି । ସେ ଆଶ୍ରମକୁ ନ ଫେରିବା ଦେଖି ଋଷି ତାଙ୍କୁ ଖୋଜିଖୋଜି ଆସି ସେଇଠି ପହଞ୍ଚିଲେ । ସବୁକଥା ଜାଣି କହିଲେ : ତୁମେ ହେଉଛ ଏ ସୃଷ୍ଟିର ସବୁଠୁ ବଡ଼ ବୋକା । ବ୍ୟକ୍ତି କହିଲେ: ମହର୍ଷି, କାହାର ଉପକାର କରିବା କ’ଣ ବୋକାମି । ଋଷି କହିଲେ: ତୁମେ ଉପକାର ଦେଖେଇନ, ତମ ଭିତରର ବଡ଼ପଣ ଦେଖେଇଛ । ମୋ ପରି ତୁମେ ଏମାନଙ୍କୁ ଯଦି ପାଣି ନ ଦେଇ ନଈକୁ ବାଟ ଦେଖାଇ ଦେଇଥାନ୍ତ ତା’ହେଲେ ସେମାନେ ବି ପାଣି ପିଇପାରିଥାନ୍ତେ ଆଉ ତୁମେ ବି ପାଣି ନେଇ ତୁମ ପରିବାରର ଲୋକମାନଙ୍କୁ ପିଆଇ ପାରିଥାନ୍ତ । ଏଇଟା ହୋଇଥାନ୍ତା ବାସ୍ତବ ଉପକାର ।

-ରାଜେନ୍ଦ୍ର

ଶରଦ ପାୱାରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।
ଆସନ୍ତା ୧୦ ଦିନ ଭିତରେ ହେବ ମେଣ୍ଟ ବିବାଦର ସମାଧାନ
ଇଣ୍ଡିଆ ମେଣ୍ଟକୁ ନେଇ ବିବାଦ କ୍ରମେ ଘନୀଭୂତ ହେଉଥିବା ବେଳେ ଏବେ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ଶରତ ପାୱାରଙ୍କ ମେଣ୍ଟ ସମ୍ପର୍କରେ ଦେଇଥିବା ରାଜନୈତିକ ମତକୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ଶ୍ରୀ ପାୱାର କହିଛନ୍ତି ଯେ,  ଇଣ୍ଡିଆ ମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠିତ ହୋଇଥିଲା। ଯେଉଁଥିରେ ବିଧାନସଭାରେ କିଭଳି ମେଣ୍ଟର ଆସନ ବୁଝାମଣା ରହିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା। ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରମୁଖ ଦୁଇ କଂଗ୍ରେସ ଓ ଆମ୍‌ ଆଦ୍‌ମୀ ଭିତରେ ଦେଖା ଦେଇଥିବା ବିବାଦ କ୍ରମରେ ଶରତ ପାୱାରଙ୍କ ଏଭଳି ମତ ରାଜନୈତିକ ମହଲରେ ଆଲୋଚନାର ଖୋରାକ ଯୋଗାଇଛି।ତେବେ ଆଗାମୀ ୧୦ ଦିନ ମଧ୍ୟରେ ମେଣ୍ଟର ବିଭିନ୍ନ ସମସ୍ୟା ଓ ବିବାଦ ନେଇ ଆଲୋଚନା କରାଯିବ ଏବଂ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାୱାର କହିଛନ୍ତି। ପ୍ରକାଶ ଥାଉ କି ଦିଲ୍ଲୀ ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରମୁଖ କଂଗ୍ରେସ ଓ ଆମ୍‌ ଆଦ୍‌ମୀ  ପାର୍ଟି ମଧ୍ୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଏବଂ ଆସନ ବଣ୍ଟନକୁ ନେଇ ବିବାଦ ସୂତ୍ରପାତ ହୋଇଛି। ଯଦିବା ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାଟି ଦୀର୍ଘ ୩ ଥର ନିର୍ବାଚିତ ହୋଇ ସରକାର ଗଠନ କରିଆସୁଛି ଏଥିର ଦିଲ୍ଲୀ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଏଥର ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଧ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପ୍ରଥମଥର ପାଇଁ ମାଟ୍ରିକ୍‌ ପ୍ରଶ୍ନପତ୍ରରେ ବାର୍‌କୋଡ୍‌ ସହ ସିକ୍ୟୁରିଟି କୋଡ୍‌ ଲଭାଇବା ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ଼। ସେହିଭଳି ପ୍ରଶ୍ନପତ୍ରରେ ୱାଟର ମାର୍କ ଲଗାଯିବ ଓ ନମ୍ବରିଂ କରାଯିବ। ଏହାଦ୍ୱାରା ଜଣାପଡ଼ିବ ଯେ, ପ୍ରଶ୍ନପତ୍ର କେଉଁଠାରୁ ଆସିଛି ଏବଂ କାହା ମାଧ୍ୟମରେ ଭାଇରାଲ୍‌ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି ଗତକିଛିଦିନ ଧରି ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣା ଉଭୟ ମାଧ୍ୟମିକ ଶିକ୍ଷା ପରିଷଦ ଓ ସରକାରଙ୍କ ନିଦ ହଜାଇ ଦେଇଛି। ସମସ୍ତ ପ୍ରକାର କଟକଣା ସେତ୍ତ୍ୱ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହେବାରେ ଲାଗିଛି। ଫଳରେ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ କ୍ୟାରିଅର ନଷ୍ଟ ହେଉଛି। ଯେଉଁଥିପାଇଁ ସରକାରଙକ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି

ବିଦ୍ୟୁତ୍ ମିଟର ଠିକଠାକ୍ ଅଛି। ହେଲେ କର୍ତ୍ତୃପକ୍ଷ ଜାଣିଶୁଣି ତାକୁ ଅଚଳ ଦର୍ଶାଇ ଆଭରେଜ୍ ବିଦ୍ୟୁତ୍ ବିଲ୍ ଦାବି କରୁଛନ୍ତି। ଅନେକ ସ୍ଥାନରେ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇ ଦେଉଛନ୍ତି। ଏମିତିକି ଏକ ଅଭିଯୋଗ ଆସିଛି କଟକ ମର୍କତ ନଗର ଅଞ୍ଚଳରୁ। ଉପଭୋକ୍ତାମାନେ ଦୃଢ଼ ବିରୋଧକରି ଟାଟା ପାୱାର ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଏସଡିଓଙ୍କୁ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଉପଭୋକ୍ତାଙ୍କୁ ପୂର୍ବରୁ ନଜଣେଇ ମିଟର ଲଗାଇବା, ମିଟର ଠିକ ଚାଲୁ ଥିଲେ ମଧ୍ୟ ଖରାପ ହୋଇ ଯାଇଛି କହି ଆଭାରେଜ୍ ବିଲ ଦାବି କରିବା, ସ୍ମାର୍ଟ ମିଟର ଲଗାଇବା ପୂର୍ବରୁ ସର୍ବସାଧାରଣଙ୍କୁ ଅବଗତ କରାଇବା ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏସଡିଓ ପ୍ରତିଶ୍ରୁତି ଦେଇଥିଲେ। ପୁନରାୟ ଯଦି ବିନା ଅନୁମତିରେ ବେଆଇନଭାବେ କିଛି ପଦକ୍ଷେପ ନିଆଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଉପଭୋକ୍ତା ମାନେ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଡ଼. ବିଷ୍ଣୁ ଚରଣ ସାହୁ, ଜ୍ଞାନ ରଞ୍ଜନ ଦାଶ, ଦେବେନ୍ଦ୍ର ସୁତାର ପ୍ରମୁଖ ଯୋଗ ଦେଇଥିଲେ।

ଏଥର ଖେଳିବ ୧୨ ପାର୍ଟି
ଭୁବନେଶ୍ୱର ଖଣ୍ଡଗିରିରେ ଆସନ୍ତା ମାଘ ସପ୍ତମୀକୁ ଆରମ୍ଭ ହେବାକୁ ଯାଉଛି ମାଘସପ୍ତମୀ ମେଳା। ଏହି ଅବସରରେ ଯାତ୍ରା ମହାକୁମ୍ଭ ହେବାକୁ ଯାଉଛି। ଏ ନେଇ ମଙ୍ଗଳବାର ଅନୁଷ୍ଠିତ ଆୟୋଜକ କମିଟି ଓ ପୁଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥର ମୋଟ ୧୨ଟି ଯାତ୍ରା ପାର୍ଟି ଖଣ୍ଡଗିରିକୁ ଆସିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଖଣ୍ଡଗିରି ମଞ୍ଚରେ ଅଶ୍ଲୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯାତ୍ରା କମିଟି ପୁଲିସର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହୁଏ ତେବେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ କମିଟି ପକ୍ଷରୁ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କମିଟି ସଦସ୍ୟମାନେ ମତପୋଷଣ କରିଥିଲେ।
ପ୍ରକାଶ ଥାଉ କି ମାଘ ସପ୍ତାମୀରେ ଖଣ୍ଡଗିରିରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇ ଆସୁଛି। ତିନିଦିନ ଧରି କୁମ୍ଭ ମେଳାରୁ ରାଜ୍ୟରୁ ତଥା ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ଏଥି ସହିତ ଯାତ୍ରା ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ। ଏହି ମେଳାକୁ ରାଜଧାନୀ ସମେତ ଆଖପାଖ ଅଞ୍ଚଳର ୪୦ଟି ଗାଁର ଲୋକେ ଆସିଥାନ୍ତି। ମେଳା ବୁଲିବା ସହ ଯାତ୍ରାର ମଜା ନେଇଥାନ୍ତି।