TT Ads

ରୁପା ଗର୍ଭରୁ ଜନ୍ମ ନେଇଥିଲା ବାଘ ଛୁଆ ଦୀର୍ଘଦିନ ଧରି ଥିଲା ଅସୁସ୍ଥଭୁ

ବନେଶ୍ୱର, ୧୫/୧ : କିଛିଦିନର ବ୍ୟବଧାନ ପରେ ନନ୍ଦନକାନନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ବାଘ ରୁପା ଗର୍ଭରୁ ଛୁଆଟି ଗତ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏକାଥରକେ ୪ ଟି ଛୁଆ ମଧ୍ୟରେ ଏହି ଛୁଆଟି ଅନ୍ୟତମ। ଜନ୍ମ ହେବାର ୧୦ ଦିନ ପରେ ଛୁଆଟି ଅସୁସ୍ଥ ହୋଇପଡ଼ିଥିଲା। ତାକୁ ନଭେମ୍ବର ୧୨ ତାରିଖରୁ ଚିକିତ୍ସା କରାଯାଇଥିଲା। ପ୍ରାଣୀ ଚିକିତ୍ସକ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଛୁଆଟି ବୁଧବାର ମୃତ୍ୟୁବରଣ କରିଛି। ଏବେ ନନ୍ଦନକାନନ ରେ ବାଘଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି।

TT Ads

Leave a Reply

Your email address will not be published. Required fields are marked *