TT Ads

କଟକ,୧୫/୧: ଗୁଣିଗାରେଡ଼ି ସନ୍ଦେହ କରି ରାୟଗଡ଼ା ଜିଲ୍ଲାର ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ରାୟଗଡ଼ା ଦୌରାଜଜ ଦେଇଥିବା ଫାଶୀ ଦଣ୍ଡାଦେଶ ମାମଲାରେ କୋହଳ କରିଛନ୍ତି ହାଇକୋର୍ଟ। ଦୋଷିମାନଙ୍କୁ ଆଜୀବନ ଜେଲଦଣ୍ଡକୁ କୋହଳ କରିଛନ୍ତି ମାନ୍ୟବର ହାଇକୋର୍ଟ। ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ମସିହା ଅକ୍ଟୋବର ୨୧ ତାରିଖରେ ରାୟଗଡ଼ା ଜିଲ୍ଲାର ଘଟିଥିଲା ଏହି ଅଘଟଣ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରର ବାପା, ମାଆ, ଝିଅକୁ ପିଟିପିଟି ହତ୍ୟା କରିଥିଲେ ଗାଁର ୯ ଜଣ ବ୍ୟକ୍ତି। ଏ ନେଇ ରାୟଗଡ଼ା ଦୌରାଜଜ୍ ବିଚାର କରି ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଦଣ୍ଡାଦେଶ ପାଇଥିବା ହତ୍ୟାକାରୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ବିଚାର କରି ଦାଣ୍ଡରେ କୋହଳ କରିଛନ୍ତି। ସେମାନେ ଯେହେତୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଥିଲେ ଆଗକୁ ଆଉ ଏଭଳି ସଚେତନ ହୋଇ କିଭଳି ନ କରିବେ ସେହି ଆଧାରରେ ଦଣ୍ଡ କୋହଳ କରାଯାଇଥିବା କହିଛନ୍ତି ଅଭିଯୁକ୍ତଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ।

TT Ads

Leave a Reply

Your email address will not be published. Required fields are marked *