TT Ads

ବିଦ୍ୟୁତ୍ ମିଟର ଠିକଠାକ୍ ଅଛି। ହେଲେ କର୍ତ୍ତୃପକ୍ଷ ଜାଣିଶୁଣି ତାକୁ ଅଚଳ ଦର୍ଶାଇ ଆଭରେଜ୍ ବିଦ୍ୟୁତ୍ ବିଲ୍ ଦାବି କରୁଛନ୍ତି। ଅନେକ ସ୍ଥାନରେ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇ ଦେଉଛନ୍ତି। ଏମିତିକି ଏକ ଅଭିଯୋଗ ଆସିଛି କଟକ ମର୍କତ ନଗର ଅଞ୍ଚଳରୁ। ଉପଭୋକ୍ତାମାନେ ଦୃଢ଼ ବିରୋଧକରି ଟାଟା ପାୱାର ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଏସଡିଓଙ୍କୁ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଉପଭୋକ୍ତାଙ୍କୁ ପୂର୍ବରୁ ନଜଣେଇ ମିଟର ଲଗାଇବା, ମିଟର ଠିକ ଚାଲୁ ଥିଲେ ମଧ୍ୟ ଖରାପ ହୋଇ ଯାଇଛି କହି ଆଭାରେଜ୍ ବିଲ ଦାବି କରିବା, ସ୍ମାର୍ଟ ମିଟର ଲଗାଇବା ପୂର୍ବରୁ ସର୍ବସାଧାରଣଙ୍କୁ ଅବଗତ କରାଇବା ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏସଡିଓ ପ୍ରତିଶ୍ରୁତି ଦେଇଥିଲେ। ପୁନରାୟ ଯଦି ବିନା ଅନୁମତିରେ ବେଆଇନଭାବେ କିଛି ପଦକ୍ଷେପ ନିଆଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଉପଭୋକ୍ତା ମାନେ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଡ଼. ବିଷ୍ଣୁ ଚରଣ ସାହୁ, ଜ୍ଞାନ ରଞ୍ଜନ ଦାଶ, ଦେବେନ୍ଦ୍ର ସୁତାର ପ୍ରମୁଖ ଯୋଗ ଦେଇଥିଲେ।

TT Ads

Leave a Reply

Your email address will not be published. Required fields are marked *