TT Ads
ଶରଦ ପାୱାରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।
ଆସନ୍ତା ୧୦ ଦିନ ଭିତରେ ହେବ ମେଣ୍ଟ ବିବାଦର ସମାଧାନ
ଇଣ୍ଡିଆ ମେଣ୍ଟକୁ ନେଇ ବିବାଦ କ୍ରମେ ଘନୀଭୂତ ହେଉଥିବା ବେଳେ ଏବେ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ଶରତ ପାୱାରଙ୍କ ମେଣ୍ଟ ସମ୍ପର୍କରେ ଦେଇଥିବା ରାଜନୈତିକ ମତକୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ଶ୍ରୀ ପାୱାର କହିଛନ୍ତି ଯେ,  ଇଣ୍ଡିଆ ମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠିତ ହୋଇଥିଲା। ଯେଉଁଥିରେ ବିଧାନସଭାରେ କିଭଳି ମେଣ୍ଟର ଆସନ ବୁଝାମଣା ରହିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା। ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରମୁଖ ଦୁଇ କଂଗ୍ରେସ ଓ ଆମ୍‌ ଆଦ୍‌ମୀ ଭିତରେ ଦେଖା ଦେଇଥିବା ବିବାଦ କ୍ରମରେ ଶରତ ପାୱାରଙ୍କ ଏଭଳି ମତ ରାଜନୈତିକ ମହଲରେ ଆଲୋଚନାର ଖୋରାକ ଯୋଗାଇଛି।ତେବେ ଆଗାମୀ ୧୦ ଦିନ ମଧ୍ୟରେ ମେଣ୍ଟର ବିଭିନ୍ନ ସମସ୍ୟା ଓ ବିବାଦ ନେଇ ଆଲୋଚନା କରାଯିବ ଏବଂ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାୱାର କହିଛନ୍ତି। ପ୍ରକାଶ ଥାଉ କି ଦିଲ୍ଲୀ ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରମୁଖ କଂଗ୍ରେସ ଓ ଆମ୍‌ ଆଦ୍‌ମୀ  ପାର୍ଟି ମଧ୍ୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଏବଂ ଆସନ ବଣ୍ଟନକୁ ନେଇ ବିବାଦ ସୂତ୍ରପାତ ହୋଇଛି। ଯଦିବା ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାଟି ଦୀର୍ଘ ୩ ଥର ନିର୍ବାଚିତ ହୋଇ ସରକାର ଗଠନ କରିଆସୁଛି ଏଥିର ଦିଲ୍ଲୀ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
TT Ads

Leave a Reply

Your email address will not be published. Required fields are marked *