ଡାକ୍ତର ନରେନ୍ଦ୍ରବୈଜ୍ଞାନିକ ମାନସିକତାର ପ୍ରଚାର ପାଇଁ ମିଳିଲା ପୁରସ୍କାର ରାଶି

ଦାଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ପ୍ରଦାନ କରାଯାଇଛି। ପୁନେ ସହର ର ଏସଏମ ଯୋଶୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ମହାରାଷ୍ଟ୍ରର ପ୍ରଥମ ଆଇପିଏସ ଅଫିସର ଏବଂ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଡ଼. ମୀରାନ ଚଢ଼ା ବୋରୱାନଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁତାରଙ୍କୁ ସ୍ମାରକୀ ଟ୍ରଫି ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥଲେ। ଏହି ସଭାରେ ବିଶିଷ୍ଟ ଲେଖକ ଆନ୍ନା ହରି ସଲୁଙ୍କେ, ଉପନ୍ୟାସିକ ବିଳାସ ସେଲକେ, ଅନୁବାଦିକା ଅଞ୍ଜଳି ଚିପଲ୍କକଟି, ନାଟ୍ୟକାର ବାମନ ପଣ୍ଡିତ, ଶିକ୍ଷାବିତ ଡ଼. ଶରତ ଜାଭଡେକର ଯୋଗ ଦେଇଥିଲେ।

ମହାରାଷ୍ଟ୍ର ଫାଉଣ୍ଡେସନ ଆମେରିକା ପକ୍ଷରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ମାନସିକତା ପ୍ରସାର ପାଇଁ କାମକରୁଥିବା ବ୍ୟକ୍ତି ଏବଂ ସଂଗଠନକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କେରଳ ଶାସ୍ତ୍ର ସାହିତ୍ୟ ପରିଷଦ, ଅଲ୍ ଇଣ୍ଡିଆ ପିପୁଲସ ସାଇନ୍ସ ନେଟୱର୍କ ଭଳି ସଂଗଠନ ଏବଂ ତାମିଲନାଡୁ ପେରିୟର ମନିଆମାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଚାନସଲର୍ ବିଶିଷ୍ଟ ସଂସ୍କାରକ ଡ଼. କେ. ବିରମଣୀଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ପୂର୍ବରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ସୁତାର ଓଡ଼ିଶାରେ ଡାହାଣୀ ହତ୍ୟା ନିରୋଧ ଆଇନ ଆଣିବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି କରିବା, ବାସନ୍ଦ ପ୍ରଥାବିରୁଦ୍ଧରେ, ନରବଳୀ, ଚେଙ୍କ ଚିକିତ୍ସା ଆଦି କୁସଂସ୍କାର ଅନ୍ଧବିଶ୍ୱାସ ବିରୋଧରେ ଦୀର୍ଘ ୪୦ ବର୍ଷ ଧରି ନିରବଛିନ୍ନ ସଂଗ୍ରାମ ଜାରି ରଖିଛନ୍ତି। ଦୀର୍ଘ କୋଡ଼ିଏ ବର୍ଷ ଧରି ବୈଜ୍ଞାନିକ ଚର୍ଚ୍ଚା ନାମରେ ଏକ ପତ୍ରିକା ଜରିଆରେ ରାଜ୍ୟରେ ବୈଜ୍ଞାନିକ ଚେତନା ପ୍ରସାର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି।

ଜାଣିଲେ ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିପାରେ ଯେ କୁମ୍ଭ ମେଳାକୁ ମାଳ ବିକ୍ରି କରିବାକୁ ଆସିଥିବା ନୀଳ ନୟନା ମୋନାଲିସା ଭୋସଲେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସିନେମା ଅଫର୍ ଦେବା ପାଇଁ ମୋନାଲିସାଙ୍କୁ ଭେଟିଛନ୍ତି ନିର୍ଦ୍ଦେଶକ ମନୋଜ ମିଶ୍ର। ମନୋଜ ତାଙ୍କ ଗାଁ କୁ ଯାଇ ଭେଟିଛନ୍ତି ଓ ଫିଲ୍ମରେ ଅଭିନୟ ପାଇଁ ରହିଥିବା କହିଛନ୍ତି ମନୋଜ। ତେବେ ଏହି ଫିଲ୍ମଟି ମଣିପୁର ଘଟଣା ଉପରେ ଆଧାରିତ। ଯାହାର ନାଁ ରଖା ଯାଇଛି ଦ’ ଡାଏରୀ ଅଫ୍ ମଣିପୁର’। ମୋନାଲିସା ଏଥିରେ ଜଣେ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ସୁଟିଂ ପୂର୍ବରୁ ମୋନାଲିସଙ୍କୁ ତିନି ମାସିଆ ଅଭିନୟ ତାଲିମ ଦିଆଯିବ। ଫେବୃଆରୀରୁ ଏପ୍ରିଲ ପଯ୍ୟନ୍ତ ଅଭିନୟ ତାଲିମ ନେବା ପରେ ଏପ୍ରିଲରୁ ସୁଟିଂ ଆରମ୍ଭ ହେବ। ମେ’ରୁ ଜୁନ ଭିତରେ ସୁଟିଂ ସରି ଅକ୍ଟୋବର ସିନେମା ରିଲିଜ୍ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ମନୋଜ।


ପ୍ରକାଶ ଥାଉ କି ମଧ୍ୟପ୍ରଦେଶରୁ ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭମେଳାରେ ମାଳ ବିକିବା ପାଇଁ ଆସିଥିଲେ ମୋନାଲିସା। କିନ୍ତୁ ତାଙ୍କର ନୀଳ ନୟନ ଓ ଗହମ ବର୍ଣ୍ଣର ସୌନ୍ଦର୍ଯ୍ୟ ଲୋକେ ବିମୁଗ୍ଧ ହୋଇ ଶେଲ୍ଫି ନେଇଥିଲେ। ପରେ ଲୋକଙ୍କ ଭିଡ ମୋନାଲିସା ଙ୍କ ପାଖରେ ଜାମିଥିଲା। ଏଭଳି ହେଲା ଯେ ସେ ମେଳା ପରିସରରୁ ଲୁଚି ପଳାଇବାକୁ ବାଧ୍ୟ ହେଲେ।

ଈଶ୍ୱରଙ୍କ ସବୁଠୁ ମହତ ସୃଷ୍ଟି ହେଉଛି ମାଆ। ମାଆ ସବୁ ସହିପାରିବ; ହେଲେ ପିଲାର କଷ୍ଟ ସହି ପାରିବନି।

ଥରେ ଆକବରଙ୍କ ଦରବାରରେ ଯାଇ ଦୁଇଜଣ ମହିଳା ପହଞ୍ଚିଲେ। ସେମାନେ ଗୋଟିଏ ଚାରିପାଞ୍ଚ ମାସର ଶିଶୁକୁ ଧରିଥିଲେ ଆଉ ତାହାକୁ ନିଜର ପିଲା ବୋଲି ଦାବି କରୁଥିଲେ। କି ବିଚାର କରିବେ ଆକବର ସ୍ଥିର କରି ନପାରି ବୀରବଲଙ୍କ ଆଡ଼କୁ ଅନେଇଲେ। ବୀରବଲ ମହିଳାଙ୍କ ହାତରୁ ପିଲାଟିକୁ ନେଇ ଆସି ଦରବାର ମଝିରେ ଶୁଏଇ ଦେଲେ ଓ କହିଲେ: ତୁମ ଦୁହିଙ୍କ ଭିତରୁ ଯିଏ ପିଲାଟିକୁ ନେଇଯିବ ଜଣାଯିବ ସେ ହେଉଛି ପିଲାର ମାଆ। ଏକଥା ଶୁଣୁଶୁଣୁ ମହିଳା ଦୁଇଜଣ ପିଲାଟି ଉପରେ ଝାମ୍ପି ପଡ଼ିଲେ। ତାକୁ ପରସ୍ପରଠାରୁ ଛଡ଼େଇବାରେ ଲାଗିଲେ। ପିଲାଟି ରାହା ଛାଡ଼ି କାନ୍ଦିଲା। କାରଣ ଟଣାଓଟରାରେ ତାକୁ କଷ୍ଟ ହେଉଥିଲା। ତଥାପି ମହିଳା ଦୁଇଜଣ ହାରିବାକୁ ପ୍ରସ୍ତୁତ ନଥିଲେ। ଏତିକିବେଳେ ଜଣେ ମହିଳା ହଠାତ ପିଲାଟିକୁ ଛାଡ଼ିଦେଲା। ଆଉ ବସିପଡ଼ି କାନ୍ଦିବାକୁ ଲାଗିଲା। ଯେଉଁ ମହିଳା ନିକଟରେ ପିଲାଟି ଥିଲା ଆକବର ତାକୁ ପିଲାଟିର ମାଆ ବୋଲି ଘୋଷଣା କରିଦେଲେ ହେଲେ ବୀରବଲ କହିଲେ: ନା, ସିଏ ପିଲାର ମାଆ ନୁହେଁ। ଯେଉଁ ମହିଳା ପିଲାଟିକୁ ଛାଡ଼ିଦେଇ କାନ୍ଦୁଛି ସେ ହେଉଛି ପିଲାର ଅସଲ ମାଆ।

ମାଆ ପଛେ ତା’ ପିଲା ଅନ୍ୟ ପାଖରେ ରହୁ ସେକଥା ସହିପାରେ; ହେଲେ ତା’ ପିଲା କଷ୍ଟ ପାଉ ସେକଥା ସେ ସହିପାରିବନି। ତେଣୁ ସେ ତା’ ପିଲାଟିକୁ ଛାଡ଼ିଦେଲା । ହେଲେ ଆରଜଣକ ତା’ର ମା’ ହୋଇ ନ ଥିବାରୁ ତାକୁ ତା’ର କାନ୍ଦ ଶୁଣାଗଲାନାହିଁ।

  • ଶୀତ ବିଦାୟ ନେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। ବିଶେଷକରି ଗତ ଦୁଇଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ଆସନ୍ତା ୫ ଦିନ ମଧ୍ୟରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସବୁଠାରୁ ଗୁରୁତବପୂର୍ଣ୍ଣ କଥା ହେଉଛି ଏବେ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷକରି ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହିଭଳି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଉପକୂଳ ଜିଲ୍ଲାଗୁଡିକରେ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ରାଜ୍ୟର ୧୦ ଟି ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ କରାଯାଇଛି।
କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କେଉଁଝର, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବ ବୋଲି କୁହାଯାଇଛି।

ମଝି ଆକାଶରେ ଦୁର୍ଘଟଣା ; ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ

ଆମେରିକାର ରେଗାନ୍ ୱାଶିଂଟନ୍ ଜାତୀୟ ବିମାନବନ୍ଦର ନିକଟରେ ବୁଧବାର ରାତିରେ ସେନା ହେଲିକପ୍ଟର ସହିତ ଏକ ଆମେରିକୀୟ ଏୟାରଲାଇନ୍ସର ଆଞ୍ଚଳିକ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି। ଦୁର୍ଘଟଣା ପରେ ଯାତ୍ରୀବାହୀ ବିମାନଟି ନଦୀକୁ ଖସି ପଡ଼ିଛି। ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଉଭୟ ବିମାନରେ ପ୍ରାୟ ୭୦ ଜଣ ଯାତ୍ରୀ ଥିବା କୁହା ଯାଉଛି।  ଯାତ୍ରୀବାହୀ ବିମାନଟି ଅବତରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଆମେରିକୀୟ ଏୟାରଲାଇନ୍ସର ୱେବସାଇଟ୍ ଅନୁଯାୟୀ ଯାତ୍ରୀବାହୀ ବିମାନଟି ୬୫ ଜଣ ଯାତ୍ରୀ ଯାଉଥିଲେ।
ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କହିଛି ଯେ ରେଗାନ ଆଡକୁ ଯାଉଥିବାବେଳେ ଏକପିଏସଏ ଏୟାରଲାଇନ୍ସର ଆଞ୍ଚଳିକ ଜେଟ ବ୍ଲାକ୍ ହକ୍ ହେଲିକପ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ବିମାନ ଦୁର୍ଘଟଣା ପରେ ଏହି ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ଅପରପକ୍ଷେ ଦୁର୍ଘଟଣା ପରେ ସମ୍ପୂର୍ଣ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।

ଅଜ୍ଞାନୀ ଆଉ ଜ୍ଞାନୀଙ୍କ ମଧ୍ୟରେ ଗୋଟିଏ ଫରକ ହେଉଛି ଜ୍ଞାନୀମାନେ ଈଶ୍ୱରଙ୍କୁ କେବେ ବି କିଛି ମାଗନ୍ତି ନାହିଁ। ହେଲେ ଅଜ୍ଞାନୀମାନେ ସୁଯୋଗ ପାଇବା ମାତ୍ରେ ସବୁକିଛି ମାଗିନିଅନ୍ତି।

ରାଜା ଦାନବୀର ବଳିଙ୍କ ସମୟର କଥା । ଋଷି କଶ୍ୟପ ଓ ଅଦିତିଙ୍କ ପୁତ୍ର ତିବିକ୍ରମ ପିତାମାତାଙ୍କଠୁ ଅନୁମତି ନେଇ ଦିନେ ବଳିଙ୍କ ଦରବାରକୁ ବାହାରିଗଲେ । ଅନେକ ବାଟ ଚାଲିବା ପରେ ବାଟରେ ଗଙ୍ଗାନଦୀ ପଡ଼ିଲା । ନଉକାରେ ବସି ସେ ଗଙ୍ଗାପାରି ହେଲେ। ଗଙ୍ଗା ଆରପାରିରେ ପହଞ୍ଚି ବାମନ ନାଉରିଆକୁ ପଚାରିଲେ: କୁହ, ମୋ ପାଉଣା କେତେ ହେଲା? ନାଉରିଆ ହସିଲା। ସେ ସିନା ଜାତିରେ କୈବର୍ତ୍ତ ଥିଲା। ହେଲେ ସେ ଥିଲା ପରମଜ୍ଞାନୀ। ନାଉରିଆ ହାତ ଯୋଡ଼ି ବସିପଡ଼ିଲା । କହିଲା, ଆମ ଦୁହିଙ୍କ ବୃତ୍ତି ତ ସମାନ। ମୁଁ ଲୋକଙ୍କୁ ଗଙ୍ଗା ପାରି କରାଉଛି। ଆପଣ ଲୋକଙ୍କୁ ଭବ ସାଗର ପାରି କରାଉଛନ୍ତି। ସମାନ ବୃତ୍ତିଧାରୀ କ’ଣ କିଏ କାହାଠୁ ପାଉଣା ନିଏ? ତେଣୁ ଆମେ ଦୁହେଁ ଆମ ଦୁହିଙ୍କଠାରୁ କି ପାଉଣା ନେବା? କାହିଁକି ବା ପାଉଣା ନେବା? ମୁଁ ଆପଣଙ୍କୁ ଗଙ୍ଗା ପାରି କରିଦେଲି। ସମୟ ଆସିଲେ, ଆପଣ କ’ଣ ମତେ ଭବ ସାଗର ପାରି କରିବେନି କି ? ଏହା ହୁଏ ତ ଗପଟିଏ ହୋଇପାରେ ହେଲେ ଏଥିରୁ ଅନେକ କଥା ଶିକ୍ଷା କରିବାର ଅଛି।

ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଅଭୂତପୂର୍ବ ସଫଳତାର ସହ ଶେଷ ହୋଇଛି । ଏଥିରେ ମୋଟ ୧୪୫ଟି ପୁଞ୍ଜିନିବେଶ ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ରାସାୟନିକ ଓ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି ଓ ଧାତୁବିଜ୍ଞାନ, ଅକ୍ଷୟ ଶକ୍ତି, ଆଇଟି/ଆଇଟିଇଏସ୍, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ୧୨.୮୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ପୁଞ୍ଜିନିବେଶ ଦ୍ୱାରା ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିବ ଏବଂ ସମଗ୍ର ରାଜ୍ୟରେ ସାମଗ୍ରିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ସ୍ୱାକ୍ଷରିତ ବୁଝାମଣାପତ୍ର ବ୍ୟତୀତ ୪୪୮ ସଂଖ୍ୟକ ୩.୮୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଉଦ୍ଦେଶ୍ୟ ଫର୍ମ ପ୍ରାପ୍ତ ହୋଇଛି, ଯେଉଁଥିରେ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଏକ ବଡ଼ ସଫଳତା ହାସଲ କରିଛି, ଯେଉଁଥିରେ ରାଜ୍ୟକୁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ମୋଟ ୫୯୩ଟି ପ୍ରକଳ୍ପ ମିଳିଛି ଏବଂ ୨୦ରୁ ଅଧିକ କ୍ଷେତ୍ରରେ ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।

କନକ୍ଲେଭର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶାରେ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ହାସଲ କରିବା ଲକ୍ଷ୍ୟରେ ବ୍ୟବସାୟ ଇକୋ-ସିଷ୍ଟମରେ ଆହୁରି ଉନ୍ନତି ଆଣିବା ଦିଗରେ ପ୍ରତିକାରମୂଳକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଆସ୍ଥା ପ୍ରକଟ କରି ସେ କହିଛନ୍ତି ଯେ, ଏହି ମେଗା କନକ୍ଲେଭରେ ଆମର ସହଯୋଗୀ ଦେଶ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ସମେତ ୧୬ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଏହା ପ୍ରମାଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଉଦଯାପନୀ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

ଇତିମଧ୍ୟରେ ରାଜ୍ୟରୁ ବିଦାୟ ନେଇଛି ଶୀତ। ଗୁରୁବାର ଠାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗୀୟ ସୂଚନା ଅନୁଯାୟୀ ରାଜ୍ୟରେ ସବୁଠି ପାରଦ ବଢ଼ିବା ସହ ସବୁଆଡ଼େ ଗରମର ଅନୁଭୂତି ହେବ। ଯଦିବା ବୁଧବାର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ। ବୁଧବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନକୁହୁଡ଼ି ମଧ୍ୟ ଅନୁଭୂତ ହେବ। ଆସନ୍ତା ୫ରୁ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନବ ପରିଲକ୍ଷିତ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ୪୮ ଘଣ୍ଟା ପାଇଁ ଘନକୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି।
ପ୍ରକାଶ ଥାଉ କି ମାଘ ମାସ ଆହୁରି ୧୫ ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି।

ଭାରତରେ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶରେ ଅମୃତ ସ୍ନାନ ପୂର୍ବରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା  ଜଣାପଡ଼ିଛି। ତେବେ ଅନେକ ଆହତଙ୍କ ସଂଖ୍ୟା ଶହେରୁ ଅଧିକ ହେବ ବୋଲି କୁହାଯାଉଛି।

ଖବର ନେବାରୁ ଜଣା ପଡ଼ିଛି ଯେ ବୁଧବାର ମୌନୀ ଅମାବାସ୍ୟା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବ ରାତିରୁ ଭିଡ ଲାଗି ରହିଥିଲା। ରାତି ପ୍ରାୟ ୧୦ ଟାରୁ ଭିଡ ବଢ଼ିଥିବା ବେଳେ ସାଢ଼େ ୧୨ ଟା ରୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା, ପୁଲିସ, ସୁରକ୍ଷା କର୍ମୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ସତ୍ତ୍ବେ ରାତି ପ୍ରାୟ ଗୋଟାଏ ବେଳକୁ ଆଉ ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିଲା। ଫଳରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୟସ୍କ ଲୋକେ ଭିତରେ ଚାପି ହୋଇ ଯାଇଥିଲେ। ଯେଉଁଥିରେ ଅନେକ ତଳେ ପଡ଼ି ଯାଇଥିଲେ। ଅନ୍ୟମାନେ ଭିଡରୁ ବାହାରିବା ପାଇଁ ଚେଷ୍ଟା କରିବା ବେଳେ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ମୃତକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଶିବିରରେ ରଖା ଯାଇଥିବା ବେଳେ ଅସୁସ୍ଥଙ୍କୁ ଅସ୍ଥାୟୀ ଡାକ୍ତରଖାନାରେ ଚିକିତ୍ସା କରା ଯାଉଛି। ଅପରପକ୍ଷେ ଘଟଣାର ପରେ ଅମୃତ ସ୍ନାନକୁ ଆଖଡ଼ା ପରିଷଦ ପକ୍ଷରୁ ବାତିଲ କରାଯାଇଛି।

ଦୁର୍ଘଟଣାସ୍ଥଳରୁ ହଜାର ହଜାର ସଂଖ୍ୟକ ବସ୍ତ୍ର, ଜୋତା ଏବଂ ଅନ୍ୟାନ୍ୟ ପରିତ୍ୟକ୍ତ ସାମଗ୍ରୀ ଉପରେ ପଡ଼ିରହିଛି।

ଉତ୍ତର ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଏକ ବିଶାଳ ଧାର୍ମିକ ମହୋତ୍ସବରେ ଏକ ଡଜନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭାରତର କୁମ୍ବ ମେଲା ହେଉଛି ଏକ ବିଶାଳ ହିନ୍ଦୁ ପର୍ବ ଯାହା ଗଙ୍ଗା ନଦୀ କୂଳରେ ଆୟୋଜିତ ହୋଇଥାଏ। ପବିତ୍ର ଜଳରେ ଗାଧୋଇବାକୁ ଚେଷ୍ଟା କରୁଥିବା ଅନ୍ୟ ଉପାସକମାନେ ନଦୀ କୂଳରେ ଶୋଇଥିବା ବେଳେ ଏହି ଦଳାଚକଟା ଘଟିଥିବାର ଦେଖା ଦେଇଥିଲା।

ଭୋଟରଙ୍କୁ ମନେଇବାରେ ତିନି ଦଳ ଲାଗି ପଡ଼ିଥିବା ବେଳେ ଓଡ଼ିଶାରୁ ମାଳମାଳ ନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶତାଧିକ ଓଡ଼ିଆଙ୍କୁ ନେଇ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି।

 ଏପରିସ୍ଥଳେ ଆମ୍ ଜନତାଙ୍କ ଉପରେ ଭରସା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଦଳର ଓଡ଼ିଶା ରାଜ୍ୟ ସଭାପତି ଏବେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରଚାରରେ ଲାଗି ପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରମୁଖ ୧୦ ଟି ପ୍ରବାସୀ ଓଡ଼ିଆ ସଂଗଠନ ସହ ଆଲୋଚନା କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଲାଗି ପଡିଛନ୍ତି। ଓଡ଼ିଶାରେ ଥିବା ୫ ହଜାରରୁ ଅଧିକ ଆପ କର୍ମୀ ଏବେ ଦିଲ୍ଲୀରେ ଓଡ଼ିଆଙ୍କୁ ମନାଇବାରେ ଲାଗିଛନ୍ତି। ଦିଲ୍ଲୀର ପ୍ରମୁଖ ୧୦ ଟି ନିର୍ବାଚନ ମଣ୍ଡଳୀରେ ରହୁଥିବା ୮ ଲକ୍ଷରୁ ଅଧିକ ଓଡ଼ିଆଙ୍କୁ ବିଭିନ୍ନ ଉପାୟରେ ବୁଝାଇବାରେ ଲାଗିଛନ୍ତି ଦଳୀୟ କର୍ମୀମାନେ। କସ୍ତୁରବା ନଗର ବିଧାନସଭାରେ ଦଳର ପ୍ରଚାର ବେଳେ ଶ୍ରୀ ମହାପାତ୍ର ବିଜେପି ଓ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ଅନ୍ୟଦଳ ବଡବଡିଆ ଲୋକଙ୍କୁ ଟାର୍ଗେଟ କରିଥିବା ବେଳେ ଆମେ ଦିଲ୍ଲୀରେ ରହୁଥିବା ଆମ୍ ଆଦମୀ ବା ସାଧାରଣ ଲୋକଙ୍କ କଥା ବୁଝି ଆସୁଛି।

ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀର ନିର୍ବାଚନୀ ମାହୋଲ ଦିନକୁ ଦିନ ସେତେ ସରଗରମ ହେବାରେ ଲାଗିଛି। ସବୁଠୁ ରୋଚକ କଥା ହେଉଛି କେବଳ ଆପ ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ଓଡ଼ିଆ ଭୋଟରଙ୍କୁ ଟାର୍ଗେଟ କରି ନିର୍ବାଚନ ପ୍ରଚାରର ଖସଡ଼ା ପ୍ରସ୍ତୁତ କରିଛନ୍ତି।
କସ୍ତୁରବା ନଗର ବିଧାନସଭା ନିର୍ବାଚନରେ ଆଜି ସବୁ ଦଳର ପ୍ରାର୍ଥୀଙ୍କ ପ୍ରଚାର ଚାଲିଥିବା ବେଳେ ବଡ ରୋଚକ ସ୍ଥିତି ଥିଲା ଓଡ଼ିଆଙ୍କୁ ନେଇ। ମାଳ ମାଳ ଓଡ଼ିଆ ପ୍ରଚାରପତ୍ର ଧରି ବୁଲୁଥିଲେ। କେତେକ ଓଡ଼ିଆରେ ଲିଖିତ ପ୍ରଚାରପତ୍ର ମଧ୍ୟ ଦେଖିବାକୁ ମିଳିଥିଲା।

ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ରମେଶ ପହେଲବାନ ପ୍ରତିଟି ଓଡ଼ିଆଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିଭଳି ଓଡ଼ିଆ ଭୋଟରଙ୍କ ନିକଟତର କରାଇବା ଓ ସେମାନଙ୍କର ବିପୁଳ ସମର୍ଥନ ଯୋଗାଇଦେବା ପାଇଁ ସେ ନିବେଦନ କରିଥିଲେ।
ବିଶେଷକରି କସ୍ତୁରବା ନଗର ଅଞ୍ଚଳରେ ମାରାଥନ ପ୍ରଚାର ମାଧ୍ୟମରେ ପାର୍ଟିର ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଦଳର ବିଧାୟକ ମଦନ ଲାଲ ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ କିପରି ପୂର୍ବ ଦିନରେ କାର୍ଯ୍ୟ କରି ଆସିଛନ୍ତି ସେ ସମ୍ପର୍କରେ ବୁଝାଇ ଭୋଟରଙ୍କ ସମର୍ଥନ ହାସଲ କରୁଥିବାର ଦେଖାଯାଉଛି।

ପ୍ରାର୍ଥୀଙ୍କ ପ୍ରଚାରରେ ଆପର ଓଡ଼ିଶା ମୁଖ୍ୟ ନିଶିକାନ୍ତ

ଗତକାଲି କସ୍ତୁରବା ନଗର ଅଞ୍ଚଳରେ ଶତାଧିକ ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ଏକାଠି କରି ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଆହୁରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।