TT Ads

ଏଥର ଖେଳିବ ୧୨ ପାର୍ଟି
ଭୁବନେଶ୍ୱର ଖଣ୍ଡଗିରିରେ ଆସନ୍ତା ମାଘ ସପ୍ତମୀକୁ ଆରମ୍ଭ ହେବାକୁ ଯାଉଛି ମାଘସପ୍ତମୀ ମେଳା। ଏହି ଅବସରରେ ଯାତ୍ରା ମହାକୁମ୍ଭ ହେବାକୁ ଯାଉଛି। ଏ ନେଇ ମଙ୍ଗଳବାର ଅନୁଷ୍ଠିତ ଆୟୋଜକ କମିଟି ଓ ପୁଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥର ମୋଟ ୧୨ଟି ଯାତ୍ରା ପାର୍ଟି ଖଣ୍ଡଗିରିକୁ ଆସିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଖଣ୍ଡଗିରି ମଞ୍ଚରେ ଅଶ୍ଲୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯାତ୍ରା କମିଟି ପୁଲିସର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହୁଏ ତେବେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ କମିଟି ପକ୍ଷରୁ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କମିଟି ସଦସ୍ୟମାନେ ମତପୋଷଣ କରିଥିଲେ।
ପ୍ରକାଶ ଥାଉ କି ମାଘ ସପ୍ତାମୀରେ ଖଣ୍ଡଗିରିରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇ ଆସୁଛି। ତିନିଦିନ ଧରି କୁମ୍ଭ ମେଳାରୁ ରାଜ୍ୟରୁ ତଥା ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ଏଥି ସହିତ ଯାତ୍ରା ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ। ଏହି ମେଳାକୁ ରାଜଧାନୀ ସମେତ ଆଖପାଖ ଅଞ୍ଚଳର ୪୦ଟି ଗାଁର ଲୋକେ ଆସିଥାନ୍ତି। ମେଳା ବୁଲିବା ସହ ଯାତ୍ରାର ମଜା ନେଇଥାନ୍ତି।

TT Ads

Leave a Reply

Your email address will not be published. Required fields are marked *