ଉଇିମହାବିହାରରେଯଦି ଜଣକର ଲକ୍ଷ୍ୟ ସ୍ଥିର ଆଉ ଉଦେ୍ଦଶ୍ୟ ନିର୍ମଳ ତା’ହେଲେ କୌଣସି ବ୍ୟକ୍ତି, ଘଟଣା ବା ପରିସ୍ଥିତି ତାକୁ ତା’ ପଥରୁ ବିଚୁ୍ୟତ କରିପାରିବ ନାହିଁ ।
ଅନେକ ଦିନ ତଳର କଥା । ବୈଶାଳୀ ନଗରର ରାଜପଥରେ ଜଣେ ଯୁବ ଭିକ୍ଷୁ ଚିନ୍ତିତ ହୋଇ ଗମନ କରୁଥିଲେ । ଆଗକୁ ଚତୁର୍ମାସ୍ୟା ଥିଲା । ସେ ବର୍ଷା ଚାରିମାସ କେଉଁଠି ରହିବେ ସେକଥା ଜାଣି ନଥିଲେ । ଏତିକିବେଳେ ସେହି ନଗରର ନଗ୍ରବଧୂ ଆମ୍ରପଲ୍ଲୀ ତାଙ୍କ ନିକଟକୁ ଆସି କହିଲା- ମହାଭାଗ! ଯଦି ଆପଣଙ୍କର ଆପତ୍ତି ନଥାଏ ତା’ହେଲେ ଆପଣ ମୋ ଘରେ ରହି ଆପଣଙ୍କ ଚତୁର୍ମାସ୍ୟା ବ୍ରତ ପାଳନ କରିପାରନ୍ତି । ଆପଣଙ୍କୁ ସେବା ଆଉ ଆତିଥ୍ୟ ଦେବାରେ ମୁଁ ଆଦୌ ଅବହେଳା କରିବି ନାହିଁ । ସନ୍ନ୍ୟାସୀ କହିଲେ, ମୁଁ ଗୌତମକୁ ପଚାରି କହିବି । ଗୌତମ ସବୁ ଶୁଣି ଅନୁମତି ଦେଲେ । ଯୁବ ସନ୍ନ୍ୟାସୀ ଆସି ଆମ୍ରପଲ୍ଲୀ ଘରେ ରହିଲେ । ହେଲେ ଜଣେ ଯୁବ ସନ୍ନ୍ୟାସୀକୁ ସୁନ୍ଦରୀ ଆମ୍ରପଲ୍ଲୀ ଘରେ ରହିବାର ଅନୁମତି ଦେଇଥିବାରୁ ଅନ୍ୟ ସନ୍ନ୍ୟାସୀମାନେ ବୁଦ୍ଧଙ୍କୁ ସମାଲୋଚନା କରିବାକୁ ଲାଗିଲେ । ବୁଦ୍ଧ କାହାକୁ କିଛି ନ କହି ଚୁପ୍ ରହୁଥାନ୍ତି । ଚତୁର୍ମାସ୍ୟା ସରିଲା । ଯୁବ ସନ୍ନ୍ୟାସୀ ଆସି ତାଙ୍କ ପାଦ ଛୁଇଁଲେ ଆଉ କହିଲେ ଯେ, ତାଙ୍କର ଚତୁର୍ମାସ୍ୟା ବ୍ରତ ସଫଳ ହୋଇଛି । ବୁଦ୍ଧ ହସିଲେ । ଅନ୍ୟ ସନ୍ନ୍ୟାସୀମାନଙ୍କୁ ସମ୍ବୋଧନ କରି କହିଲେ: ମୁଁ ଏ ଯୁବ ସନ୍ନ୍ୟାସୀଙ୍କ ଆଖିରେ ଆମ୍ରପଲ୍ଲୀକୁ ନେଇ କୌଣସି କାମନା କିମ୍ବା ବାସନା ଖୋଜି ପାଇ ନଥିଲି । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ବର୍ଷା ଚାରିମାସ କୌଣସି ଜଣଙ୍କ ଘରେ ରହି ବ୍ରତ ପାଳନ କରିବା । ଏଭଳି ଯୁବକଙ୍କୁ ବା ଆମ୍ରପଲ୍ଲୀ କେମିତି ଲକ୍ଷ୍ୟଭ୍ରଷ୍ଟ କରିପାରିଥାନ୍ତା!
– ରାଜେନ୍ଦ୍ର



ଛବିଙ୍କ ପ୍ରକୃତ ଘର ହେଉଛି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ। ତେବେ ତାଙ୍କ ଭାଇ ପୁରୀ କୃଷ୍ଣ ବଳରାମ ମଠର ପରିଚାଳନା ଦାୟିତ୍ଵ ନେଇଥିଲେ। ସେଠାକୁ ସଂସ୍କୃତ ପଢ଼ିବାକୁ ଯାଇଥିବା ଜଗତସିଂହପୁର ଜିଲ୍ଲା ଡିହସହିର ନବକିଶୋର ମହାପାତ୍ରଙ୍କ ସହ ଛବିରାଣୀଙ୍କ ଦେଖା ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ଉଭୟଙ୍କ ପରିବାର ସହମତିରେ ସେମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ।ବିବାହର କିଛି ଦିନ ପରେ ଉଭୟ ଜଗତସିଂହପୁର ଜିଲ୍ଲା ଡିହସାହିସ୍ଥିତ ବାବାଙ୍କ ଘରକୁ ଫେରି ଆସିଥିଲେ।