TT Ads

ଯେତେବେଳେ ନିର୍ବାଚନ ପାଖେଇ ଆସେ କେତେକ ଆଗଧାଡିର ନେତାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗେ

ଫେବୃଆରୀ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ଦୁଇ ଆଗଧାଡିର ନେତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଦୁଇ ପ୍ରମୁଖ ନେତା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ ଓ ମନିସ ସିଶୋଦିଆ। ଉଭୟ ନେତା ପୂର୍ବରୁ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଉଭୟଙ୍କୁ ଜାମିନ ମିଳିବା ପରେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ଅବକାରୀ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ପଡିଥିବା ଦୁଇ ନେତାଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ ଗୃହ ମନ୍ତ୍ରାଳୟକୁ ଅନୁମତି ମାଗିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୃହ ମନ୍ତ୍ରାଳୟ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେବା ପରେ ଆମ୍ ଆଦମୀ ପାର୍ଟି ମଧ୍ୟରେ ଏବେ ଭାଳେଣି ପଡ଼ିଛି। ହୁଏ ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାରେ ଦୁଇ ନେତାଙ୍କୁ ଗିରଫ କରିପାରେ। ଆଗକୁ ନିର୍ବାଚନ ଥିବାରୁ ଦୁଇ ନେତାଙ୍କୁ ଆଗୁଆ ଜାମିନ ଦେଇପାରନ୍ତି ଅଦାଲତ। ଯାହା ବି ହେଉ ନିର୍ବାଚନ ସମୟରେ ଏହା ଉଭୟ ନେତାଙ୍କୁ ଅନେକାଂଶରେ ଅଡ଼ୁଆରେ ପକାଇବାର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *