ଗତ ୮ ଦିନ ତଳେ ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଏଥିରେ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ହେଲାଣି ।

ନୂଆଦିଲ୍ଲୀ, ୧୩/୧: ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିବାର ୮ ଦିନ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲିଭିବାର ନାଁ ଧରୁନି। କାଲିଫର୍ଣ୍ଣିଆ ଜଙ୍ଗଲରୁ ଲାଗିଥିବା ନିଆଁ ବ୍ୟାପି ୧୨ ଶହରୁ ଅଧିକ ଘର ଭସ୍ମ କରିସାରିଥିବା ବେଳେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ବି ଅନେକ ନିଖୋଜ ଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଶତାଧିକ ଲୋକ ଗୁରୁତର ହୋଇଛନ୍ତି। ମିଳିଥିବା ରିପୋର୍ଟ୍ ଅନୁଯାୟୀ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଲସ ଏଞ୍ଜେଲ ଅଞ୍ଚଳର କେବଳ ୨୩ ହଜାର ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳ ପୋଡ଼ି ନଷ୍ଟ ହୋଇଯାଇଛି। ଲସ୍ ଏଞ୍ଜେଲରେ ଥିବା ବଲିଉଡ୍ ଏବେ ପୋଡ଼ି ନଷ୍ଟ ହୋଇଯାଇଛି।


ସାନ୍ତା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ପୋଡ଼ି ଯାଇଥିବା ଜଣା ପଡିଛି। ଏବେ ବି ଆହୁରି ହଜାର ହଜାର ଏକର ଅଞ୍ଚଳକୁ ନିଆଁ ବ୍ୟାପିବାରେ ଲାଗିଛି। ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି। ଅନେକ ଏବେବି ନିଆଁ ଘେରରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି।
ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି। ଅପରପକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରାଯାଉଛି।

ବାରିପଦା, ୧୩/୧(ଓଡ଼ିଶା ଜାଗରଣ): ଶିମିଳିପାଳରେ ଆଖି ବୂଜିଲା ହାତୀ ମହେନ୍ଦ୍ର। ଶିମିଳିପାଳର ଚହଲା ଠାରେ ତାର ମୃତ୍ୟୁ ଘ୍ହାଆତ୍ତୀଇଛି। ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ୨୦୦୧ ମସିହାରେ କର୍ଣ୍ଣାଟକରୁ ଆସିଥିବା ହାତୀ ମହେନ୍ଦ୍ର ୬୬ ବର୍ଷରେ ମୃତ୍ୟୁବରଣ କରିଛି। ମହେନ୍ଦ୍ର ଶିମିଳିପାଳର ବୟସ୍କ ହାତୀ ବୋଲି କୁହାଯାଏ। ମହେନ୍ଦ୍ର ହାତୀ ତାଲିମପ୍ରାପ୍ତ କୁମକି ହାତୀ ହୋଇଥିବାରୁ ଅନ୍ୟ ଜଙ୍ଗଲୀ ହାତୀଙ୍କୁ କାବୁ କରିବା ପାଇଁ ମହେନ୍ଦ୍ରକୁ ବ୍ୟବହାର କରାଯାଏ। ଏମିତି କି ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ହାତୀଙ୍କୁ ତ୍ଙ୍କଟ୍ରାଲାଇଜ୍ କରିବା ପାଇଁ ଏହି ହାତୀକୁ ବ୍ୟବହାର କରାଯାଏ। କେବଳ ଶିମିଳିପାଳ ନୁହେଁ, ପୂରା ବନ ବିଭାଗ ପାଇଁ ଏହି ହାତୀଟି ବେଶ୍ ଉପକାରୀ ଥିଲା ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ପ୍ରୟଗରାଜକୁ ଆସିଲେଣି ୫ କୋଟି, ଆଗକୁ ହୋଇପାରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ। ଜଗିଛନ୍ତି ୩୦ ହଜାର ପୋଲିସଶେ

ଷ ହୋଇଛି ସାଧୁ, ସନ୍ଥ ତଥା ଆଧ୍ୟାତ୍ମିକବାଦୀମାନଙ୍କର ପ୍ରତୀକ୍ଷା । ୧୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆସିଛି ସେଇ ମହାର୍ଘ ମାହେନ୍ଦ୍ର ମୁହୂର୍ତ୍ତ । ପ୍ରୟାଗରାଜରେ ଆରମ୍ଭ ହେଇଛି ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ସମାଗମ ପବିତ୍ର “ମହାକୁମ୍ଭ ମେଳା” । ଏଥର କୁମ୍ବରେ ହାଇଟେକ୍ ବ୍ୟବସ୍ଥା ସ୍ୱରୂପ ଅଣ୍ଡର ୱାଟର drone ବ୍ୟବସ୍ଥା କରା ଯାଇଛି। ସେହିଭଳି ପ୍ରଥମଥର ପାଇଁ AI କ୍ୟାମେରା ଲଗାଯାଇ ନଜର ରଖା ଯାଇଛି। ମେଳା ପରିସରରେ ୪୫ ଟିଆମ୍ବୁଲାନ୍ସ, ୭ଟି ରିଭର ଆମ୍ବୁଲାନ୍ସ, ୧୦୨ ଟି ଚେକ୍ ପଏଣ୍ଟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୩୦ ହଜାର ପୋଲିସଙ୍କୁ ନିଯୁକ୍ତ କରା ଯାଇଛି। ପୂରା ମେଳାରେ ୪୫ କୋଟି ଶ୍ରଦ୍ଧାଳୁ ସମାଗମ ହେବ ବୋଲି ଆଶା କରାଯାଉଛି।

କୁମ୍ଭମେଳାରେ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁମ୍ଭମେଳାରେ ଏଥର ୫ କୋଟିରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଏଥିପାଇଁ ଓଡ଼ିଶାରୁ ୭ ଟି ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ୮ ଟି ସ୍ଵତନ୍ତ୍ର ବସ୍ ଯାଇଛି।
କୁମ୍ଭମେଳା କ’ଣ: ସ୍କନ୍ଦପୁରାଣ, ବ୍ରହ୍ମାଣ୍ଡ ପୁରାଣ ଏବଂ ପଦ୍ମପୁରାଣ ଭଳି ହିନ୍ଦୁ ପୌରାଣିକ ଗ୍ରନ୍ଥାନୁସାରେ ଦେବତା ଓ ଦାନବଙ୍କ ଦ୍ୱାରା ଆରମ୍ଭହୁଏ ସମୁଦ୍ର ମନ୍ଥନ । ସମୁଦ୍ରରୁ ପ୍ରକଟିତ ହୁଏ ଅମୃତ କୁମ୍ଭ ବା ଅମୃତ କଳସ । ଅମୃତ ପାଇଁ ଦେବତା ଓ ଦାନବଙ୍କ ମଧ୍ୟରେ ଆରମ୍ଭ ହୁଏ ଯୁଦ୍ଧ । ଯୁଦ୍ଧ ବେଳେ ଅମୃତ କୁମ୍ଭରୁ ଚାରିଟୋପା ଅମୃତ ଖସି ପୃଥିବୀର ଚାରିଗୋଟି ସ୍ଥାନରେ ପଡ଼େ, ଯଥା- ହରିଦ୍ୱାର, ଉଜ୍ଜୟିନୀ, ନାସିକ, ଏବଂ ପ୍ରୟାଗରାଜ । ଅମୃତ ପତନ କାରଣରୁ ଏହି ସ୍ଥାନଗୁଡ଼ିକ ପବିତ୍ର ହୋଇଯାଏ । ବିଶ୍ୱାସ କରାଯାଏ, ଏହି ସ୍ଥାନମାନଙ୍କରେ ସ୍ନାନକଲେ ସମସ୍ତ ପାପ ଧୌତ ହୁଏ ଓ ଜୀବ ଜନ୍ମଚକ୍ରରୁ ମୁକ୍ତ ହୋଇଯାଏ । ଅମୃତ କୁମ୍ଭରୁ ଅମୃତ ବିନ୍ଦୁ ଖସିଥିବାରୁ ଏହି ମେଳାର ନାମ କୁମ୍ଭମେଳା ।


କାହିଁକି ୧୨ବର୍ଷରେ ଥରେ: କେବଳ ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୁଏ ମହାକୁମ୍ଭ ମେଳା । ଭଗବାନ ବିଷ୍ଣୁ ମୋହିନୀ ରୂପ ଧରି ଅମୃତ ବଣ୍ଟନ ଦାୟିତ୍ୱ ନେବା ପୂର୍ବରୁ ଦେବତା ଓ ଦାନବ ପରସ୍ପର ମଧ୍ୟରେ ୧୨ ଦିନ ଲଢ଼େଇ କରନ୍ତି । ବ୍ରହ୍ମ ସମ୍ବତ୍ସର ବା ବ୍ରହ୍ମବର୍ଷ ଗଣନା ଅନୁସାରେ, ଦେବତାମାନଙ୍କର ଗୋଟିଏ ଦିନ ଆମ ମଣିଷମାନଙ୍କର ଗୋଟିଏ ବର୍ଷ ସହିତ ସମାନ । ଦେବଦାନବ ଲଢ଼େଇ ୧୨ ଦିନ ଲାଗିଥିବାରୁ ଏଠାରେ ୧୨ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୁଏ ।

ଆମେ ଯେମିତି ଲୋକକୁ ଆମ ସାଥିରେ ରଖିବା ଜୀବନରେ ଆମେ ଠିକ ସେହି ଅନୁସାରେ ଫଳ ଭୋଗିବା । ଆମ ଜୀବନର ଭଲମନ୍ଦ ଆମେ ବନଉଥିବା ସାଥୀ ତଥା ପି୍ରୟଜନ ଉପରେ ନିର୍ଭର କରିଥାଏ । ଦିନେ ଜଣେ ବ୍ୟକ୍ତି ତାଙ୍କର ପୁଅକୁ ପାଖକୁ ଡାକି କହିଲେ, ମୋ ଜୀବନ ପ୍ରାୟ ସରିବାକୁ ବସିଲାଣି । ତେଣୁ ମୁଁ ତମକୁ ଜୀବନର ଏକ ଗୂଢ଼ କଥା କହିବାକୁ ଚାହୁଁଛି । ତମେ କିନ୍ତୁ ତା’ ପୂର୍ବରୁ ଯାଇ ଚୁଲିରୁ ଖଣ୍ଡେ ଅଙ୍ଗାର ଆଉ ବଗିଚାରୁ ଖଣ୍ଡେ ଚନ୍ଦନ କାଠ ନେଇ ଆସ । ପୁଅଟି ଚାଲିଗଲା । ଚୁଲିରୁ ଯାଇ ଅଙ୍ଗାର ଖଣ୍ଡେ ଧରିଲା ଆଉ ବଗିଚାକୁ ଯାଇ ଅନ୍ୟ ହାତରେ ଗୋଟିଏ ଚନ୍ଦନ ଗଛର ଡାଳ ଭାଙ୍ଗି ବ୍ୟକ୍ତିଙ୍କ ନିକଟକୁ ଆସିଲା । ବ୍ୟକ୍ତିଜଣକ ପୁଅ ହାତରେ ଉଭୟ ଅଙ୍ଗାର ଓ ଚନ୍ଦନ ଡାଳ ଦେଖି ଖୁସି ହୋଇଗଲେ ଓ କହିଲେ, ତୁରନ୍ତ ଦୁଇଟି ଯାକ ଫିଙ୍ଗିଦିଅ । ପୁଅ ତାହା ହିଁ କଲା । ବ୍ୟକ୍ତି କହିଲେ, ଯେଉଁ ହାତରେ ଅଙ୍ଗାର ଧରିଥିଲ ସେହି ହାତରେ କ’ଣ ଅଛି । ପୁଅ କହିଲା- ଅଙ୍ଗାର ଧରିଥିଲି ତ କଳା ହୋଇଯାଇଛି । ବ୍ୟକ୍ତି କହିଲେ: ମନ୍ଦଲୋକଙ୍କୁ ସାଥି କଲେ ଏଇଆ ହେଉଛି ଫଳ । ସେମାନେ ତୁମ ପାଖରୁ ଚାଲିଯିବା ପରେ ବି ତୁମ ଜୀବନରେ ଦୁଃଖର ଅନ୍ଧକାର ଭରିଦେଇ ଯାଆନ୍ତି । ଏଥର ଦ୍ୱିତୀୟ ହାତଟିକୁ ଦେଖ । ପୁଅ କହିଲା- ହାତଟିରୁ ଚନ୍ଦନର ବାସ୍ନା ଆସୁଛି । ବ୍ୟକ୍ତି କହିଲେ: ସାଧୁ ସଜ୍ଜନଙ୍କ ସତସଙ୍ଗ ହେଉଛି ଏଇଆ । ସେମାନେ ପାଖରେ ଥିଲେ ତ ବାସୁଥାନ୍ତି । ପାଖରୁ ଚାଲିଯିବା ପରେ ବି ଜୀବନରେ ସେମାନଙ୍କ ସୁଗନ୍ଧ ଭରି ରହିଥାଏ ।

– ରାଜେନ୍ଦ୍ର

ସୀମାରେ ତାରବାଡ କରିବା ଅଭିଯୋଗ

ଢାକା, ୧୨/୧: ଭାରତୀୟ ହାଇ କମିଶନଙ୍କୁ ସମନ କଲା ବାଂଲାଦେଶ। ସୀମାରେ ଅଶାନ୍ତ ସୃଷ୍ଟି କରାଯାଉଥିବା ଅଭିଯୋଗ କରି ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛନ୍ତି ବାଂଲାଦେଶ ସରକାର। ଦ୍ୱିପାକ୍ଷିକ ଚୁକ୍ତିକୁ ଅମାନ୍ୟ କରି ଭାରତ ପକ୍ଷରୁ ସୀମାର ୫ ଟି ସ୍ଥାନରେ ତାରବାଡ ତିଆରି କରାଯାଉଥିବା ଅଭିଯୋଗ କରିଛି ବାଂଲାଦେଶ। ଏ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ପାଇଁ ଭାରତୀୟ ହାଇ କମିଶନର ଶ୍ରୀ ବର୍ମାଙ୍କୁ ଏହି ସମନ କରାଯାଇଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଲ୍) ର  ୧୮ ତମ୨୦୨୫ ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା। ଗତ ନଭେମ୍ବର ୨୪ ଓ ୨୫ ଦୁଇଦିନ ଧରି ଫ୍ରାଞ୍ଚାଇଜ୍ ନେଇଥିବା ୧୦ ଟି ଯାକ ଟିମ୍ ଅକ୍ସଂରେ ଭାଗ ନେଇ ସେମାନଙ୍କ ଖେଳାଳି ଚୟନ କରିସାରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ସ୍ୱତନ୍ତ୍ର ସାଧାରଣ ସଭାରେ (SGM) ଯୋଗ ଦେଇଥିବା ଶ୍ରୀ ଶୁକ୍ଲା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଆଇପିଏଲର ଗତ ସଂସ୍କରଣ ୨୦୨୪ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ୍ ମେ ୨୬ ତାରିଖରେ ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଗତଥର ସଂସ୍କରଣ ଚୁଡାନ୍ତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା।
ତେବେ ଏଥର ମ୍ୟାଚ୍ କେଉଁଦିନ କେଉଁ ଟିମ୍ ସହ ଅନୁଷ୍ଠିତ ହେବ ସେ ନେଇ ଗଣମାଧ୍ୟମକୁ ଖୁବ୍ ଶୀଘ୍ର ଅବଗତ କରାଯିବ ବୋଲି ଶ୍ରୀ ଶୁକ୍ଳ ସୂଚନା ଦେଇଛନ୍ତି।

ମଝି ସମୁଦ୍ରରେ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ

କେନ୍ଦ୍ରାପଡ଼ା, ୧୨/୧: ରାଜନଗର ଅଞ୍ଚଳ ଗହୀରମଥାର ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ ବେଆଇନ ଭାବେ ବୁଲୁଥିଲା ୩ ଟ୍ରଲର। ସେଗୁଡ଼ିକ କାବୁକରି ଉପକୂଳକୁ ଆଣୁଥିଲା ବନ ବିଭାଗ। କିନ୍ତୁ ସେଥିରେ ଥିବା ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିବା ସହ ୮ ରାଉଣ୍ଡ ଗୁଳି ଫୁଟାଇ ବନ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ମାଛ ମାଫିଆମାନେ ୮ ଜଣଙ୍କୁ ଛଡ଼ାଇ ନେଇଥିଲେ। ବନ ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ତୁରନ୍ତ ପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ଭୁବନେଶ୍ୱର, ୧୨/୨: ଟୁଇନ ସିଟିର ଯୁଗ ସରିବ। ଆଗକୁ ଓଡ଼ିଶା ଦେଖିବ ଟ୍ରାଇସିଟି। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରଥମଥର ପାଇଁ ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ନେଇ ଏଭଳି ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, କଟକ ଓ ପୁରୀ ସହର ମଧ୍ୟରେ ଯୋଗଯୋଗକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଥର ଆଲୋଚନା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ବିଶେଷକରି ଭୁବନେଶ୍ବରରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯିବ। ସେଥିପାଇଁ ଖୁବଶିଘ୍ର ଅଧିକ ବସ୍ ଚଳାଚଳ କରାଇବା ପାଇଁ ଯୋଜନା କରାଯାଉଛି। ସେହିଭଳି ଡବଲ ଡେକର୍ ବସ୍ ଚଳାଚଳ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଏକ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମନ୍ତ୍ରୀ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୂର୍ବତନ ସମ୍ପାଦକ ଦେବଜିତ ସାଇକିଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସମ୍ପାଦକ ଭାବେ ନିଯୁକ୍ତି ପାଇଲେ। ଏହି ନିଯୁକ୍ତି ଦେଇଛି ଆଇସିସିଆଇ। ଦେବଜିତ ହେଉଛନ୍ତି ଆସାମର ପୂର୍ବତନ କ୍ରିକେଟ ଖେଳାଳି। ପ୍ରକାଶ ଥାଉ କି ଜୟ ଶାହ iccର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଏହି ନିଯୁକ୍ତି ମିଳିଛି। ଶ୍ରୀ ସାଇକିଆ ପେସାରେ ଜଣେ ଆଇନଜୀବୀ। ସେ ଗୌହାଟି ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପାଠ୍ୟକ୍ରମ ସାରିବା ପରେ LLM ଶିକ୍ଷାଲାଭ କରିଛନ୍ତି।

ପୁଲିସ ନକ୍ସଲ ଗୁଳି ବିନିମୟ। ଟଳି ପଡିଲେ ୩ ନକ୍ସଲ। ଛତିଶଗଡ ବିଜାପୁର ଅଞ୍ଚଳରେ ଆଜି ସକାଳେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିଛି। ଖୁବଶିଘ୍ର ସେମାନଙ୍କ ପରିବାରକୁ ଏ ନେଇ ଅବଗତ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ନ୍ୟାସନାଲ ପାର୍କ ନିକଟ ଜଙ୍ଗଲରେ ଘଟିଛି ଏହି ଗୁଳି ବିନିମୟ। ନକ୍ସଲ ନିହତ ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ପ୍ରକାଶଥାଉ କି ଗତ କିଛିଦିନ ଧରି ନକ୍ସଲ ପୁଲିସ ମଧ୍ୟରେ ପରିସ୍ଥିତି ଜଟିଳ ରହିଛି। ଗତ ସପ୍ତାହରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣରେ ୮ ଯବାନଙ୍କ ସମେତ ଜଣେ ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଗତ ଦୁଇଦିନ ତଳେ ପୁଲିସ ଗୁଳିରେ ତିନି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିବା ବେଳେ ଆଜି ପୁଣି ଦୁଇ ନକ୍ସଲଙ୍କ ମୃତ୍ୟୁ ପୋଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି।