ଦାଦାବଟି ନ ଦେବାରୁ ବ୍ରହ୍ମପୁରରେ ଛୁରାମାଡ଼
ବ୍ରହ୍ମପୁର,୧/୧/: ରେଶମ ସହରରେ ନୂଆବର୍ଷରେ ଖୋଲିଲା ଅପରାଧର ଖାତା। ଅପରାଧର ସହର ଭାବେ ଏକ ଦୁର୍ନାମର ମୁଣ୍ଡ ବୋଝଇବାକୁ ଯାଉଥିବା ବ୍ରହ୍ମପୁର ସହରରେ ଅପରାଧୀମାନେ ପ୍ରଥମ ଦିନରେ କଲେ ଉତ୍ପାତ। ବର୍ଷ ଆରମ୍ଭରୁ ହିଁ ବ୍ରହ୍ମପୁରରେ ବୁଲିଲା ଛୁରି। ଗାନ୍ଧୀନଗର ଛକ ନିକଟରେ ଜଣେ ଫାଷ୍ଟଫୁଡ୍ ଦୋକାନୀ ଦାଦାବଟି ନ ଦେବାରୁ ଛୁରିରେ ଆକ୍ରମଣ କରିଛନ୍ତି ଦୁଇ ଯୁବକ। ଏଥିରେ ଅବଜଲ ଓ ସୁନୀଲ ନାମକ ୨ ଜଣ ଯୁବକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ମେଡ଼ିକାଲ ପଠାଇଥିବା ବେଳେ ୨ ଆକ୍ରମଣକାରୀଙ୍କୁ କାବୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟଫୁଡ ଦୋକାନୀ ଅବଜଲ ଓ ସୁନୀଲଙ୍କୁ ବୁଧବାର ୨ଟି ବାଇକରେ ୩ ଜଣ ଯୁବକ ଆସି ପ୍ରଥମେ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ ପରେ ଅଧିକ ୩୦ ହଜାର ଟଙ୍କା ଦାଦାବଟି ନ ଦେଲେ ଯୁବକମାନେ ଧମକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦୋକାନ ଭିତରକୁ ପଶି ସୁନୀଲଙ୍କୁ ମାଡ଼ମାରିଥିଲେ। ଅବଜଲ ପ୍ରତିବାଦ କରିବାରୁ ତାଙ୍କ ମୁହଁକୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ। ଆହତ ଦୋକାନୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଦୋକାନ ନିକଟରେ ହିଁ ଆକ୍ରମଣକାରୀ ୨ ଯୁବକଙ୍କୁ କାବୁକରି ନେଇଥିଲେ ସ୍ଥାନୀୟ ବ୍ୟବସାୟୀ। ଖବରପାଇ ଟାଉନ ଥାନା ପୁଲିସ ପହଞ୍ଚି ଆକ୍ରମଣକାରୀଙ୍କୁ କାବୁ କରି ଥାନାକୁ ନେଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।